STORYMIRROR

amulya bhoi

Romance

4  

amulya bhoi

Romance

ଗୋଟେ ଅଧୁରା ପ୍ରେମ କାହାଣୀ

ଗୋଟେ ଅଧୁରା ପ୍ରେମ କାହାଣୀ

4 mins
340


କିଛି ଦିନ ଆଗରୁ ନୁଆଖାଇ ପାଇଁ ଘରକୁ ଯାଇଥିଲି । ସବୁଥର ପରି ନୃସିହନାଥ ମନ୍ଦିର ବୁଲିବାକୁ ଯାଇଥିଲି । ଏଥର ଘଟଣା ଟେ ଘଟିଗଲା । ସିଂହଦ୍ବାର ନିକଟରେ ଠିଆ ହୋଇ ଫଟୋ ନେବା ସମୟରେ ଲାଗିଲା କେହି ଜଣେ ନିଜର ଆଖ ପାଖରେ ଅଛି । ଧ୍ୟାନ ନ ଦେଇ ଫେରୁଥବା ସମୟରେ ଲାଗିଲା ପଛରୁ ସତେ ଯେମିତି କିଏ ଜଣେ ଡାକୁଛି । ମନର ଭାବନା ଭାବି ପୁଣି ଆଗକୁ ବଢ଼ିବାରେ ଲାଗିଲା ବେଳ କୁ ଶୁଭିଲା,ଆକାଶ ଆକାଶ ରହିଯା, ମୁଁ ଆଉ ପାରୁନି ଗୋଡ଼େଇ ଗୋଡ଼େଇ ଥକି ପଡ଼ିଲିନି ଆକାଶ ପ୍ଲିଜ୍ ରହିଯା ନହେଲେ ମାେ ରାଗ ଦେଖିବୁ ।

ଏ ଡାକ ଏ ସ୍ୱର ଏ ଆତ୍ମିୟତା କାହିଁକି କେଜାଣି ସବୁ କିଛି ନିଜର ଲାଗୁଥିଲା । ଅନେକ ସାହସ ସଞ୍ଚୟ କରି ପଛକୁ ଫେରି ଚାହିଁ ଦେଖିଲି, ଇସିକା ସିଂହ ଦୌଡ଼ି ଦୌଡ଼ି ଆସୁଛି ମୋ ଆଡ଼କୁ ।


ଅତୀତ ଯେତେବେଳେ ବର୍ତ୍ତମାନ ପାଖକୁ ଆସେ କେମିତି ଲାଗେ ତାହା ସେତେବେଳେ ମତେ ଅନୁଭବ ହେଉଥିଲା । ହଁ ଇଶିକା ସିଂ ମାେ କଲେଜ ସମୟର ବାନ୍ଧବୀ । ବାନ୍ଧବୀ କହିଲେ ତ ଠିକ୍ ହେବନି କାରଣ ଆମ ଭିତରେ କିଛି ଥିଲା ଯାହା ଆମକୁ ବନ୍ଧୁ ଠାରୁ ଆଗକୁ ନେଇ ଯାଇଥିଲା । ସେ ମୋ ପ୍ରେମିକା ଥିଲା ୩ ଅାରମ୍ଭ ସମୟରେ ଆମର ବନ୍ଧୁତ୍ବ ଅାରମ୍ଭ ହୋଇଥିଲା ଆଉ କିଛି ଦିନ ଭିତରେ ତାହା କେମିତି ପ୍ରେମରେ ପରିବର୍ତ୍ତନ ହୋଇଥିଲା ତାହା ଆମେ ପାଇଁ ବି ଅଜଣା ଥିଲା ।


କଲେଜ ପଢ଼ା ଶେଷ ହେବା ପରେ ବି ସଂପର୍କରେ କିଛି ଫରକ ପଡି ନଥିଲା ଅାମେ ରେଗୁଲାର ଦେଖା କରୁଥିଲୁ ଆଉ ଫୋନ୍ ରେ ବି କଥା ହେଉଥିଲୁ ଅାମେ ଅନେକ ସ୍ଵପ୍ନ ଦେଖିଥିଲୁ ଆମ ଭବିଷ୍ୟତକୁ ନେଇ ହେଲେ ଭାଗ୍ୟ ରେ ହୁଏତ ଅଲଗା ହେବା ଲେଖା ହୋଇଥିଲା । କିଛି ସମୟପରେ ମୁଁ କମ୍ପିଟିଟିଭ୍ ଟିଉସନ ନେବା ପାଇଁ ସମ୍ବଲପୁର ଚାଲିଗଲି ହେଲେ କଥାବାର୍ତ୍ତା ଚାଲିଥିଲା । ୟା ଭିତରେ ତା ବଡ଼ ଭଉଣୀ ର ବାହାଘର ଠିକ୍ ହୋଇଗଲା ମତେ ବି ଡକା ଯାଇଥିଲା ଆଉ ମୁଁ ଯାଇ ବି ଥିଲି । 

ବାହାଘର ଠିକ୍ ପୁର୍ବ ଦିନ ଗୋଟେ ବଡ଼ ଅଘଟଣ ଘଟିଗଲା । ଯାହା ଅନେକ ଲୋକଙ୍କ ସ୍ୱପ୍ନ ଭାଙ୍ଗି ଦେଲା ଆଉ ଆମ ପ୍ରେମର କାହାଣୀ କୁ ଅଧାରେ ସମାପ୍ତ କରିଦେଲା ।  


ସେଦିନ ସକାଳୁ ବଡି ଭୋରରୁ ଘର ଲାଣ୍ଡଲାଇନ କୁ ଫୋନ୍ ଆସିଲା ଆଉ ଯେମିତି ସକାଳ ପ୍ରାୟ ଫୋନ୍ ମାଁ ଉଠାନ୍ତି ସେ ଉଠେଇ କଥାହେବା କିଛି ସମୟ ପରେ ମୋ ରୁମକୁ ଆସିଲେ ଆଉ କହିଲେ,

ଆକାଶ ଉଠ କେତେ ସମୟ ଶୋଇବୁ ?

ମାଁ ଅନେକ ଦିନ ପରେ ଟିକେ ଶୋଇବାକୁ ସମୟ ମିଳିଛି ଶୋଇବାକୁ ଦେଉନୁ ମୁଁ ଆଖି ବନ୍ଦକରି ଉତ୍ତର ଦେଲି ।ମାଁ କହିଲେ, ଆରେ ଉଠ ତୋ ସେ ସାଙ୍ଗ ଇସିକା ର ବାପା ଫୋନ୍ କରିଥିଲେ ତତେ ସାଙ୍ଗେ ସାଙ୍ଗେ ଯିବାକୁ ହେବ ଏଥର ମାଁ ସ୍ୱର ଗମ୍ଭୀର ଲାଗିଲା ମୁଁ ଅନିଚ୍ଛା ସତ୍ତ୍ବେ ଉଠି ବାଥରୁମ ଗଲି ସାୱାର ନେଇ ବାହାରିବା ବେଳକୁ ମାଁ ହାଲକା ଜଲଖିଆ କିଛି ଦେଲେ ମୁଁ ଖାଇ ସାରିବା ପରେ ଇସିକା ଘରକୁ ଚାଲିଗଲି । ରାସ୍ତା ସାରା ଭାବୁଥିଲି ବାହାଘର ତ ରାତିରେ ହେବ ମତେ ଏତେ ସକାଳୁ କାହିଁକି ଫୋନ୍ କରି ଡକେଇଲେ ? ଅନେକ ଆଶଙ୍କା ପ୍ରଶ୍ନ ମୋ ମନରେ ଆସୁଥିଲା ହେଲେ କିଛି ବି ଠିକ୍ କରି ପାରୁନଥଲି । ଏମିତି କିଛି ସମୟ ପରେ ମୁଁ ତାଙ୍କ ଘରେ ପହଞ୍ଚି ଦେଖିଲି ସମସ୍ତେ ଗୋଟେ ରୁମ୍ ରେ ଚୁପ୍ ଚାପ୍ ବସିଛନ୍ତି କାହା ସହିତ କଥା ହେବି ବୁଝି ପାରୁ ନଥିଲି । ଏହି ସମୟରେ ଇସିକା ବାପା ମତେ ଦେଖି ଠିଆ ହେଲେ ପାଖକୁ ଆସି କହିଲେ ଆକାଶ ତୁମ ସହିତ କିଛି କଥା ଅଛି ।ମୁଁ କହିଲି ଠିକ୍ ଅଛି ଅଙ୍କଲ କୁହନ୍ତୁ । ସେ କିଛି ନ କହି ମତେ ଅନ୍ୟ ଏକ ରୁମକୁ ନେଇ ଗଲେ ଆଉ କହିଲେ, ଆକାଶ 

ସ୍ମିତା କାଲି ରାତିରେ ଘର ଛାଡ଼ି ତା ପ୍ରେମିକ ସହ ଚାଲି ଯାଇଛି ଏବେ ତୁମେ ହିଁ ଆମକୁ ସାହାଯ୍ୟ କରିପାରିବ ! ଏହା କହି ସେ ମୋ ଦୁଇ ହାତ କୁ ଧରି ଅନୁରୋଧ କରିବା ମୁଦ୍ରା ରେ ଆସିଗଲେ ।

ମୁଁ କହିଲି ଅଙ୍କଲ ମୁଁ ଆପଣଙ୍କ ପରିସ୍ଥିତି ବୁଝି ପାରୁଛି ହେଲେ ମୁଁ କେମିତି ସାହାଯ୍ୟ କରିପାରିବି ତାହା ବୁଝି ପାରୁନି ।ସେ ଯାହା କହିଲେ ଶୁଣି ମୋ ପାଦ ତଳୁ ମାଟି ଖସି ଗଲା ।ସେ କହିଲେ, ବର ଘର ଲୋକେ କହୁଛନ୍ତି କି ସ୍ମିତା ଯାଗାରେ ଇସିକା ର ବାହାଘର ସେ ପୁଅ ସହ କରାଯାଉ ପରିବାର ର ଇଜ୍ଜତ ବଞ୍ଚେଇବା ପାଇଁ ଆମେ ସମସ୍ତେ ରାଜି ହେଲେ ଇସିକା ମନା କରୁଛି । ତୁମେ ତାର ଏତେ ଭଲ ବନ୍ଧୁ ତୁମେ କହିଲେ ସେ ମନା କରିବନି ପ୍ଲିଜ ଆମ ଘରର ଇଜ୍ଜତ ବଞ୍ଚେଇବା ପାଇଁ ତାକୁ ମନେଇ ଦିଅ ।ନହେଲେ ଆମ ପାଖରେ ଆତ୍ମହତ୍ୟା ଛଡ଼ା କିଛି ଉପାୟ ରହିବନି ଏତିକି କହି ସେ ମୋ ସାମନାରେ ଛୋଟ ଛୁଆ ଙ୍କ ପରି କାନ୍ଦିବାକୁ ଲାଗିଲେ । ମୁଁ ଠିକ୍ ଅଛି କହି ନିଜ ଭଲ ପାଇବାକୁ ବିବାହ ବେଦୀ ରେ ପୁର୍ଣ୍ଣାହୂତି ଦେବା ପାଇଁ ଇସିକା ରୁମକୁ ବଢ଼ିବାରେ ଲାଗିଲି ପାଦ ଆଗକୁ ବଢାଇବାର ସାହସ ହେଉ ନଥିଲା ହେଲେ ଅନ୍ୟ କିଛି ବାଟ ବି ନଥିଲା ।

ଇସିକା ରୁମକୁ ଯାଇ ଦେଖିଲି ସେ ଗୁମ ହୋଇ ବସିଛି ହୁଏତ ସେ ମୋ ଆସିବା ଉଦ୍ଦେଶ୍ୟ ଜାଣି ସାରିଥିଲା । ଅନେକ ସମୟ ବୁଝେଇବା ପରେ ଶେଷରେ ସେ ବୁଝି ଥିଲା ହେଲେ ମୋ ପାଖରେ ଗୋଟେ ସର୍ତ୍ତ ରଖିଥିଲା ବାହାଘର ପରେ ସେ ମୋ ସହ କିଛି ବି ସମ୍ପର୍କ ରଖିବନି ଯଦି କେବେ ସାମ୍ନା ବି ହେବ ତ ଆମେ କେହି କାହାକୁ ଚିହ୍ନିବୁନି । 

ତା ସର୍ତ୍ତରେ ରାଜି ହେବା ଛଡ଼ା ମୋର କିଛି ଉପାୟ ନଥିଲା । ସେଦିନ ରାତିରେ ତାକୁ କନିଆଁ ବେଶ ରେ ଦେଖିଥିଲି ବହୁତ ସୁନ୍ଦର ଦେଖା ଯାଉଥିଲା ସତେ ଯେମିତି ସ୍ୱର୍ଗ ର ପରୀ । ତା ପରେ ଆଉ ଦେଖା ହୋଇ ନଥିଲା କେବେ...

ଆକାଶ ଆକାଶ ରହିଯା ମୁଁ ଭାବନା ରାଜ୍ୟ ରୁ ଫେରି ପଛକୁ ଫେରି ଚାହିଁ ଦେଖିଲି ଇସିକା ଗୋଟେ ଛଅ ସାତ ବର୍ଷର ଛୁଆ ପଛରେ ଧାଉଁଛି ଆଉ ମତେ ଦେଖି ବି ନ ଦେଖିବାର ଅଭିନୟ କରୁଛି । 

ଅନିଚ୍ଛା ସତ୍ତ୍ବେ ମୋ ଆଖିରୁ ଅଜାଣତରେ କିଛି ଟୋପା ଲୁହ ଝରୁଥିଲା ଆଉ ଫେରିବା ସମୟରେ ମୁଁ ନିଜକୁ କହୁଥିଲି,


और कितनी मोहब्बत तुझे चाहिए आकाश,

मां ओं ने अपने बच्चो के नाम तेरे नाम पे रख दिए


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance