ହୋଲି ଆସିଛି ବୁଲି
ହୋଲି ଆସିଛି ବୁଲି
ବାପା ଗାଁକୁ ଫେରି ଯିବାର ପନ୍ଦରଟା ଦିନ ଯାଇନି ପୁଅର କମ୍ପାନୀ ଚାକିରୀ ଚାଲି ଯାଇଥିଲା. ବୋହୁ କବିତା ଆସର ସଭାରେ ମହିଳା ଦିବସର କବିତାରେ ବ୍ୟଙ୍ଗାତ୍ମକ ବିସ୍ଲେସଣ କରିଥିବାରୁ ନାରୀ ହିଁ ନାରୀର ଶତ୍ରୁ କହି ସମସ୍ତେ ଟୀକ୍କା ଟିପ୍ପଣୀ ଦେବା ସହ କବିତାଟି ଏତେ ବିରୋଧାଭାସର ଶୀକାର ହୋଇ ଭାଇରାଲ ହେଲା ଯେ ନିନତିକୁ ବୁଝିବାକୁ ବାକି ନଥିଲା ସବୁ ପାପର ପ୍ରାୟଶ୍ଚିତ ଥିଲେ ମଧ୍ୟ ତା ପାପର ପ୍ରାୟଶ୍ଚିତ ନାହିଁ. କେବଳ ପୁଅ ସାଇ ତାକୁ ଏତେବଡ କୁକର୍ମରୁ ରକ୍ଷା କରିପାରିଛି ବୋଲି, ସେ ଶଶୁରଙ୍କ କିଛି କ୍ଷତି କରିବା ପୂର୍ବରୁ ବଞ୍ଚି ଯାଇଛି.ପୁଅକୁ ଧରି କଇଁ କଇଁ କାନ୍ଦୁଥିଲା ଆଜି ମିନତି .ସାଇ କହୁଥିଲା ଚାଲ ଗାଁକୁ ଫେରିଯିବା ମାଆ. ଦୋଳ ପୁନେଇଁରେ ଗାଁର ମହାଦେବ ଆମ ଘରେ ଭୋଗ ଖାଆନ୍ତି, ଜେଜେ ଏକୁଟିଆ ଏତେ ସବୁ କରିପାରିବେ!ମିନତି ନିଜ କୃତକର୍ମ ଚିନ୍ତା କରି ଅବଶ ହୋଇପଡୁଥିବା ବେଳେ ସୌରଭ କଣ ଭାବୁଥିଲା କେଜାଣି? ସେଇ ପୁରୁଣା କଥା ଭୁଲିପାରୁନଥିଲା ବୋଧେ ସୌରଭ.
ଆଜିଯାଏଁ ଘର ବାହାର ସବୁ ବୁଝୁଥିବା ବାପା ସେଇ କିଛି ଦିନ ଦେହରେ ପୀଡା ପାଇବାରୁ ଆସିଥିଲେ ସୌରଭ ପାଖକୁ ସହରକୁ. ବୋଉ ଗଲାବେଳେ ସୌରଭର ହାତ ଦୁଇଟା ଧରି କହିଥିଲା ମୋ ପ୍ରତି ଯଦି ତୋ ମନରେ ଟିକେ ବି କିଛି ମାୟା, ମମତା, ପ୍ରୀତି ଭରା ସମ୍ମାନ ଥିବ ତେବେ ବାପାଙ୍କୁ ସହାୟ ହେଉଥିବୁ ପୁଅ.ଆଉ କିଛି ଲୋଡ଼ା ନାହିଁ ମୋର.ପଘା ନିଘା ନଥାଇ ଫୁଲାଫାଙ୍କାଳିଆ ବୁଲୁଥିବା ସୌରଭ ବେକରେ ଏବେ ଜୁଆଳି ପଡିଲା ପରି ଲାଗୁଛି.
ସୌରଭ ଯେବେ ମିନତିକୁ ବାହା ହେବାକୁ ଜିଦ ଧରିଲା ତ ବୋଉର ମନ ଥାଉ ନଥାଉ ପୁଅର ମନ ରଖି ସିନ୍ଦୁର ପିନ୍ଧେଇ ଦେଇ ସ୍ୱୀକୃତି ଦେଇଆସିଥିଲା ବାପା ମାଆ ଭାଇ ନଥିବା ଝିଅ ମିନତି ମୁଣ୍ଡରେ ସିନା ବାପା ମୁଣ୍ଡରେ ହାତ ଦେଇ ବସିଥିଲେ. ଆଜିକାଲିର ଟ୍ରେଣ୍ଡରେ ନିଜ ବୟସରୁ ବଡ଼ ଝିଅକୁ ବିବାହ କରିବା ଫେସନରେ ପରିଣତ ହୋଇଥିଲେ ମଧ୍ୟ ଗ୍ରହଣ କରିପାରୁନଥିଲେ ରାଧାମାଧବ ବାବୁ. ବାହାଘର ପରେ କିନ୍ତୁ ଶାଗ କାଟି ସାରିବା ପରେ ଆଉ ବାଳ ବାଛିବା କି ସମ୍ଭବ!ନ୍ୟାୟରେ ବାପା ସବୁ ସହି ଯାଉଥିଲେ ସିନା କିନ୍ତୁ ସୁଲଗ୍ନା ଘାଣ୍ଟି ଚକଟି ହୋଇ ଶେଷକୁ ସେହି ଚିନ୍ତାରେ ଗଲେ ଆରପାରିକୁ . ବାପା ମାଆ ନଥିବା ଝିଅ ଘରକୁ ଆସିଲେ ସେ ଦୁହିଁଙ୍କୁ ବାପା ମାଆ ତୁଲ୍ୟ ଭାବିବା କି ସମ୍ଭବ!ବରଂ ସ୍ଥିତି ପାଇ ସେ ଚାହୁଁଥିଲା ତା ପାଇଁ ଲୋଟି ସାଉଁଟି ହୋଇପଡନ୍ତେ ବାପା ମାଆ. ଆଉ ବଦଳରେ ସେ ଭୁଲିଯାଆନ୍ତା କର୍ତ୍ତବ୍ୟ କର୍ମ ଓ ଦାଇତ୍ୱ. କେବଳ ଆଶା ବୈତରିଣୀ ପରି ସବୁ କାମନା ବାସନା ତାର ପୁରଣ କରୁଥାଆନ୍ତେ ବାପା ମାଆ ବିନା ବୋହୁର କର୍ତ୍ତବ୍ୟ, ସମ୍ମାନ ଶ୍ରଦ୍ଧାରେ.
ଭାଗ୍ୟ ଟାଣ ଥିଲା ସୁଲଗ୍ନାଙ୍କର.ଚାଲିଗଲେ ଅହ୍ୟ ଡେଙ୍ଗୁରା ପିଟି ଓ ମାନସିକ ଶାରୀରିକ ଭାରସାମ୍ୟ ହରାଇ ବାପା ଯେବେ ଗାଁରୁ ପୁଅ ବୋହୁଙ୍କ ପାଖକୁ ସହର ଆସିଲେ ବୋହୁର ଖାମଖିଆଲି ତଥା ଉଦ୍ଧତ ଢଙ୍ଗ ଦେଖି ମଧ୍ୟ ରାଧାମାଧବ ଚୁପ ରହିବାକୁ ବାଧ୍ୟ ଥିଲେ. ପୁଅ ନିଜ ସ୍ତ୍ରୀ ଓ ପୁଅ ପିଛା ଅଜସ୍ର ଟଙ୍କା ଖର୍ଚ୍ଚ କରିବା ପରେ ବାପା ତାଙ୍କ ପେନସନରେ ତା ପାଇଁ ଅର୍ଥାତ ତା ସ୍ତ୍ରୀ ପୁଅ ପାଇଁ କେତେ କଣ କରୁଛନ୍ତିର ହିସାବ କରୁ କରୁ ବାପା ବିଚରା ନିଜେ ଯାଉଥିଲେ ଅଟୋ ଡାକି ସରକାରୀ ହସ୍ପିଟାଲ. ବାକି ଘରର ସବୁ କାମ ଯଥା ପରିବା, ସଉଦା ତଥା ନାତିକୁ ସ୍କୁଲ ନିଆ ଅଣା, ଇଲେକ୍ଟ୍ରି ଅଫିସ, ପଂଚାୟତ ଅଫିସ, ବ୍ଲକ ଅଫିସ ଯାଇ ଯେତେବେଳେ ଯାହା ଦରକାର ବୁଝୁଥିଲେ କଷ୍ଟେ ମଷ୍ଟେ ଯେତେବେଳେ କି କେହି ବୃଦ୍ଧ ସେହି ସମୟରେ ମଲେ ଚାଷୀ ମୃତ୍ୟୁ ଆଖ୍ୟା ଦେଇ ପାଞ୍ଚଲକ୍ଷ ଟଙ୍କା ମିଳୁଥିଲା ପରିବାରକୁ ତ ମିନତି ବହୁ ଫୁସୁଲେଇ ସ୍ୱାମୀ ସୌରଭକୁ ରାଜି କରେଇ ମୂଷା ଔଷଧ ଆଣି ରଖିଥିଲା ବାପାଙ୍କୁ ରୁଟିରେ ଦେଇ ପାଞ୍ଚଳକ୍ଷ ହାତେଇବାକୁ ସରକାରୀ ଟ୍ରେଣ୍ଡରେ କିନ୍ତୁ ସବୁଠିକଠାକ ହେଲା ପରେ ଅର୍ଥାତ ଡେଥ ସାର୍ଟିଫିକେଟ ବାହାର କରିବାରେ ନୟାନ୍ତ ହେଲାପରେ ସରକାରୀ ସ୍ତରରୁ ପାଞ୍ଚଲକ୍ଷ ଟଙ୍କା ଚାଷୀ ମୃତ୍ୟୁ ହାର ଟ୍ରେଣ୍ଡ ହାତେଇବାକୁ ନୟାନ୍ତ ହୋଇପଡୁଥିଲା ସୌରଭ. ଖାଲି କଣ ସେତିକି! ପୁଅକୁ ସ୍କୁଲ,ହସ୍ପିଟାଲ ନେବା ପୁଣି ଘରର ପରିବା, ସଉଦା, ମାଛ, ଫଳ ଆଦି କିଣିବା ମଧ୍ୟ ସୌରଭର ଅଣ୍ଟା ପିଠି ବଥେଇ ସାରିଥିଲା ତ ବୋଉକୁ କଥା ଦେଇଥିବା କଥା ସହ ବାପାଙ୍କ କଥା ମନେପଡ଼ିଲା ତ ଖୁବ ଜୋରରେ କାନ୍ଦି ଉଠିଲା ସୌରଭ.
ଆଖି ଖୋଲି ବାପାଙ୍କୁ ଆଗରେ ଦେଖି ଚମକି ପଡିଲା ସୌରଭ ଭୁତ ଦେଖିଲା ଭଳି ହେଲେ ବାପା କହୁଥିଲେ ମୁଁ ମରିନି ରେ ପୁଅ. ତୋ ପୁଅ ଅର୍ଥାତ ମୋ ନାତି ମୋ ଆଗରେ ସବୁ ଆଗରୁ କହିଦେଇଥିବାରୁ ମୁଁ ସେ ମୂଷାମରା ଔଷଧ ଗୋଳା ଖାଦ୍ୟ ନଖାଇ ତତେ ପିତୃ ହତ୍ୟା ଟ୍ରେଣ୍ଡରୁ ରକ୍ଷା କରିଦେଇଛି. ଦଉଡି ଆସି ବୋହୁ ମିନତି ବାପାଙ୍କ ପାଦ ଧରି କହିଥିଲା ଖାଦ୍ୟ ଖାଆନ୍ତୁ ବାପା.ମତେ କ୍ଷମା କରିଦିଅନ୍ତୁ ସେ ଔଷଧ ଖୋଜି ଖୋଜି ନପାଇ ମୋ ଭୁଲ ବୁଝିପାରିଛି ବାପା. ନାତି ସାଇ କହୁଥିଲା ସେ ପୁଡିଆ ମୁଁ ନର୍ଦ୍ଦମାରେ ଫିଙ୍ଗିଦେଇଛି. ପୁଅ ସାଇକୁ କୁଣ୍ଢେଇ ମିନତି ଓ ସୌରଭ ଭୋ ଭୋ କାନ୍ଦୁଥିଲା ବେଳେ ବାପା ନିଜ ଜିନିଷ ପତ୍ର ବାନ୍ଧି ଗାଁକୁ ବାହାରିଥିଲେ ବାକି ଜୀଵନ କଟେଇବାକୁ. ମହିଳା ଦିବସରେ ମୁଁ ମୋ ଭୁଲ ବୁଝିପାରିଛି କହି ବୋହୁ ଯେତେ ଅଟକେଇଲେ ବି ରାଧାମାଧବ କହିଥିଲେ ବୁଢା ବୁଢୀଙ୍କୁ ଅନାଥାଶ୍ରମରେ ଛାଡ଼ିବା ଟ୍ରେଣ୍ଡରୁ ତୁମ ଦୁହିଁଙ୍କୁ ମୁକ୍ତ କରି ଆଜି ମହିଳା ଦିବସରେ ମହୀୟସୀ ବୋହୁମାନଙ୍କ ଜୟଗାନ କରି ଗାଁକୁ ଯିବାରୁ ମତେ ନିବୃତ କରନା ବୋହୁ . ତଥାପି ସୌରଭ ନିଜ ଦେହକୁ ନିଜେ ଚୁମୁଟି ଏଯାଏଁ ଘଟିଯାଉଥିବା ଘଟଣା ସତ ନା ସ୍ବପ୍ନ ବୋଲି ବୁଝିବାକୁ ଚେଷ୍ଟା କରୁଥିଲା.
ସେପଟେ ବାପା ଗାଁକୁ ଫେରିଯିବା ପରେ ଏକୁଟିଆ ବରଗଛଟିର ଯତ୍ନ ନେବା ସହ ତା ଡ଼ାଳରେ ବସାବାନ୍ଧି ରହିଥିବା ପକ୍ଷୀମାନଙ୍କ ପାଇଁ ପାଣି ଓ ଖାଦ୍ୟ ରଖୁଥାଆନ୍ତି. ଏସବୁ ସତ୍ୱେ ସେଦିନ ସେହି ଚିକ ଚିକ କଳାକାଉଟି ପାଣି କି ଖୁଦ ନପିଇ ନଖାଇ ରାଧାମାଧବଙ୍କୁ ଚାହିଁ ଖାଲି ବୋବେଇ ଚାଲିଥିଲା. ଠାକୁ ଠା ଖୁଦ ଚାଉଳ ଓ ଭୋଗ କିସମିସ ରଖିଲେ ମଧ୍ୟ ଖାଉନଥିଲା. ସ୍ତ୍ରୀ ସୁଲଗ୍ନା ବଞ୍ଚିଥିଲା ବେଳେ କହନ୍ତି କୁଣିଆ କେହି ଆସିବେ କିନ୍ତୁ କୋଉ କୁଣିଆ ଆଉ ରାଧାମାଧବଙ୍କ ସଂସାରରେ ଅତିଥି ହେବେ ଭାବିନପାରି ନାତି ସାଇର ସର୍ବମଙ୍ଗଳ ପାଇଁ ଗାଁରେ ଥିବା ଶିବ ମନ୍ଦିର ଯାଇ ପାଣିଲାଗି କରିବାକୁ ଯିବା ବେଳକୁ ଅଟୋ ରହିଲା ଦାଣ୍ଡଦୁଆରେ. ଜେଜେ ଜେଜେ ଆମେ ସବୁଦିନ ଲାଗି ଗାଁକୁ ଆସିଗଲୁ. ଦୋଳ ପୂର୍ଣ୍ଣମୀରେ ଖୁବ ମଜ୍ଜା କରିବା ହୋଲି ଖେଳିବା କହି ଜେଜେଙ୍କୁ ଜାବୁଡି ଧରିଲା ବେଳେ ପଛେ ପଛେ ପୁଅ ବୋହୁ ବାପାଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରୁଥିଲେ. ପୁଅ କହୁଥିଲା ଖାଲି ପଡ଼ିଥିବା ଜମିରେ କାଜୁ ବଗିଚା କରିବାକୁ ଆସିଛି ବାପା. ଆମ ଗାଁ ଭାରି ଭଲ କହି ସାଇ ଖେଳୁଥିଲା ତ ଜେଜେ ଡାକୁଥିଲେ ଆ ଯିବା ଶିବ ମନ୍ଦିର.
