Banasmita Panda

Tragedy Crime Others

3.4  

Banasmita Panda

Tragedy Crime Others

ହୃଦୟ ଏବଂ ମସ୍ତିଷ୍କ

ହୃଦୟ ଏବଂ ମସ୍ତିଷ୍କ

2 mins
562


ଏକଦା ମସ୍ତିଷ୍କ ଏବଂ ହୃଦୟ ଘନିଷ୍ଠ ବନ୍ଧୁ ଥିଲେ l ଏମାନଙ୍କ ବନ୍ଧୁତା ଏତେ ଘନିଷ୍ଠ ଥିଲା ଯେ କୌଣସି ନ ହେବା କାର୍ଯ୍ୟ ମଧ୍ୟ ପୂରଣ ହେବା ନିଶ୍ଚିତ ଥିଲା l ହବନି ବା କିପରି ଏ ଦୁଇ ଜଣ ପ୍ରତ୍ୟେକ କାର୍ଯ୍ୟ, ଭଲ ମନ୍ଦ, ଉଚିତ ଅନୁଚିତ ଭାବି ଚିନ୍ତି ପଦକ୍ଷେପ ନେଉଥିଲେ l ସମସ୍ତ ପ୍ରକାର ଚିନ୍ତାଶିଳ ପ୍ରକ୍ରିୟା ମସ୍ତିଷ୍କ ଏବଂ ଭାବନା ମୂଳକ ପ୍ରକ୍ରିୟା ହୃଦୟ ଦ୍ୱାରା ହେଉଥିଲା l ବହୁତ ସୁନ୍ଦର ବନ୍ଧୁତା ଭିତରେ ଦିନେ ଏକ ଅଘଟଣ ଘଟିଲା l ହୃଦୟର ଅନ୍ୟ ଏକ ହୃଦୟ ସହ ବନ୍ଧୁତା ହୋଇଗଲା l ଉଭୟ ହୃଦୟଙ୍କର ସମ୍ପର୍କ ଆହୁରି ନିବିଡ ହୋଇ ଚାଲିଲା l ପ୍ରଥମ ହୃଦୟ ମସ୍ତିଷ୍କକୁ ଅବହେଳା ଏବଂ ଅବମାନନା କରି ଚାଲିଲା l ବିଚରା ମସ୍ତିଷ୍କ ଏକଲା ପଡି ଯାଇଥିଲା କିନ୍ତୁ ତଥାପି ସେ ହୃଦୟର ମଙ୍ଗଳ କାମନା କରୁଥିଲା l ଏବଂ ହୃଦୟକୁ ଭଲ ମନ୍ଦ ଉପଦେଶ ଦେଉଥିଲା l କିନ୍ତୁ ହୃଦୟ ଦ୍ୱିତୀୟ ହୃଦୟର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଥିଲା କି ସେ ମସ୍ତିଷ୍କର କୌଣସି କଥା ଶୁଣିବାକୁ ନାରାଜ ଥିଲା l ଧୀରେ ଧୀରେ ଦୁଇ ହୃଦୟର ନିବିଡ ସମ୍ପର୍କ ଭିତରେ କଳହ ଆରମ୍ଭ ହେଲା l କେହି କାହାକୁ ମାନିବାକୁ ନାରାଜ l ସେ କହିଲା ମୁଁ ଠିକ ଆର ଜଣକ କହିଲା ମୁଁ ଠିକ l ବିଚରା ଦୁଇ ହୃଦୟ କରିବେ ଭି କଣ ଚିନ୍ତାଶକ୍ତି ତ ମସ୍ତିଷ୍କ ପାଖରେ ଥିଲା l

ଏହିପରି ଦିନ ଗଡି ଚାଲିଲା ଝଗଡା ଅତିଷ୍ଟ ରୂପ ନେଲା ଏବଂ ପରସ୍ପର ଅଲଗା ହୋଇଗଲେ l ମସ୍ତିଷ୍କ ସବୁ ଦେଖୁଥିଲା ଏବଂ ଚୁପ ଥିଲା l ଦ୍ୱିତୀୟ ହୃଦୟ ଆଉ ଏକ ତୃତୀୟ ହୃଦୟକୁ ସାଙ୍ଗ କରିନେଲା ଏବଂ ସେଠାରୁ ଚାଲିଗଲା l ମସ୍ତିଷ୍କ ତା ସାଙ୍ଗ ହୃଦୟକୁ ଏକଲା ଦେଖି ସହାନୁଭୂତି ଦେଲା ଏବଂ ବୁଝାଇ ସୁଝାଇ ଜୀବନ ପଥରେ ଆଗେଇବାକୁ କହିଲା l ହୃଦୟ ମଧ୍ୟ କିଛି ନ କହି ତା ଯଥା ସ୍ଥାନକୁ ଫେରି ଆସିଥିଲା...... କିନ୍ତୁ ଏହା ଭିତରେ ହୃଦୟର ଏକ ବଦଳ ସ୍ଵଭାଵ ଆସି ସାରିଥିଲା l ଏକ ଆଶ୍ଚର୍ଯ୍ୟଜନକ ଏବଂ ହୀନ ରୂପ ସେ ନେଇ ସାରିଥିଲା...... ହୃଦୟଟି ଆଉ ହୃଦୟ ନ ଥିଲା ସେ ଭିତରେ ଭିତରେ ଏକ ନୀଚ ମସ୍ତିଷ୍କରେ ପରିଣତ ହୋଇ ସାରିଥିଲା l


Rate this content
Log in

Similar oriya story from Tragedy