STORYMIRROR

Laxmi Chand

Inspirational Abstract Others

3  

Laxmi Chand

Inspirational Abstract Others

ଦୌଡ଼

ଦୌଡ଼

1 min
14.1K


ଲକ୍ଷ୍ମୀ ଚାନ୍ଦ

  କୁହନ୍ତି ମଣିଷର କାମନା ହିଁ ଦୁଃଖର କାରଣ। କାମନା ନ ରହିଲେ ଦୁଃଖ ରହିବ ନାହିଁ। ମୁଁ କିନ୍ତୁ ଅନ୍ୟପ୍ରକାର ଭାବେ। କାମନା ନ ରହିଲେ ମଣିଷର ଜୀବନଟା ହିଁ ବୃଥା। ରାତିରେ ଆମେ ସମସ୍ତେ ସ୍ବପ୍ନ ଦେଖି ଶୋଇଯାଉ। ସକାଳୁ ଉଠି ତାକୁ ପୁରଣ କରିବାକୁ ଦୌଡ ଲଗାଉ। ଯଦି ତାହା ପୁରଣ ନ ହେଲା ପୁଣି ସ୍ବପ୍ନ ଦେଖୁ। ଏହି ସ୍ବପ୍ନ ହିଁ ତ କାମନା ଯାହା ଆମକୁ ବଞ୍ଚାଇ ରଖେ।

ଜୀବନରେ ଯଦି କାମନା ନ ରହିବ ବଞ୍ଚିବାର ମୋହ ତୁଟି ଯିବ । ଜୀବନ ପ୍ରତି ବିତୃଷ୍ଣା ଆସିଯିବ। ତେଣୁ ସ୍ବପ୍ନ ଦେଖିବା ଓ ତାକୁ ପୁରଣ କରିବା ପାଇଁ ଆୟୁଷକୁ ଅତିକ୍ରମ କରିବା ଏକ ପୁନଃପୌନିକ ପ୍ରକ୍ରିୟା। ଏହାକୁ ବାଦ ଦେଲେ ମଣିଷ ଭଗବାନ। କିନ୍ତୁ ସବୁ ମଣିଷ ଯଦି ଭଗବାନ ପାଲିଟିବେ ପୃଥିବୀର ଅସ୍ତିତ୍ବ କାହିଁ? 

ତ ସ୍ବପ୍ନ ଦେଖନ୍ତୁ, ମନ ଭିତରେ କାମନା ପାଳନ୍ତୁ ଏବଂ ତାକୁ ପୁରଣ କରିବା ପାଇଁ ଦୌଡ଼ ଲଗାଇ ଜୀବନଟାକୁ ଖୁସିରେ ବିତାଇଦିଅନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Laxmi Chand

ଦୌଡ଼

ଦୌଡ଼

1 min ପଢ଼ନ୍ତୁ

Similar oriya story from Inspirational