Smita Mohanty

Tragedy

4.0  

Smita Mohanty

Tragedy

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

3 mins
233


ସମ୍ପର୍କରେ ଯେତେବେଳେ ସନ୍ଦେହର ବୀଜ ବୁଣାଯାଏ ତେବେ ସେ ବୀଜ ଦିନେ ବିରାଟ ବୃକ୍ଷ ର ରୂପ ନିଏ ବୋଲି ଆମେ ସମସ୍ତେ ଜାଣିଛେ। ହସଖୁସିରେ ଭରା ଜୀବନ ଥିଲା ସାମନ୍ତରାୟ ବାବୁଙ୍କର । ବୟସ ତାଙ୍କର ୫୬ବର୍ଷ। ସେ ତାଙ୍କ ଦୁଇ ପୁଅ ବୋହୁ ଆଉ ପତ୍ନୀ ସହିତ ରୁହନ୍ତି। ସେ ଜଣେ ସରକାରୀ କର୍ମଚାରୀ । ଆଉ ମାତ୍ର ୪ବର୍ଷ ରହିଲା ଚାକିରି ରୁ ଅବସର ନେବା ପାଇଁ। ଦିନେ ଡାକ ପିଅନ ଆଣି ଗୋଟେ ଚିଠି ଧରାଇ ଦେଲା ସାମନ୍ତରାୟ ବାବୁଙ୍କ ଘରେ, ସେତେବେଳେ ସେ ଘରେ ନ ଥିଲେ ବଡ ପୁଅ ଚିଠିଟିକୁ ଖୋଲି ପଢିଲେ, ଅନ୍ୟ ସମସ୍ତେ ପଚାରୁଛନ୍ତି ଯେ କଣ ହେଲା ସେ ଚିଠି କାହାର ହେଲେ ନିରୁତ୍ତର ରହିଲେ ସରୋଜ ବାବୁ। ବାପା ଘରକୁ ଫେରିବା ପରେ ସେ ବାପାଙ୍କ ସହିତ କଥା ହୋଇଛନ୍ତି। ସାମନ୍ତରାୟ ବାବୁ ଯେତେବେଳେ ଦେଖିଛନ୍ତି ତାଙ୍କ ନାଆଁରେ ସମନ ଜାରି ହୋଇଛି ତାଙ୍କ ପାଦତଳୁ ମାଟି ଖସି ଯାଇଛି। ଏତେ ବର୍ଷ ର ମାନସମ୍ମାନ ସବୁ ଧୂଳି ରେ ମିଶିଗଲା। ଆଜିଯାଏ ତାଙ୍କୁ ଆଙ୍ଗୁଠି ଉଠାଇବାକୁ କେହି ସାହାସ କରୁନଥିଲେ। ଲୋକ ତାଙ୍କ ପରୋପକାରୀତାର ଉଦାହରଣ ଦେଉଥିଲେ। ରାତି ସାରା ଏଣୁ ତେଣୁ ବହୁତ ପ୍ରଶ୍ନ ଭିତରେ ବୁଡି ଯାଇଥିଲେ ସାମନ୍ତରାୟ ବାବୁ। ପତ୍ନୀ ତାଙ୍କର ପଚାରିଲେ କଣ ହୋଇଛି ସରୋଜ ବି କିଛି କହୁନି ତୁମେ ଗୁମ୍ ସୁମ୍ କିଛି କହିଲେ ତ ମୁଁ ଜାଣିବି ! ଗୋଟେ ଦୀର୍ଘଶ୍ବାସ ଛାଡି ସାମନ୍ତରାୟ ବାବୁ କହିଲେ ୨୦ଲକ୍ଷ ଟଙ୍କାର ଠକେଇ ମାମଲା ମୋ ନାଆଁରେ ହୋଇଛି, ହେଲେ ବିଶ୍ୱାସ କର ମୋର ଏଥିରେ ଭୂମିକା ନାହିଁ। ଗତ କିଛି ଦିନ ତଳେ ଗୋଟେ ବଡ ପ୍ରୋଜେକ୍ଟ କୁ ପାସ୍ କରିବାକୁ ମୋ ଉପରେ ଚାପ ପଡି ଥିଲା କିନ୍ତୁ ମୁଁ ତାକୁ ପାସ୍ କରିନଥିଲି। ସେହିଦିନ ଠାରୁ ସେମାନେ ମୋ ଉପରେ ବିଭିନ୍ନ ପ୍ରକାରର ଚାପ ପକାଇ ଥିଲେ ହେଲେ ମୁଁ ସେ ସବକୁ ଖାତିରି କରି ନ ଥିଲି। ମୁଁ ବିଶ୍ୱାସ କରି ପାରୁନି ତାଙ୍କ ସହିତ ମୋ ଅଫିସର କିଛି କର୍ମଚାରୀ ମିଶିଛନ୍ତି ବୋଲି । କାରଣ ସେମାନେ ଯେଉଁ ଭଳି ଭାବରେ ମୋତେ ଫସାଇଛନ୍ତି ମୁଁ ସେଥିରୁ ବାହାରି ପାରିବିନି। ଯଦି ମୁଁ ସେ ଟଙ୍କା ଦେବାକୁ କହିବି ତେବେ ବିନା ଦୋଷ ରେ ମୁଁ ଦୋଷୀ ବୋଲି ପ୍ରମାଣ ହୋଇ ଯିବ। ଆଉ ଯଦି ସମନ ଅନୁସାରେ ମୁଁ କୋର୍ଟ ରେ ହାଜର ହେବି ତେବେ ମୋ ଜୀବନର ସବୁ ପୁଞ୍ଜି ମୋ ନାଆଁ ମୋ ସମ୍ମାନ ସବୁ ମାଟିରେ ମିଶିଯିବ ଆଉ ଏ ଅପମାନ ମୁଁ ସହି ପାରିବିନି। ସବୁ କଥା ହୋଇ ଦୁହେଁ ସ୍ବାମୀ ସ୍ତ୍ରୀ ଶୋଇ ପଡିଲେ। ସ୍ତ୍ରୀ ଶୋଇ ପଡିଲେ ହେଲେ ବାବୁଙ୍କ ଆଖିକୁ ନିଦ ନାହିଁ। ସମସ୍ତେ ଶୋଇବା ପରେ ସେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କଲେ। ରାତି ପାହୁ ପାହୁ କଥାଟା ଚାରିଆଡେ ପ୍ରଚାର ହୋଇ ଗଲା ଯେ ସାମନ୍ତରାୟ ବାବୁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଆସି ଶବ ନେଇ ଚାଲିଗଲା। ଦେଖଣାହାରୀ ମାନଙ୍କ ଭିତରୁ କିଛି ଲୋକ କହୁଥିଲେ ଯେ ମଣିଷ ଭଳି ମଣିଷ ଟିଏ ଥିଲେ କାହା ଦୁଃଖ ସେ ସହି ପାରନ୍ତି ନାହିଁ କିନ୍ତୁ ଏମିତି ମିଛ ଗୁଜବ, ମିଛ ମୋକଦ୍ଦମା ସେ ସହି ପାରିଲେ ନାହିଁ। ଯଦି ସେ ଭୁଲ ହୋଇ ଥାଆନ୍ତେ ତେବେ ଲଢି ଥାଆନ୍ତେ। ଆଉ କିଛି ଲୋକ କହୁଥାଆନ୍ତି ନା ନା ସେ ନିଶ୍ଚୟ ଭୁଲ୍ କରିଥିବେ ନ ହେଲେ ଏମିତି କାଣ୍ଡ କରି ନ ଥାଆନ୍ତେ। ସରୋଜ ବାପାଙ୍କ ସମ୍ମାନ ପାଇଁ ପ୍ରାଣପଣେ ଚେଷ୍ଟା କରି କେଶ୍ ଲଢିଛନ୍ତି।ଏମିତି ଦିନ ପରେ ଦିନ ଆଉ ତାରିଖ ପରେ ତାରିଖ ବିତିଗଲା ପ୍ରାୟ ୫ ବର୍ଷ ପରେ କୋର୍ଟ ରାୟ ଶୁଣାଇଲା ଯେ ସାମନ୍ତରାୟ ବାବୁ ନିର୍ଦ୍ଦୋଶ ଥିଲେ ବୋଲି। ହେଲେ ଏବେ ଏ ନିଷ୍ପତ୍ତି ଶୁଣିବାକୁ ଆଉ କେହି ପଡୋଶୀ ନାହାଁନ୍ତି।ଯେଉଁ ମାନେ ଆଙ୍ଗୁଠି ଉଠାଇ ସମାଲୋଚନା କରିଥିଲେ ସେମାନେ ଆଉ ବାହା ବାହା କରିବାକୁ ନାହାଁନ୍ତି।ସାମନ୍ତରାୟ ବାବୁ ମରିବାର ୩ବର୍ଷ ପରେ ତାଙ୍କ ପତ୍ନୀ ମରିଯାଇଛନ୍ତି। ନ୍ୟାୟାଧୀଶଙ୍କ ନ୍ୟାୟ ଶୁଣିବାକୁ ଜୀବିତ ନ ଥିଲେ। ସରୋଜ ବାପାଙ୍କ ଫଟୋ ପାଖରେ ଠିଆ ହୋଇ ଜଣାଇଛନ୍ତି, ବାପା ଆପଣ ଆମକୁ ସମୟ ଦେଲେ ନାହିଁ, ଆମ ଉପରେ ଭରସା ବି କଲେ ନାହିଁ କହିବା ଲୋକ ତ ବହୁତ କିଛି କହିବେ, ହେଲେ ଆମେ ଜାଣିଛୁ ଆପଣ କେମିତିଆ। ଡେରି ହୋଇ ଗଲା ନିଶ୍ଚୟ ହେଲେ ବାପା ଆପଣଙ୍କ ନାଆଁରେ ଲାଗିଥିବା କଳଙ୍କ କୁ ମୁଁ ପୋଛି ଦେଇଛି। ଯେଉଁ ମାନେ ଆପଣଙ୍କୁ ଫସାଇ ଥିଲେ ସେ ସମସ୍ତଙ୍କୁ ଦଣ୍ଡ ମିଳିଛି। ଆଜି ଆପଣ ନାହାଁନ୍ତି ସତ କିନ୍ତୁ ଫଇସଲା ଶୁଣାଇଲା ବେଳେ ମହାମାନ୍ୟ ନ୍ୟାୟାଧୀଶ ଦୁଃଖ ପ୍ରକାଶ କରି କହିଛନ୍ତି ଶହେ ଦୋଷୀ ଖସିଗଲେ କିଛି ନାହିଁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ପାଇଲେ ନ୍ୟାୟ ଉପରୁ ଲୋକଙ୍କ ଭରସା ଉଡିଯିବ। ଯାହା କ୍ଷତି ହୋଇଛି ତାହା ତ ଅପୁରଣୀୟ ଆଗାମୀ ଦିିନରେ ଏମିତି ଆଉ ନ

ହେଉ।


Rate this content
Log in

Similar oriya story from Tragedy