STORYMIRROR

Jagannath Das

Inspirational

3  

Jagannath Das

Inspirational

ଏକାକ୍ଷର ଭେଦ ତ୍ରିବିଧ

ଏକାକ୍ଷର ଭେଦ ତ୍ରିବିଧ

1 min
189


ଇଏ ଉପନିଷଦ ବର୍ଣ୍ଣିତ ବିଷୟ ବସ୍ତୁ ଉପରେ ଆଧାରିତ ସୁନ୍ଦର କାହାଣୀ l

ଥରେ ଦେବ, ମାନବ, ଦାନଵ ତିନିହେଁ ସୃଷ୍ଟି କର୍ତ୍ତା ପ୍ରଜାପତି ବ୍ରହ୍ମା ଙ୍କ ପାଖକୁ ଉପଦେଶ ନେବାକୁ ଯାଇ ଥିଲେ l ପ୍ରଜାପତି ବ୍ରହ୍ମା ସମସ୍ତଙ୍କୁ ଗୋଟିଏ ଅକ୍ଷର "ଦ" ଶୁଣାଇ ଧ୍ୟାନସ୍ଥହୋଇଗଲେ

କିଛି ସମୟ ପରେ ଧ୍ୟାନ ରୁ ଉଠି

ସ୍ୱୟଂ ପ୍ରଜାପତି ଦେବ ସମସ୍ତ ଙ୍କୁ ପଚାରିଲେ ତମେ ଦେବତା ଆଗ କୁହ ମୁଁ ଦେଇଥିବା" ଦ "ଅକ୍ଷର ରୁ କଣ ଶିଖିଲ

ଦେବତା ମାନେ କହିଲେ ହେ- ପ୍ରଭୁ ଆମେ ଦେବତା ମାନେ କାମୁକ, ବିଷୟ ବାସନା ର ସ୍ୱାଦ ରେ ଆମେ ବିମୋହିତ କାରଣରୁ

ଆପଣ ଦେଇଥିବା "ଦ "ରୁ ଆମେ ଦମନ ଶିଖିଲୁ ଏବଂ ଏହି "ଦ"ଶବ୍ଦ କୁ ଆମେ କାର୍ଯ୍ୟରେ ଲଗାଇବୁ।

ସେହିଭଳି ଦାନବଂକୁ ଦେବ ପ୍ରଜାପତିବ୍ରହ୍ମା ପଚାରିଲେ,

ଦାନବ କହିଲେ ପ୍ରଭୁ ଆମେମାନେ ମହାକ୍ରୋଧୀ ଓ ନିର୍ଦୟ ବି ମଧ୍ୟ ତେଣୁ ଆପଣ ଦେଇଥିବା "ଦ"ରୁ

ଦୟା ଶିଖିଲୁ ଓ ଉକ୍ତ "ଦ"କୁ ନେଇ

କାର୍ଯ୍ୟ ରେ ଲଗାଇ ଭଲ ହେବାକୁ ଚେଷ୍ଟା କରିବୁ।

ପୁଣି ପ୍ରଜାପତିବ୍ରହ୍ମଦେବ ,ମାନବଂକୁ

ଡାକି ପଚାରିଲେ ମୁଁ ଦେଇଥିବା "

"ଦ" ରୁ କଣ ଶିଖିଲ ?

ଉତ୍ତର ରେ ମାନବ କହିଲେ ଆମେ ଆଜ୍ଞା ବଡଲୋଭୀ ଏବଂ ସର୍ବଦା ଧନ ସଂଚୟରେ ଆମ ମନ,ଆମ ପିଲାଛୁଆ କେମିତି ଭଲରେ ଚଳିବେ କେମିତି ପରତଣ୍ଟିଚିପି ଘରବାଡି କରିବେ ତେଣୁ ଆପଣ ଦେଇଥିବା "ଦ"ରୁ ଆମ୍ଭେ -ଦାନ -ଶିଖିଲୁ ଏବଂ ଏହାକୁ ମଧ୍ୟ ସ୍ବତଃ କାର୍ଯ୍ୟ ରେ ଲଗାଇ ଖୁସି ରେ ଜୀବନ ଯାପନ କରିବୁ।

ବ୍ରହ୍ମଦେବ ଏସବୁ ଉତ୍ତର ସମସ୍ତଂକ ଠାରୁ ଶୁଣି ଠିକ୍ ବୋଲି ଭାବି ଅତ୍ୟନ୍ତ ପ୍ରୀତ ଓ ପ୍ରସନ୍ନ ହୋଇଗଲେ କାରଣ ଯେଝା ଅନୁଭବରୁ "ଦ"ଅକ୍ଷରକୁ କରିଥିବା ବ୍ୟାଖ୍ୟା ଉପର୍ଯ୍ୟୁକ୍ତ ଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational