ଦୃଢ଼ ପ୍ରତିଜ୍ଞା
ଦୃଢ଼ ପ୍ରତିଜ୍ଞା
ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କୁ ଶିକ୍ଷା ଦେବାକୁ ଯାଇ ଗୁରୁଦେବ କହିଲେ ନାମ ଜପ କର ଓ ତତ ସହ ତୁମେ ସାଧନା କର l
ଶିଷ୍ୟମାନେ ଗୁରୁଙ୍କର ଏହି ବାକ୍ୟ ଶୁଣି, ନିଜର ପ୍ରକୋଷ୍ଠକୁ ଯାଇ ଜପ ଓ ସାଧନା ଆରମ୍ଭ କଲେ l ମାତ୍ର ଲବ କୁଶ ଦୁହେଁ ଏ ସବୁ କିଛି କଲେନି l
ଦିନେ ଗୁରୁଦେବ ଲବ କୁଶଙ୍କୁ ଡାକି ପଚାରିଲେ, କାହିଁକି ତମେ କରୁନାହଁ -ଆଉ ଯଦି ନ କରିପାରୁଛ ତେବେ କୀର୍ତ୍ତନ କର l
ଲବ, କୁଶ ଦୁହେଁ ସନ୍ତପ୍ତ ଭାବରେ ଦଣ୍ଡାୟମାନ ହୋଇ ଗୁରୁଦେବଙ୍କୁ କହିଲେ -ଆମେ ଏସବୁ କରିକି ଦେଖିଛୁ ଯେ ଆମର ଏଥିରେ ଏକାଗ୍ରତା ଆସୁ ନାହିଁ l ଅତଏବ ଗୁରୁଦେବ ଆମେ ଏବେ କଣ କରିବୁ l
ଗୁରଦେବ କିଛି ସମୟ ଚିନ୍ତା କରି କହିଲେ ତମେ ସାଧନା କରିବା ପୂର୍ବରୁ "ଦୃଢ଼ ପ୍ରତିଜ୍ଞା" କର l
""ବିଶ୍ୱ ଯଦି ଚାଲି ଯାଏ କାହାରି କାନ୍ଦରେ
ତଥାପି ମୁଁ ବସିଥିବି
ନିଜେ,
କିଏ ଜାଣିବାରେ
ଏହା ମୋର ଦୃଢ ପ୍ରତିଜ୍ଞା
ଯାଣି ଥାଅ ବାରେ "
ବିଶ୍ୱ ଯଦି କାହାରି କାନ୍ଦରେ ଅଦୃଶ୍ୟ ହୋଇ ଯାଏ ତଥାପି ମୁଁ ସେ ପର୍ଯ୍ୟନ୍ତ ବସିଥିବି ନିଜକୁ ନିଜେ ଚିହ୍ନିବା ପାଇଁ l
