STORYMIRROR

Mr.GAGAN BIHARI NAYAK

Inspirational

4  

Mr.GAGAN BIHARI NAYAK

Inspirational

ଗଙ୍ଗା

ଗଙ୍ଗା

5 mins
0

      ପୂର୍ବ ଦିଗରେ ଉଦୟ ଅରୁଣ ଲାଲିମା କିରଣ ଛୁଇଁ ଯାଉଛି ଜୀବ ଜଗତ । କ୍ରମଶଃ ଚଳ ଚଞ୍ଚଳ ହୋଇ ଉଠୁଛି ସହରର ପରିବେଶ। ବ୍ୟସ୍ତ ବହୁଳ ସହର ନିଦ ଭାଙ୍ଗେ ଯାନ୍ତ୍ରିକ ଯାନବାହନ ଯାତାୟତରେ। ସକାଳୁ ସକାଳୁ ଡାଇବେଟିସ ରୋଗୀଙ୍କ ଲମ୍ବଧାଡ଼ି ରାଜା ରାସ୍ତା ପରେ । ଗଙ୍ଗା ହାତରେ ଝାଡୁ ଧରି ସଫେଇରେ ବ୍ୟସ୍ତ । ଘର ଆଗରେ ଠିଆ ହୋଇ ସାମ୍ବାଦିକ ଭାଗୀରଥି ବାବୁ ଗଙ୍ଗାର ନିରବଛିନ୍ନ ସେବା ଦେଖି ମନ ତରଳି ଗଲା । କାହିଁକି କେଜାଣି, ଗଙ୍ଗା ବିଷୟରେ ଜାଣିବାକୁ ଡାକିଲେ- ଗଙ୍ଗା ତୁମକୁ ଯାହା ଟଙ୍କା ମିଳୁଛି ସେଥିରେ ମାସକ ଚଳିବା ହେଇ ଯାଉଚି । ଗଙ୍ଗା, ଟିକେ ହସି କହିଲା- ନାଇଁ ଆଜ୍ଞା। ସେଥିରୁ କିଛି ଠିକାଦାରକୁ ଦେଲାପରେ ଯାହା ବଞ୍ଚେ । ଚଳିବା ବଡ କଷ୍ଟ ହୁଏ,ବଞ୍ଚିବାକୁ ନିତି ମରିବାକୁ ପଡ଼େ ବୋଲି, ଏଇ କାମ କରି ଚାଲିଛି ତାଛଡା, ଆପଣମାନଙ୍କ ସହିତ କଥା ବାର୍ତ୍ତା ଦି' ପଦ ହୋଇଗଲେ ପେଟ ପୁରି ଉଠେ। ଆପଣମାନଙ୍କ ସ୍ନେହଭରା କଥା ଆଉ ଭଲପାଇବା ଆମକୁ ବଞ୍ଚେଇ ରଖିଚି।ନିତି ଦିନ ଦୁଃଖ ସୁଖ ବାଣ୍ଟିବାରେ ଯେଉଁ ଆନନ୍ଦ ମିଳେ ସେଥିରେ ଦିନ ସାରା କରିଥିବା ପରିଶ୍ରମ ଭୁଲିଯାଏ । ସ୍ମିତ ହସ ଚେନାଏ ଓଠରେ ଫୁଟେଇ ଦେଇ ସେଦିନ ଗଙ୍ଗା ଚାଲି ଯାଇଥିଲା କିନ୍ତୁ ବିଶିଷ୍ଟ ଓ ବରିଷ୍ଠ ସାମ୍ବାଦିକ ଭାଗୀରଥି ବାବୁଙ୍କ ମନ ଭିତରେ ତିଆରି କରି ଦେଇ ଥିଲା ଭଲ ପାଇବାର ଘରଟିଏ । ସାମ୍ବାଦିକ ଭାଗୀବାବୁ ଭାବୁଥିଲେ,ଏଇ ଦେଶରେ ଥିବା ଅନେକ ଦୁସ୍ଥଙ୍କ କଥା, ଏ ଦେଶର ପାଣି ପବନରେ ନିଜକୁ ଜଣେ ଜଣେ ସଫଳ ବ୍ୟକ୍ତିତ୍ଵ ଗଢି ତୋଳିବା ପରେ ଭାରତକୁ ପର କରି ବିଦେଶରେ ରହି ଏଦେଶକୁ କିଏ କେତେ ପର କରି ବିଦେଶୀ ହୋଇ ଯାଇଛନ୍ତି । କିଏ ବାହାର ଦେଶରୁ ଆସି ଏ ପବିତ୍ର ଦେବ ଭୂମିରେ ବସତି ସ୍ଥାପନ କରି ଭାରତୀୟ ବୋଲି ପରିଚୟ ଦେଇ ଏହାର ଶିକ୍ଷା, ନ୍ୟାୟ, ଶାସନ ଓ ଆଶ୍ରମ କରି କୋଟିପତି ହୋଇ ଗଲେ । କିଏ ନେତ୍ରୀ, ଅଭିନେତ୍ରୀ ହୋଇ ଗଲେ । ଭାରତର ଦୁସ୍ଥ ଲୋକଙ୍କ ସେବାରେ ବ୍ରତୀ ହୋଇ କିଏ ଶ୍ରେଷ୍ଠ ସନ୍ୟାସିନୀ ହୋଇ ଗଲେ।ଆଉ କେତେକ ଧର୍ମ କୋଠିର ଧର୍ମ ଧ୍ୱଜାଧାରୀ ଇଶ୍ୱରୀ ହୋଇଗଲେ । ଯିଏ କିଛି ନ ପାଇଲେ କୋଟିପତି ହେଲା ଲାଳସାରେ ଭାରତ ମାତା ସହିତ ବିଶ୍ୱାସଘାତକତା କଲେ । କିଏ କେବେ ଦେଶର ଗୁପ୍ତଚର କାମ କରି ଗଲା ତ କିଏ ଶତ୍ରୁ ଦେଶ ଲୋକଙ୍କ ସହିତ ମିଶି ମାଆ,ମାତୃଭାଷା ଓ ମାତୃଭୂମିକୁ କଳଙ୍କିତ କଲା। ଆଉ ଏ ଗଙ୍ଗା....!!! ଏ ମାଟିକୁ ଏତେ ଭଲ ପାଏ ବୋଲି ତା ଦେହରେ ଲାଗିଥିବା ମଇଳା ପ୍ରତ୍ୟେକ ସକାଳେ ଝାଡୁ ଧରି ସଫା କରୁଛି । ଏଠାରେ ମାଟି ମାଆକୁ କିଏ ବିଦିର୍ଣ୍ଣ୍ କରୁଛିତ କିଏ ବିବର୍ଣ୍ଣ୍ କରୁଛି। କିଏ ଗୁପଚର୍ ହୋଇ ତାକୁ ସହିତ ଧୋକା ଦେଉଛି । କିଏ ଭ୍ରଷ୍ଟାଚାର କାମ କରି ବଡ ବଡ କୋଠା କିଣି ସାତ ପୁରୁଷକୁ ଧନ ସଞ୍ଚୟ କରି ଅୟସରେ ବଞ୍ଚି ଯାଉଛି । ହେଲେ ଗଙ୍ଗା... ପଚାର କିଏ ତାକୁ କିଏ ବା ତାର ଅତି ଆପଣାର । ସେ ଆଉ ତା ହାତରେ ଥିବା ଜୀବନ ଜୀବିକାର ସେଇ ଝାଡୁ ସର୍ବସ୍ବ । ସବୁଦିନ ଭଳି,ଗଙ୍ଗା ସଫେଇ କାମ ସାରି ଚାଲି ଯାଇଥିଲା ସେଦିନ। ତାପର ଦିନ ସେଇ ଜୀବନ ଜୀବିକାର ଚିନ୍ତା । ଚା' ଦୋକାନ ପାଖରେ ଠିଆ ହୋଇ ଦେଖୁଛି ସହରୀ ବାବୁ ମାନଙ୍କ ପୁଅ ଝିଅଙ୍କ ଅବାଧ ମିଳାମିଶା ଭିତରେ ଦରପୋଡ଼ା ସିଗାରେଟ ସହିତ ମୃଦୁ ପାନୀୟ କିମ୍ବା ଗରମ ଚା ସହିତ ସିଗାରେଟ ପିଇ ମଜା ନେବାର ଦୃଶ୍ୟ । ସେ ସିଗାରେଟ ଧୁଆଁରେ ଅଣନିଃଶ୍ବାସୀ ଧୂମୀଳ ମନେ ମନେ ଅଭିଶାପ ଦେଉଥିବ ଏଇ ବଡ ବଡ ଭଦ୍ରଲୋକଙ୍କ ପିଲାମାନଙ୍କୁ । ବୃଥା ଭାବନାରେ ଆନନ୍ଦ ମିଲେନା ଭାବି ନିଜ ସଫେଇରେ ବ୍ୟସ୍ତ ରହିଲା ଗଙ୍ଗା । ଆଖିରେ ତାର ଛଳ ଛଳ ଦୟା ଓ କରୁଣାର ଅଶ୍ରୁ ସେ ଯେମିତି ଏ ଜଗତ ଉଦ୍ଧାର ପାଇଁ ଜନ୍ମ ନେଇଛି ଆଉ ସଫା କରୁଛି ଏଇ ଭଳି ମଇଳା ଲୋକଙ୍କ ଆବର୍ଜନା । ଯିଏ କୁଢ଼ କୁଢ଼ ମଇଳା କରନ୍ତି ଏଇ ଧରା ତଳେ...। କେତେବେଳୁ ସାମ୍ବାଦିକ ଭଗୀବାବୁ ଘର ବାଲୋକୋନିରେ ଠିଆ ହୋଇ ଏକ ଲକ୍ଷରେ ଗଙ୍ଗାକୁ ଚାହିଁଛନ୍ତି। ଦେଖୁଛନ୍ତି ତା ଝାଡୁ ସ୍ପର୍ଶରେ କେମିତି ଧୂଳିକଣା ଉଡ଼ି ଯାଉଛି । କାମ ସାରି ଗଙ୍ଗା ସାମ୍ବାଦିକଙ୍କୁ ଚାହିଁ ହସି ଦେଲା । କହିଲା, ଦେଖୁଛନ୍ତି ବାବୁ!!! ଦେଶର ବିଦେଶୀ ଚାଲି ଚଳଣି କେମିତି? ଆମ ପରିଚୟ ଜାଣିବା ପରେ, ଆମକୁ ପ୍ରତ୍ୟାଖାନ କରୁଥିବା ଲୋକେ ପରା ବିଦେଶୀ ଚଳନ ଶୈଳୀରେ ବିଦେଶୀ ହୋଇ ଗଲେଣି । କେବଳ ନିଜକୁ ବଦଳେଇ ଏଠାରେ ସ୍ୱଦେଶୀ ପରିଚୟ ଦେଉଛନ୍ତି । ସ୍ଵଭାବ ଦେଖନ୍ତୁ କେମିତି? କୋଉ ଗୁଣରେ ସ୍ୱଦେଶୀ ଗୁଣ ଅଛି ତାଙ୍କର । ସେଇ ବିଦେଶୀ ଚାଲି ଚଳଣୀ ରେ ଛନ୍ଦି ହୋଇ ନିଜକୁ ମୁକାଳି ପାରୁ ନାହାଁନ୍ତି ବୋଲି ସାଂସାରିକ ଜୀବନ କେମିତି ଭୟାବହ । ସେମାନେ ଗୋଟିଏ ଗୋଟିଏ ପୋକ ଝିଞ୍ଜରା କାଠ ହୋଇ ସମାଜରେ ବଞ୍ଚିଛନ୍ତି । ପୁଅ କୋଉଠି ଝିଅ ଆଉ କୋଉଠି, କିଏ ପ୍ରେମିକ ପ୍ରେମିକା ଦ୍ଵାରା ପ୍ରତାରିତ ହୋଇ ଆତ୍ମହତ୍ୟା କଲାଣି ତ କିଏ ନିଶା ଖୋର୍ ହୋଇ ଜେଲ ଗଲାଣି । କିଏ ନିଜ ଧର୍ମକର୍ମ ଭୁଲି ଗଲାଣି ଆଉ କିଏ କୋଉ କୋଠିରେ ନିଜକୁ ବିକି ସାରିଲାଣି । ଆଉ ଏଇ ଗଙ୍ଗା, ଏମିତି ଚଳ ଚଞ୍ଚଳ ତା ଭାରତ ମା'ର ଗେହ୍ଲେଇ ଝିଅ ଭଳି ବହି ଆସୁଚି କେଉଁ ଅବାହନି କାଳରୁ । ଏଇ ଭଳି ପାପିଙ୍କ ପାପ ଧୋଇବା ପାଇଁ । ବରିଷ୍ଠ ସାମ୍ବାଦିକ ଭାଗୀ ବାବୁ ଭାବୁଥିଲେ ସତରେ ଗଙ୍ଗା ସମାଜର ପ୍ରତ୍ୟେକ ମଇଳା ଲୋକମାନଙ୍କ ପାଇଁ ଏକ ଆହ୍ବାନ । କାରଣ, she dirt, she mere not dirt she dirt to clean dirt of pollute man. ସମସ୍ତେ ମନର ମଇଳା ସଫା କରିବାର ଯଥେଷ୍ଟ କର୍ତ୍ତବ୍ୟ ଅଛି । ସୁରୁଜ କ୍ରମଶଃ ମଥା ଉପରକୁ ଉଠି ଗଲେଣି ।ଗଙ୍ଗା ବି ଚାଲିଗଲାଣି । ଗଙ୍ଗା ଜୀବନ ଜୀବିକା ଓ ଚାଲି ଚଳନ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। ସେଦିନ ସାମ୍ବାଦିକ ଭାଗୀ ବାବୁ ଗଙ୍ଗା ଉପରେ ଏକ ଶିରୋନାମା ଲେଖିବାକୁ ମନସ୍ଥ କରି ଲେଖି ବସିଲେ, ଗଙ୍ଗା କେତେ ଘାତ ପ୍ରତିଘାତ ଭିତରେ ବଞ୍ଚି ଆସୁଚି । କରୋନା ମହାମାରୀ ସମୟରେ କାରୋନାକୁ ହରାଇବାକୁ ଅଗ୍ର ଯୋଦ୍ଧା ହୋଇ ଠିଆ ହୋଇଛି । ଠିକ୍ ଯେମିତି ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ପାଇଁ ଝଲକର ବାଇ କୋରି ଡେଇଁ ପଡ଼ିଥିଲା ବ୍ରିଟିଶ ସହିତ ସମ୍ମୁଖ ଯୁଦ୍ଧରେ ଲଢି ରାଜମାତାଙ୍କୁ କେବଳ ନୁହେଁ ସମଗ୍ର ଝାନ୍ସୀ ଜନତାଙ୍କ ସୁରକ୍ଷାରେ । ଦୁର୍ଦ୍ଦଶ ଗୋରା ମାନଙ୍କୁ ଧନୁ ତୀରରେ ଛତ୍ରଭଙ୍ଗ କରି ମାରି ମାରି ସେଇଠି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା । ଅଥଚ କେବେ ବି ମନ ଭିତରେ ତାର କାଲିର ବଞ୍ଚିବାର ସ୍ବପ୍ନ ନଥିଲା । ଠିକ୍ ସେମିତି ଶ୍ରୀୟା ଭଳି ଗଙ୍ଗା ବି ସମାଜ ଦର୍ପଣ। ସେଦିନ ଶ୍ରୀୟଙ୍କୁ ପ୍ରଦତ୍ତ ବରଦାନ ଲକ୍ଷ୍ମୀଙ୍କର ହୁଏତ ମିଛ ହୋଇ ପାରେ, ହେଇପାରେ ସମାଜର କୁସଂସ୍କାର ନିର୍ମୂଳ କରିବାକୁ ବଳରାମ ଦାସଙ୍କ କୃତ ଲକ୍ଷ୍ମୀ ପୁରାଣ ପ୍ରଭାବ ପଡ଼ି ନ ଥାଇ ପାରେ । ହେଲେ ଏମିତି ଅନେକ ଅଛନ୍ତି ଯିଏ ବିନା ସ୍ୱାର୍ଥରେ ଦେଶ ପାଇଁ ଉତ୍ସର୍ଗୀକୃତ ଓ ନିଜ କର୍ମର ମୂଲ୍ୟାଙ୍କନ କେହି କରି ପାରି ନ ଥାଆନ୍ତି । ହେଲେ ସେମାନେ,ସେଇ ଅଭିଶପ୍ତ ଜୀବନ ଭିତରେ ହସି ହସି ବଞ୍ଚି ଆସୁଛନ୍ତି। ସେଇ ଆଧ୍ୟାତ୍ମିକ ଜୀବନ ଭିତରେ ଶ୍ରୀୟା ଭଳି ଗଙ୍ଗା ବି ବଞ୍ଚି ଆସୁଚି। ସେଇ ସଂସ୍କୃତିର ଜପା ମାଳି ଧରି ପ୍ରଣବ ଧାରାରେ ନିଜକୁ ହଜେଇ ଦେଇ ଛନ୍ତି । କିଏ ଭୋଗଥାଳି ଖାଇଲା ତା କେବେ ସ୍ୱପ୍ନରେ ସେ ଭାବେନି। ସେଇ ଗଙ୍ଗା ଉପରେ ଏକ ଉପନ୍ୟାସ ଲେଖି ସେ ଯେତେବେଳେ ଏକ ପୁରସ୍କାର ପାଇଲେ ସେଥିରେ ତାଙ୍କୁ କେବଳ ଗୋଟିଏ ଶ୍ରେଷ୍ଠ ଔପନ୍ୟାସିକ ରୂପେ ସଫଳତା ଆଣି ଦେଇ ନ ଥିଲା ବରଂ ଗରୀବର ବନ୍ଧୁ ବୋଲି ସମାଜରେ ନାମିତ କରିଥିଲା। ସେ ମନସ୍ଥ କରିଥିଲେ ଏ ପୁସ୍ତକର ପ୍ରକୃତ ଶ୍ରେୟ ଗଙ୍ଗା । କାରଣ ସେ ମୋ ଉପନ୍ୟାସର ପ୍ରଥମ ଚରିତ୍ର । ତେଣୁ ପାଇଥିବା ସେ ଉପନ୍ୟାସର ସମସ୍ତ ଅର୍ଥ ଗଙ୍ଗା ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଦାନ କରିବାକୁ ଭାବିଥିଲେ। ସେଦିନ ଗଙ୍ଗା ସବୁଦିନ ଭଳି ସାମ୍ବାଦିକ ବାବୁଙ୍କୁ ଦେଖି ହସି ଦେଲା । ଭାଗୀ ବାବୁ ମନେ ମନେ ଭାବୁଥିଲି- ଆରେ ପାଗଳି, ତୁମ ପାଇଁ ମୋର ଆଜି ସମାଜରେ ଯେଉଁ ପରିଚୟ ମିଳିଲା ତାହା ମୁଁ କେବେ ସ୍ୱପ୍ନରେ ଭାବି ନ ଥିଲି । ମୁଁ କଣ ତୁମ ସମାଜ ସେବାର ମୂଲ୍ୟ ଦେବି । ତୁମକୁ ତୁମ କର୍ମ ଦେଇଛି । ଏ କଥା ଭାବି ଗଙ୍ଗାକୁ ଗୋଟିଏ ବ୍ୟାଗ୍ ଧରେଇ ଦେଇ କହିଲେ। ଗଙ୍ଗା !!!ମୁଁ ତୁମ ଭଳି ଗରିବ । କେବଳ କଲମ ଟି ସାହାର୍ଯ୍ୟରେ ପେଟ ପୋଷେ। ଠିକ ଯେ ତୁମର ଓ ତୁମର ଝାଡୁ । ଏଇ ନିଅ ତୁମ ପାଇଁ ମୋର ଏଇ ଛୋଟ ଉପହାର । ଏଥିରେ ଏକ ଏକଲକ୍ଷ ଟଙ୍କା ଅଛି। ଟଙ୍କା ତୁମର ଆଉ ପଦବୀ ସମ୍ମାନ ମୋର...। ଗଙ୍ଗା ଆଖି ଛଳଛଳ ହୋଇ ଗଲା ।ଏତେ ଟଙ୍କା... ହଁ,ତୁମ କର୍ମର ମୂଲ୍ୟାଙ୍କନ ମୁଁ କରିଛି । ତେଣୁ ଏ ଟଙ୍କା ତୁମର । କେବେ ମୋତେ ମାଗି ନ ଥିଲ । ଯେତେବେଳେ ମୋ ଭଳି ନିସ୍ଵ ମଣିଷ ଭାବିଲା, ତୁମ ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି ସେଇ ଝୁଙ୍କରେ ଲେଖିଥିବା ଆଲେଖ୍ୟର ଉପାର୍ଜନ ଏଇ ଟଙ୍କା । ସେ ଉପହାର ସ୍ଵୀକାର କର- ଗଙ୍ଗା !!! ଗଙ୍ଗା କିଛି ଭାବିପାରୁ ନ ଥିଲା । ବହିଟି ଧରି ସାମ୍ବାଦିକ ଭାଗୀ ବାବୁ ମୁଣ୍ଡ ହଲେଇ ହଲେଇ ଚାଲି ଯାଉଥିଲେ... ତାଙ୍କ ପାଦ ଚିହ୍ନ ପଡ଼ିଥିବା ବାଲି ମୁଠେ ଆଣି ମଥାରେ ଲଗେଇଥିଲା ଗଙ୍ଗା।



 #####ଗଗନ##### ଗଗନ ବିହାରୀ ନାୟକ ଭୁବନେଶ୍ୱର -୨୧ ଫୋନ୍.ନଂ.୭୨୦୫୨୯୩୮୫୭/ ୭୬୫୫୦୩୯୫୫୭


Rate this content
Log in

Similar oriya story from Inspirational