STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ହନୁ କରଣ

ହନୁ କରଣ

1 min
15.2K


ହେଟା ବାଘଟିଏ ବହୁତ ଦିନଯାଏଁ ଖାଇବାକୁ ନ ପାଇ ଉପାସରେ ଥାଏ । ଦିନେ ସେ ଦେଖିଲା କିଛି ଦୂରରେ ଦଳେ ମେଣ୍ଢା ଚରୁଛନ୍ତି; କିନ୍ତୁ ଜଣେ ଜଗୁଆଳ ତାଙ୍କୁ ଭଲ କରି ଜଗାରଖା କରୁଛି । ଯେତେ ଚେଷ୍ଟା କଲେ ବି ଏ ହେଟାବାଘ ସେ ମେଣ୍ଢାପଲ ଭିତରୁ ଗୋଟିଏ ହେଲେ ବି ମେଣ୍ଢା ଖାଇ ପାରିଲା ନାହିଁ ।

ବହୁତ ଭାବି ସେ ହେଟାବାଘ ଶେଷରେ ଗୋଟିଏ ଉପାୟ ପାଂଚିଲା ଯେ, ଯଦି ସେ ଗୋଟିଏ ମଲା ମେଣ୍ଢାର ଚମଡା ତା’ ପିଠିରେ ପକାଇ ସେ ମେଣ୍ଢାମାନଙ୍କ ସାଙ୍ଗରେ ମିଶିଯାଏ, ତେବେ ତାକୁ ଆଉ କେହି ବି ମୋଟେ ଚିହ୍ନି ପାରିବେ ନାହିଁ ଏବଂ ସେ ହେଟାବାଘ ରାତିରେ ଗୁହାଳରେ ରହି ଆରାମ୍ରେ ସବୁ ମେଣ୍ଢାମାନଙ୍କୁ ଖାଇପାରିବ ।

ତାପରେ ସେ ହେଟାବାଘ ଠିକ୍ ଏଇଆ କଲା ଏବଂ ରାତିରେ ଗୁହାଳକୁ ସେ ମେଣ୍ଢାମାନଙ୍କ ସାଙ୍ଗରେ ଚାଲିଗଲା । ସେଦିନ ତ ମାଲିକ ଘରକୁ ବହୁତ କୁଣିଆ ଆସିଥିଲେ, ତାଙ୍କୁ ଭୋଜି ଦେବାକୁ ମାଲିକ ଗୁହାଳରୁ ଗୋଟିଏ ମେଣ୍ଢା ମାରି ରୋଷେଇ କଲା । ମେଣ୍ଢାର ଚମଡା ଲଗାଇଥିବା ଯେଉଁ ମେଣ୍ଢାଟି କଟାଗଲା, ସେ ହିଁ ଥିଲା ହେଟାବାଘ ।

ହନୁ କରଣରେ ବିପଦ ହିଁ ବିପଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children