ଗୋଟେ କୁଆର କାହାଣୀ
ଗୋଟେ କୁଆର କାହାଣୀ
ଖରାଦିନର ସମୟ ଥିଲା । ଗୋଟେ କୁଆ ଆକାଶରେ ଉଡି ଉଡି ଆସୁଥିଲା ବହୁତ ଦୂରରୁ । ତାକୁ ବହୁତ ଶୋଷ ଲାଗୁଥିଲା ତା ପାଟି ଶୁଖି ଯାଉଥିଲା ।
ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଉଡି ଉଡି ପାଣି ଖୋଜୁଥିଲା । କିନ୍ତୁ କୌଣସି ଜାଗାରେ ବି ପାଣି ଦିଶୁ ନ ଥିଲା ତାକୁ ।
ଖରାଦିନ କାରଣରୁ ସବୁ ପୋଖରୀ ,ଜଳାଶୟ ସୁଖୀ ଯାଇଥିଲା ।
ବହୁତ ଖୋଜି ଖୋଜି ହଇରାଣ ହେଲା ପରେ ତାକୁ ଗୋଟେ ମାଟିର ପାତ୍ର ଦିଶିଲା ଗୋଟେ ଘର ପାଖରେ । ସେ ମାଟିର ପାତ୍ର ପାଖକୁ ଗଲା ।
ମାଟିର ପାତ୍ର ଭିତରକୁ ଦେଖିଲା । ତା ଭାଗ୍ୟକୁ ମାଟିର ପାତ୍ର ଭିତରେ ଅଳ୍ପ ପରିମାଣରେ ପାଣି ଥିଲା କିଛି ପାଣି ଥିଲା । କିନ୍ତୁ ଦୁଃଖର କଥା ତା
ଥଣ୍ଟ ସେ ପାଣି ପାଖକୁ ପହଞ୍ଚୁ ନ ଥିଲା ।
ସେ ପାତ୍ରରୁ ପାଣି କେମିତି ପିଇବ ଭାବିଲା,ତା ଶୋଷ କେମିତି ମେଣ୍ଟିବ ଭାବିଲା ।
ହଠାତ ତାକୁ ଗୋଟେ ଉପାୟ ମନରେ ଆସିଲା । ସେ ମାଟି ପାତ୍ର ଆଖ ପାଖରେ ଥିବା ଛୋଟ ଛୋଟ ଗୁଡ଼ି ମାଟିକୁ ଆଣିକି ସେ ମାଟିର ପାତ୍ର
ଭିତରେ ପକେଇଲା ।ଧୀରେ ଧୀରେ ପାଣି ଉପରକୁ ଉଠିବାରେ ଲାଗିଲା । ପାଣି ପୁରା ଉପରକୁ ହେବ ପରେ କୁଆ ମନ ଖୁସିରେ ପାଣି ପିଇଲା ।
ଆଉ ଖୁସିରେ କାଉ କାଉ କରି ସେ ଦୂର ଆକାଶକୁ ଉଡ଼ିଗଲା ।
ଶିଖିବା କଥା -"ଇଛା ଥିଲେ ,ଉପାୟ ଅଛି"