Santosh kumar Sahoo

Inspirational

4.0  

Santosh kumar Sahoo

Inspirational

ଗାଁକୁ ଚାଲ୍

ଗାଁକୁ ଚାଲ୍

1 min
1.7K


ଗାଁକୁ ଚାଲର ନାରାରେ ପ୍ରକମ୍ପିତ ହେଉଥିଲା ସହର ; କେତେ ବଡ଼ଲୋକ ,ବଡ଼ନେତାମାନେ ନିଜ ଭାଷଣ ଦେଉଥାନ୍ତି I ମନରେ ମୋର କେତେ ଆଶା ,କେତେ ଖୁସି ! ଯାହା ହେଉ ଏବେ ମୋ ଗାଁର ଚିତ୍ର ବଦଳିବ I ପିଲାମାନେ ଆଉ ନଈ ପାର ହୋଇ ସ୍କୁଲ ଯିବେନି , ନୂଆ ପୋଲ ହେବ,ହସ୍ପିଟାଲ ହେବ, ରୋଗୀ ଓ ପ୍ରସୂତି ହଇରାଣ ହେବେନି,ମୋ ଗାଁ ସବୁଜ ସୁନ୍ଦର ହେବ ,ଓଃ ! କି ଭାବନା ମୋର ସତେ ମୋ ଗାଁକୁ ନେଇ | "ମନୁଆ ..ଏ ମନୁଆ.. କୁଆଡେ ହଜି ଯାଇଛୁ ..?" ମୋ ବନ୍ଧୁର ଡାକରେ ମୁଁ ପ୍ରକୃତିସ୍ଥ ହେଲି I "ଆ' ଯିବା ରାଲି ସରିଲାଣି ଖାଇବା I" ମୁଁ ଖୁସି ହୋଇ ସେଠାକୁ ଚାଲିଗଲି, ଯେଉଁ ବଡ଼ବାବୁ ଭାଷଣ ଦେଉଥିଲେ ତାଙ୍କୁ ନମସ୍କାର କରି ଟିକେ କୁଣ୍ଢେଇ ପକେଇଲି I "ଛିଃ..ଛିଃ କିଏବେ ଏଟା ? ଶଳା ଗାଉଁଲି ଲୋକ ତୋର ସାହସ କେମିତି ହେଲା ମୋତେ ଧରିବା ପାଈଁ.. ?"- କହି ଠୋ କିନା ଗାଲରେ ଗୋଟେ ଚାପୁଡ଼ା ବସିଗଲା I ବିଶ୍ୱାସ ହେଲାନି କିଛି ସମୟ ପୁର୍ବରୁ ଯିଏ ଗାଁ କୁ ଚାଲ କହୁଥିଲେ; ସିଏ ଏମିତି ନା ! ସବୁ ସ୍ବପ୍ନ ଭାଙ୍ଗିଗଲା ଏଠି ,ସବୁ ଭାଷଣରେ ହୁଏ ସତରେ ନୁହେଁ I ଏ କଂକ୍ରିଟ ଜଙ୍ଗଲ ଏମାନଙ୍କର ନିଜର ଗାଁ ନୁହେଁ ; ମୋ ଗାଁ ମୋ ନିଜର ମା I କେହି ନ ଯିବେ ନାଇଁ ମୁଁ ଫେରି ଯିବି..।.


Rate this content
Log in

Similar oriya story from Inspirational