ଗୁରୁହିଁ ସାକ୍ଷାତ ଈଶ୍ବର
ଗୁରୁହିଁ ସାକ୍ଷାତ ଈଶ୍ବର
ଶାନ୍ତକାନ୍ତ କମନୀୟ ନିଘଞ୍ଚ ଅରଣ୍ୟ।ବିଜ୍ଞ ପ୍ରାଜ୍ଞ ମହର୍ଷି ବ୍ୟାସଦେବ ତପସ୍ୟା ନିମନ୍ତେ ଗନ୍ତବ୍ୟ ପଥରେ ଯିବା ବେଳେ ଦେଖିବାକୁ ପାଇଲେ ଏକ ଅପୂର୍ବ ଦୃଶ୍ୟ।ଜଣେ ବନବାସୀ ର ବାଳକ ପୁତ୍ର ଫଳଟିଏ ଖାଇବକୁ ଇଛା ପ୍ରକାଶ କରନ୍ତେ ପିତା ବନବାସୀ ଟି ମନେମନେ କ'ଣ ମନ୍ତ୍ରି ପଢି ଉପରକୁ ହାତ ଉଠେଇ ଦେବାରୁ ଫଳ ଭରା ଶାଖାଟି ତଳକୁ ନଇଁ ଆସିଲା ଆଉ ବନବାସୀ ସେଥିରୁ ଗୋଟିଏ ଫଳ ଛିଡାଇ ଆଣିଲା ପରେ ପୁଣି ସେ ଶାଖାଟି ଉପରକୁ ଯଥା ସ୍ଥାନକୁ ଚାଲିଗଲା ।
ଆଶ୍ଚର୍ଯ୍ୟ ହୋଇଗଲେ ମହର୍ଷି ବ୍ୟାସଦେବ ।ଏ ବିଦ୍ୟା ତ ତାଙ୍କ ସିଦ୍ଧିର ବାହାରେ।ଏବିଦ୍ୟା ଟିକୁ ହାସଲ କରିବାକୁ ସେ ବନବାସୀଙ୍କୁ ସମ୍ମାନ ପୂର୍ବକ ଯାଚନା କଲେ ।ଉପଯୁକ୍ତ ସମୟରେ ଆପଣ ମୋ ଆସନ୍ତୁ କହି ତରବରରେ ବନବାସୀ ଟି ସେଠାରୁ ଚାଲିଗଲା।
ଅନେକ ଥର ମହର୍ଷି ବ୍ୟାସଦେବ ତା କୁଡିଆକୁ ଆସିବା ପରେ ମଧ୍ୟ ବନବାସୀ ବ୍ୟାସଦେବଙ୍କୁ ଜାଣି ଜାଣି ଦେଖା ଦେଇ ନଥୁଲା।ଆଉଦିନେ ବନବାସୀଟି ନଥିବା ବେଳେ ବ୍ୟାସଦେବ ଆସିବାରୁ ସେ ବାଳକ ପୁତ୍ରଟି ଆସିବାର କାରଣ ପଚାରି ବୁଝିବା ପରେ ସେ ମଧ୍ଯ ସେ ବିଦ୍ୟା ଜାଣିଛି କହି ମନ୍ତ୍ରଟି ଶିଖାଇ ଦେବା ସହିତ ସାଧନାରସୂତ୍ର ଜଣେଇଦେଲା।ବ୍ୟାସଦେବ ବିଦ୍ୟାଟି ପାଇ ବିନୟତା ପୂର୍ବକ ବିଦାୟ ନେଲେ ।।
ଦୂରରେ ଲୁଚିରହି ଏସବୁ ବନବାସୀଟି ଦେଖି ପୁତ୍ର ଉପରେ ଟିକେ ଅସନ୍ତୁଷ୍ଟ ହୋଇ କହିଲା, "ଯେଉଁ ବିଦ୍ୟା ମୁଁ ଜାଣିଜାଣି ବ୍ୟାସଦେବ ଙ୍କ ପରି ଜ୍ଞାନୀ ସାଧକ ମହାଗୁରୁ ଶିଖାଇବାକୁ ସାହସ କରି ପାରିନଥୁଲି ତୁ ବାଳକ ହୋଇ ବ୍ୟାସଦେବଙ୍କ ପରି ଗୁରୁଙ୍କର ଗୁରୁ ହେବାକୁ ସାହସ କଲୁ କେମିତି।ଜାଣିଛୁ
ଶିଷ୍ୟ ଯଦି ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଭକ୍ତି ନଦିଅନ୍ତି ତେବେ ହାସଲ କରିଥିବା ବିଦ୍ୟା ସଫଳ ହୁଏନା । ବ୍ୟାସଦେବଙ୍କ ପରି ମହାନ ଗୁରୁ ମହର୍ଷି ତୋତେ ଗୁରୁ ଭାବେ ଉପଯୁକ୍ତ
ସମ୍ମାନ ଭକ୍ତି କରିବେ ତ?
ଏକଥାକୁ ପରୀକ୍ଷା କରିବା ନିମନ୍ତେ ଦିନେ ମହର୍ଷି ବ୍ୟାସଦେବଙ୍କ ଆଶ୍ରମରେ ଯାଇ ପହଞ୍ଚିଲେ | ଦୂରରୁ ବନବାସୀ ବାଳକଟିକୁ ଦେଖି ତା ପାଖରେ ପହଞ୍ଚିଲେ। ବ୍ୟାସ ଦେବ ନିଜ ଆସନରୁ ଉଠିଆସି ଗୁରୁଭାବରେ ପ୍ରଣାମ କରିବା ସହିତ ଯଥୋଚିତ ସମ୍ମାନ ଓ ଭକ୍ତି ଜ୍ଞାପନ ପୂର୍ବକ ସତ୍କାର କଲେ।ଏକଥା ଦେଖି ବନବାସୀଟି ଅତି ବିନୟତା ପୂର୍ବକ ଜୟ ମହାଗୁରୁ ବ୍ୟାସଦେବ ଙ୍କର ଜୟ ହେଉ କହି ପାଦ ତଳେ ପ୍ରଣାମ ପୂର୍ବକ ବିଦାୟ ନେଲେ।
ବାସ୍ତବରେ ଗୁରୁ ଈଶ୍ବରଙ୍କ ସହିତ ସମାନ।ଏହି କାହାଣୀରୁ ।ଏ କାହାଣୀରୁ ଆମେ ଜାଣିଲେ ଯେ "ଗୁରୁ ହିଁ ସାକ୍ଷାତ ଈଶ୍ବର" |ସେ ହିଁ ବ୍ରହ୍ମା, ସେ ହିଁ ବିଷ୍ଣୁ,ସେ ହିଁ ମହେଶ୍ବର | ସେ ହେଉ ବାଳକ ଅବା ବୃଦ୍ଧ |ବ୍ରାହ୍ମଣ ହେଉ କି ଚଣ୍ଡାଳ ହେଉ।
