STORYMIRROR

Ranjit pal

Abstract

2  

Ranjit pal

Abstract

ଏଣିକି ବେଶୀସୁନ୍ଦର ଦିଶୁଛନ୍ତି ବାପ

ଏଣିକି ବେଶୀସୁନ୍ଦର ଦିଶୁଛନ୍ତି ବାପ

1 min
454

ଛୋଟ ବେଳେ ବାପାଙ୍କର ସବୁ କଥାକୁ ଫାଙ୍କି ଦେଇ ତାଙ୍କ ଚୌହଦୀ ରୁ ବାହାରି ଯିବାକୁ ଇଛା ହେଉଥିଲା। କିନ୍ତୁ ଏବେ ମୁଁ ନିଜେ ବାପା ହେବା ପରେ ବାପାଙ୍କର ସବୁ କଥା ଶୁଣିବାକୁ ଇଚ୍ଛା ହେଉଛି। ତାଙ୍କ ଚୌହଦୀରେ ସବୁବେଳେ ରହିବାକୁ ମନ କହୁଛି।


ଛୋଟ ବେଳେ ବାପାଙ୍କ ଠାରୁ ଗେଲ୍ହା ହେଲାବେଳେ ବାପାଙ୍କ ରୁକ୍ଷ ଦାଢ଼ି ବିରକ୍ତ ଲାଗୁଥିଲା। କିନ୍ତୁ ଏବେ ବାପାଙ୍କର ସେଇ ରୁକ୍ଷ ଦାଢିଥିବା ଚେହେରା ପୃଥିବୀର ସର୍ବଶ୍ରେଷ୍ଠ ଛବିଟିଏ ପରି ଲାଗୁଛି।


ଝାଟିମାଟିର କୁଡ଼ିଆ ଭିତରେ କୌଣସି ବସ୍ତୁଭିତିକ ସଫଳତା ହାସଲ କରିନଥିବାରୁ ବାରମ୍ବାର କିଛି କରି ପାରିଲ ନାହିଁ ବୋଲି ଛୋଟବେଳେ ବାପାଙ୍କୁ ଆମେ ସବୁ ମନେ ମନେ କହୁଥିବା ବେଳେ ଏବେ କିନ୍ତୁ ସ୍ନେହଶ୍ରଦ୍ଧା ରେ ବାପା ଗଢିଥିବା ସଫଳତାର ବିଶାଳ ସୌଧକୁ ଆଖି ପାଉନି।


ବାପାଙ୍କର ସେଇ ମାଟି ଗୋବର ବୋଳା ଧୁସରିଆ ମୁହଁ ଛୋଟ ବେଳେ ଅସୁନ୍ଦର ଦିଶୁଥିଲା। କିନ୍ତୁ ମୁଁ ବାପା ହେବା ପରେ ବୟସର ସାୟାହ୍ନରେ ଥିବା ମୋ ବାପା ଆହୁରି ସୁନ୍ଦର ଦିଶୁଛନ୍ତି।


ସତକଥା ହେଉଛି, ଏଣିକି ଦିନକୁ ଦିନ ବାପା ଆହୁରି ସୁନ୍ଦର ଦିଶୁଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract