The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

2  

Satyabati Swain

Tragedy

ଦେବୁ ଯଦି ଦେ

ଦେବୁ ଯଦି ଦେ

3 mins
486


ଇରେ ଗୋକୁଳି କଣ ଏତେ ତରବର ହେଉଛୁ

ହେଁ...ହେଁ... ଆମେ ପରା ଟିକେ ସିଆଡେ ବୁଲି ଯିବାକୁ ପ୍ରସ୍ତୁତ ହେଉଛୁ

ସିଆଡେ

ସିଆଡେ କଣ କିରେ ଗୋକୁଳି

ଆରେ ଭାଇ ଫୁକୁନା ମୋ ଘରଣୀ ରାଣୀର ଜିଗର ସେ ଏ ବର୍ଷ ସରିବା ପୂର୍ବରୁ ସିଆଡେ ଟିକେ ଯିବ। ଖାଲି କଣ ସିଆଡେ କେତେ କୁଆଡେ ଯିବ ବୋଲି କହୁଛି। ତା ସାଙ୍ଗରେ ମୋ ଭାଇ ଭଉଣୀ ଦିଟା ବି ବାଇ।


ଏଇଟା ବେପାର ସିଜିନି। ଦି ପଇସା ରୋଜଗାର ହୁଏ ନୂଆ ବର୍ଷ ଆସିବା ପୂର୍ବରୁ। ହେଲେ ଆମ ଘରେ ସେ କଥା କିଏ ବୁଝୁଛି। ଛକରେ ବାଦାମ ବିକୁଥିବା ଗରିବ ମଣିଷଟା ମୁଁ। ବଡ଼ ବଡ଼ିଆଙ୍କ ପରି ମୋ ଘର ଲୋକେ ବି ପାଗଳ। ବୁଝିଲୁ ଫୁକୁନା ଏଇ ପୁରୁଣା ବର୍ଷ ସରି ଯିବ ଵୋଲି ଏତେ ବୁଲା ବୁଲି କଣ କିରେ କାହାକୁ ବିଦାୟ ଦେଲାବେଳ କେହି ମଜା ମସ୍ତି କରେ କିରେ ଫୁକୁନା ଦୁଃଖ କରିବା ବଦଳରେ କି ନାଚ, କି ଗୀତ କି ପିକ୍ ନିକ୍  ରେ ଭାଇ କହନା ବର୍ଷ ଶେଷ ଡିସେମ୍ବର ରବିବାରିଆ କଥା କଣ କହିବି ପୁରୀ,ନନ୍ଦନକାନନ,କୋଣାର୍କ, ପାରାଦ୍ୱୀପ ,ସିଆଳି,ଧର ଟଙ୍ଗଡ଼ ଖାଲି ଗହ ଗହ। ଦଳକୁ ଦଳ ଲୋକେ ଯାଇ ରୋଷେଇ ବାସ କରି ଖାଉଛନ୍ତି ଓ ମଜା ନେଉଛନ୍ତି। ଆମ ପରି ଗରିବ ଗୁରୁବା

ଏ ବଡ଼ ବାଡ଼ିଆଙ୍କ ପରି ଜୀବନ ଜୀଇଁବାକୁ ଚାହିଁଲେ ବିପଦ ନୁହଁ. ସମସ୍ତେ ଖାଲି ବାଇଆରେ ଫୁକୁନା। ମଣିଷ କାହିଁକି ଏମିତି ହେଉଛି


କେଜାଣେ ରେ ଗୋକୁଳି। ମଣିଷଙ୍କୁ କଣ ବାଇଆ କରୁଛି କିଛି ବୁଝି ହେଉ ନାହିଁ। ଖାଲି ବୁଲା,ଖିଆପିଆ,ମଜା ମସ୍ତି,ପାର୍ଟି ,ପିକ୍ ନିକ୍। ନିଶାରେ ଟଳୁଛି ପାଦ। ଭୁଲୁଛି ମଣିଷ ପଣିଆଁ।


ଗୋକୁଳି ରେ! ଦିନକୁ ଦିନ ମଣିଷ ପଣିଆଁ କୁଆଡେ ଉଭେଇ ଗଲା କହିଲୁ କେଉଁ ଦିନ ଏମିତି ସରୁଛି ଯେଉଁ ଦିନ ଛୁଆଠୁ ବଡ଼ ଯାଏ ବଳତ୍କାର ନ ହେଉଛନ୍ତି ନାଁ ବାଳିକାକୁ ବଳତ୍କାର କରି କେଉଁ ବଣରେ ଫିଙ୍ଗୁଛନ୍ତି। ପୁଣି କାହାକୁ ବଳତ୍କାର କରି ହତ୍ୟା କରି ଅଖାରେ ପୁରାଇ ନଈକୁ ଫିଙ୍ଗି ଦେଉଛନ୍ତି ତ କାହାର ତଣ୍ଟି ଚିପି ମାରି ଦେଉଛନ୍ତି। ନବମ ଶ୍ରେଣୀ ଝିଅ ମା ହେଉଛି। ସବୁଠୁ ଥରେଇଲା ପ୍ରାଣୀ ଡାକ୍ତରଣୀ ପ୍ରିୟଙ୍କା କଥା। ଆରେ ଭାଇ ଯୋଜନା ବଦ୍ଧ ଗଣ ଦୁଷ୍କର୍ମ;ତାପରେ ଜୀଅଁନ୍ତା ଝିଅଟାକୁ ପୋଡ଼ିଦେବା କି ଚଣ୍ଡାଳ ପ୍ରକୃତି କହିଲୁ।


ବୁଝିଲୁ ଗୋକୁଳି ଦେଖିଛୁ ନା ସେ ଟିଭି ନିୟୁଜ ସେ ପୋଲିସଟା ଭାରୀ ସାହାସୀ। ମାରି ଦେଲା ନା ସେ ପଶୁଗୁଡାଙ୍କୁ ଏନ୍ କାଉଣ୍ଟର କରି। ଆରେ ଗୋକୁଳି ସେ ଏନକାଉଣ୍ଟର ଟା କଣ କିରେ


ମୁଁ କଣ ଜାଣିଛି ନା କଣ ମୋତେ ଲାଗେ ଏନ୍ କାଉଣ୍ଟର ମାନେ କାହାକୁ ଅପେକ୍ଷା ନ ରଖି ନିର୍ଭୟରେ ଦୋଷୀକୁ ଢୋ କରି ସ୍ୱର୍ଗକୁ ପଠେଇ ଦେବା।


ହଁ ହଁ ସେଇଆ ସେଇଆ ରେ ଗୋକୁଳି। ଏ ସବୁ ପୋଲିସ ଗୁଡା ସେମିତି ହେଲେ ହୁଅନ୍ତାନି....ନାଇଁ ତୁଚ୍ଛାଟାରେ ପୋଲିସ। ଯାହାକୁ ଭରସା ସେଇ ପୋଲିସ ପରା ଘରେ ଛାଡ଼ିଦେବି କହି ଧର୍ଷଣ କରୁଛି।


ଗୋକୁଳିରେ କି ଯୁଗ ହେଲା ସତ କହିଲେ କୁହନ୍ତି ଭାତ ମିଳେ,ହେଲେ ଏ ଯୁଗରେ ଖାଲି ନାତ ରେ ଗୋକୁଳି। ଭାରି ଡର ଲାଗିଲାଣି। ଆମେ ଏବେ ନୂଆ ବାହା ସାହା ହୋଇଛେ। କାଲି ଆମର ବି ଝିଅ ପୁଅ ହେବେ। ହେଲେ ଗୋକୁଳି ଆମ ପୁଅ କଣ ବଳତ୍କାର କରିବ ଆଉ ଆମ ଝିଅମାନେ କଣ ସେମିତି ବଳତ୍କାର ଶିକାର ହେବେ। କଣ କରିବାରେ ଗୋକୁଳି


ବୁଝିଲୁ ଫୁକୁନା ମୋର ବି ସେଇ ଡର। ପିଲା ଜନ୍ମ କରିବୁ କି ନାଇଁ ସେଇ ଦ୍ଵନ୍ଦରେ ମୁଁ। ପୁଅ ହେଲେ ବଳତ୍କାର କରିବ,ପୋଲିସ ଏନକାଉଣ୍ଟରରେ ମରିବ। ଝିଅ ଜନ୍ମ କଲେ ବାଟ ଘାଟ,ସ୍କୁଲ,କଲେଜ,କି କର୍ମସଂସ୍ଥାନରେ ବି ଦୁଷ୍କର୍ମ ଶିକାର ହେବ। କେଉଁଠି ଲୁଚାଇବା ଝିଅଙ୍କୁ। ପୋଡ଼ା ହେବ,ନଲେ ତଣ୍ଟି ଚିପା ହୋଇ ମରିବ ଧର୍ଷଣ ପରେ।


ଦେଖିନୁ ସେ ପ୍ରାଣୀ ଡାକ୍ତର ପ୍ରିୟଙ୍କାକୁ କେମିତି ଗଣ ଦୁଷ୍କର୍ମ କରି ପୋଡ଼ିଦେଲେ.


ଯାହା କହ ଗୋକୁଳି ମୁଁ ଭାବୁଛି ପିଲା ଜନ୍ମ କରିବି ନାହିଁ। ମୂଳୁ ମାଇଲେ ଯିବ ସରି,ଦେବତା ସଂଗେ କିମ୍ପା କଳି


ସଂସାର ବଢିବ କେମିତି କି ଫୁକୁନା। ସମସ୍ତେ ଯଦି ଏପରି ଭାବିବେ ସୃଷ୍ଟି ଧ୍ୱଂସ ଜାଣ।


ହେଉ ସେ ସୃଷ୍ଟି ଧ୍ୱଂସ,କିନ୍ତୁ ଝିଅ ପୁଅ ଜନ୍ମ କରିବା ମାନେ ଦୋଷ। ହେଲେ ମୋ ବାପା ମା କଣ ବୁଝୁଛନ୍ତି। ଖାଲି ନାତି ନାତୁଣୀ ପାଇଁ ଥେଇ ଥେଇ ହେଉଛନ୍ତି ତ। ନାତି ନାତୁଣୀ ମୁହଁ ନ ଦେଖି ମଲେ କୁଆଡେ ତାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ। କଣ କରିବି କହ। ସେମାନେ କଣ ବୁଝି ପାରୁଛନ୍ତି ଏବେ ସମାଜରେ କଣ ଘଟୁଛି ତାଙ୍କର ତ ଖାଲି ନାତି ନାତୁଣୀ ଦରକାର। ଛାଡ଼ରେ ଗୋକୁଳି ଖାଲି ଭାଗ୍ୟକୁ ଅନେଇବା। ତେଣିକି ତାଙ୍କର ଯାହା ଇଚ୍ଛା।


ଠାକୁର କଣ ଦୁଷ୍କର୍ମ କରୁଛନ୍ତି । ତାଙ୍କୁ ଏ ମଣିଷଙ୍କ କଳା କାମ ଭିତରକୁ ଟାଣୁଛୁ କାହିଁକି


ଶୁଣ ସବୁ ବଳତ୍କାରୀଙ୍କୁ ବିନା ବିଚାରରେ ସମସ୍ତଙ୍କ ଆଗରେ ଏନ କାଉଣ୍ଟର କିମ୍ବା ସବୁ ଲୋକଙ୍କୁ ଡାକି ଜମା କରି ବଳତ୍କାରୀ ହାତ,ଗୋଡ଼,ଖଣ୍ଡ ଖଣ୍ଡ କରା ଯାଆନ୍ତା। ଆଖି ଫୁଟେଇ ଦିଆଯାଅନ୍ତା। ଅତି ମର୍ମନ୍ତୁତ,ଲୋମ ହର୍ଷଣକାରୀ ମୃତ୍ୟୁ ଦିଆଯାଅନ୍ତା। ଏମିତି ମରଣ ସବୁ ଲୋକଙ୍କ ଆଗରେ ଦିଆ ଯାଆନ୍ତା ଯେ କେହି ବଳତ୍କାର କରିବା ପୂର୍ବରୁ ସେ ଭୟାନକ। ମରଣ କଥା ଭାବି ଆନ୍ତତଃ ଏ କୁତ୍ସିତ କାର୍ଯ୍ୟରୁ ବିରତ ହୁଅନ୍ତା।


ହଁ ରେ ଭାଇ। ସେଇଥିପାଇଁ ପରା ମୋ ଘରଣୀ ଜିଗର କରିଛି ସିଆଡେ ମାନେ କାଳିଆକୁ ଦର୍ଶନ କରିବାକୁଯିବ। ତୁ ଯିବୁ କି ଆମ ସାଙ୍ଗରେ ଫୁକୁନା।


ହଁ ହଁ ଚାଲେ ଯିବା। କାଳିଆକୁ ଏ ଲଜ୍ଜା ଥମିବାକୁ ଗୁହାରୀ କରିବା। କହିବା କଳିଆରେ ଦେବୁ ଯଦି ଡେ ଯ ଟିକେ ମଣିଷ ପଣିଆଁ ସଭିଙ୍କୁ ଦେ। ମାନବୀୟ ମୂଲ୍ୟବୋଧ ଶାନ୍ତି,ସୁସ୍ଥତା ଫେରୁ ସମାଜରେ। ଦୁଷ୍କର୍ମ ହଟୁ। ଉଣେଇଶ ମସିହା ପରି କଳଙ୍କିତ ଅଧ୍ୟାୟ ଯୋଡ଼ା ନହେଉ ମୋ ଦେଶ ଇତିହାସରେ। ମୋ ଭାରତ ପରା ବିଶ୍ୱରେ ମହାନ।



Rate this content
Log in

Similar oriya story from Tragedy