STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଛୁଟି 

ଛୁଟି 

5 mins
1


ରବିବାର ଆସେ. ଛୁଟି ଦିନଟିଏ ହୋଇ ଆସେ. ସପ୍ତାହରେ ଛୁଟି ଗୋଟିଏ ଦିନ, ସେହି ରବିବାର. ରାମୁର ଆଜି ଘର କାମ କରିବାକୁ ମନ ନଥିଲା. ଶୀତୁଆ ସକାଳ ରେ ଗାଁ କଥା ଭାରି ମନେପଡୁଥିଲା ରାମୁର. ଅନାଥ ରାମୁ ପାଠ ପଢିପାରିନି ସତ ହେଲେ ଗାଁର ସବୁ ସ୍କୁଲ ଯାଉଥିବା ପିଲା ତାର ସାଙ୍ଗ. କାହାକୁ ବରକୋଳି ତୋଳିକି ଦେବ ଯେ ପ୍ୟାଣ୍ଟ ଚିରି ଯାଇଥିବ. କାହାକୁ ବେଲ ପାରିକି ଦେବ ଯେ ସାର୍ଟ ଚିରିଯାଇଥିବ. ନଈରୁ ମାଛ ଧରି, ଫୁଲ ସବୁ ଗଛ ରୁ ତୋଳି ସାରି ଘରକୁ ଫେରିଲେ ଖୁଡି ଗାଳିଦିଏ. ପୁଣି ମାଡ଼ ଵି ମାରେ. ରାମୁର ବୋଉ ଓ ବାପା ମୁଁହଁ ମନେ ନାହିଁ କିନ୍ତୁ ଖୁଡି ଗାଳିଦେଲେ କି ମାଡ଼ ମାରିଲେ ସେ ଦଉଡି ଯାଏ ତାଙ୍କ ଗାଁ ରେ ଥିବା ଦେବୀ ମନ୍ଦିର କୁ. ଦେବୀଙ୍କ ପ୍ରତିମା ତାକୁ ତା ବୋଉ ଭଳି ଲାଗେ. ବେଢା ଭିତରେ ଥିବା ଶିବ ଶଙ୍କର ତାକୁ ବାପା ପରି ଲାଗନ୍ତି. ଗଣେଷ ଠାକୁର ତା ଭାଇ ଆଉ ସରସ୍ବତୀ ଦେବୀ ତା ଭଉଣୀ. ସେଇଥିପାଇଁ ଗାଁ ମନ୍ଦିର ରେ କାହାର ଫିଷ୍ଟ ହେଲେ କି କାହାର ଭୋଜି ଭାତ ଅବା ଜାଚଜ୍ଞା ଫିଷ୍ଟ ହେଲେ ସେ ମନ୍ଦିର ଛାଡେନା. ରାମୁ ଭାର ଧରି ଦୁଇ କାନ୍ଧରେ ପାଣି ଯୋଗେଇ ଦିଏ, ପୁଣି ବଜାର ରୁ ଆସିଥିବା ସଉଦା ଟ୍ରଲିରୁ ଜିନିଷ ପତ୍ର ସଜାଡି ରଖେ. ପୁଣି ପରିବା କଟା, ମସଲା ବଟା ତଥା ପରଷିବା ରେ  ସାହାଯ୍ୟ କରି ସହାୟକ ବନି ମନ୍ଦିର ରେ ଦେବୀ ମାଆ ପାଖେ ମାଗୁଣି କରେ ମାଆ କୁ କେତେ ଡାକେ. ଜାଗର ଦିନ ଉଜାଗର ରହି ଦୀପ ଜାଳେ. ଯେବେ ବଳିପଡିଥିବା ଭୋଗ ପ୍ରସାଦ ନେଇଯା ରାମୁ କେହି କହେ ତ ସେଦିନ ଖୁଡି ତାକୁ ଖୁବ ଭଲ ପାଉଥିଲେ ମଧ୍ୟ କହେନି ଆଉ ଗଣ୍ଡେ ଖାଇବୁ କି ରାମୁ, କେତେବେଳେ ଖାଇଥିଲୁ ଭୋକ ଲାଗିବଣି!ରାଜୁ ବରଂ ପ୍ରସାଦ ରନ୍ଧା ହାଣ୍ଡି କଡେଇ ମାଜୁ ମାଜୁ ଗଣେଷ ଠାକୁର ଙ୍କୁ ବୁଦ୍ଧି ମାଗୁଥାଏ ତ ସରସ୍ବତୀ ଦେବୀ ଙ୍କୁ ବିଦ୍ୟା. ଭାରି ମନ ତାର ସ୍କୁଲ ଯିବାକୁ.ହେଲେ ଖୁଡି କାହିଁକି ବାରଣ କରେ ସେ ବୁଝିପାରେନି. ସେଦିନ ଦାଦା ଖୁଡି ଙ୍କ ଦୁଇ ପୁଅ ଝିଅ ଜାନୁଆରି ଛବିଶ ତାରିଖ ଦିନ ପତାକା ଧରି ସ୍କୁଲ ଗଲାବେଳେ ସେ ତଳେ ପଡି ଭାଙ୍ଗିଯାଇଥିବା ପତାକା ସଜାଡି କହେ ବନ୍ଦେ ମାତରଂ. ବନ୍ଦେ ଉତ୍କଳ ଜନନୀ. ଦାଦା ଆଉ ସାହିପାରିଲେନି କି କଣ କେଜାଣି ନୂଆ ଗାମୁଛା ଖଣ୍ଡେ ତା କାନ୍ଧରେ ପକେଇ ଏଇଠି ଛାଡ଼ି ଦେଇ ଗଲେ ଓ କହିଲେ ବାବୁଙ୍କ ମନ ନେଇ କାମ ଦାମ କଲେ ତୋ ପେଟ ଆପୋଷା ରହିବନି. ଆଉ ମୋ ପାଠ ପଢିବାରେ ବାବୁ କଣ ସାହାଯ୍ୟ କରିବେ ଦାଦା ବୋଲି ପଚାରୁ ପଚାରୁ ଦାଦା ଲୁହ ଛଳ ଛଳ ଆଖିରେ ଫେରିପଡ଼ିଥିଲେ ଆଉ ବାବୁ କହୁଥିଲେ ତୋ ନାମ କଣ କିରେ ପୁଅ? ତୁ ଚା ଟିକେ କରିପାରିବୁ ମୋ ପାଇଁ!ଚା ତ ଚା ଏବେ ରାଜୁ ଏମିତି ରୋଷେଇ କରେ ହାତ ଚାଟି ଖାଉ ଖାଉ ବାବୁ କହନ୍ତି ଏତେ ଦିନ ପରେ ତୋ ମାଆ ସାଆନ୍ତାଣୀ ହାତ ରନ୍ଧା ଖାଇବାକୁ ମିଳିଲା ରେ ରାମୁ.
       ରାମୁ କିନ୍ତୁ ବୁଝିପାରେନା ଏତେ ସ୍ନେହ, ଦୟା, ମାୟା ଦେଖାଉଥିବା ବାବୁ ପୁଅ ମାନଙ୍କ ସଙ୍ଗେ ଏତେ ଯୁକ୍ତି କାହିଁକି କରନ୍ତି!ଦୁଇ ପୁଅ ବୋହୁ, ଦୁଇ ନାତି ଙ୍କ ସଙ୍ଗେ ନରହି ଏଠି ଏଇ ଛୋଟ ସହରରେ କାହିଁକି ରହୁଛନ୍ତି!ବେଳେ ବେଳେ ଗାଁ କଥା ମନେପଡେ ଖୁବ ରାମୁର. ଛୁଟି ଗୋଟିଏ ଦିନ ପାଉଥିବା ରବିବାର ଦିନ ସେ ସାଙ୍ଗ ସାଥି ଙ୍କ ସଙ୍ଗେ ନଈ ପହଁରେ, ଜାଲ ବିଛେଇ ମାଛ ଧରେ. ସେଦିନ କିନ୍ତୁ  ବୁନୁ ଯେବେ ନଈରେ ବୁଡ଼ିଯାଇ ଘାଇଲା ହେଲା ଦୋଷ ତା ମୁଣ୍ଡରେ ଲାଗିଲା. ସେମିତି ଛୁଟି ଦିନ ଆସିଲେ ଶୀତ ଦିନେ ଖଜୁରୀ ରସ ପିଉ ପିଉ ବଣ୍ଟିକୁ ନିଶା ଧରି ବାନ୍ତି ହେଲା ତ ଦୋଷ ତାର ଦେଖାଆଗଲା. ଖରା ଦିନେ ତାଳ ଗଛରେ ଚଢି ତାଳ ତୋଳି ପୁଣି ହାଣି ସମସ୍ତଙ୍କ ସଙ୍ଗେ ବାଣ୍ଟି କୁଣ୍ଟି ଖାଉ ଖାଉ ବୁଲୁ ର ହାତ କେମିତି କଟି ଗଲା କିନ୍ତୁ ଦୋଷ ତାର ହେଲା କେମିତି ସେ ବୁଝିପାରୁନଥିଲା. ଏଣିକି ତ ଗାଁର କାହା ଘରୁ ଫୁଲ, କାହା ବାରିରୁ ପଇଡ଼ କମିଲେ ଦୋଷ ତାର ହେଉଥିଲା ତ ସେ ଖୁଡି ହାତରୁ ମାଡ଼ ଖାଉଥିଲା. ଯାହା ଯେମିତି ଚାଲିଥିଲା ବେଳେ ତାଙ୍କ ଗାଁ ଝିଅ ଲତା ଖୁଦୁରୁକୁଣୀ ଦିନ ଗାଡିଆ ରେ ପଶି କଇଁ ଫୁଲ ତୋଳୁ ତୋଳୁ ଭାସିଗଲା ବେଳେ ରାମୁ ଡେଇଁ ପଡିଲା ନଈକୁ. ଲତାକୁ ପିଠିରେ ପକେଇ କେତେବେଳେ ଛାତିରେ ଲଗେଇ ଉଦ୍ଧାର କଲା ତ ଲତା ସିନା ଜୀବନ ପାଇଲା ସେ କିନ୍ତୁ କୁଆଡେ ଆଠ ବର୍ଷର ଦୁଶ୍ଚିରିତ୍ର ଟୋକା ହୋଇଗଲା ବୋଲି ଗାଁ ଲୋକ ଦାଦା ଖୁଡିଙ୍କୁ ତାଗିଦା କଲା ବେଳେ ଖୁଡି କହୁଥିଲା ଦଉଡି ପକେଇ ଲତା କୁ ଉଦ୍ଧାର କରିବାର ଥିଲା . ବୁଝିପାରୁନୁ ସେ ଝିଅ ପିଲାଟା! ନିଜ ପିଠି ଛାତି ରେ ପକେଇ ଝିଅ ପିଲାକୁ ନଈରୁ କାଢିବା କଣ ଦରକାର ଥିଲା!ବୁଝିପାରୁ ନଥିଲା ରାମୁ ତାର ଦୋଷ କଣ? ଲତା ବଞ୍ଚିବା ଟା ଆଗ ଥିଲା ତା ପାଇଁ. ଦାଦା ଗୁମ ସୁମ ହୋଇ ଭାବୁଥିଲେ ଆଉ କିଛି ଆଉ ଛାଡ଼ିଦେଇ ଗଲେ ଏଠି. ଏବେ ଗାଁର ନିଆଁ ପୁଆଁ, ରଜ, ଦୋଳ, କବାଡି, ଗୋଟି ଖେଳ ମନେପକାଏ ରାମୁ ରବିବାର ପଡିଲେ. ପୁଣି ବାବୁଙ୍କ ଡାକରେ ପ୍ରକୃସ୍ଥିତ ହୋଇଯାଏ.
    ଏଥର ବାବୁ ଦୁଇପୁଅଙ୍କ ସହ ଯୁକ୍ତି ତର୍କ ହୋଇ ତାଙ୍କ ଗାଁକୁ ଯାଇଛନ୍ତି ଗାଁରେ ଥିବା ଘର ଜମିବାଡିସବୁକୁ ବାବୁ ବିକିବାକୁ ଚାଁହୁଁ ନଥିବା ବେଳେ ଦୁଇ ପୁଅ ଏତେ ରୋଜଗାର କରି ମଧ୍ୟ ତାଙ୍କୁ କୁଆଡେ ନିଅଣ୍ଟିଆ ହେଉଛି କହି ଭାଗ ପଇସା ମାଗିବାରୁ ବାବୁ ଏ ବୟସରେ କାନ୍ଦି କାନ୍ଦି ଅଣାୟତ୍ତ ହୋଇ ସ୍ବର୍ଗତା ମାଆ ଙ୍କ ଫଟୋ ପାଖରେ ଠିଆ ହୋଇ ଢେର କାନ୍ଦୁଥିବା ଦେଖି ରାମୁ ବିଚଳିତ ହୁଏ. ଯେତେବେଳେ ତାକୁ ନେଇ ବାବୁଙ୍କ ଦୁଇ ପୁଅ ବାବୁଙ୍କ ଆଡକୁ ଆଙ୍ଗୁଠି ଉଠେଇ କହିଲେ ତୁମେ ଏଠି ଶିଶୁ ତଥା କିଶୋର ଙ୍କୁ ଗୋତି ଖଟେଇ ଯୋଉ ବଡ଼ିମା ଦେଖାଉଛ ସେସବୁ ଆମେ ପୋଲିସକୁ କହିବୁ. କାତର ଆଖିରେ ବାବୁ ତାକୁ ଚାହିଁଲେ. ବୟସ ଯେତେ କମ ହେଲେ ମଧ୍ୟ ରାମୁ ବହୁତ କଥା ବୁଝିପାରୁଥିଲା. ଦଉଡି ଆସି ବାବୁଙ୍କୁ କୁଣ୍ଢେଇ ଧରି କହୁଥିଲା ମୁଁ ପୋଲିସ କୁ କହିଦେବି ବାବୁଙ୍କର ମୁଁ ସବା ସାନ ପୁଅ. ମତେ ଜନ୍ମ ଦେଇ ମୋ ମାଆ ସ୍ବର୍ଗବାସୀ ହୋଇଛନ୍ତି. ତାଙ୍କ ଦୁଇ ପୁଅ ବୋହୁ ମୋ ବାପା ଙ୍କୁ ଏ ବୟସରେ ଦୁଃଖ ଦେଉଥିବାରୁ ସେ ଦୁଇ ବଡ଼ଭାଇଙ୍କ ପାଖରେ ନରହି ମତେ ନେଇ ଏଠାରେ ରହନ୍ତି. ପୁଅ ହିସାବରେ ବାପାଙ୍କ ପାଇଁ ଚା ଟିକେ ଜଳଖିଆ ଟିକେ କରିଦେବା କଣ ମୋର ଦାଇତ୍ୱ କି କର୍ତ୍ତବ୍ୟ ନୁଁହଁ!ତା କଥା ଶୁଣି ଦୁଇ ପୁଅ ଗୋଡ଼ରେ ପ୍ଲେଟ ପକା ଚଟାଣ ରେ ଗାର କାଟୁ କାଟୁ ଫେରିଗଲେ କିନ୍ତୁ ବାବୁ କୁଆଡେ ଚାଲିଗଲେ ଯେ ଏ ଏକୁଟିଆ ଘରଟାରେ ତାକୁ ଆଜି ଭାରି ଡର ଲାଗୁଥିଲା. ଦାଦାଙ୍କ କାନ୍ଦୁରା ମୁଁହଁ ସହ ନିଜ ଜନ୍ମିତ ଗାଁ ଦାଣ୍ଡ ଓ ସେଇ ଚାଳ ଘର ଖୁବ ମନେପଡୁଥିଲା. ମନେପଡ଼ିବାର କାରଣ ଆଜି ଦିନ ସପ୍ତାହର ସେଇ ଛୁଟି ଦିନ ରବିବାର ଥିଲା. ରାମୁର କୋଉଥିରେ ମନ ଲାଗୁନଥିଲା.
     ବାବୁ ଫେରିଲେ. ଦୁଇ ଚାରିଜଣ ତା ଦାଦା ଭଳି ଲୋକ ଆସି ବାବୁଙ୍କୁ ଛାଡ଼ି ଦେଇ ଗଲେ ଗାଁରୁ. ସେମାନେ ଗଲା ପରେ ବାବୁ ମୁଠା ମୁଠା ଟଙ୍କା କୁ ଦୁଇ ଭାଗ କରିସାରିବା ପରେ ବାକି ପଚାଶ ହଜାର ରାମୁ ହାତକୁ ବଢ଼େଇ କହିଲେ ଏହା ତୋ ଭାଗ.ନେ. ରାମୁ କହିଲା ମୋର ଟଙ୍କା ନୁଁହଁ ବାବୁ ପାଠ ଦରକାର. ବାବୁ କହିଲେ ହଁ ହଁ ନିଶ୍ଚୟ. ନେ ଏ ସ୍କୁଲ ଡ୍ରେସ ପିନ୍ଧ, ସ୍କୁଲ ବ୍ୟାଗ ସହ ଖାତା, ବହି, ପାଣି ବୋତଲ, ଛତା ବ୍ୟାଗ ରେ ରଖ. କାଲି ତୋ ନାଁ ଲେଖାଯିବ. ସେଦିନ ରାତି ସାରା ରାମୁ ଆଖିକୁ ନିଦ ନଥିଲା. ସେ ପଢିବ ଓ ବଢିବ. ହେଲେ ବଡ଼ ହେଲେ କୋଉଠି ରହିବ!ଗାଁରେ ନା ଏଇଠି ବାବୁ ଙ୍କ ପାଖରେ ଭାବିଲା ବେଳକୁ ତା ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା. ସକାଳ ପାହିଲା. ନାମ ଲେଖା ପରେ ପରେ ଜାନୁଆରି ଛବିଶ ଦିନ ପ୍ରଭାତ ଫେରି ଓ ପତାକା ଉତ୍ତୋଳନ କରି, ସ୍ଲୋଗାନ ଦେଲାବେଳେ ତାର ଗାଁ କଥା ଓ ଗାଁ ସାଙ୍ଗ ସାଥି ଙ୍କ କଥା ଖୁବ ମନେପଡୁଥିଲା. ଜୟ ଭାରତ ମାତାକି ଜୟ ତାକୁ ଜୟ ମୋ ଗାଁ କି ଜୟ ଶୁଭୁଥିଲା. ଜୟ ମହାତ୍ମା ଗାନ୍ଧି କି ଜୟ ପରିବର୍ତ୍ତେ ତାକୁ ଜୟ ମୋ ଦାଦା କି ଜୟ ଶୁଭୁ ଶୁଭୁ ସେ ଜିଭ କାମୁଡି ପକେଇ କହୁଥିଲା ଜୟ ମୋ ବାବୁ କି ଜୟ. କହୁ କହୁ ବାବୁ ତାକୁ ଘରକୁ ନେବାକୁ ଆସି କହୁଥିଲେ ମତେ ଥରେ ବାପା ବୋଲି ଡାକ ରାମୁ. ଘରକୁ ଗଲେ ତୋ ଦାଦାଙ୍କୁ ଦେଖିବୁ ଆଜି. ରାମୁ ଜାତୀୟ ପତାକା ତଳେ ଠିଆ ହୋଇ କହୁଥିଲା ଜୟ ମୋ ବାପା କି ଜୟ.ସାର କହିଲେ ଜୟ ଗାନ୍ଧିଜୀ ଙ୍କୁ ଜୟ କହ ରାମୁ. ଗାନ୍ଧିଜୀ ପରା ସମସ୍ତଙ୍କ ପିତା, ଜାତିର ମହାତ୍ମା ସାର. ସେ ମୋର ବାପା ଆଉ ସମସ୍ତଙ୍କର ମଧ୍ୟ ବାପା. ସାର ଚୁପ ଥିଲା ବେଳେ ରାମୁକୁ ନେଇ ବାବୁ ଆଗେଇ ଯାଉଥିଲେ କାର ଭିତରକୁ.ବାଟରେ ବାବୁ ପଚାରୁଥିଲେ ଦାଦାଙ୍କ ସଙ୍ଗେ ଗାଁକୁ ଯିବୁ? ରାମୁ ଲୁହ ଛଳ ଛଳ ଆଖିରେ କହୁଥିଲା ଛୁଟି ହେଲେ ଯିବି.ରାମୁ କିନ୍ତୁ ଆଉ ଗାଁକୁ ଆସିଥିଲା କି ନାହିଁ, ବାବୁଙ୍କୁ ଜଣା ନଥିଲା କାରଣ ସେ ଏବେ ସବୁକିଛି ରାମୁ ଜିମା ଛାଡ଼ି ଜୀବନ ର ଶେଷ ଛୁଟି ନେଇସାରିଥିଲେ.



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from Sunanda Mohanty

Similar oriya story from Tragedy