STORYMIRROR

Jagannath Das

Inspirational

3  

Jagannath Das

Inspirational

ଗୁରୁ ମନ୍ତ୍ରର ମହାତ୍ମ୍ୟ

ଗୁରୁ ମନ୍ତ୍ରର ମହାତ୍ମ୍ୟ

2 mins
144

"ଗୁରୁ" ଆମର ଆଦର୍ଶ ଓ ସମଗ୍ର ବ୍ରହ୍ମାଣ୍ଡର ସେ ପରମ ଶକ୍ତି ସମ୍ପନ୍ନ ଅଟନ୍ତି | ତାଙ୍କର ପ୍ରତ୍ୟେକ ବାଣୀ ଶିଷ୍ୟକୁ ସୁନ୍ଦର ମୟ କରି ସମାଜରେ ପ୍ରତିଷ୍ଠିତ କରି ତୋଳିଥାଏ | କହିବାକୁ ଗଲେ ପ୍ରକୃତ ରେ ଗୁରୁଙ୍କର ମୁଖ ନିଃସୃତ ପ୍ରତ୍ୟେକ ବାଣୀ ଵା ପ୍ରତ୍ୟେକ ଶବ୍ଦକୁ ଆମ୍ଭେ ମାନେ ଗୁରୁମନ୍ତ୍ର

କହିପାରିବା | ଏ ବିଶ୍ୱ ବ୍ରହ୍ମାଣ୍ଡରେ ଭଗବାନ କେବଳ ଏକ ମାତ୍ର ଗୁରୁ ଯିଏ କି ଆମ୍ଭ ଙ୍କୁ ସତ, ଅସତ, କର୍ମ, ଅକର୍ମ, ବିକର୍ମ, କୁକର୍ମ,ସୁକର୍ମ, ଭକ୍ତି, ଜ୍ଞାନ, ବୈରାଗ୍ୟ ର ସମଷ୍ଟି ଗତ ଶିକ୍ଷା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆଚାର, ବିଚାର, ବ୍ୟବହାର, ପରିବାର ରୁ ସମାଜରୁ, ପକୃତି ରୁ ଗୋଟି ଗୋଟି କରି ଦେଇଥାନ୍ତି | ଶାସ୍ତ୍ର ରେ ଅଛି "ବ୍ରହ୍ମ ୟେବ ଗୁରୁ ରେବ ନା ପରଃ " ସ୍ୱୟଂ ପରଂ ବ୍ରହ୍ମ ହିଁ ଏକମାତ୍ର ଗୁରୁ ଓ ତାଙ୍କ ପ୍ରଦତ୍ତ ମନ୍ତ୍ର ହିଁ ଗୁରୁ ମନ୍ତ୍ର ଅଟେ | ଯେଉଁ ମନ୍ତ୍ର ଦ୍ୱାରା ମାନବ ନିଜକୁ

ପରମଆତ୍ମା ଙ୍କ ଆଡକୁ ଅଗ୍ରସରହୋଇ ପ୍ରତ୍ୟେକ ବସ୍ତୁ ର" ବ୍ରହ୍ମ "ଭାବ କୁ ପର୍ଯ୍ୟବେଶିତ କରି ପାରିବ | ଏହା ସହିତ ପ୍ରତ୍ୟେକNegative force କୁ ପ୍ରତିହତ କରି ପାରିବ |

ମହା ଭାରତ ରେ ଶ୍ରୀ ଅର୍ଜୁନ ସ୍ୱୟଂ ଶ୍ରୀ କୃଷ୍ଣ ଙ୍କ ପ୍ରତ୍ୟେକ ବାଣୀ କୁ ଗୁରୁ ମନ୍ତ୍ର ବୋଲି ଭାବି ନିଜକୁ ପ୍ରତିଷ୍ଠିତ ବୀର ଓ ଉପଯୁକ୍ତ ଶିଷ୍ୟ ବୋଲି ପ୍ରତି ପାଦିତ କରି ପାରିଥିଲେ |

   ଗୁରୁ ମନ୍ତ୍ର କୁ, କୌଣସି କର୍ମ କରିବା ପୂର୍ବରୁ ମନ ରେ ମନନ ଓ ଚିନ୍ତନ କରିବାକୁ ପଡିଥାଏ |

ମହା ଭାରତ ର କୁରୁକ୍ଷେତ୍ର ଯୁଧ୍ୟ ରେ ଯେତବେଳେ ସ୍ୱୟଂ ଗୁରୁ ମନ୍ତ୍ର ଭୁଲି ବିପଥ ଗାମୀ ହୋଇ ଥାନ୍ତି ସେତେବେଳେ ଗୁରୁଦେବ କୃଷ୍ଣ ତାଂକୁ କର୍ଣ୍ଣ ମନ୍ତ୍ର ରେ ପ୍ରାଞ୍ଜଳିତ କରି ପୁନର୍ବାର ସୁପଥ ଗାମୀ କରାଇ ଥାନ୍ତି |

  ତେଣୁ ଏଥିରୁ ଗୋଟିଏ କଥା ଶିଖିବାକୁ ମିଳେ ଯେ ଭଗବାନ ସଦା ସର୍ବଦା ଆମ କୁ ବିପଦ ପଥ ରୁ ସୁପଥ କୁ ଅଚିରେ ନେଇ ଆସି ପାରନ୍ତି ଯେତବେଳେ ତାଙ୍କ ପ୍ରଦତ୍ତ ବାଣୀ କୁ ମନ୍ତ୍ର ବୋଲି ଭାବି ଅନୁଶୀଳନ ଓ ମନନ କରି

ତାକୁ ଫଳ ରହିତ କାର୍ଯ୍ୟ ନିବିଷ୍ଟ

କରାଇ ପାରିବା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational