STORYMIRROR

Santosh kumar Sahoo

Inspirational

3  

Santosh kumar Sahoo

Inspirational

ରଜ

ରଜ

1 min
399

ପ୍ରତି ବର୍ଷ ଭଳି ଏ ବର୍ଷ ବି ରଜ ଆସିଛି । ଟିକି ଝିଅ ଟି ମୋର ନୂଆ ଡ୍ରେସ ପାଇଁ କେବେଠୁ କହିଲାଣି ।କିନ୍ତୁ କଣ କରିବି ଏ ଦିନ ମଜୁରୀ କାମରେ ଘର ଖର୍ଚ୍ଚ ଯାଇକି ଆଉ ବଲୁନି । ସେଥିରେ ଘରଭଡା ରୋଗୀଣା ମା।

ସବୁ ଠିକ ଥିଲା,କଣ ଗୋଟେ ଫନି ବାତ୍ୟା ଆସିଲା ଯେ ଘର ଉଡେଇ ନେଲା କେତେ କଷ୍ଟ ରେ ସେ ରିଲିଫ କ୍ୟାମ୍ପ ରେ 15 ଦିନ ରହିଲା ପରେ ନିଜ ଭିଟାମାଟି କୁ ଆସି ଦେଖେ ତ କିଛି ଆଉ ନାହିଁ ସରକାରୀ ଚାଉଳ ଆଉ ଅଳ୍ପ ଟଙ୍କା ରେ ଦୁଇ ଚାରିଦିନ ଚାଲିଗଲା । ପାଖରେ ତ ଯାହା ସଞ୍ଚୟ ଥିଲା ଝାଟି ମାଟି ଘରଟା ଅଧା ହେଇପାରିଲା । ଶେଷରେ ବହୁ କଷ୍ଟ ରେ ଭଡାଘର ରେ ରହି ଗୁଜୁରାଣ ମେଣ୍ଟାଉଛି ।


ଛାୟା ନିଦରେ ଏୟା ଭାବୁ ଭାବୁ ଝିଅ ଆସି ଡାକିଦେଲା,କଣ ଗୋଟେ ହାତରେ ଲୁଚାଇଥିଲା । ମୁଁ କହିଲି ମା କଣ ଗୋଟେ ଧରିଛୁ ଦେଖା,ଝିଅ ମନା କଲା କହିଲା ତୁମେ କୁହ, କିଛି ଖେଳଣା ଥିବ ଭାବି ତା ହାତକୁ ଟାଣି ଖୋଲି ଦେଖେ ତ 10 ଟଙ୍କିଆ ନୋଟ କିଛି ମୋ ହାତ କୁ ଆସିଲା ଗଣିକି ଦେଖିଲାରୁ ସମୁଦାୟ 320 ଟଙ୍କା ହେଲା । ଆଶ୍ଚର୍ଯ୍ୟ ରେ ଝିଅ କୁ ପଚାରିବାରୁ କହିଲା ତୁମେ ଯଉ ଟଙ୍କା ମା କୁ ଦିଅ ମା ବି ମୋତେ କେତେବେଳେ 10 ଟଙ୍କା ସ୍କୁଲ ରେ ଖର୍ଚ୍ଚ ପାଇଁ ଦେଇଦିଏ ନା, ସେଇ ଟଙ୍କାକୁ ମୁଁ ଯାତ୍ରାରେ ଆଣିଥିବା କୁମ୍ପିରେ ସାଇତିକି ରଖିଥିଲି । ଭଙ୍ଗାଘର ସଜାଡ଼ିଲାବେଳେ ମୁଁ ପାଇଥିଲି ଆଉ ମା କୁ ଦେଇଦେଲି,ଆଜି ମା ମୋତେ ରଜ ପାଇଁ ଡ୍ରେସ ଆଣିବାକୁ ଦେଲା, ଏବେ ନିଅ ଆଉ ଶୀଘ୍ର ଆଣ। ପୁରା ହତବାକ ହୋଇ ଝିଅକୁ ଚାହିଁ ଭାବୁଥିଲି ନିଜ ବାପ ହେବାରର ପାରିବାପଣିଆ ଉପରେ ଆଉ ମୋ ସ୍ତ୍ରୀ କବାଟ ପଛରେ ମୁରୁକି ହସୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational