STORYMIRROR

Banasmita Panda

Tragedy Inspirational

3  

Banasmita Panda

Tragedy Inspirational

ଚରିତ୍ର ହୀନା

ଚରିତ୍ର ହୀନା

3 mins
92


       ଆଜ୍ଞା ବସନ୍ତୁ,ମୁଁ ଅସୀମା. ପରିଚୟ ମୋର ଚରିତ୍ରହୀନା. ଚା କପ ଟି ଧରି କହିଲା ଅସୀମା ସାମ୍ବାଦିକ ନବୀନ ବାବୁ ଙ୍କୁ ପରିଚୟ ଦେଇ ସାରି ହସି ହସି ବସି ପଡିଲା ନିକଟସ୍ଥ ପଲଙ୍କ ଉପରେ. ନବୀନ ବୋକା ପରି ତାର ମୁହଁ କୁ ଚାହିଁ ଥାଏ. ସତେ ଯେମିତି ବହୁ ଜୋରେ ପ୍ରୟାସ କରୁ ଥାଏ ଅସୀମାର ଅକୁହା ରହସ୍ୟମୟ ହସକୁ ବୁଝିବାକୁ. 


         ନବୀନ ଜଣେ ସାମ୍ବାଦିକ, ଆଜିକାଲି ବେଶ୍ୟା ବୃତ୍ତି ଉପରେ ଆର୍ଟିକିଲ ଲେଖୁଛନ୍ତି. ସେଥିଲାଗି ସେ ଆସିଛନ୍ତି ଭୁବନେଶ୍ୱର ସ୍ଥିତ ମାଳି ସାହିର ଅସୀମାକୁ ଦେଖା କରିବାକୁ. ବହୁ ଥର ପ୍ରୟାସ କରିବା ପରେ ଅସୀମା ରାଜି ହୋଇଛି ଇଣ୍ଟରଭିଉ ଦେବାକୁ.

ଅସୀମା - ଚା ଟା ଥଣ୍ଡା ହୋଇ ଗଲାଣିଯେ ସାମ୍ବାଦିକ ବାବୁ ପି ଦିଅନ୍ତୁ.....

ନବୀନ କିନ୍ତୁ ଏକ ଲୟରେ ଦେଖୁ ଥାଏ ଏବଂ ଶୁଣୁ ଥାଏ ଅସୀମାର କାର୍ଯ୍ୟକଳାପ ଗୁଡିକୁ.

ଅସୀମା - ପଚାରନ୍ତୁ କଣ ପଚାରିବେ?

ନବୀନ ଅନ୍ୟମନସ୍କତାରୁ ବାହାରି ପଚାରିଲା........ ତୁମେ କିଛି ପାଠ ପଢିଛ?

ଅସୀମା - ଦଶମ ଆଜ୍ଞା.

ନବୀନ - ଏ ବୃତ୍ତି କୁ କିପରି ଆସିଲ? ତୁମ ପରିବାର? ବାପା, ମା?

ଅସୀମା - ସମସ୍ତେ ଅଛନ୍ତି, ବାପା, ମା, ସ୍ୱାମୀ... କିନ୍ତୁ କେହି ନାହାନ୍ତି, ଆଜି ସମସ୍ତେ ପର, ମୁଁ ତାଙ୍କ ଲାଗି ମୃତ.

ନବୀନ - କାହିଁକି?

ଅସୀମା - କାହିଁକି, କହି ହସିଲା ଜୋରେ ଜୋରେ. ଭଲା ଗୋଟେ ବେଶ୍ୟା ସହ କିଏ ସମ୍ପର୍କ ରଖିବ, ଗ୍ରାହକ ବ୍ୟତୀତ. 

         ଏହା ଭିତରେ କବାଟ ଠକ ଠକ ହେଲା, କବାଟ ଖୋଲୁ ଖୋଲୁ ଏକ ସାତ, ଆଠ ବର୍ଷ କୁନି ଝିଅ ଘରେ ପଶୁ ପଶୁ ସ୍କୁଲ ବ୍ୟାଗ ଟି ଫୋପାଡ଼ି ଦେଇ ପ୍ରଥମେ କହିଲା ମାମା ମୋତେ ଭୋକ ଲାଗିଲାଣି. ନବୀନ କୁ ଦେଖି ଟିକେ ଚୁପ ହୋଇଗଲା. ତା ମା ଆଡେ ଅନାଇ କହିଲା ନମସ୍କାର ଅଙ୍କଲ.

ନବୀନ - ମା ତୁମ ନାମ କଣ?..... ପ୍ରତି ଉତ୍ତର ରେ ଆସିଲା "ଖୁସି ".ବାଃ ଭାରି ସୁନ୍ଦର ନାମ. ଖୁସି ଶୋଇଲା ପରେ....

ଅସୀମା - ଆଜ୍ଞା ମୁଁ ଗାଁ ରେ ରହୁଥିଲି.ବାପା ମା ଝିଅ ପିଲା ବୋଲି ଦଶମ କ୍ଲାସ ରେ ବାହା ଘର କରିଦେଲେ. କମ ବୟସ ବୋଲି ମୋର ସମାଜ ଉପରେ ସେତେ ଧାରଣା ନ ଥିଲା. ବିଦାୟୀ ବେଳେ ବୋଉ କହିଲା ସ୍ୱାମୀର ଦାଇତ୍ୱ ନବୁ, ତାର ସବୁ କଥା ମାନିବୁ, ଜୀବନର ସବୁ ସୁଖ, ଦୁଃଖ ରେ ତା ସହିତ ରହିବୁ. ସ୍ୱାମୀ ତୋର ମନ୍ତ୍ରୀଙ୍କ ଖାସ ଲୋକ. ଆସିବାର କିଛି ଦିନ ଭିତରେ ଜାଣି ଗଲି ସ୍ୱାମୀ ମୋର ଖାଲି ମନ୍ତ୍ରୀଙ୍କର ଖାସ ଲୋକ ନୁହେଁ ଖାସ କିସମର ମଦୁଆ ମଧ୍ୟ. ଘରେ କମ ମନ୍ତ୍ରୀଙ୍କ ପାଖରେ ବେଶୀ ରହେ. ଦିନେ, ଦୁଇ ଦିନ ରେ ଘରକୁ ଆସେ. ଦିନେ ଶୁଣିଲି ମର୍ଡର କେସରେ ପୋଲିସ ନେଇ ଯାଇଛି । ଧାଇଁଲି ମନ୍ତ୍ରୀଙ୍କ ପାଖକୁ, ଗୋଡ ଧରି ଭାରି କାକୁତି ମିନତୀ କଲି, କହିଲି ସେ ପରା ଆପଣଙ୍କର ଖାସ ଲୋକ ତାଙ୍କର ଵେଲ କରାଇ ଦିଅନ୍ତୁ । ମନ୍ତ୍ରୀ ବାବୁ କହିଲେ ସେ କଣ ତୁ ଭି ଭାରି ଖାସ. ଆଜି ରାତି ଟା ଏଠି ରହିଯା କାଲି ତୋ ସ୍ୱାମୀ ଫେରି ଆସିବ । ସେଦିନ ଆଜ୍ଞା ନିରୁପାୟ ହୋଇ ସ୍ତ୍ରୀ ଧର୍ମ, ବୋଉ କହିଥିବା କଥା ମାନେ ପକାଇ ନିଜର ସତୀତ୍ଵ ହରାଇଲି. ତାର ଦୁଇ ଦିନ ପରେ ମୋ ସ୍ୱାମୀ ଫେରି ଆସି, ସବୁ ଶୁଣିଲା ପରେ ମୋତେ ବହେ ମାଡ ମାରିଲା ଏବଂ ଚରିତ୍ରହୀନ କହି ଘରୁ ବାହାର କରିଦେଲା. ସବୁ ଶୁଣି ବାପା, ମା ଭି ଆପଣାଇଲେ ନାହିଁ । ନୂଆ ଜାଗା କୁ କମ ପାଠ ଆଉ ଭୋକ. ମୋତେ ଏଠିକୁ ଆଣି ଦେଲା. ସେ ଦିନ ଠୁ ଏ ସାହି ମୋର ଏବଂ ମୁଁ ସେମାନଙ୍କର.

ନବୀନ - ଆଉ ଏ ଝିଅ?

ଅସୀମା - ଜାଣିନି ଆଜ୍ଞା, କିଏ ଗୋଟେ ଝିଅ ଜନମ ହୋଇଛି ବୋଲି ଆମ ସାହି କଚଡ଼ା ଗଦା ପାଖରେ ଫୋପାଡ଼ି ଦେଇ ଥିଲା, ମୁଁ ତାକୁ ଘରକୁ ନେଇ ଆସିଲି । କିଛି ଦିନ ଅପେକ୍ଷା କରି ମଧ୍ୟ ତାକୁ କେହି ନବାକୁ ଆସିଲେନି. ଏବେ ସେ ମୋ ଜୀବନ. ତା ଲାଗି ମୁଁ ବଂଚିଛି, ତାକୁ ପାଠ ପଢାଇ ମଣିଷ କରିବି,ଡାକ୍ତର କରିବି, ଆଉ କିଛି ଦିନ ପରେ ସେ ହଷ୍ଟେଲ ପଳାଇବ. ଯେମିତିକି ମୋ ଛାଇ ତା ଉପରେ ନ ପଡ଼ୁ. ସେ ଏ ପରିବେଶ ଠାରୁ ଦୁରେ ରହୁ. କହି ସାରି ଅସୀମା କାନ୍ଦି ଉଠିଲା.

        ନବୀନ ଅସୀମା ଆଖିର ଲୁହ ଏବଂ ସ୍ମିତ ହସ ଭିତରେ ଥିବା ଦୁଃଖ, କୋହମୟ ଆର୍ତ୍ତରଣ ଏବଂ ଅଗାଢ଼ ମମତାକୁ ଦେଖି ପାରୁଥିଲା. ଏବଂ ମନେ ମନେ ଭାବୁ ଥିଲା କିଏ ଚରିତ୍ରହୀନା? ଅସୀମା ନା ଏ ସ୍ୱାର୍ଥପର ସମାଜ ଯେ ଏକ ନାରୀର ସତୀତ୍ୱ ଓ ମା ର ମାତୃତ୍ଵ ବୁଝି ପାରିନି.     


Rate this content
Log in

Similar oriya story from Tragedy