STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ଦେଶଦ୍ରୋହ

ଦେଶଦ୍ରୋହ

1 min
242


ଭଜହରି ବାବୁ ଦେଶର ଜଣେ ପୁରୁଖା ସାମ୍ବାଦିକ। ବେସାଲିସ୍ ଏବଂ ନୀର୍ଭିକତା ପାଇଁ ପୁରପଲ୍ଲୀର ଘରେ ଘରେ ସେ ପରିଚିତ। ମୁକ୍ତବୃତ୍ତି ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଏବଂ ଆଜି ଯାଏଁ ବି ତାହା ବଳବତ୍ତର ରହିଛି। ଦୀର୍ଘ ପାଞ୍ଚ ଦଶନ୍ଧିର ସୁଦୀର୍ଘ ଅଭିଜ୍ଞତା ରହିଛି ତାଙ୍କର ସାମ୍ବାଦିକତା କ୍ଷେତ୍ରରେ। ବିଭିନ୍ନ ବିଗତ ସହସ୍ରାବ୍ଦୀର ସତୁରୀ ଦଶକର ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ୍ ହୋଇ କଳାପାଣିରେ ଜେଲ୍ ଦଣ୍ଡ ଭୋଗିଥିଲେ। ଗଣତନ୍ତ୍ରର କଣ୍ଠରୋଧ କରି ତତ୍କାଳୀନ ସରକାର ଚଳାଇଥିବା ଜନମାରଣ ନୀତିକୁ ବିରୋଧ କରି ସମ୍ବାଦପତ୍ରରେ ସ୍ତମ୍ଭ ଲେଖିବା ଥିଲା ସେତେବେଳେ ଯୁବକ ଭଜହରି ବାବୁଙ୍କ ଅପରାଧ। 


ଆଜି ବୟସର ସାୟାହ୍ନରେ ବି ସେ ଯୁବକଙ୍କ ପରି ଚଳ ଚଞ୍ଚଳ। କିନ୍ତୁ କୌଣସି ସମ୍ବାଦପତ୍ର କିମ୍ବା ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ତାଙ୍କ ଲେଖା କିମ୍ବା ଆଲୋଚନା ଦେଖିବାକୁ ମିଳେ ନାହିଁ। କାରଣ ତାଙ୍କ ଉପରେ ଲାଗୁ ହୋଇଛି ସରକାରୀ କଟକଣା। ସାମାଜିକ ଏବଂ ଅର୍ଥନୈତିକ ବାସନ୍ଦ। ଯେଉଁ ଗଣମାଧ୍ୟମ ସଂସ୍ଥା ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ଅବା ତାଙ୍କୁ ବୃତ୍ତିଗତ ଭାବେ ସହାୟତା କରିବେ ସେମାନେ ମଧ୍ୟ ଏହିପରି ବାସନ୍ଦର ସମ୍ମୁଖୀନ ହେବେ। କାହିଁକି ନା ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର ଅଦାଲତରେ ପ୍ରଲମ୍ବିତ ଅଛି। ପଞ୍ଚଚାଳିଶ ବର୍ଷ ପୂର୍ବେ କରିଥିବା ଅପରାଧ ଏବେ ପୁଣି ସେ ଦୋହରାଇଛନ୍ତି। ଅପରାଧ ଏହା କି, ବାରମ୍ବାର ତାଗିଦ୍ କରାଯିବା ସତ୍ତ୍ୱେ ଲୋକପ୍ରିୟ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ସମ୍ବାଦପତ୍ରରେ ସ୍ତମ୍ଭ ଲେଖିବା ଜାରି ରଖିଥିଲେ। ଅଲିଖିତ ନୂତନ ଆଇନ୍ ହିସାବରେ ସରକାରଙ୍କ ନୀତିକୁ ବିରୋଧ କରିବା ଦେଶଦ୍ରୋହ ଅନ୍ତର୍ଭୁକ୍ତ!!! 



Rate this content
Log in

Similar oriya story from Tragedy