STORYMIRROR

Sukadev Mahanta

Abstract Romance Fantasy

3  

Sukadev Mahanta

Abstract Romance Fantasy

ଉତ୍ତର ମିଳିଗଲା

ଉତ୍ତର ମିଳିଗଲା

2 mins
276

 ମାର୍ଚ୍ଚ ମାସ । ଧରାବକ୍ଷରେ ଫଗୁଣର ରାଜୁତି ।ଆମ୍ବ ବଉଳର ମହକରେ ମହକିତ । ଚାରିଆଡେ ମୃଦୁ ମଳୟର ପ୍ରବାହ ।ଅଫିସ୍ ସାମନାରେ ଥିବା ଆମ୍ବ ଗଛରେ କୋଇଲି ତାର କୁହୁତାନରେ ଗୀତ ଗାଉଥାଏ ।


    ଅଫିସରେ ନିଜ ଚଉକିରେ ମୁନା ବସିଥାଏ।ମନରେ ତାର ଉଦାସର ଛାଇ ।ଅସିତ ବାବୁ ଆସି ପଚାରିଲେ,

“କଣ  ହୋଇଛି କି ?” ମୁନା ମନ ଦୁଃଖରେ ଉତ୍ତର ଦେଲା , “ନାହିଁ କିଛି ନାହିଁ ।” ରଂଜନ ବାବୁ ତତକ୍ଷଣାତ ମୁନା  ହାତର ଆଙ୍ଗୁଳିରେ ବ୍ୟାଣ୍ଡେଡ୍    ଗୁଡା ହୋଇଥିବା ଦେଖି   କହିଲେ, “କାରଣଟା ଏଇ ବ୍ୟାଣ୍ଡେଡ୍ ଭିତରେ ଅଛି । କାଲି କହୁଥିଲା  ହାତ କାଟିଦେବ ବୋଲି ।ଡକ୍ଟର ରାଉତଙ୍କ କ୍ଲିନିକ୍ ଆଗରେ ତାକୁ ଦେଖିଥିଲି ।ସାମାନ୍ୟ କାଟି ବ୍ୟାଣ୍ଡେଡ୍  ଗୁଡାଇ ଦେଇଥିବ ।”ବଳିଆ ବାବୁ  ପଚାରିଲେ, “କି ରେ ! କାହାପାଇଁ ହାତ  କାଟିଛୁ ? ରାନୀ ପାଇଁ ନା ରୁନି ପାଇଁ ?”ମୁନା  କହଲା,“ ନାହିଁ ମ ବଳିଆ ଭାଇ ସେମାନଙ୍କ ପାଇଁ ନୁହେଁ । ମୋ କଥା କେହି ବୁଝୁ ନାହାନ୍ତି ବୋଲି ।”କାଳିଆ ବାବୁ କହିଲେ,“ ଯଦି  ରାନୀ କିମ୍ବା  ରୁନିପାଇଁ  ନୁହେଁ ,ତେବେ କୁନି ପାଇଁ ହୋଇଥିବ ବୋଧହୁଏ।

କିରେ! ବ୍ୟାପାର କଣ ?” ମୁନା କହିଲା,“ଆପଣ ବି ନା କାଳିଆ ଭାଇ !” କାଳିଆ ବାବୁ ବି ଛାଡିବା ଜନ୍ତୁ ନୁହନ୍ତି । ହାତ  କାଟିଦେଲେ ଖୋଇ ଦେବେ ନା କ'ଣ ?”ମୁନା  ମୁଣ୍ଡ ହଲାଇ ହଁ ଭରିଲା ।

    ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ “କାହାପାଇଁ

ମୁନା ହାତ କାଟିଛି ?”ସଭିଏଁ ଭାବୁଥାଆନ୍ତି,“ ଦେଖା ଯାଉ କାହାର ହୃଦୟକୁ ମୁନା ହାତର କ୍ଷତଟା ବେଶି କାଟୁଛି? କିଏ ତା ମନର ମାନସୀ?”

 ଏହା ପରେ  ସଭିଏଁ  ନିଜ  ନିଜ କାମରେ ଲାଗିଗଲେ । ଏହା  ପରେ ରାନୀ ରୁନି କୁନି ଆସି ଅଫିସରେ ପହଞ୍ଚିଲେ ଏବଂ ଏକମୁହାଁ ହୋଇ ନିଜ ସିଟରେ ବସି ନିଜ କାମରେ ଲାଗିଗଲେ ।

    ଏହାପରେ ରାନୀ  କୌଣସି କାମରେ ଆସି ଦେଖେତ ମୁନା ଟେବୁଲ ଉପରେ ମୁଣ୍ଡ ରଖି ଶୋଇଛି ।ରାନୀ  କହିଲା ,“ମୁନା ବାବୁ !କ'ଣ ଦେହ ଭଲ ନାହିଁ ନା କ'ଣ ? ” ମୁନା ହାତର ବ୍ୟାଣ୍ଡେଡ ଉପରେ ତାର ନଜର ପଡିଗଲା ।  ମୁନା କିଛି ନକହି ଚୂପ୍ ରହିଲା ।

ରାନୀ  ବି ନିଜ ଟେବୁଲ ଆଡକୁ ଯିବା ବାଟରେ

କୁନିକୁ  ଚିମୁଟି ଦେଇ  ଚାଲିଗଲା । କହି ଦେଇଗଲା,“ମୁନା ବାବୁକୁ ଦେଖିବୁ ଯା ତାହା ହାତରେ ବ୍ୟାଣ୍ଡେଡ୍ ।”


ଏହା ଶୁଣି  କୁନି ମୁହଁରେ  ବ୍ୟସ୍ତତାର ଚିହ୍ନ । ନିଜ କାମଛାଡି  ଚାଲିଗଲା ମୁନା ପାଖକୁ ।ବ୍ୟସ୍ତ ବିବ୍ରତ

ହୋଇ  ପଚାରିଲା ,,”ମୁନାବାବୁ  ହାତ ଖଣ୍ଡିଆ ହେଲାକେମିିତି? ” ମୁନା କହିଲା,“ଧାନ ସିଝା ଯାଉଥିବା ହଣ୍ଡା ଓହ୍ଲାଉ ଓହ୍ଲାଉ ତା ଧାରରେ ବାଜି କଟି ଯାଇଛି ।”କୁନି  କହିଲା ,“ଓହୋ !କେତେ କଷ୍ଟ ହେଉଥିବ !”ମୁନା  କହିଲା, “ଛାଡ, ମୋ କଥା କିଏ ବଝୁଛି ଯେ?”

କୁନି  କହିଲା, “ସେମିତି କ'ଣ କହୁଛ ?”

ତା ମୁହଁରୁ ବାରି ହୋଇ ପଡୁଥିଲା ମୁନା ପ୍ରତି ଗଭୀର ସମବେଦନା ଓ ଭଲପାଇବା । କାଳିଆ ଠୋ ଠୋ ହୋଇ ହସି ପକାଇ ବଡ ପାଟିରେ କହିଲା,“ଇଉରେକା!

ଇଉରେକା ! ଉତ୍ତରଟା ମିଳିଗଲା ।” ସମସ୍ତେ ବୁଝିଗଲେଯେ ମୁନା କୁନିର  କୋମଳ ମନକୁ ତରଳାଇବା ପାଇଁ ହାତ  କାଟିଛି ।

   ଏହାପରେ  ଯେତେବେଳେ ଲଞ୍ଚ୍ ବ୍ରେକ୍ ହେଲା 

ସଭିଏଁ   ନିଜ ନିଜ ଟିଫିନ୍ ବକ୍ସରୁ ଖାଇବା ଆରମ୍ଭ

 କଲେ । ମୁନା ନଖାଇ ବସି ଥାଏ । କୁନି ଏହା ଦେଖି ତା ପାଖକୁ   ଆସି କହିଲା,“ଖାଉନ ଯେ?”ମୁନା କହିଲା,“ହାତ କଟିଯାଇଛି। ଖାଇ ହେବ ନାହିଁ ।”ଏହା ଶୁଣି  କୁନି ନିଜ ରୁଟି ତରକାରୀ ମୁନାକୁ ଖୋଇ ଦେଲା ।ଏ ଦୃ୍ଶ୍ୟ ଦେଖି କାଳିଆ ଓ ବଳିଆ ଏକ ସ୍ବରରେ କହିଲେ,

“ରଞ୍ଜନ  ବାବୁ ! ଉତ୍ତର ମିଳିଗଲା ।” ଏହାପରେ

ତିନିହେଁ  ଗାଇଲେ, “ବ୍ୟାଣ୍ଡେଡ୍ଡ କା ପିଚ୍ଛେ କ୍ୟା ହେ ?

ବ୍ୟାଣ୍ଡେଡ କା ପିଛେ !”

“ବ୍ୟାଣ୍ଡେଡକା ନିଚ୍ଚେ ଛୂପ୍ପା

ପ୍ୟାର୍ ଉତ୍ତରନା ଫଣ୍ଡା 

ବ୍ୟାଣ୍ଡେଡକା ନିଚେ |”



Rate this content
Log in

Similar oriya story from Abstract