ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ହରିଣ ଓ ଅଙ୍ଗୁର ଲତା

ହରିଣ ଓ ଅଙ୍ଗୁର ଲତା

1 min
7.0K


ଗୋଟିଏ ହରିଣକୁ ମାରିବାକୁ ଶିକାରୀମାନେ ଗୋଡାଉଥିଲେ । ଦୌଡି ଦୌଡି ସେ ହରିଣ ଯାଇ ପ୍ରାଣ ବିକଳରେ ଶେଷରେ ଏକ ଅଙ୍ଗୁର ଲତା ଗହଳରେ ଲୁଚିଗଲା । ଶିକାରୀମାନେ ତାକୁ ଖୋଜି ଖୋଜି ନ ପାଇ ସେଠାରୁ ଫେରି ଯାଉଥିଲେ । ଏଣେ ଏ ହରିଣ ଭାବିଲା, ସେ ଏଥର ନିରାପଦ । ଆରାମରେ କଅଁଳିଆ ଅଙ୍ଗୁରପତ୍ର ଛିଣ୍ଡେଇ ଖାଇଲା ।

ଜଣେ ଶିକାରୀ ପତ୍ରର ଖସ୍ ଖସ୍ ଶବ୍ଦ ଶୁଣି ହରିଣକୁ ଦେଖିଦେଲା । ଲକ୍ଷ୍ୟ କରି ସେ ଶିକାରୀ ଶର ବିନ୍ଧିଲା ଓ ହରିଣ ତଳେ ପଡିଗଲା । ଯେଉଁ ଲତା ସେ ହରିଣକୁ ବଂଚେଇଥିଲା, ତାରି ପତ୍ର ଖାଇ ଶେଷରେ ସେ ହରିଣ ଫଳ ପାଇଲା ।

ଅକୃତଜ୍ଞ ହୁଅନାହିଁ ।


Rate this content
Log in

Similar oriya story from Children