ଧନରେ ରଖିବୁ ଶପଥ ମୋର
ଧନରେ ରଖିବୁ ଶପଥ ମୋର
ସ୍ୱାମୀ ଶହୀଦ ହୋଇଯିବା ଖବର ଶୁଣି ଅନୁପମା ବେହୋସ ହୋଇଯାଇଥିଲେ l ଦୁଇବର୍ଷର ପୁଅଟିକୁ ନେଇ ସଂସାର ନାଵ କେମିତି ବାହିବେ ଭାବି ଭାବି ଦିନକୁ ଦିନ ଅସୁସ୍ଥ ହୋଇପଡିଲେ l ଆସ୍ତେ ଆସ୍ତେ ସବୁ ସମ୍ପର୍କୀୟ ଲୋକମାନେ ଦୁରେଇ ଯିବା ପରେ ସେ ବେସାହାରା ହୋଇପଡିବା ସମୟରେ ସ୍ୱାମୀଙ୍କର ବୀରତ୍ତ୍ୱ ପାଇଁ ମରୋଣତ୍ତର ପୁରସ୍କାର ବାବଦରେ ପାଇଥିବା ଟଙ୍କାରେ କଷ୍ଟେ ମଷ୍ଟେ ସଂସାର ଚଲାଉଥାନ୍ତି l
ପୁଅଟି ଚନ୍ଦ୍ରକଳା ପରି ବଢିବାକୁ ଲାଗିଲା l ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇ ରାଜଧାନୀ ରେ ବିଜ୍ଞାନ ରେ ଦୁଇବର୍ଷ ପଢିବା ପରେ ଡାକ୍ତର ହେବାକୁ ଇଚ୍ଛା ପ୍ରକଟ କରି ମା' କୁ କହିବାରେ ମା' ର ହୋସ ଉଡ଼ିଗଲା ଭଳି ଲାଗିଲା l ମା'ଟି ପୁଅକୁ ପିତାଙ୍କ ପଦାଙ୍କ ଅନୁସରଣ କରି ସୈନ୍ୟ ବିଭାଗରେ ଚାକିରୀ କରି ଦେଶ ସେବା କରି ଶତ୍ରୁର ମୁକାବିଲା କରିବାକୁ ଚାଁହୁଥିଲା l ପୁଅର ଇଚ୍ଛା ଆଗରେ ହାରମାନି ଆସ୍ତେ ଆସ୍ତେ ଅସୁସ୍ଥ ହୋଇପଡୁଥିଲା l
ପୁଅଟି ଦୁଇବର୍ଷ ଡାକ୍ତରୀ କୋଚିଂ ନେଇ ଅସଫଳ ହେଲା ପରେ ମାଆ କଥା ମନେପକାଇ ପାଠପଢା ଶେଷ କରି ଯେଉଁଦିନ ମାଆ ପାଖକୁ ଫେରି ଆସିଲା ଖୁସି ଖବର ନେଇ, ମା ଶଯ୍ୟାଶାୟୀ ଥିଲା l ପୁଅର ମୁଣ୍ଡ ଆଉଁସି ଧନରେ ରଖିବୁ ଶପଥ ମୋର, ନିଶ୍ଚୟ ସୈନ୍ୟ ବିଭାଗରେ ଚାକିରୀ କରିବୁ କହିସାରି ସବୁଦିନପାଇଁ ଆଖି ବୁଜି ଦେବାବେଳେ ପୁଅ ହାତରୁ ସୈନ୍ୟ ବିଭାଗରେ ଚାକିରୀ ହୋଇଯିବାର ଆପଏଣ୍ଟମେଣ୍ଟ ଲେଟର ଟି ଖସିପଡୁଥିଲା ମାଆ ର ମରଶରୀର ଉପରେ l ପୁଅଟି କାନ୍ଦି କାନ୍ଦି ମାଆ ପାଦ ଛୁଇଁ କହୁଥିଲା ବନ୍ଦେ ଉତ୍କଳ ଜନନୀ l
