ଅହଂକାର ପତନସ୍ୟ କାରଣମ୍
ଅହଂକାର ପତନସ୍ୟ କାରଣମ୍
ଏକଦା ଜଣେ ମହିମା ମୟ ଗୁରୁ
ଶିଷ୍ୟ ମାନ ଙ୍କର ରିପୋର୍ଟିଂ ନେଉଥିଲେ । ସେହି ସମୟରେ ଜଣେ ଶିଷ୍ୟ ଙ୍କୁ ପଚାରିଲେ, ତୁମେ ଆଜି ଠାରୁ ଦଶ ବର୍ଷ ପୂର୍ବେ ଯେତେବେଳେ ମୋ ପାଦ କୁ ସେବା କରୁଥିଲ, ମନେ ମନେ କଣ ସବୁ ଭାବୁଥିଲ ।
ଶିଷ୍ୟ ଉତ୍ତର ଦେଲେ ମୋର କିଛି ଅଜ୍ଞା ମନେ ପଡୁନି ।
ସେହିଠୁ ଗୁରୁଦେବ କହିଲେ ତମେ ଭାବୁ ନଥିଲ ଯେ ମୋ ହାତ ଗୋଡ଼ ସବୁ ଗୁରୁଦେବ ଙ୍କ ଭଳି ହେଇ ଯାଇଥାନ୍ତା କି?
ଗୁରଦେବ ତ ଅନ୍ତର୍ଯ୍ୟାମୀ ସେ ସବୁକିଛି ଜାଣିପାରନ୍ତି ତେବେ ମୋର ସେଭଳି କାହିଁକି କରି ଦେଉ ନାହାନ୍ତି । ଗୁରୁ ଙ୍କର ପୂର୍ବ ଦଶ ବର୍ଷ ର ଏହି ସତ୍ୟ କଥାକୁ ଶିଷ୍ୟ ଟି ଯାଣି ଲଜ୍ୟା ରେ ମୁହଁ କୁ ତଳ କୁ କରି ବସି ରହିଲେ ।
ଏବଂ କହିଲେ ଗୁରୁଦେବ ମୁଁ ଏହିକଥା ସେତେବେଳେ ଭାବୁଥିଲି କିନ୍ତୁ ବର୍ତମାନ ଏଭଳି ଇଛା ମୋ ମନରେ ନାହିଁ ।
ଗୁରଦେବ କହିଲେ ଯଦି ତମରସେଭଳି ଇଛା ଥିଲା ତାହା ଆଜି ମୁଁ ପୂର୍ଣ୍ଣ କରିବି ଯେହେତୁ ତୁମେ ମୋର ଜଣେ ଭକ୍ତ ।
ସେ ତତକ୍ଷଣାତ ଯୋଗ ନିବିଷ୍ଟ ଚିତ୍ତ ରେ ତାଙ୍କ ଭକ୍ତ ଙ୍କ ଅଙ୍ଗକୁ ନିଜ ଅଙ୍ଗ ଭଳି କରିଦେଲେ ଏବଂ କହିଲେ ଯାଅ ଆମର ଧର୍ମ ଚତୁଃର୍ଦିଗରେ ପ୍ରସାରିତ କର ।
ଗୁରୁ ଙ୍କର ଏତାଦୃଶ ଭାବରୁ ଶିଷ୍ୟଟିର ଅଙ୍ଗରୁ ଚନ୍ଦନ ର ସୁଗନ୍ଧ ବାରି ହୋଇ ପଡିଲା ।
ଶିଷ୍ୟ ଗୁରୁଙ୍କ ଆଦେଶରେ ପ୍ରଫୁଲ୍ଲିତ ମନେ ଧର୍ମ ପ୍ରଚାର ରେ ବାହାରିଗଲେ ସତ, ମନରେ ଗର୍ବ ଅହଂକାର ଭରି ଉଠିଲା ନିଜକୁ ଜଣେ ମହାନ ସାଧୁ ବୋଲି ଚାରିଆଡେ କହିବୁଲିଲେ ଏବଂ ଭଗବାନ ଙ୍କର ସମସ୍ତ କର୍ମ କୁ କାଳ କ୍ରମେ ଭୁଲି ଚାଲିଲେ ।
କଥା ରେ ଅଛି ଭଗବାନ ସବୁ ସହ୍ୟ କରିପାରିବେ କିନ୍ତୁ କାହାରି ଅହଂକାର ଭାବ କୁ ସହ୍ୟ କରନ୍ତି ନାହିଁ । ଏଭଳି ସମୟ ଆସିଲା ଶିଷ୍ୟ ଟିର ଦେହ ରୁ ବାହାରୁଥିବା ଚନ୍ଦନ ର ଗନ୍ଧ ନଷ୍ଟ ହୋଇ ଯାଇ ଗୋବର ଗନ୍ଧ ର ବାସ୍ନା ଚତୁଃର୍ଦିଗରେ ଉକୁଟି ଉଠିଲା । ସମସ୍ତେ ଛି ଛି କରି ଛାଡି ଚାଲିଗଲେ ଏବଂ ସମସ୍ତେ ଭାବିଲେ ଇଏ ଗୋଟେ ଭଣ୍ଡ ।
ପ୍ରକୃତ କଥା ହେଲା ଯେ- କୌଣସି ଅବସ୍ଥା ରେ ପରମ ପୁରୁଷ ଙ୍କୁ ଛାଡି ଅନ୍ୟ କୌଣସି କାମନା ରଖିବା ଉଚିତ ନୁହେଁ ।
