Debasmita Jena

Tragedy

3  

Debasmita Jena

Tragedy

କାଗଜ ଫୁଲ

କାଗଜ ଫୁଲ

2 mins
511


ଶୁଭେନ୍ଦୁ ବାବୁ ଙ୍କ ମନ ବଗିଚା ରେ ଏକ ସୁନ୍ଦର ବୃକ୍ଷ ସଦୃଶ ଥିଲେ ଶୁଭଶ୍ରୀ madam, ଯେଉଁ ଗଛ ରେ ନା ଫୁଲ ଫୁଟୁଥିଲା, ନା ଫଳ ଧରୁଥିଲା ନା ହିଁ କଢି ଆସୁଥିଲା । କେବଳ ଶାଖା ପ୍ରଶାଖା ମେଲେଇ କାୟା ବିସ୍ତାର କରି ଚାଲୁଥିଲା । ଶୁଭେନ୍ଦୁ ବାବୁ ଙ୍କ ଆଶା ଥିଲା କେବେ ନା କେବେ ଏ ଗଛ ରେ ନିଶ୍ଚୟ ଫୁଲ ଫଳ ର ସମ୍ଭାର ସୃଷ୍ଟି ହେବ । ଏହି ଆଶା ଓ ଆକାଂକ୍ଷା ରେ ଶୁଭେନ୍ଦୁ ବାବୁ ବଞ୍ଚି ରହିଥିଲେ । ବିବାହ ର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଶୁଭଶ୍ରୀ madam ମାତୃତ୍ବ ର ସ୍ୱାଦ ଚାଖି ପାରିନଥିଲେ । ଏଥିଲାଗି ସେ ନିଜେ ହିଁ ଦାୟୀ ଥିଲେ କିନ୍ତୁ ତାଙ୍କ ଦୋଷ ସ୍ୱୀକାର କଲାବେଳକୁ ଅନେକ ଡେରି ହେଇଯାଇଥିଲା । 

    ଶୁଭଶ୍ରୀ madam ଦେଖିବାକୁ ବହୁତ ସୁନ୍ଦର ଥିଲେ । ନିଜର ପାର୍ଥିବ ଶରୀର ର ସୌନ୍ଦର୍ଯ୍ୟ ରକ୍ଷା ଲାଗି ସବୁବେଳେ ଯତ୍ନଶୀଳ ଥିଲେ । ନିଜକୁ ଉଗ୍ର ଆଧୁନିକତାର କାଚ ଆବରଣ ତଳେ ସାଇତି ରଖୁଥିଲେ । ଶୁଭେନ୍ଦୁ ବାବୁ ଙ୍କ ଶାନ୍ତ ସ୍ଵଭାଵ ର ଫାଇଦା ଉଠେଇ ବିବାହ ପରେ ପାର୍କ ବୁଲିବା, ସାଙ୍ଗ ସାଥି ଙ୍କ ସହ ପାର୍ଟି ରେ ମଉଜ ମଜଲିସ କରିବା ଛାଡି ନଥିଲେ । ସେ ଜୀବନ କୁ ଏକ ସହଜ ଖେଳ ଭାବି ଉପଭୋଗ କରିବାକୁ ଚାହିଁଥିଲେ। 

  

 ବିବାହ ର ପ୍ରଥମ ବର୍ଷ ରେ ହିଁ ସେ ମାତୃତ୍ବ ର ସୌଭାଗ୍ୟ ପାଇବାକୁ ଯାଇଥିଲେ କିନ୍ତୁ ନିଜର ସୌନ୍ଦର୍ଯ୍ୟ ଆଗରେ ଏହାକୁ ସେ ତୁଛ ବୋଲି ଭାବିଲେ । ଏତେ ଶୀଘ୍ର ମାଆ ହେଲେ ତାଙ୍କର ସୌନ୍ଦର୍ଯ୍ୟ ହାନି ହେବ ଭାବି ସ୍ୱାମୀ ଓ ପରିବାର ର ଇଚ୍ଛା ଆକାଂକ୍ଷା ଆଉ ଅନୁରୋଧ କୁ ତଳେ ପକେଇ ସେ ଗର୍ଭ ନଷ୍ଟ କରିଦେଇଥିଲେ । ଶୁଭେନ୍ଦୁ ବାବୁ ବି ଏ ଦୁଃଖ କୁ ନିଜ ଛାତି ତଳେ ଚାପି ଦେଇଥିଲେ । ଏମିତ କିଛି ବର୍ଷ ବିତିଗଲା ।


  ଦୁନିଆ ର ରୀତି ନୀତି, ଟାହି ଟାପରା ଦେଖି ବୋଧହୁଏ ଶୁଭଶ୍ରୀ madam ମାତୃତ୍ବ ର ମୂଲ୍ୟ ର ମୂଲ୍ୟ କଣ ବୁଝିପାରିଲେ ବୋଧେ ଆଉ ମାଆ ହେବାକୁ ଆଗ୍ରହ ପ୍ରକାଶ କଲେ କିନ୍ତୁ ବିଧି ର ବିଧାନ ବଡ ବିଚିତ୍ର ।


 ଯେତେ ଚେଷ୍ଟା କଲେ ମଧ୍ୟ ପିଲାଟିଏ ହେଲା ନାହିଁ । ଭଗବାନ ଦେଇଥିବା ଅମୃତ ର ଭାଣ୍ଡ କୁ ହାତଛଡା କରି ସେ ଅନୁତପ୍ତ ଥିଲେ । ପୂଜା ମାନସିକ ବ୍ରତ ଯାହା କଲେ ବି ସବୁ ନିଷ୍ଫଳ ହେଲା । ଆଖିରୁ ଅଜସ୍ର ଲୁହ ଓ ମନରେ ଅନେକ ଯନ୍ତ୍ରଣା, ଧୀରେ ଧୀରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଭିତରେ ମତାନ୍ତର ସୃଷ୍ଟି ହେଲା । ଦୁହେଁ ପରସ୍ପରକୁ ଦୋଷାରୋପ କଲେ । ଶୁଭେନ୍ଦୁ ବାବୁ ଦୁଃଖ ଓ ଚିନ୍ତା ରେ ଭାଙ୍ଗି ପଡିଲେ । ତାଙ୍କ ଶରୀର କ୍ଷୀଣ ହେବାକୁ ଲାଗିଲା । ଯେଉଁ ସ୍ତ୍ରୀ କୁ ସେ ଏତେ ଭଲ ପାଉଥିଲେ ଆଜି ସେ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅଲୋଡ଼ା ହେଇଗଲେ । ଏକ ମଧୁର ସଂପର୍କ ଆଜି ତିକ୍ତ ହୋଇଗଲା ।


 ଶୁଭଶ୍ରୀ madam ନିଜର ରୂପ ସୌନ୍ଦର୍ଯ୍ୟ, ସୁଢଳ ଶରୀର ପାଇଁ ଯେଉଁ ଗର୍ବ ଅହଂକାର କରୁଥିଲେ ସବୁ ଆଜି କେଉଁ ଆଡେ ହଜିଗଲା ।ସେ ପାଲଟି ଗଲେ ଗୋଟେ କାଗଜ ଫୁଲ ସଦୃଶ । ଯେଉଁ ଫୁଲ ର ରଙ୍ଗ ଅଛି, ସୌନ୍ଦର୍ଯ୍ୟ ତ ଅଛି ହେଲେ....... ହେଲେ ବାସ୍ନା ନଥାଏ କି ଈଶ୍ୱରଙ୍କ ପୂଜା ରେ ବି ଲାଗି ପାରେ ନାହିଁ ।


  ଦିନିଆ ଆଗରେ ଶୁଭଶ୍ରୀ madam ପାଲଟି ଗଲେ ଏକ ବାସନା ବିହୀନ "କାଗଜ ଫୁଲ" ।



Rate this content
Log in

Similar oriya story from Tragedy