STORYMIRROR

Aniruddha Samantara

Inspirational

3  

Aniruddha Samantara

Inspirational

ଧନୀ କିଏ ?

ଧନୀ କିଏ ?

3 mins
15.6K


ରଜ ଛୁଟିରେ ସବୁ ଏକାଠି ହୋଇଥିଲେ ବହୁତ ଦିନ ପରେ। ରାତି ପାହିଲେ ଚାଲିଯିବେ ଯେ, ଯା ରାସ୍ତାରେ। ଅବିନାଶ୍ , ଅନ୍ଵେଷ ଓ ଅରୁଣ। ପିଲାଟି ବେଳରୁ ୩ଜଣ ଭାରି ସାଙ୍ଗ। ଏକାଠି ପାଠ ପଢୁଥିଲେ। ମିଳିମିଶି ଖେଳା ବୁଲା କରୁଥିଲେ। ମଜାରେ ସେ ତିନିକୁ ଦେଖି କେହି ବି ପକାଉଥିଲେ ହେଲେ ଏ ତିନଟା ଗୋଟାକୁ ବାହା ହେବେ। ସାଙ୍ଗ ତ ନୁହଁ ରକ୍ତ ସଂପର୍କରେ ଜଡିତ ଭାଇ ଭାଇ ଭଳି ରହୁଥିଲେ। ହେଲେ ଧିରେ ଧିରେ ଧିରେ ସବୁ ବଦଳିଯାଇଥିଲା ।ଉଚ୍ଚ ପାଠ ପଢିବା ପରେ ସବୁ ନିଜ ନିଜ ରାସ୍ତା ଆପଣେଇଥିଲେ। ସମୟ ସ୍ରୋତରେ ସବୁ ଆଜି ନିଜ ଜୀବନକୁ ନେଇ ବ୍ୟସ୍ତ।

ସ୍ଵର୍ଗତ ପାତ୍ର ବାବୁଙ୍କ ପୁଅ ଅବିନାଶ। ଗାଁର ମହାଜନ ଥିଲେ ପାତ୍ର ବାବୁ। ଅବିନାଶ ଗୋଟିଏ ବୋଲି ପୁଅ। ପିଲାଟି ବେଳରୁ ତାର ସବୁ ଇଛାକୁ ପୂରଣ କରୁଥିଲେ। ଗାଁ ପାଠ ସାରି ସହରରେ ଯାଇ ରହୁଥିଲା ଓ ଇଞ୍ଜିନିୟର୍ ବେଳର କ୍ଲାସମେଟ୍ କଳ୍ପନାକୁ ପ୍ରେମ ବିବାହ କରେ। ଏ କଥାକୁ ବାପା ସମ୍ମତି ଦିଅନ୍ତିନି। ଘର ଛାଡି ଚାଲିଯାଏ । ବର୍ତ୍ତମାନ ଆମେରିକାରେ ଚାକିରି କରେ। ଅନ୍ଵେଷା ସୁଦାମବାବୁଙ୍କ ପୁଅ। ମଧ୍ୟବିତ୍ତ ପରିବାର। ବହୁ ପରିଶ୍ରମ କରି ପୁଅକୁ ଶିକ୍ଷାଦେଲେ। ସହରରେ ମାମୁ ଘରେ ରହି ପାଠ ପଢୁଥିଲା। ଏବେ ନୂଆନୂଆ ଚାକିରି ପାଇଛି ମୁମ୍ବାଇରେ। ଇଂରାଜୀ ଭଲ କହେ। ଆଉ ଅରୁଣ ଚାଷୀ ରଘୁର ପୁଅ। ସେ ବି ବେଶ୍ ପାଠଶାଠ ପଢିଛି। ଦେଶ ଦୁନିଆ ଖବର ଜାଣେ। ପରିବାରର ଆର୍ଥିକ ଅନାଟନ କାରଣରୁ ଚାକିରି ନପାଇ ଗାଁରେ ପିଲାଙ୍କୁ ପାଠ ପଢାଇବା ସହ ବାପାଙ୍କୁ କୃଷି କାମରେ ସାହାଯ୍ୟ କରେ। ଗାଁର ସୁଖଦୁଃଖରେ ଖୋଜା ପଡେ।

ଯିବା ପୂର୍ବଦିନ ସଂଧ୍ୟାରେ ଏକାଠି ହୋଇଥିଲେ ସବୁ। କଥାରେ କଥାରେ ପ୍ରଶ୍ନ ଉଠିଲା --"

"ଦୁନିଆର ସବୁଠାରୁ ଧନୀ କିଏ?"

ଏ ପ୍ରଶ୍ନକୁ ନେଇ ଗାଁ ମୁଣ୍ଡ ବରଗଛ ମଣ୍ଡପରେ ରଜ ଛୁଟିରେ ନିଜ ଗାଁରେ ଅତିଥି ସାଜି ଏକାଠି ହୋଇଥିବା ଏମିତି କଛି ସାଥିଙ୍କ ମଧ୍ୟରେ ଆଲୋଚନା ଚାଲୁଥାଏ। ଏହାର ଉତ୍ତର ଦେବାକୁ ଯାଇ ଅବିନାଶ ଚଟାପଟ୍ କହେ- "ବିଲ୍ ଗେଟସ୍"...

-- "ନ ନ ଇଟିଜ୍ ମୁକେଶ ଅମ୍ବାନି" ବୋଲି କହେ ଅନ୍ଵେଷ। ଏମିତି ଅନେକ ଉତ୍ତର ଆସେ।

ଶେଷରେ ଆସେ ଅରୁଣର ପାଳି। ଅରୁଣ ଉତ୍ତର ରଖେ ଦୁନିଆର ସବୁଠାରୁ ଧନୀ ହେଉଛନ୍ତି ବାପା। ସାଙ୍ଗରେ ଥିବା ସମସ୍ତେ ଉପହାସ କରି ଠୋ ଠୋ ହୋଇ ହସନ୍ତି ସବୁ ତା ଉତ୍ତର ଶୁଣି। ପ୍ରଶ୍ନ କରନ୍ତି କିଭଳି? ତାର ଜବାବ ରଖେ ଅରୁଣ --

---"ମୁଁ ଜାଣେନା କୋଉ ବିଲ୍ ଗେଟସ୍ କି ଅମ୍ବାନୀର ନା। କାରଣ ସେମାନେ ମୋ ଖୁସି, କି ଆମ ଖୁସି ପାଇଁ କାଠି କି ଖଡିକା ଦେଇନାହାନ୍ତି। ହେଲେ ଆମ ବାପାମାନେ ନିଜର କଷ୍ଟକୁ ଲୁଚାଇ ଆମକୁ ଖୁସି ଦେଇଛନ୍ତି। ଯିଏ ଆମ ସମସ୍ତ ଇଛାକୁ ପୂରଣ କରନ୍ତି। ପିଲାଟି ବେଳରୁ ପ୍ରତିଟି ଇଛା ଖାଇବା, ପିଇବା, ପାଠ ପଢିବା ପାଇଁ ତାଙ୍କ ନିଜର ସର୍ବସ୍ଵ ଖର୍ଚ୍ଚ କରିଛନ୍ତି। ମେଳା ଯାତ୍ରାକୁ ନେଇ ଖାଇବାଠୁ ଆରମ୍ଭ କରି ଖେଳଣା ପର୍ଯ୍ୟନ୍ତ ସବୁ ସେ କିଣିଦିଅନ୍ତି। ଆମର ସମସ୍ତ ଛୋଟଛୋଟ ଅଭିଳାଷକୁ ବିନାଦ୍ବିଧାରେ ପୂରଣ କରନ୍ତି। ଜୀବନରେ ଜଣେ ଭଲ ମଣିଷ ହୋଇ ତିଷ୍ଠିବା ଯାଏ ସେ ଆମ ହାତ ଧରିଛନ୍ତି।"

-"-କଣ ଭୁଲିଗଲୁ ଅବିନାଶ, ଆଉ ତୁ ଅନ୍ଵେଷ। କେତେ ପରିଶ୍ରମ କରି ସେମାନେ ଆମକୁ ଏତେ ବଡ କରିଛନ୍ତି।"

" ମୋ ମତରେ ନିଜ ନିଜ ବାପାଙ୍କ ବ୍ୟତୀତ ଦୁନିଆରେ କେହିବି ଅଧିକ ଧନୀ ହୋଇନଥାନ୍ତି। ତେଣୁ ମୋ ପାଇଁ, ମୋ ବାପା ହିଁ ଦୁନିଆର ସବୁଠାରୁ ଧନୀ।"

ଅରୁଣ ଠାରୁ ଉତ୍ତର ଶୁଣିବା ପରେ ସଭିଙ୍କ ଆଖି ଛଳ ଛଳ ହୋଇଯାଏ ଆଉ ଖୁସିରେ ସବୁ ତାଳି ମାରନ୍ତି। ବରଗଛ ପାଖ କମାରଶାଳରେ ନାୟକ ବୁଢା ସହ ବସି ବାପା ଅରୁଣର ସବୁ କଥା ଶୁଣୁଥାନ୍ତି। ତାଙ୍କ ଛାତି ଆନନ୍ଦରେ କୁଣ୍ଢେମୋଟ ହୋଇପଡେ।

---ଦେଖିଲୁ ରଘୁ ତୋ ପୁଅକୁ। ଆଜିକାଲି କୋଉ ପୁଅ ବାପା ମାଆକୁ ପଚାରେ। ସମ୍ପତ୍ତି ବେଳେ ସର୍ବେ ସଖା, ବିପଦେ ନ ହୁଅନ୍ତି ଦେଖା। ତୁ ତ ପୁଅକୁ କାଣିଚାଏଟି ବି ଦେଇନୁ ତଥାପି ସେ ଆଜି ତୋତେ ନେଇ ଭାରି ଖୁସି। ସତରେ ରଘୁ ତୁ ଭାରୀ ଧନୀ ଏଭଳି ପୁଅକୁ ପାଇ।

--- ସତରେ ନାୟକ ନନା, ସତରେ। ମୋ ପୁଅ ଆଜି ବହୁତ ବଡ ଧନୀ କରିଦେଲା ମୋତେ।

ଶେଷରେ ଆଖି ପୋଛିପୋଛି ଗର୍ବରେ ଛାତି ଫୁଲାଇ ଏକମୁହାଁ ହୋଇ ଫେରିଯାଏ ନିଜ କୁଡିଆକୁ।

ଅନିରୁଦ୍ଧ ସାମନ୍ତରା

କଲ୍ୟାଣ ସିଂହପୁର,ରାୟଗଡ

୯୪୩୮୬୮୫୮୬୫


Rate this content
Log in

Similar oriya story from Inspirational