STORYMIRROR

Paramita Mishra

Inspirational Abstract Others

1.6  

Paramita Mishra

Inspirational Abstract Others

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

2 mins
14.8K


ରୋଷେଇ ଘରର ଗରମ୍ ରେ ହାତରେ କରଚି ଧରି ଘଣ୍ଟା ଚାଲିଛି କିନ୍ତୁ କାନଟା ଅଛି ମଝି ଘରେ. ଶାଶୁ ପୁଅ କାନରେ କେଜାଣି କଣ ମନ୍ତ୍ର ପଢୁଛନ୍ତି. ରହି ରହି ଶୁଭୁଛି, "ହଇରେ ପୁଅ ସେ ପୁରୁଣା ଟଙ୍କା କଣ ଆଉ ଚଳୁନି,ପୁଣି ସେ ଏଟିଏମ ଆଗରେ ତ ଏଡେ ଲମ୍ବା ଲାଇନ।ଏବେ କ ଣ ଯେ କରିବା। ତ ପୁଅ ମୁରୁକି ହସା ଦେଇ କହିଲା ଚିନ୍ତା କରନା ବୋଉ ଏ ଦେଖ ମୁଁ ଏବେ ଏସବୁ ଗଣୁଥିଲି, ପୁରା ପନ୍ଦର ହଜାର ଟଙ୍କା ଅଛି। ଏତେ ଗୁଡିଏ ଖୁଚୁରା ଟଙ୍କା ଆଉ ଏ ଟଙ୍କା ବି ଏବେ ଚଳିବ ବୁଝିଲୁ. ଆମର ଚଳିବାକୁ କିଛି ଅସୁବିଧା ହେବନି। ବୋଉ ତାଟକା ଚାହିଁ କହିଲେ ସକାଳେ କେତେ ଚିନ୍ତିତ ଥିଲୁ ଏବେ ହଠାତ ଏତେ ପଇସା କୋଉଠୁ ଆସିଲା। ଆରେ ତୋ ବୋହୂ ରଖିଥିଲା ଏସବୁ।ପୁଅ କହିଲା, ମାଆ କାବା ହୋଇ କହିଲେ ଆଁ କଣ ବୋହୂ? ହଇରେ ଏମିତି ରେ ତ ତତେ ସିଏ ସର୍ବଶାନ୍ତ କରିଦେବ। ତୋ ପକେଟ୍ ରୁ ନେଇ ଏତେ ପଇସା ରଖିଥିଲା।ତାହେଲେ ଏ ଚୋରି ବିଦ୍ଯା ରେ ବି ନିପୁଣ ଆମ ବୋହୂ।

ଆଖିରୁ ଲେମ୍ୱୁ ରସତକ ତରକାରୀର ସ୍ୱାଦ ଖରାପ କରିବାକୁ ଉଦ୍ୟତ ହେଉଥିଲେ କିନ୍ତୁ ଉତ୍ସୁକ ଥିଲେ ଶୁଣିବାକୁ ସ୍ବାମୀ କଂ ଉତ୍ତର।

ଉତ୍ତର ରେ ସ୍ବାମୀ କହିଲେ ମାଆ ଖାଲି ସେତିକି ନୁହେଁ କେବେ ଯଦି ମୁଁ ତା ଠୁ କିଛି ଟଙ୍କା ନେଇଥାଏ ତ ସାତକୁ ସତୁରି କହି ନେଇଯାଏ। ଖାଲି କଣ ଚୋରି,

ସେ ଟଙ୍କା୍କୁ ଏମିତି ଜାଗାରେ ଲୁଚାଇବ ଯେ ଖୋଜିଲେ ବି ପାଇବନି।

ଟିକେ ନିରବ ହୋଇ କହିଲେ, ଆଉ ଜାଣିଛ ବୋଉ ଏତେ ଟଙ୍କା ରଖିବି ନିଜ ପାଇଁ ଗୋଟେ ପଇସାଟେ ଖର୍ଚ୍ଚ କରିନି। ଯେମିତି ଜାଣିଲା ମୋର ଏ ଅବସ୍ଥା ଯେ ବ୍ଯାଙ୍କ ରୁ ଟଙ୍କା ଉଠାଇ ପାରିବିନି ଆଉ ଘରର ସବୁ ଖର୍ଚ ଅଛି ସାଂଗେସାଂଗେ ସବୁ ଟଙ୍କା କାଢି ମୋତେ ବଢାଇଦେଲା।

ତୁମର ମନେ ଅଛି ବୋଉ, ଯେତେବେଳେ ମୋ ଜମି କିଣା ହେବାର ଥିଲା ତୁମ ବୋହୂ ନିଜ ବାପ୍ ଘରୁ ଆଣିଥିବା ଗୋଟିଏ ବୋଲି ହାର ମୋ ପାଇଁ ବନ୍ଧା ପକେଇଦେଲା ଆଉ ଆଜି ଯାଏଁ ଖାଲି ବେକରେ ଅଛି ତେବେ ଆମର କର୍ତ୍ତବ୍ୟ ନୁହଁ ଆମେ ତାକୁ ବିଶ୍ବାସ କରିବା। ଯଦି ସେ ଦେଲାବେଳେ ନିଜର ଥିଲା ତ ନେଲାବେଳେ ନିଜର କାହିଁକି ନୁହଁ ବୋଉ।

ବୋଉ ଗୃହଲକ୍ଷ୍ମୀ ପାଖେ ଲକ୍ଷ୍ମୀ ରହିଲେ ଘର କେବେ ଲକ୍ଷ୍ମୀ ଛଡା ହେବନି। ତେଣୁ ମୁଁ ଜାଣି ଶୁଣି ପର୍ସ ତା ପାଖେ ଛାଡିଦିଏ। ବୋଉ ତୁମେ ସ୍ତ୍ରୀ ମାନେ ତୁମର ସବୁକିଛି ଛାଡି ଜଣେ ପର ପୁରୁଷ କୁ ବିଶ୍ବାସ କରି ନିଜର ସବୁକିଛି ତା ଉପରେ ଉତ୍ସର୍ଗ କରିଦିଅ। ଆଉ ଏ ସବୁ ତୋ ଉପରେ ବି ଲାଗୁ ହୁଏ ବୋଉ। ମୋ ପର୍ସ ଉପରେ ତୁମ ଦୁଇଜଣଙ୍କ ସମାନ ଅଧିକାର ଅଛି। ମାଆଙ୍କ ଆଖିରେ କିଛି ଓଦା ଥିଲା ତ ପୁଅ କହିଲେ ବୋଉ ପର୍ସ ପୁରା ଖାଲି କରିବନି ମୁଁ ପୁଣି ଖାଲି ପର୍ସ ଧରି ଅପଦସ୍ତ ନହୁଏ। "

ସ୍ବାମୀଙ୍କ ଉତ୍ତର ସ୍ତ୍ରୀ ମନକୁ ପାଇଲା। ତରକାରୀ ଟା ଲୁଣି ହଉହଉ ରକ୍ଷା ପାଇଲା।

ପରମିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational