Ranjit pal

Tragedy

2  

Ranjit pal

Tragedy

ପ୍ରତି ମାସରେ ମୋ ଶବ ଉଠୁଛି

ପ୍ରତି ମାସରେ ମୋ ଶବ ଉଠୁଛି

2 mins
367



  


ମୁଁ ଯମୁନା l ମୋର ଦୁଇ ପୁଅ l କେତେ ଓଷା ବ୍ରତ କରି ଦୁଇପୁଅ ପାଇଥିଲି l ଅଧା ବାଟରେ ସ୍ୱାମୀ ହାତ ଛାଡିଚାଲିଗଲେ ଆରପୁରକୁ l ପୁଅ ଦୁଇଟିର ଦାୟିତ୍ୱ ମୋ ଉପରେ l ବହୁ କଷ୍ଟ କରି ବାର ଘରେ କାମ କରି ପିଲା ଦୁଇଟିକୁ ବଡ଼କଲି l ମୁଁ ଯାହା ଆଣୁଥିଲି ଦୁଇ ପୁଅକୁ ସମାନ ଭାଗରେ ବାଣ୍ଟି ଦେଉଥିଲି, l ବୋଧହୁଏ ତାହା ମୋର ଭୁଲ ଥିଲା l ମୋ ପୁଅ ମାନେ ବି ମୋର ସେଇ ଗୁଣଟିକୁ ଭଲରେ ଗ୍ରହଣ କଲେ l ପୁଅ ମାନେ ବଡ଼ ହେଲାପରେ ଘରଟିକୁ ସମାନ ଭାବରେ ଭାଗ ବାଣ୍ଟି ଦେଲେ l ଯେତେବେଳେ ମୁଁ ଅସୁସ୍ଥ ହେଇଗଲି ଶଯ୍ୟାଶାୟୀ ହେଇଗଲି l ମୋତେ ବି ସମାନ ଭାଗରେ ବାଣ୍ଟିଇଦେଲେ ମାସେ ମାସେ କରି l ବଡ଼ପୁଅ ଘରେ ମାସେ ରହିଲେ ସାନ ପୁଅ ଘରେ ମାସେ l ହେଲେ ଯେଉଁଦିନ ବଡ଼ପୁଅ ଘରେ ମାସେ ପୁରିଯାଏ ମୋତେ ଏକ ଶବ ଭଳି ଶେଜ ସହିତ ଟେକି ନିଅନ୍ତି ସାନ ପୁଅ ଘରକୁ ଏବଂ ଏକ ପରିତ୍ୟକ୍ତ କୋଠରୀରେ ପକେଇ ଦିଅନ୍ତି l ଠିକ ସେହିପରି ସାନ ପୁଅ ଘରେ ଯେବେ ମାସ ପୁରିଯାଏ, ପୁଣି ଏକ ଶବ ପରି ସେଜ ସହିତ ଟେକି ନେଇ ବଡ଼ପୁଅ ଘରେ ଏକ ପରିତ୍ୟକ୍ତ କୋଠରୀରେ ପକେଇ ଦିଅନ୍ତି l ଏମିତି ବାର ମାସରେ ବାରଥର ମୋର ଶବ ଉଠେ l ଦେଲେ ଖାଇଲି ନହେଲେ ନାହିଁ l ଯେଉଁ ମାସ 28 ଦିନ ହୁଏ ହୁଏତ ଦୁଇଦିନ ଉପବାସ ରହିବାକୁପଡ଼େ l ଯେଉଁ ମାସ 31 ଦିନ ହୁଏତ ଗୋଟିଏ ଦିନ ଉପବାସ ରହିବାକୁ ପଡେ l ଏକ ଘୃଣିତ ଜୀବନ କୁ ନେଇ ଚଳିବାକୁ ହୁଏ l କିନ୍ତୁ ମୁଁ କେବେ ମୋ ପୁଅମାନଙ୍କୁ ଦୋଷ ଦେଇନି l ଅନିଷ୍ଟ ପାଞ୍ଚିନି l କାରଣ, ମୁଁ ମାଆ ପରା l ମରିଯିବି ଦୁଃଖ ସହିଯିବି କିନ୍ତୁ ପୁଅର ଅନିଷ୍ଟ କରିପାରିବିନି l ହଁ ମୁଁ ଦୋଷ ଦିଏ ମୋ ଭାଗ୍ୟକୁ l କୋ ଜନ୍ମ ରେ ବୋଧହୁଏ ପାପ କରିଥିଲି ଭୋଗୁଛି l ମୋର ସିନା ପ୍ରତିମାସରେ ଶବ ଉଠୁଛି ସତ କିନ୍ତୁ, ଅନ୍ତିମ ଶବ କେବେ ଉଠିବ ଅପେକ୍ଷାରେ ଭଗବାନଙ୍କ ଇଚ୍ଛା…



Rate this content
Log in

Similar oriya story from Tragedy