STORYMIRROR

Santosh kumar Sahoo

Abstract

2  

Santosh kumar Sahoo

Abstract

ଅପେକ୍ଷା

ଅପେକ୍ଷା

1 min
15.1K


ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଅପେକ୍ଷା ଶବ୍ଦ ଏକ ଅରୁଚି ଶବ୍ଦ, ସମୟର ସ୍ୱଳ୍ପତା ଭିତରେ ଅପେକ୍ଷା କରିବା ଭାରି କଷ୍ଟ, କିନ୍ତୁ ସମୟ ଥିଲା ଯେତେବେଳେ ଏହି ଶବ୍ଦ ଆମକୁ ଖୁସି ଓ ଆନନ୍ଦ ଦେଉଥିଲା , ପିଲାବେଳେ ସ୍କୁଲ ଯିବାପାଇଁ ସାଙ୍ଗକୁ ଅପେକ୍ଷା କରିବା, ପରୀକ୍ଷା ଫଳ ଦିନ ନିଜର ମାର୍କ ନେଇ ବାପାଙ୍କୁ ଦେଖେଇ ମାଡ଼ କିମ୍ବା ସ୍ନେହର ଚୁମାକୁ ଅପେକ୍ଷା କରିବା,ଖରା ଛୁଟିରେ ମାମୁଁ ଘରକୁ ଯିବା ହଉ କିମ୍ବା ସାଙ୍ଗ ସହ ଅନ୍ୟ କାହା ବାଡ଼ିରୁ ଆମ୍ବ ଚୋରି କରିବାର ମଜା । 

ଆଜିବି ମନେ ପଡ଼ିଲେ ଖୁସି ଲାଗେ collage ରେ ସେଇ ପ୍ରଥମ ପ୍ରେମର ପ୍ରେମିକାକୁ ସାଇକେଲ ଷ୍ଟାଣ୍ଡରେ ଅପେକ୍ଷା କରିବା,ଜୀବନର ସବୁଠୁ ଖୁସିର ଦିନ ନିଜ ବାହାଘରକୁ ଅପେକ୍ଷା ,

ଆଜି ଏଇ ପ୍ରତିଯୋଗିତା ସମୟରେ ସେଇ ଅପେକ୍ଷା ଶବ୍ଦ ଏକ ବିରକ୍ତ ଶବ୍ଦରେ ପରିଣତ ହୋଇଯାଇଛି,

🌹ତଥାପି ଆଜି ସଂସାରର ବଳୟ ଭିତରେ କେତେବେଳେ ସେଇ ଖୁସି ଆନନ୍ଦ ଆସିବ ଅପେକ୍ଷା କରି ରହିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract