ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଦିବାସ୍ୱପ୍ନ

ଦିବାସ୍ୱପ୍ନ

1 min
7.5K


ଦିନେ ଜଣେ ତେଲି ତେଲ ବିକିବାକୁ ତେଲହାଣ୍ଡି ମୁଣ୍ଡେଇ ହାଟକୁ ଯାଉଥିଲା । ଯାଉ ଯାଉ ସେ ତେଲି ଭାବିଲା ଏ ତେଲ ବିକି ଯେଉଁ ପଇସା ହେବ ସେଥିରୁ ସେ କିଛି କୁକୁଡା କିଣିବ ଏବଂ କୁକୁଡା ଅଣ୍ଡା ଦେଲେ, ସେ ଅଣ୍ଡାତକ ନେଇ ହାଟରେ ବିକି ସେ ବହୁତ ପଇସା କମେଇବ । ପଇସା ହୋଇଗଲେ ଭଲ ଭଲ ପୋଷାକ ପିନ୍ଧି ସେ ଗାଁରେ ବୁଲିବ ।

ତା’ ସାଙ୍ଗରେ ଲୋକମାନେ ମିଶିବାକୁ ଚାହିଁଲେ, ସେ ସମସ୍ତଙ୍କୁ ମନା କରିଦେବ । ସେ କେମିତି ମନା କରିବ ଭାବି ଭାବି ଶେଷରେ ନିଜ ମୁଣ୍ଡକୁ ଜୋର୍ରେ ହଲେଇ ଦେଲା । ମୁଣ୍ଡ ହଲେଇ ଦେବାରୁ ତେଲହାଣ୍ଡିଟି ତଳେ ପଡି ଭାଙ୍ଗିଗଲା । ତାପରେ ସେ ତେଲି ଖୁବ୍ ମନ ଦୁଃଖରେ ତା’ଘରକୁ ଫେରିଲା ।

ଦିବାସ୍ୱପ୍ନର ଫଳ ସର୍ବଦା ଦୁଃଖଦାୟକ ହୋଇଥାଏ ।


Rate this content
Log in

Similar oriya story from Children