ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଘୋଡା ବୁଦ୍ଧିରେ ବଳିଗଲା

ଘୋଡା ବୁଦ୍ଧିରେ ବଳିଗଲା

1 min
7.4K


ଥରେ ସିଂହର ପେଟ ଖାଲି ଭୋକରେ ଜଳୁଥାଏ । କେଉଁଠି କିଛି ଶିକାର ନ ପାଇ ସେ ସିଂହ ରାସ୍ତାକଡ ଗଛମୂଳେ ଛପିକରି ବସିଥାଏ । ହଠାତ୍ ସେ ସିଂହଟି ଦେଖିଲା ଘୋଡାଟାଏ ଦଉଡି ଦଉଡି ଆସୁଚି । ତେଣୁ ସେ ତା’ ମନେ ମନେ ଭାବିଲା ଭଲ ଭୋଜନଟାଏ ମିଳିଗଲା ।

ଘୋଡାକୁ ଦେଖି ସିଂହ ଡାକିଲା-ଆରେ, ମୁଁ ଗୋଟାଏ ଭଲ ଡାକ୍ତର । ତୋର କିଛି ବେମାରି ଅଛି?

ସିଂହକୁ ଦେଖିଦେଇ ଘୋଡା ତ ଧୀରେ ଚାଲୁଥିଲା । କହିଲା – ଆଜ୍ଞା ମୋ ପଛ ଗୋଡଟା ଦରଜ ହୋଇଛି । ତେଣୁ ମୁଁ ଆଉ ଜୋର୍ରେ ଦୌଡି ପାରୁନି । ଟିକିଏ ଦେଖନ୍ତୁ ତ ।

ତା’ପରେ ସେ ସିଂହ ବଡ ଆଗ୍ରହରେ ଘୋଡା ପଛକୁ ଚାଲିଲା ପାଦ ଦେଖିବା ବାହାନାରେ ଯେମିତି ଘୋଡା ଉପରକୁ କୁଦିବାକୁ ବସିଛି, ଘୋଡା ସେ ସିଂହ ମୁହଁକୁ ଶକ୍ତ ନାତଟେ କଷିଦେଲା । ନାତ ଖାଇ ସିଂହ ଓଲଟି ପଡିଲା । ସେଇ ମଉକାରେ ଘୋଡା ସେଠାରୁ ଛୁଟି ପାର ।

ବିପଦ ବେଳେ ବୁଦ୍ଧି ହଜାଅ ନାହିଁ ।


Rate this content
Log in

Similar oriya story from Children