ଦୁଃଖ କାହିଁକି ପାଉ
ଦୁଃଖ କାହିଁକି ପାଉ
ବୁଦ୍ଧ ଭାରତରେ ଅଢେଇ ହଜାର ବର୍ଷ ତଳେ ଜନ୍ମ ନେଇଥିଲେ । ସେ ପିଲାବେଳୁ ଘରୁ ଆସି ଘୋର ଜଙ୍ଗଲରେ ରହି ସାଧନା କଲେ । ସାଧନା ଥିଲା ମନୁଷ୍ୟ କାହିଁକି ଦୁଃଖ ପାଉଛି?ମଣିଷ ଭିତରୁ ଦୁଃଖ କେମିତି ଯିବି । ସାତବର୍ଷ ସାଧନା କଲେ । ଶେଷରେ ନିରଂଜନା ନଦୀକୂଳରେ ଆଶ୍ୱସ୍ତ ବୃକ୍ଷ ତଳେ ବସିରହିଲେ । ସେଇଠି ତାଙ୍କର ସାଧନା ସିଦ୍ଧ ହେଲା।ଯାହାକୁ ନିର୍ବାଣ କୁହାଯାଏ । ନିର୍ବାଣ ଅର୍ଥ ଜୀବନକୁ ଜନ୍ମ ମୂର୍ତ୍ତୃ ଠାରୁ ଉର୍ଦ୍ଧ୍ବରେ ରଖି ସତ ପଥରେ ଯିବାପାଇଁ ପ୍ରେରଣା ଦେବା ।
ଈଶ୍ୱରଙ୍କ ବିଷୟରେ ବୁଦ୍ଧକୁଁ ପଚାରିଲେ ଜାଣିନାହାନ୍ତି ବୋଲି କୁହନ୍ତି । ଥରେ କିଛି ଲୋକ ତାଙ୍କୁ ପଚାରିଲେ,ଈଶ୍ୱର ପାଇବାର ଉପାୟ କଣ? ବୁଦ୍ଧ କହିଥିଲେ ,ଅପଙ୍କ ଈଶ୍ୱର ରାଗନ୍ତିକି,କାହାକୁ ଆଘାତ ଦିଆନ୍ତିକି,ସେ ଅପବିତ୍ର କି? ତେବେ ଆପଣ କାହିଁକି ଈଶ୍ୱର ହେଉନାହାନ୍ତି । ନିଜେ ଭଲହେଲେ ଜାଣିବେ ଈଶ୍ୱର କଣ । ତାତ୍ପର୍ଯ୍ୟ ହେଲା ଆଗେ ନିଜକୁ ଈଶ୍ବରଙ୍କ ଗୁଣର ଅଧିକାରୀ ହେବା ଯେଉକାର୍ଯ୍ୟକରିଯାଉଥିବା ସେଥିରେ କୌଣସି ସ୍ୱାର୍ଥ ନଥାଇ ସମସ୍ତଙ୍କର ମଙ୍ଗଳ ଚାହିଁଲେ ଈଶ୍ୱରହୋଇପାରିବା।
ବୁଦ୍ଧକଂ ବିଚାରରେ ଅଜ୍ଞାନ ଆମକୁ ଦୁଃଖ ଦିଏ । ଜ୍ଞାନରୁ ସହନଶୀଳତା ଓ ଭଲପାଇବା ମିଳେ । ଅଲୋକର ବାଟ ଦେଖାଏ । ପରସ୍ପରକୁ ବୁଝିଲେ ଭଲପାଇଲେ ଆମର ଦୁଃଖ ଚାଲିଯିବ । ଧର୍ମ ପୂଜାପାଠରେ ନଥାଏ , ଭୋକିଲା କୁ ଖାଇବାକୁ ଦେଇ ବିପଦରେ ସହଯୋଗ କଲେ ସମସ୍ତଙ୍କୁ ଭଲପାଇବାକୁ ଧର୍ମ ଅଟେ । ଧର୍ମକୁ ଅନୁଭବ କରାଯାଏ । ବୁଦ୍ଧହୋଇପାରିବା, କେବଳସମସ୍ତଂଙ୍କୁ ଭଲପାଇଲେ । ତେଣୁ ବୁଦ୍ଧକଂ ପଥରେ ଗଲେ ଆମକୁ ଜ୍ଞାନ ଓ ପ୍ରେମ ଲବ୍ଦ ହୁଏ । ଜନ୍ମ ଓ ମୂର୍ତ୍ତୃ ବାସ୍ତବ ସତ୍ୟ । ଏହାକୁ ଜାଣି ଆମେ ଆମର ସ୍ୱାର୍ଥ ପାଇଁ ଅନ୍ୟକୁ କଷ୍ଟ ଦେଉଛେ । ଅଜ୍ଞାନହିଁ ଆମକୁ ଦୁଃଖ ଦିଏ । ତେଣୁ ଦୁଃଖର କାରଣ ଅଜ୍ଞାନ । ଅଜ୍ଞାନକୁ ଅତିକ୍ରମ କରିବାକୁ ଗଲେ ପ୍ରକୃତ ସତ୍ୟକୁ ଧରିବା ଉଚିତ । ପ୍ରାର୍ଥନା ବା ଯଜ୍ଞକରି ଅଜ୍ଞାନକୁଜୟକରିହେବନାହିଁ । ତେଣୁ ବୁଦ୍ଧ କହିଲେ କାମନାର ବିନାସରେ ଦୁଃଖର ବିନାଶ ହୁଏ । ତେଣୁ ସମସ୍ତଙ୍କୁ ଭଲପାଇବାକୁ ହେବ ଯେପରି ଜଙ୍ଗଲୀ ଲୋକର ଆଖି ଭୂମିଉପରେଥାଏ,ସେମିତି ଜ୍ଞାନବାନ ଲୋକ ମଣିଷର ଦୁଃଖ କେବଳ ବୁଝୁଥାଏ। ଦୁଃଖର କାରଣ ଅଜ୍ଞାନତା।
