Santosh kumar Sahoo

Children Stories Drama

4.0  

Santosh kumar Sahoo

Children Stories Drama

ସ୍ନେହ ର ଅନୁଭୂତି

ସ୍ନେହ ର ଅନୁଭୂତି

2 mins
192


ବାପା ମୁଁ ଆଉ ସହର ରେ ପଢ଼ିବୀନି ଏଇ ଗାଁ ସ୍କୁଲ ରେ ପଢିବି ହଷ୍ଟେଲ ରେ ମୋତେ ଘର କଥା ମନେ ପଡୁଚି କାନ୍ଦ ମାଡ଼ୁଛି, ମୋ ଝିଅ ର ବାକ୍ସ ସଜାଡୁ ସଜାଡୁ ମୋ ପାଖରେ ମନ ଦୁଃଖ କରି ମୋ ଝିଅ ମୋତେ କହିଲା। ମୁଁ ରାଗି କରି କହିଲି କଣ ପାଇଁ, ସେଠି ଭଲ ପଢ଼ିବୁ ବହୁତ କଥା ଜାଣିବୁ ଏଠି ରହିଲେ କିଛି କରିପାରିବୁ ନାହିଁ।ମୋ ସ୍ତ୍ରୀ ବି କହିଲା ଝିଅ ପିଲା ଏତେ କଣ ପଢ଼ିବ ଏଇଠି ପଢ଼ୁ। କିନ୍ତୁ ମୋ ରାଗ ବଢିବାର ଦେଖି ସିଏବି ଚୁପ୍ ହେଇଗଲା। ପର ଦୋକାନ ରେ ମଜୁରୀ କାମ କରୁଥିବା ମୁଁ ମୋ ଝିଅ କୁ ମଣିଷ କରିବାର ଆଶା ରେ ସହର ସ୍କୁଲ ରେ ନା ଲେଖି ଦେଇଥିଲି। ମୁଁ କିଛି ସୁଣିବିନି ତୁ ସେଇଠି ରହିବୁ କହି ଲୁହା ବାକ୍ସ କୁ ଧରି ବାହାରି ପଡିଲୁ। ବସ ରେ ସିଏ ପୁରା ଗୁମ୍ ସୁମ୍ ହେଇ ବସିଥିଲା ଜମା ମୋତେ ଅନାଉ ନଥାଏ। ସହର ହଷ୍ଟେଲ ଯିବା ରାସ୍ତା ରେ ଟିକେ ଟିକେ ଲୁହ ତା ଆଖିରୁ ବାହାରି ଯାଉଥାଏ। ହଷ୍ଟେଲ ରେ ତାକୁ ଛାଡ଼ିଲା ବେଳେ ମୋତେ ଧରି କାନ୍ଦି ପକେଇଲା। ମୁଁ ରାଗ ରେ କହିଲି ବଡ ମଣିଷ ହେବା ପାଇଁ ସବୁ ସହି ବାକୁ ପଡ଼ିବ। ଆଉ କିଛି ନକହି ସିଧା ବାକ୍ସ ଧରି ଭିତର କୁ ପକେଇଲା, ଭାବୁ ଥିବ ତା ନିର୍ଦ୍ଦୟ ବାପା ଟା ମନ ରେ ଟିକେ ବି ଦୁଃଖ ନାହିଁ। କିନ୍ତୁ ସିଏ କାହିଁ ବୁଝିବ ଗୋଟେ ବାପା ର ଭଲ ପାଇବା। ଝିଅ ଭିତର କୁ ଗଲାପରେ କଣ ହେଲା କେଜାଣି ମୋ ହୃଦୟ ତା ଫାଟିଗଲା ପରି ଲାଗିଲା,ଆଖିରୁ ଲୁହ ଧାର ଆପେ ବହିଗଲା। ଗାମୁଛା ରେ ଲୁହ ପୋଛି ଗାଁ କୁ ଯିବା ପାଇଁ ବସ ଷ୍ଟାଣ୍ଡ ଚାଲିଲି, ତଥାପି ମନ ବୁଝୁ ନଥାଏ। ଘରେ ପହଞ୍ଚି ଆଉ ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହେଇ କାନ୍ଦି ପକେଇଲି, ସ୍ତ୍ରୀ ମୋର ଅଭିମାନ ରେ କହିଲା କଣ ପାଇଁ ଛାଡୁଥିଲ ଏଇଠି ତ ପଢ଼ିଥାନ୍ତା। କିନ୍ତୁ ସିଏ କାହିଁ ବୁଝିବ ଗରିବ ବାପା ର ଝିଅ କୁ ମଣିଷ କରିବାର ସ୍ବପ୍ନ ଆଗରେ ଏ ସବୁ କିଛି ନୁହଁ।

ବାପ ଝିଅ ର ସ୍ନେହ ଆଉ ଭଲ ପାଇବା ଆଉ ତାକୁ ଦୂରକୁ ପଠେଇବା ର କଷ୍ଟ ବହୁତ୍ ଗୁରୁଜନ ଅନୁଭବ କରିଥିବେ,ଏହା ଏକ ଗଳ୍ପ ହୋଇପାରେ କିନ୍ତୁ ଏକ ସ୍ନେହ ର ଅନୁଭୂତି।


Rate this content
Log in