Laxmi Chand

Inspirational Abstract Others

3  

Laxmi Chand

Inspirational Abstract Others

ଦୌଡ଼

ଦୌଡ଼

1 min
7.0K


ଲକ୍ଷ୍ମୀ ଚାନ୍ଦ

  କୁହନ୍ତି ମଣିଷର କାମନା ହିଁ ଦୁଃଖର କାରଣ। କାମନା ନ ରହିଲେ ଦୁଃଖ ରହିବ ନାହିଁ। ମୁଁ କିନ୍ତୁ ଅନ୍ୟପ୍ରକାର ଭାବେ। କାମନା ନ ରହିଲେ ମଣିଷର ଜୀବନଟା ହିଁ ବୃଥା। ରାତିରେ ଆମେ ସମସ୍ତେ ସ୍ବପ୍ନ ଦେଖି ଶୋଇଯାଉ। ସକାଳୁ ଉଠି ତାକୁ ପୁରଣ କରିବାକୁ ଦୌଡ ଲଗାଉ। ଯଦି ତାହା ପୁରଣ ନ ହେଲା ପୁଣି ସ୍ବପ୍ନ ଦେଖୁ। ଏହି ସ୍ବପ୍ନ ହିଁ ତ କାମନା ଯାହା ଆମକୁ ବଞ୍ଚାଇ ରଖେ।

ଜୀବନରେ ଯଦି କାମନା ନ ରହିବ ବଞ୍ଚିବାର ମୋହ ତୁଟି ଯିବ । ଜୀବନ ପ୍ରତି ବିତୃଷ୍ଣା ଆସିଯିବ। ତେଣୁ ସ୍ବପ୍ନ ଦେଖିବା ଓ ତାକୁ ପୁରଣ କରିବା ପାଇଁ ଆୟୁଷକୁ ଅତିକ୍ରମ କରିବା ଏକ ପୁନଃପୌନିକ ପ୍ରକ୍ରିୟା। ଏହାକୁ ବାଦ ଦେଲେ ମଣିଷ ଭଗବାନ। କିନ୍ତୁ ସବୁ ମଣିଷ ଯଦି ଭଗବାନ ପାଲିଟିବେ ପୃଥିବୀର ଅସ୍ତିତ୍ବ କାହିଁ? 

ତ ସ୍ବପ୍ନ ଦେଖନ୍ତୁ, ମନ ଭିତରେ କାମନା ପାଳନ୍ତୁ ଏବଂ ତାକୁ ପୁରଣ କରିବା ପାଇଁ ଦୌଡ଼ ଲଗାଇ ଜୀବନଟାକୁ ଖୁସିରେ ବିତାଇଦିଅନ୍ତୁ।


Rate this content
Log in

More oriya story from Laxmi Chand

Similar oriya story from Inspirational