STORYMIRROR

Subhashree Priyadarsini

Romance Tragedy

4  

Subhashree Priyadarsini

Romance Tragedy

ଦୁଇ ଆତ୍ମାର ମିଳନ

ଦୁଇ ଆତ୍ମାର ମିଳନ

3 mins
693

ସୂର୍ଯ୍ୟାସ୍ତ ହୋଇ ଗଲାଣି ହଁ ଠିକ୍ ଏହି ସମୟରେ ଅମରେଶ ବାବୁଙ୍କର ପ୍ରତିଦିନ ଦେଖା ସାକ୍ଷାତ ଅନିତା ସାଙ୍ଗରେ। କିନ୍ତୁ କାହିଁକି ? ସେ ପ୍ରଶ୍ନର ଉତ୍ତର ଦେବ କିଏ ! ରାତିର ନିବିଡ଼ତା ଅନ୍ଧକାରରେ ଅମରେଶ ବାବୁ ଖୋଜି ବୁଲନ୍ତି ଟିକିଏ ଆଲୋକ। ନା ଆଜି ରାତିରେ ଆଉ ଶୋଇ ହେବନି। ଅମରେଶ ବାବୁ ଟେବୁଲ୍ ଉପରେ ଥିବା ଟେବୁଲ୍ ଲାମ୍ପ୍ ଟିକୁ ଲଗାଇଲେ। ଭାବି ଚଳିଲେ ଅତିତର କେତେ ପୁରୁଣା କଥା।


ଦିନ ଥିଲା ସେ ଓ ଅନିତା ଦୁହେଁ ଦୁହିଁଙ୍କୁ ଚାହିଁ ଥିଲେ। କଲେଜରେ ପ୍ରଥମ ସାକ୍ଷାତ ଦିନ ଅନିତା ଅନୁଭବ କରିଥିଲା ସତେ ଏତେବଡ଼ ଜଗତରେ କେବଳ ଅମରେଶ ବାବୁଙ୍କ ବ୍ୟତୀତ ଅନ୍ୟ କେହି ତାର ଆପଣାର ନୁହଁନ୍ତି। ବାପାଙ୍କର ମୃତ୍ୟୁ ପରଠୁ ସ୍ନେହ କଣ ସେ ଜାଣେ ନାହିଁ। ସାବତ ମା ଯେତେ କାମ କଲେ ବି ତାଙ୍କ ମନକୁ କିଛି ପାଏ ନାହିଁ। ତାଙ୍କର ତ ଗେହ୍ଲା ପୁଅ ! ପୁଅ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ। ପୁଅ ବଡ ହେବ, ପାଠ ପଢ଼ିବ, ଟଙ୍କା ରୋଜଗାର କରି ଦେବ କିନ୍ତୁ ଝିଅ ସେ ପୁଣି ସଉତୁଣୀର ଝିଅ। କେବଳ ସ୍ବାମୀଙ୍କର ଶେଷ ଇଛା ଯୋଗୁଁ ଝିଅକୁ କଲେଜ୍ ରେ ପଢ଼ାଇବା କଥା। କଡ଼ା ଶାସନ ପରୀକ୍ଷା ଦେବା ପାଇଁ ଗୋଟିଏ ଥର ସମୟ ବାସ୍ ସେତିକି ଆଉ କିଛି ଶୁଣା ଯିବ ନାହିଁ। ଅନିତା ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେ କଳା ପଢ଼ିବ। ସେ ଯଦି ବିଜ୍ଞାନ ପଢ଼ିବ ତେବେ ଟଙ୍କାତ ସବୁ ତା ପିଛା ଖର୍ଚ୍ଚ ହୋଇଯିବ ଆଉ ପୁଅ କଣ କରିବ। ସେ ତ ଅଷ୍ଟମ ରେ ପଢିଲାଣି, ତାର ତ ପୁଣି ଭବିଷ୍ୟତ ଅଛି। ଯେତେ ଧନ ଥିଲେ କଣ ହେଲା, ପୁଅ ତ ନିଜ ଘର ଉନ୍ନତି କରିବ।


ଏଣେ ଅମରେଶ ବାବୁ ତାଙ୍କର କଣ ନାହିଁ। ଧନ ଦୌଲତ, ବାଙ୍କ ବାଲାନ୍ସ ସବୁ ଅଛି। ଦୁଇ ଭଉଣୀ ଶାଶୁ ଘରେ ବିବାହ କରି ସାରିଛନ୍ତି। ତେଣୁ ବାପାଙ୍କର ଇଛା ପୁଅକୁ ଡାକ୍ତର କରିବେ। ମା ମଧ୍ୟ ସେଥିରେ ରାଜି। ପୁଅ ସେଥିପାଇଁ ବିଜ୍ଞାନ ପଢୁଛି। ପୁଅ ଡାକ୍ତର ହୋଇ ଫେରିଲେ ଅକ୍ଷୟ ବାବୁଙ୍କର ଝିଅ ବିନିକୁ ବିବାହ କରିବ। ଵିନି ଦେଖିବାକୁ ସୁନ୍ଦର ହେଉ କି ନ ହେଉ ଧନୀ ଘରର ଝିଅ।

ଅମରେଶ କଲେଜ ହଷ୍ଟେଲରେ ରୁହେ। ଅନିତା ଘରୁ ଯିବା ଆସିବା କରେ। ଅମରେଶର ଅନିତା ସଙ୍ଗେ ଦେଖା ହେଲେ ଅତି କମ୍ ରେ ସେଇ ଝରଣା କୂଳରେ ଗୋଟିଏ ଘଣ୍ଟା ବସି କଥାବାର୍ତ୍ତା ନ କରିଲେ ଭଲ ଲାଗେ ନାହିଁ।

ଅନିତାର ଦରକାର ହେଉଥିବା ଖାତା, କଲମ, ବହି ଠାରୁ ଆରମ୍ଭ କରି ସବୁ ଅପୂରଣୀୟ ଜିନିଷ ପୂରଣ କରନ୍ତି ଅମରେଶ ବାବୁ। ପରୀକ୍ଷା ଶେଷ ହୋଇ ଯାଇଛି। ଦିନେ ଏହି ବିବାହ ପ୍ରସ୍ତାବ ନେଇ ନିଜ ବାପା ମାଆଙ୍କୁ ଦେଇଛି। କିନ୍ତୁ ବାପା ଏଥିରେ କ୍ଷୁବ୍ଧ,ଯଦି ମା ସମର୍ଥନ କରନ୍ତି ତେବେବି ବାପାଙ୍କ ସାମ୍ନାରେ ନୀରବ। କିଛି ବର୍ଷ ପରେ ଅମରେଶ ବାବୁ ଡାକ୍ତରୀ ପଢ଼ିଛନ୍ତି। କିନ୍ତୁ ହାଏ ହତ ଭଗିନୀ ଅନିତା ଘରେ ବସିଛି। ପଢା ଶେଷ ସଦାବେଳେ ଘର କାମ କର, ବାହାରକୁ କଣ ଯିବ ମାଙ୍କର କଡ଼ା ହୁକୁମ୍।


କିଛି ବର୍ଷ ପରେ........................

ଯେଉଁ ଦିନ ଅନିତାର ବାହାଘର ପ୍ରସ୍ତାବ ଅବିନାଶ ବାବୁଙ୍କ ସାଙ୍ଗରେ ପଡ଼ିଲା ସେଦିନ ଅନିତା ଚିଠି ଲେଖିଥିଲା ଅମରେଶ ବାବୁଙ୍କ ପାଖକୁ। ଯେ ସେ ଏ ବାହାଘର ପାଇଁ ପ୍ରସ୍ତୁତ ନୁହଁ। ଅବିନାଶ ବାବୁ ଧନୀ ବ୍ୟବସାୟୀ, ତାଙ୍କର ପତ୍ନୀ ବରଣ କରିଛନ୍ତି, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେଠାରେ ଅନିତା ହେବ ଦ୍ଵିତୀୟ ପତ୍ନୀ। ମାଙ୍କର କଥାକୁ ଅସ୍ୱୀକାର କରିବା ପାଇଁ ଅନିତାର ଭାଷା ନାହିଁ। ଅବିନାଶ ବାବୁଙ୍କ ସଙ୍ଗେ ଅନିତାର ନିର୍ବନ୍ଧ ହୋଇଯାଇଛି। ଖାଲି ବାହାଘର ଆଉ ତିନି ଦିନ ପରେ ହେବ।

ସେଦିନ ଚାରିଟା ବେଳେ ଡାକ୍ତର ଅମରେଶ ଅନିତାର ଚିଠି ପାଇଲେ। ସେଥିରେ ଲେଖା ହେଇଛି ଯଦି ଅମରେଶ ବାବୁ କିଛି ବ୍ୟବସ୍ତା ନକରନ୍ତି ତେବେ ଅନିତା ଆଉ ବିଶ୍ୱାସ ରେ ବିଷ ଦେବ ନାହିଁ, ସେ ଆତ୍ମହତ୍ୟା କରିବ। ରାତି ପାହିଲେ ବାହାଘର ଅନିତା ଆଉ ଚୁପ୍ ହୋଇ ରହିପାରି ନାହିଁ। ଆମ୍ବଗଛରେ ଦଉଡ଼ି ଦେଇ ମରି ଯାଇଛି। ଡାକ୍ତର ଅମରେଶ ତାର ବାହାଘର ଦିନ ଅନିତାର ଚିଠି ପାଇ ଅଣନିଃଶ୍ୱାସୀ ହୋଇ ଦୌଡିଛନ୍ତି ତା ଘରକୁ। ସେଠାରେ ଏକ ଶବକୁ ଦେଖି କହିଲେ, ଏ କାହାର ଶବ ମୋ ଅନିତାର ନୁହେଁ ତ ! ଦେଖିଲା ବେଳକୁ ଅନିତାର ଭାଇ ଅପା.... ଅପା....ତୁ ମତେ ଛାଡ଼ି ଚାଲିଗଲୁ କହି କାନ୍ଦି କାନ୍ଦି ଅନିତାର ଶବ ପଛରେ ଚାଲିଛି। ଅମରେଶ ଭାଇ ତମ ଲାଗି ମାେ ଅପା ଆଜି ମରିଛି। ସ୍ମଶାନ ଭୂଇଁ ରେ ଶଙ୍ଖା ଆଉ ସିନ୍ଦୂର ପୋତି ଦେଇ ଅମରେଶ ଆସିଛି ନିଜ ଡାକ୍ତରଖାନାକୁ। ଧନ ଦୌଲତ ଦେଇ କଣ ମନ କିଣି ହୁଏନା ! ଅମରେଶ ଡାକ୍ତର ରୋଗ ଚିଁହିପାରେ କିନ୍ତୁ ମନୁଷ୍ୟର ହୃଦୟକୁ ଚିହ୍ନି ପାରେ ନାହିଁ। ସେ ଦିନରୁ ଅମରେଶ ଆଉ ବାହା ହୋଇ ନାହିଁ। ଦୁଇ ଆତ୍ମାର ମିଳନ ପୂର୍ଣ୍ଣ ହୋଇ ପାରିଲା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance