STORYMIRROR

Sunanda Mohanty

Children Stories Thriller Others

3  

Sunanda Mohanty

Children Stories Thriller Others

ପଶୁ ଅନୁକରଣୀୟ ପ୍ରିୟ 

ପଶୁ ଅନୁକରଣୀୟ ପ୍ରିୟ 

2 mins
0


ମୁନା ଏବେ ଆସନ୍ତା ଜାନୁଆରି ଛବିଶ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା. ବାପା କହିଥିଲେ ତର୍କ ରେ କିଛି ନୂଆ କଥା ଲେଖେ. ମୁନା ଭାବୁଥିଲା ଉଦ୍ଦାମ ସିଂ ଙ୍କ କଥା ଲେଖିବ. ଗଣ ହତ୍ୟା କରିଥିବା ଇଂରେଜ ପ୍ରଶାସନିକ ଅଫିସର ଡାୟାର ଙ୍କୁ ଗୁଳି କରିଥିବା ଭାରତୀୟ ସ୍ୱାଧୀନଚେତା ମହାନ ସଂଗ୍ରାମୀ ବିପ୍ଲବୀ ଉଦ୍ଦାମ ସିଂ ଙ୍କ କଥା ଲେଖିବା ପାଇଁ ବାପାଙ୍କ ସାହାଯ୍ୟ ମାଗୁଥିଲା ବେଳେ ବାପା ଘରକୁ ଗୋଟେ ଶୁଆ ଆଣିଥିଲେ. ଛବିଶ ତାରିଖ ପୂର୍ବରୁ ଘରକୁ ଆସିଥିବା ଶୁଆ ଟି ବୋଉକୁ ମମି ମମି ଡାକିବା ଶିଖି ଯାଇଥିଲା, ବାପାଙ୍କୁ ଡାଡି, ଗାଈକୁ ଏ ଚାନ୍ଦ, କୁକୁରକୁ ଏ ଟମି ଓ ପୁଷି କୁ ଏ ମିଆଁଉ ମିଆଁଉ ବୋଲି ଡାକଛାଡୁଥିଲା ତ ମୁନା ତା କଥା କୁହା ଶୁଣି ଖୁବ ଆନନ୍ଦିତ ହେବା ସହ ଚାନ୍ଦ, ଟମି ଓ ପୁଷି କୁ କହୁଥିଲା ଦେଖିଲ ଶୁଆ ଆମର ମିଠୁ କେତେ ଅନୁକରଣୀୟ!ତୁମେ ତିନିଜଣ ଙ୍କ ଭିତରୁ ଚାନ୍ଦ କ୍ଷୀର ଦିଏ, ଟମି ଘର ଜଗେ ଓ ପୁଷି ଏବେ ଏବେ ମୂଷା ମାରି ଆମ ଘର କୁ ସ୍ୱର୍ଗ କରିଛି ସତ ହେଲେ ମିଠୁର ଡାକ ମତେ ରଥାରୂଢ ଠାକୁର ଜଗନ୍ନାଥ ଙ୍କୁ ହରିବୋଲ,ହୁଳହୁଳି ଦେବା ପରି ଶୁଭୁଛି.
    ଏବେ ମୁନା, ବାପା ଲେଖିଦେଇଥିବା ତର୍କ ମନେରଖିବା ସହ ଖୋଲା ଅଗଣା ତଳେ ମାରଚିଂ ପ୍ରାକ୍ଟିସ କରୁଥିଲା. ଜେଜେମାଆ ଅଗଣା ଭିତରେ ଥିବା ତୁଳସୀ ଗଛ ଲଗେଇ ପୂଜା ପାଉଥିବା ଚଉରା ମୂଳେ ବସି ହସୁଥିଲା. ବୋଉ, ବାପାଙ୍କ ପାଇଁ ପାନ ଭାଙ୍ଗୁ ଭାଙ୍ଗୁ ମିଠୁ ର ମମି ମମି ଡାକରେ କହୁଥିଲା କହ ବୋଉ ବୋଉ ଆଉ ମୁନା ମାରଚିଂ କରିଚାଲିଥିଲା ଓ ସ୍ଲୋଗାନ ଦେଇଚାଲିଥିଲା. ଚାନ୍ଦ ହମା... ହମା ଡାକି ଚାଲିଥିଲା ବେଳେ ପୁଷି ମିଆଁଉ ମିଆଁଉ କହୁଥିଲା କିନ୍ତୁ ଶୁଆ ଟି କହୁଥିଲା ଗାନ୍ଧିଜୀ ଙ୍କୁ ଜୟ ତ ଭାରତ ମାତା କି ଜୟ. ଖୁସିରେ ମୁନାର ଗୋଡ଼ ତଳେ ଲାଗୁନଥିବା ବେଳେ ମୁନା ସହ ମାରଚିଂ ରେ ଯୋଗ ଦେଇଥିଲେ ଚାନ୍ଦ, ଟମି ଓ ପୁଷି. ଆଗ ଦୁଇ ଯୋଡ଼ା ଗୋଡ କୁ କଦମ୍ବ ତାଳେ ତାଳେ ଉଠେଇ ପୁଣି ପକାଇବା ଦେଖି ବୋଉ, ବାପା, ଜେଜେମାଆ ଙ୍କ ସହ ମୁନା ହସି ହସି ବେଦମ ହେଲା ବେଳେ ଶୁଆ ହସୁଥିଲା ହା ହା ହା ହା କହି


Rate this content
Log in