ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଦୁଃସାହସର ଫଳ

ଦୁଃସାହସର ଫଳ

1 min
7.1K


ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା ।

ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର ସଂପୂର୍ଣ୍ଣ ଡର ଛାଡିଗଲା । ଦିନେ ସେ କୋକିଶିଆଳଟି ଡର ଭୟ ଛାଡି ସିଂହ ପାଖକୁ ଯାଇ ପଚାରିଲା, “ସିଂହ ଭାଇ କିପରି ଅଛ?” ମାତ୍ର ସିଂହ କୋକିଶିଆଳକୁ ଏତେ ପାଖରେ ଦେଖି ତାକୁ ମାରି ଖାଇଦେଲା ।

ଦୁଷ୍ଟ ଠାରୁ ଦୂରରେ ରହିବା କଥା ।


Rate this content
Log in

Similar oriya story from Children