ହୃଦୟ
ହୃଦୟ
ସୁନ୍ଦର ସନ୍ଧ୍ୟାର ମନୋହର ଦୃଶ୍ୟ ଥିଲା ସେଦିନ | ପକ୍ଷୀମାନଙ୍କର ଘର ବାହୁଡା ସ୍ୱର,ମନ୍ଦିରର ଘଣ୍ଟି, ଶଙ୍ଖ ନାଦ ମୁହୂର୍ତକୁ କରୁଥିଲା ଅପୂର୍ବ ସୁସଂଗୀତ | ଝାପସା ଆଲୁଅରେ ଛୁଟି ଆସୁଥିଲା ଏକ ଶବ୍ଦ ସବୁଦିନ ପରି |
"ବାଦାମ ଭଜା , ମଟର ଭଜା , ସୋଲା ଭଜା "
ସ୍ଵରଟିରେ ପୁରି ଉଠିଥିଲା ସମସ୍ତ ପବନ | ଝୁଡିଏରୁ କମ ବାଦାମ ,କିଛି ମଟର ଓ ଅଳ୍ପ ସୋଲା ଭଜାରେ ପୂର୍ଣ ଛୋଟିଆ ତାର ଟୋକେଇ | ଯାହାକୁ ଅତିଯତ୍ନରେ ଥୋଇ ବୁଲେ ସାହି କୁ ସାହି,ଗଳି କୁ ଗଳି | ଏହାହିଁ ତାର ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ |
ହଠାତ କେହିଜଣେ "ମତେ ଦିଅ " , ମତେ ଦିଅ " ବୋଲି ଅଟକାଇଥିଲେ | ଅପାର ଶ୍ରଦ୍ଧା ,ଆଦର ,ସ୍ନେହରେ "ବାଦାମ ନେବ " ବୋଲି କହି ଓହ୍ଲାଇ ଦେଇଥିଲେ ଟୋକେଇଟିକୁ | ନିଜର ସମସ୍ତ ଖାଦ୍ୟରୁ ବାନ୍ଧି ବିନା ଦ୍ବନ୍ଦରେ ଧରାଇ ଦେଇଥିଲେ ସେହି ଭାକିଲା ଦୁଇଚକିଆ ପଥିକ ଜଣଙ୍କୁ | ଏକ ଆନନ୍ଦର ହସ ଫୁଟି ଉଠିଥିଲା ସେହି ଦିବ୍ୟାଙ୍ଗଙ୍କ ମୁଖରେ | ହସର ପରା ମୁହୁର୍ତରେ କିଛି ନଦେଇ ପରିବାର ବିଷାଦ ଖେଳି ଯାଇଥିଲା ଦିବ୍ୟାଙ୍ଗଙ୍କ ଚକ୍ଷୁରେ | କିନ୍ତୁ ସାନ୍ତ୍ୱନାର ହସ ଫୁଟାଇ ବିଦାୟ ନେଇଥିଲେ ଭଦ୍ରବ୍ୟକ୍ତି ଜଣକ |
ଦୂରରୁ ଦୃଶ୍ୟ ଦେଖି ଦୁଇଧାର ଅଶ୍ରୁ ଦୁଇ ଗାଲ ଅମୋଦିତ କରିଥିଲେ ମଧ୍ୟ କିଛି କହିବାର ସାହାସ ନଥିଲା ମୋର |
ନିଜକୁ ବହୁତ ଛୋଟ ଅନୁଭବ କଲି ସେ ଭଦ୍ରବ୍ୟକ୍ତିଙ୍କ ଆଗରେ | ପ୍ରକୃତରେ ଭୋକର କଷ୍ଟ ଭୋକକୁ ଅତିନିକଟରୁ ଦେଖିଥିବା ଲୋକହିଁ ବୁଝିପାରେ | ଅନ୍ୟମାନେ ତ କେବଳ ବୁଝିବାର ନାଟକ କରିଥାନ୍ତି |