ଓଡିଆ ଶିଶୁ ଗପ

Children

5.0  

ଓଡିଆ ଶିଶୁ ଗପ

Children

ଦୁଷ୍ଟଙ୍କଠାରୁ ଦୂରରେ

ଦୁଷ୍ଟଙ୍କଠାରୁ ଦୂରରେ

1 min
7.3K


ଥରେ କୁକୁଡାର ଦେହ ବହୁତ ଖରାପ୍ ହେଲା । ଏହା ଶୁଣି ତା’ ସାଙ୍ଗମାନେ ତାକୁ ଦେଖିବାକୁ ଆସିଲେ ।

ଦିନେ ବିଲେଇ ସେ କୁକୁଡାକୁ ଦେଖିବାକୁ ଆସି କହିଲା, “କୁକୁଡା ଭାଇ, ତୁମର ଦେହ ଖରାପ କଥା ଶୁଣି ମୋର ମନ ବି ଭାରି ଖରାପ୍ ହେଲା । ତୁମ ଦେହ ଭଲ ହେବାଯାଏଁ ମୁଁ ସବୁଦିନେ ଏମିତି ତୁମପାଖକୁ ଆସୁଥିବି । ତୁମର କିଛି ଦରକାର ଥିଲେ ମୋତେ ନିଶ୍ଚୟ କହିବ ।”

ଏହା ଶୁଣି ସେ କୁକୁଡା କହିଲା, “ମୋର ଦେହ ତ ଖୁବ୍ ଶୀଘ୍ର ଭଲ ହୋଇଯିବ । ତୁମର ଆଉ ଆସିବା କିଛି ବି ଦରକାର ନାହିଁ ।”

ଦୁଷ୍ଟ ଲୋକମାନେ ସାହଯ୍ୟ କରିବାକୁ ଆଗେଇ ଆସିଲେ ତାଙ୍କୁ ବିଶ୍ୱାସ କରିବା କଦାପି ଉଚିତ୍ ନୁହେଁ ।


Rate this content
Log in

Similar oriya story from Children