STORYMIRROR

Sunanda Mohanty

Tragedy Children

3  

Sunanda Mohanty

Tragedy Children

ଦାୟୀ

ଦାୟୀ

2 mins
309

  ଅନେଶତ ମସିହା ମହାବାତ୍ୟା ସମୟର କଥା. ପାଣି ବିଜୁଳି ଗ୍ୟାସ କିଛି ଵି ନାହିଁ. କିରୋସିନି ଭାଗରେ ଯାହା ପଡିଲା ସେତିକି ସମ୍ବଳ ଇନ୍ଧନ ପାଇଁ. ନିଜ ହାତରେ ଉତ୍ତାରିଥିବା ଅମୃତଭଣ୍ଡା ଗଛଟି ଭାଙ୍ଗି ପଡି ଢେର ସାରା ଅମୃତଭଣ୍ଡା ଥାଏ ଘରେ. ଡାଲି ଓ ଆଳୁ ସହ ନଡ଼ିଆ ଓ ଅରୁଆ ଚାଉଳ ଥାଏ ମହଜୁଦ, ତ ସବୁଦିନ ଅରୁଆଭାତ ଓ ଡାଲମା ହୋଇଯାଏ ଆରାମରେ. ପିଲାଦୁଇଟା ଛୋଟ ତ ବିକଳ ଆକୁଳରେ ଖାଇନିଅନ୍ତି ଗୁଣ୍ଡେ ଦୁଇଗୁଣ୍ଡା l

  ଅତିଥି ହୋଇ ପହଞ୍ଚିଲେ ଆମ ପୁରୋହିତ, ସଙ୍ଗରେ ପୁଅ ବୋହୁ ଓ ନାତି. ପୁରୋହିତ କହୁଥିଲେ ରାତିରେ ଘାଇ ଭାଙ୍ଗି ଘରେ ପାଣି ପଶିଯିବା ଭୟରେ ଏମାନଙ୍କୁ ଏଠାରେ ଛାଡିବାକୁ ଆସିଲି, ବହୁ ଯଜମାନ ସେମାନଙ୍କ ଘରେ ଆତିଥେୟତା ଦେବାକୁ ଲାଳାୟିତ ଥିଲାବେଳେ, ଏଠାର ସୁବିଧା ଓ ସୁରକ୍ଷା ଯୋଗୁଁ ଏଠି ଛାଡ଼ିଦେଇ ଯାଉଛି. ରାତି ସାରା ଗ୍ରାମରେ ଆମେ ଅନିଦ୍ରା ରହି ଜଗି ବସିବୁ l

 ପୁରୋହିତଙ୍କ ପୁଅକୁ ଜର, ବାଛି ବାଛି ଭଲ ଓ ଶୁଖିଲା କମଳ ତାଙ୍କୁ ଘୋଡିହେବାକୁ ଦେଲା ପରେ ଜରୁଆ ମଣିଷ କଣ ଖାଇବେ ନ ଖାଇବେ ବୋଲି ଧଡପଡ ଵି ହେଲି. ତାଙ୍କ ନାତି ସହ ଖେଳକୁଦରେ ମାତି ଆମ ପୁଅ ଝିଅଙ୍କ ସମୟ କଟିଲା ସତ, ହେଲେ ଛୋଟ ଛୁଆର ଏଣେତେଣେ ପଳେଇଯିବାକୁ ଜଗିବାକୁ ପଡିଲା, ହଗିମୁତି ପିଲାଟି ଆଣ୍ଠୁଏ ତ ଟ୍ୟୁବୱେଲ ମାରି ତା ମାଆ ସହ ପାଣି ବି ବୋହିବାକୁ ପଡିଲା, ଝୁପୁ ଝୁପୁ ବର୍ଷା ଲାଗି ରହିଥାଏ, ଚାରିଆଡ ଓଦା, ଓଦାଘର ଓ ଲୁଗାପଟା ଶୁଖିବା କଷ୍ଟ ଭିତରେ ବ୍ରାହ୍ମଣ ପରିବାର କଣ ଖାଇବେ ନଖାଇବେ ପ୍ରତି ନିଘା ରଖିବାକୁ ପଡୁଥାଏ ମତେ l

 ସ୍ୱାମୀ ଅରୁଆ ଭାତ ଡାଲମାରେ ସନ୍ତୁଷ୍ଟ ଆଉ କୁମ୍ଭକର୍ଣ୍ଣ ପରି ଶୋଇବାରେ ଆନନ୍ଦ. ମତେ ସବୁ କଥା ବୁଝି ସକାଳୁ ସ୍କୁଲ ଯିବାକୁ ପଡିବ. ପ୍ରତ୍ୟକ ରାତି ବିପଦ ମୁକ୍ତ ହେଲାପରେ ସ୍କୁଲ ରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ କଥା ମଧ୍ୟ ବୁଝିବାକୁ ପଡେ, ଏମିତିକି ସେମାନଙ୍କ ଝଗଡାଝାଟି. ଘରେ ପିଲାଦିଟା ଭାରି ଆନନ୍ଦ, ତାଙ୍କୁ ଖେଳ ସାଥୀ ମିଳିଯାଇଛି କିନ୍ତୁ ଅନ୍ୟାନ୍ୟ ସୁବିଧା ଅସୁବିଧା ମତେ ହିଁ ବୁଝିବାକୁ ପଡିବ l

 ଏ ଭିତରେ ଚାରି ପାଞ୍ଚଦିନ ବିଗତ ହେଲାଣି. ପୁରୋହିତଙ୍କ ପୁଅଙ୍କର ଵି ଜର ଛାଡିଗଲାଣି. ଗ୍ରାମ ସବୁ ବିପଦମୁକ୍ତ ହେଲାଣି. ସ୍କୁଲରେ ଆଶ୍ରୟ ନେଇଥିବା ଲୋକ ମାନେ ଯିଏ ଯାହା ଗ୍ରାମକୁ ଲେଉଟି ଗଲେ ସେଦିନ. ଘରେ ମୁଁ ସେହିକଥା କହିଛି କି ନାହିଁ ପୁରୋହିତଙ୍କ ପୁଅ ନନାଙ୍କୁ ଫୋନ କରି ଡକାଇ ପଠାଇଲେ ଆଉ ବ୍ୟାଗ ସଜାଡି ଯିବାକୁ ବାହାରିଲେ, ତ ମୁଁ ଭାବିଲି ଗ୍ରାମକୁ ବାହୁଡ଼ି ଯେବେ ହେଲେ ପୁରୋହିତଙ୍କ ଏମିତି କିଛି ବାକ୍ୟ ଥିଲା ଯେ ବହୁ ଯଜମାନ ଆମର ଅଛନ୍ତି, ଏମାନେ ସେଠାରେ ସ୍ୱଚ୍ଛନ୍ଦରେ ରହିବେ. ସେମାନେ ଭଡାରେ ବିଜୁଳି ଓ ପାଣି ଆଣୁଛନ୍ତି, ଗ୍ୟାସ ଵି ମହଜୁଦ ରଖିଛନ୍ତି. 

 ସେମାନେ ଚାଲିଗଲେ ସିନା ତା ପରଠୁ ସମ୍ପର୍କରେ ଫାଟ ସୃଷ୍ଟି ହେଲାପରି ଲାଗିଲା. ସମୟ କ୍ରମେ ପୁରୋହିତ ମହାଶୟ ଚାଲିଗଲେ ଆରପାରିକୁ. ସେଦିନ ପରଠୁ ପଶ୍ଚାତାପ ଅନଳରେ ଜଳି ନିଜକୁ କ୍ଷମା କରିପାରୁନି ମୁଁ. ଭାବୁଛି ମୋ ପାପର ପାହାଡ଼ ସୃଷ୍ଟିରେ ଏ ଏକ ବାଲିଗିରିଡ଼ା ନା ଗୁମ୍ଫା କେଜାଣି?? 

  ଏଵେ ଆମ ପାଖେ ତିନିଗୋଟି ଗ୍ୟାସ ସିଲିଣ୍ଡର. ଫାଇଲିନ, ଫନୀ ପରି ବାତ୍ୟାରେ ଵି କିଛି ଅସୁବିଧା ହୋଇନି, ଏମିତିକି ତା ଭିତରେ ପୁଅ ବାହାଘର ହୋଇ କାହିଁରୁ କେତେ ଅତିଥି ଅଭ୍ୟାଗତ ଭିତରେ ପୁରୋହିତ ଓ ତାଙ୍କ କଟାକ୍ଷ ପୂର୍ଣ୍ଣ କଟୁକ୍ତି ସହ ମୋ ପାପର ପ୍ରାୟଶ୍ଚିତ ପାଇଁ ବାଟ ନପାଇ ଦାୟୀ ହୋଇ ରହିଯାଇଛି l



Rate this content
Log in

Similar oriya story from Tragedy