Satyabati Swain

Tragedy

4  

Satyabati Swain

Tragedy

ଗାର୍ଲ ଫ୍ରେଣ୍ଡ୍

ଗାର୍ଲ ଫ୍ରେଣ୍ଡ୍

4 mins
258


ଗାର୍ଲ ଫ୍ରେଣ୍ଡ୍


ସନ୍ଧ୍ୟା ଛଅଟା ତିରିଶି।


ଏୟାର ପୋର୍ଟ ସହ ଗଣ୍ଡା ପ୍ରତିମୂର୍ତ୍ତି ଚିତ୍ର ଟିଏ ମୋ ୱାଟସ୍ ଆପ୍ ରେ ଦେଖା ଗଲା।ତଳେ ଲେଖାଥିଲା ଫ୍ରାମ ଗୋହାଟି।ତାପରେ ଫୋନ୍ କଲ୍ ଆସିଲା ଆଭାର।ସେ କହିଲା ଗୂଡ଼ ଇଭିନିଂ ସାର୍।


ଗୋହାଟିରେ ତୁମେ ! 


ହଁ।ଏବେ ଗୋହାଟି ଏୟାର ପୋର୍ଟରୁ କଲ୍ କରୁଛି।


ଏକା ଯାଇଛ ନା ସାଙ୍ଗରେ କେହି ଅଛି ?


ଏକା ।


ମାନେ !


ଏକା ଆସିଛି ଉଡ଼ି ଉଡ଼ି।


ଗୋହାଟି ପୁଣି ଏକା ଆଉ ଆଭା! ମୋତେ ଟିକେ ଦ୍ବନ୍ଦ୍ୱରେ ପକାଇଲା। କଲ୍ ରେ ଏତିକି କହି ଆଭା ଫୋନ୍ କାଟିଦେଲେ। ମୁଁ ବ୍ୟସ୍ତ ହୋଇ ଫୋନ୍ କଲି।ସେ ଫୋନ୍ ନ ଉଠାଇ ମେସେଜ କଲେ " ଅଧ ଘଣ୍ଟାଏ ପରେ କରୁଛି।


ମୋ ମନ ଆଉ କେଉଁଠି ଲାଗିଲା ନାହିଁ। ଆଭା 

ଗୋହାଟି କାହିଁକି ଯାଇଛି;ଏ କରୋନା ସମୟରେ !

ମୋତେ ନ କହି ଯାଇଥିବାରୁ ଟିକେ ମନ ଊଣା ହେଲା ।ଚିନ୍ତା ବି ହେଲା।ଭୁବନେଶ୍ୱର ଏକା ଥରେ ଅଧେ ଯାଇଥିବ;ଅଥଚ ଗୋହାଟି ଏକା କେମିତି ଗଲା।


ଆଭା ମୋ ସକକର୍ମୀ ; ବିଚିତ୍ର ଜୀଵ କଙ୍ଗାରୁଟିଏ ଲାଗେ। ଫୋ ଫା କଥା। ଚେହେରା ଦେଖିଲା ପରି।ଛଅ ଫୁଟ୍ ରୁ ଅଧିକ ହାଇଟ୍। ପତଳା ,ନାଲି ମିଶା ଗୋରା।ଝିଅ ପିଲା ଶରୀର କିନ୍ତୁ ପୁଅଙ୍କ ପ୍ରକୃତି।ତାକୁ ଦେଖି ତା ପ୍ରେମରେ ପଡିବା ଅତି ସହଜ।କିନ୍ତୁ ତା ହୃଦୟରେ ପୁଅଙ୍କ ପ୍ରତି ପ୍ରେମ ଶୁନ। ଝିଅଟାର ହୃଦୟ ଭାରି ଖୋଲା।କିଛି ପେଟରେ ରଖି ପାରେନି।ଅନେକ ଥର କେତେ ଫୋଟୋ ଆଣି ଦେଖେଇ କହିଥିବ, ୟଶ ସାର୍ ଦେଖନ୍ତୁ ତ ମୋ ଗାର୍ଲ ଫ୍ରେଣ୍ଡ୍ କେମିତି ଦିଶୁଛି?


ସାମାଜିକ ତୀବ୍ର ଦୃଷ୍ଟି ଭଙ୍ଗୀ, ପରିବାର ଦତ୍ତ ଜେଣ୍ଡର୍ ମନୋବୃତ୍ତି ମୋତେ ହସାଇବାକୁ ବାଧ୍ୟ କରେ ଆଭାର ଏ ପାଗାଲାମୀ ଉପରେ। ସେ କିନ୍ତୁ କୁହେ ,କଣ ହେଲା ଆପଣ ବିଶ୍ୱାସ କରୁ ନାହାନ୍ତି ଯେ ଗୋଟେ ଝିଅର ବି ଗାର୍ଲ ଫ୍ରେଣ୍ଡ୍ ଥାଇ ପାରେ !


କାଇଁ ନାଇଁ ତ ,ସେ କଥା ମୁଁ କେତେବେଳେ କହିଲି।


ଆପଣଙ୍କ ହସ ଆଉ ଆଖି ବା କହୁଛନ୍ତି ସାର୍। ଦୁସ୍ଥ ମାନସିକତା ବଦଳାନ୍ତୁ ସାର୍।ଗାର୍ଲ ଫ୍ରେଣ୍ଡ୍ କରିବାରେ କି ଲଭ କରିବାରେ ସେକ୍ସ ଦେଖା ଯାଏନି ସାର୍।ହାର୍ଟ ଫିଲିଙ୍ଗସ୍ ଅନୁଭବ କରାଯାଏ।ମୋ ହାର୍ଟ ଯଦି ପୁଅଙ୍କ ଅପେକ୍ଷା ଝିଅଙ୍କ ପାଇଁ ଅଧିକ ଆକର୍ଷିତ ହେଉଛି ସେଥିରେ ହସିବାର କି ଅବୁଝା ହେବାର କିଛି ନାହିଁ !।ମୋର ଗୁଡାଏ ଗାର୍ଲ ଫ୍ରେଣ୍ଡ୍ ଅଛନ୍ତି।ଆପଣଙ୍କର ଗାର୍ଲ ଫ୍ରେଣ୍ଡ୍ ନାହାନ୍ତି କି ସାର୍!


 ମୁଁ ଟିକେ ବିଚଳିତ ହୋଇ କହିଲି ,ଗାର୍ଲ ଫ୍ରେଣ୍ଡ୍ ! ନା ନା ନାହାନ୍ତି।କିନ୍ତୁ ଭାବୁଛି ଗାର୍ଲ ଫ୍ରେଣ୍ଡ୍ ଟିଏ କରିବି।ତୁମେ ମୋ ଗାର୍ଲ ଫ୍ରେଣ୍ଡ୍ କି !


ସେ ହୋ ହୋ ହୋଇ ହସି ଉଠି ସେ କହିଲା ବୋକା! ଗାର୍ଲ ଫ୍ରେଣ୍ଡ୍ ଆଜିଯାଏ କରିନ! ସୁଦୁ ଶୁଖିଲା କାଠ ହାର୍ଟ ଆପଣଙ୍କର। ଜୀବନରେ ଗାର୍ଲ ଫ୍ରେଣ୍ଡ୍ କରିନ କି ତାକୁ ଦେଖା କରିବାକୁ ଅଧିର ହୋଇନ, ତା ପାଇଁ ଗିଫ୍ଟ କିଣିନ, ଗୋଟିଏ ଚକଲେଟ୍ ଏପାଖ ସେପାଖ ମୁହଁ ଲଗାଇ ଖାଇନ,ପିକ୍ଚର ହଟ୍ ସିନି ଦେଖି ହଟ୍ ହୋଇନ , ସମୁଦ୍ର କି ପାର୍କ ନିଛାଟିଆ ଜାଗାରେ ଘଣ୍ଟା ଘଣ୍ଟା ଗପିନ,ତା ସହ ରାତି ଅନିଦ୍ରା ହୋଇ ଉନ୍ମାଦନାରେ କଥା ହୋଇନ, ତା ପାଇଁ ଘରେ ମିଛ କହିନ, ତାକୁ ବାଇକ୍ ପଛରେ ବସାଇ ନେଇ ଜାଣି ଜାଣି ହମ୍ପସ୍ରେ ଗାଡି ଡିଆଁଇ ନିଜ ଉପରକୁ ଆଉଜାଇ ଆଣିବା ମଜା ଚାଖିନ ତ ଲାଇଫ୍ ର୍ ଗୋଟେ ବିଚିତ୍ର ଅନୁଭବ ଚାପ୍ଟର ଆପଣ ଖୋଲିବାରେ ବଞ୍ଚିତ ହୋଇଛନ୍ତି ସାର୍।ଜୀବନରେ ଏ ଗୋଟେ ନିଆରା ଅନୁଭୂତି ।ଆପଣ ଆଉଟଡେଟେଡ୍ ସାର୍।ଅପ୍ଡ଼େଟେଡ୍ ହୁଅନ୍ତୁ।ଏଞ୍ଜେୟ ଦ ଲାଇଫ୍ ସାର୍।


ନୂଆ ହୋଇ ଆମ ବ୍ୟାଙ୍କରେ ଜଏନ୍ କରିଥିବା ଏ କ୍ୟାସିୟର ଆଭା ; ମୋତେ କେମିତି ଅଦ୍ଭୁତ ମନ ମିଜାଜ୍ ର ଝିଅଟେ ଲାଗିଲା। ମୋ ଅଜାଣତରେ ସ ମୋ ଗାର୍ଲ ଫ୍ରେଣ୍ଡ୍ ହୋଇ ଯାଉଥିଲା। ମୋତେ ତାର ସବୁ ଆକ୍ଟିଭିଟି ଖୁବ୍ ଭଲ ଲାଗିଲା, ଯଦିଓ ଅଫିସ୍ ସାରା ଲୋକେ ତାକୁ ଗୋଟେ ଅଣ୍ଡିରି ଚଣ୍ଡି କହୁଥିଲେ।ତା କହିବା ଅନୁସାରେ ଗାର୍ଲ ଫ୍ରେଣ୍ଡ୍ କୁ ଭାବିବା ସତରେଏକ ନିଆରା ଅନୁଭବ।ଖୁବ୍ ମଜା ଲାଗୁଥିଲା ଗାର୍ଲ ଫ୍ରେଣ୍ଡ୍ କଥା ଭାବିବାକୁ। 


ଏଇ ଗାର୍ଲ ଫ୍ରେଣ୍ଡ୍ ଭାଵ ଟି ମୋତେ ଏକା କରିବାକୁ ଦେଉ ନଥିଲା। ବରଂ ଏକା ରହିବାକୁ ମନ କହୁଥିଲା।କାହିଁକିନା ଏକା ସମୟରେ ଗାର୍ଲ ଫ୍ରେଣ୍ଡ୍ ମୟ ଚିନ୍ତା,ଚେତନା ,ହୃଦୟ ଓ ଜୀବନ ହୋଇ ଯାଉଥିଲା।ସମୟ କୁଆଡେ ପଳାଉଥିଲା ଫୁର ହୋଇ।ରାତି ପାହି ଅଫିସ୍ ଧାଇବାକୁ ମନ ଆତୁର ହେଉଥିଲା।


ଭୋର ପାଞ୍ଚଟାରୁ ଉଠି ବ୍ରସ କଲା ବେଳକୁ ମା ଆଶ୍ଚର୍ଯ୍ୟ ହୋଇ କହୁଥିଲା, " ଇରେ ୟଶ୍ !କଣ ହୋଇଛି କି ତୋର! ଏତେ ସକାଳୁ ତୋ ଜୀବନରେ ବୋଧେ ପ୍ରଥମ ଥର ଉଠିଛୁ ! କଣ ଦେହ ଭଲ ନାହିଁ କି? ନା କୁଆଡେ ଯିବାର ଅଛି ସହଳ?"


ମୁଁ ମନେ ମନେ କହିଲି ଗାର୍ଲ ଫ୍ରେଣ୍ଡ୍ ମୋତେ ଶୁଆଇ ଦେଉନି ମା। ମାକୁ ଭୁଲେଇ କହିଲି ଏଣିକି ଅଫିସ୍ ଖୁବ୍ ଶୀଘ୍ର ଯିବାକୁ ହେବ।ଏଣୁ ଉଠି ପଡ଼ିଲି।


ସତରେ ମୁଁ ବୋକାଟିଏ ଥିଲି।ଆଗରୁ ଗାର୍ଲ ଫ୍ରେଣ୍ଡ୍ ଟିଏ କରିଥିଲେ କେତେ ଆକ୍ଟିଭ୍ ହୋଇଥାନ୍ତି।ମା ଖେଞ୍ଚି ଖେଞ୍ଚି ଉଠାଉ ନଥାନ୍ତା।କି ବାବା ଆଳସ୍ୟର ଦାସ କହୁ ନଥାନ୍ତେ।ଛି ,ସତରେ ମୁଁ ଆଉଟ ଡେଟ୍ଡଡେ।


ଗାର୍ଲ ଫ୍ରେଣ୍ଡରୁ ଆଭାକୁ ମୁଁ ଭଲ ପାଇଁ ବସିଲି।ସମୟ ସୁବିଧା ଦେଖି କହିବି ବୋଲି ଅପେକ୍ଷାରେ ରହିଲି।ସେ ଅଫିସ୍ ନ ଛାଡିବା ଯାଏ, ମୁଁ ବି ଅଫିସ୍ ଛାଡ଼ିଲିନି।କେତେ ତା ସହ କଫି ପିଇଲି ତ କେବେ ତା ସହ ଲଞ୍ଚ୍ କଲି।ଜାଣି ଜାଣି ବାଇକ୍ ଖରାପ ବାହାନା କରି ତା ସ୍କୁଟିରେ ଘରକୁ ଗଲି। ତା କହିବା ଅନୁସାରେ ହମ୍ପସ ଦେଖି ତା ଉପରେ ଆଉଜି ହୋଇ ପଡୁଥିଲି। ତା କେଶ ବାସ୍ନା ମୋତେ ମତୁଆଲା କରୁଥିଲେ। ତା ସ୍କୁଟି ପଛରେ ବସି କେତେ କଣ ସ୍ୱପ୍ନ ଦେଖିଲା ବେଳକୁ ମୋ ଘର ଆସି ଯାଇଥିଲା ଓ ମନ ଦୁଃଖରେ ମୁଁ ତା ପଛରୁ ନିଜକୁ ଅଲଗା କରୁଥିଲି।


ସେ ହସି ହସି କହୁଥିଲା ଝିଅଙ୍କ ପଛେ ଆଗରୁ କେବେ ବସି ନଥିଲେ କି ସାର୍ !


ମୁଁ ତଳକୁ ମୁହଁ ପୋତି ତାକୁ ବାଏ କରୁଥିଲି।


ମନେ ମନେ ଗୂଡ଼ ହାଣ୍ଡିରେ ମୁହଁ ପୁରେଇ ମୁଁ ଗୂଡ଼ ସହ ଜନ୍ଦା ବି ଖାଉଥିଲି ଖୁସି ଖୁସି ଯେ ମୋତେ ଲବ୍ ହୋଇ ଯାଇଛି।


ସେଇ ଆଭା ଆସାମ କାହିଁକି ଯାଇଛି, କାହାକୁ କିଛି ନ କହି !


ରାତି ନଅ।


ଆଭା ଭିଡିଓ କଲ୍ କଲା।ମୁଁ ତ ଅନେଇଁ ବସିଥିଲି ତା ଫୋନ୍ କୁ।ଚଟ୍ କି ଉଠାଇ କହିଲି ଅଧ ଘଣ୍ଟା ଏବେ ହେଲା ତୁମ ଘଣ୍ଟାରେ !


ଆରେ ୟାର୍ ମୋତେ ପରା ଗୋହାଟି ଏୟାର ପୋର୍ଟରୁ ସେମାନେ କୋଭିଡ୍ ସେଣ୍ଟର ନେଇଗଲେ ମୋ କୋଭିଡ୍ ଟେଷ୍ଟ କରିବାକୁ।ସେଇଠି ସମୟ ତକ ଚାଲିଗଲା।


ଓଃ ହେଲେ ତୁମେ ଗୋହାଟି ଯାଇଛ କାହିଁକି ?ଏ ଘର ଟି କାହାର ! 


ସେ ଫୋନ୍ଟି ବୁଲାଇ ଗ୍ୟାସ୍ ପାଖରେ ସଟ୍ ପ୍ୟାଣ୍ଟ ଓ ସଟ୍ ଗଞ୍ଜି ପିନ୍ଧିଥିବା ଝିଅଟିଏ ଦେଖାଇ କହିଲା, ମୋ ଗାର୍ଲ ଫ୍ରେଣ୍ଡ୍ ' ବିଧି' ଏ ସାର୍।ୟାରି ପାଖକୁ ଆସିଛି।ଆସାମୀ ଝିଅଟି। କେବେ ଠାରୁ ଦେଖା କରିବି ଭାବିଲେ ବି ଏ କରୋନା ମୋ ଗୋଡରେ ଜଞ୍ଜିର ହୋଇଥିଲା।ଆଉ ପାରିଲି ନାହିଁ।ଚାଲି ଆସିଲି।ଆମ୍ ଭେରୀ ହାପି ସାର୍।ପ୍ରଥମ ଥର ମୋ ଗାର୍ଲ ଫ୍ରେଣ୍ଡ୍ କୁ ସ୍ୱଚକ୍ଷୁରେ ଦେଖିଲି ଆଉ ତାକୁ ଟଚ୍ କଲି।


ପହର ଦିନ ଆପଣଙ୍କ ସହ ଅଫିସ୍ ରେ ଦେଖା ହେବ, ବାଏ।


ମୁଁ ଆକାଶରୁ ପଡି ହୋଇଗଲି ଠାଏ ହୋଇ କହିଲି ବାଏ ବାଏ।



Rate this content
Log in

Similar oriya story from Tragedy