ଦାରିଦ୍ର୍ୟ
ଦାରିଦ୍ର୍ୟ
ଦାରିଦ୍ର୍ୟ କେବଳ ଧନରେ ନୁହେଁ ମନରେ ଥାଏ. ସେଦିନ ଦୀପାବଳି ରୁ ବଳିଥିବା ମିଠା ପ୍ୟାକେଟ ରୁ ଦୁଇଗୋଟି ମିଠା ନେଇ ଛାତ ଉପରକୁ ଯାଇ ଗୋଟିଏ ଖୋଲି ଖାଇଛି କି ନାହିଁ,ଉପର ଛାତରୁ ମାଙ୍କଡ଼ ଲାଙ୍ଗୁଡ଼ଟିଏ ଲମ୍ବି ଆସିଲା, ଦେଖିଲାବେଳକୁ ଛୋଟ ମାଙ୍କଡ଼ଟିଏ, ତ ଉଠିଯାଇ ତାକୁ ମିଠାଟି ବଢ଼େଇ ଦେବାରେ ସେ ନେଲାନି, ପାଚେରୀ ଉପରେ ଥୋଇ ଅପେକ୍ଷା କଲି ତାର ପ୍ରତିକ୍ରିୟାକୁ ତ ନେଇ ଖାଇଲା ଖୁସିରେ. ମୁଁ ବି ଅନ୍ୟ ମିଠାଟି ଖାଇବାକୁ ଆରମ୍ଭ କରିଛି କି ନାହିଁ ପଲେ ମାଙ୍କଡ଼ ମାଡିଆସିଲେ l
ସେଇ ପଲେ ମାଙ୍କଡ଼ ଭିତରେ ବି ପ୍ରଥମ ଛୋଟ ମାଙ୍କଡ଼ଟି ଭଳି ଗୋଟିଏ ଥିଲା, ମୁଁ ବହୁତ ଭାବିଲି ଯେ ମୋ ହାତରେ ଥିବା ମିଠାଟି ମୁଁ ତାକୁ ଦେଇଦେବି ହେଲେ ଦେଇପାରିଲିନି, କାହିଁକିର କାରଣ ହୁଏତ ଅନ୍ୟମାଙ୍କଡ଼ ମାନେ ଦଉଡି ଆସିଥାନ୍ତେ କିଛି ପାଇବା ଆଶାରେ ତ ଭାବିଲି ତଳକୁ ଯାଇ ଆଉ କିଛି ମିଠା ନେଇ ଆସିବି ସଭିଙ୍କୁ ଦେବି, ତା ବି କଲିନି, କିନ୍ତୁ ଲକ୍ଷ କଲି କେହିବି ପ୍ରଥମ ଛୋଟ ମାଙ୍କଡ଼ଟି ଧରି ଖାଉଥିବା ମିଠାଟିକୁ ତା ଠାରୁ ଛଡାଇ ନେଉନାହାନ୍ତି, ଯେତେ ଭାବିଲି ତଳକୁ ଯାଇ କିଛି ମିଠା ନେଇଆସିବି ସେମାନଙ୍କ ପାଇଁ ଯାଉନଥିଲି l
ମାଙ୍କଡ଼ମାନେ ମୋ ଆଗରେ ଥିବା ଫୁଲ କୁଣ୍ଡ ଗୁଡିକୁ ଧ୍ବଂସ କରିବାରେ ଲାଗିଥାନ୍ତି. ପଛପଟ ଛାତରେ କାମ କରୁଥିବା ଶ୍ରମିକ କୁ ମାଙ୍କଡ଼ ଘଉଡେଇବାକୁ କହିଲା ବେଳେ ଆଖିରେ ପଡିଲା ଗୋଟିଏ ବଡ ମାଙ୍କଡ଼ର କ୍ଷତାକ୍ତ ଗୋଡ଼ ଉପରେ, ତାକୁ ମୋ ହାତରେ ଥିବା ମିଠାଟି ଦେବି ଭାବୁଛି, ପ୍ରଥମ ଛୋଟ ମାଙ୍କଡ଼ର ଅବଶିଷ୍ଟ ମିଠାଟି ତା ହାତରୁ ଖସି ପଡିଲା ତ କ୍ଷତାକ୍ତ ମାଙ୍କଡ଼ ଓ ଅନ୍ୟ ଛୋଟ ମାଙ୍କଡ଼ ତାହାନେବାକୁ ଆଗେଇ ଆସିଲେ ଆଉ ପାଇଗଲା ଅନ୍ୟ ଛୋଟ ମାଙ୍କଡ଼ଟି ଏବଂ ଖାଇବାକୁ ଲାଗିଲା. କ୍ଷତାକ୍ତ ମାଙ୍କଡ଼ଟିକୁ ମୋ ହାତରେ ଥିବା ମିଠାଟି ଦେବାକୁ ଯାଉଥିବା ବେଳେ ଶ୍ରମିକଟି ଆସି ସମସ୍ତଙ୍କୁ ଘୋଉଡ଼େଇ ସାରିଥିଲା l
