STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଚଟେଇ, ଚିଠି ଓ ଚଟିଆ 

ଚଟେଇ, ଚିଠି ଓ ଚଟିଆ 

3 mins
2


ଅନେକ ଜିନିଷ ର ଅସ୍ତିତ୍ୱ ହଜିଯାଉଥିଲା ବେଳେ ଅରୂପ ର ଜେଜେମାଆ ଚଟେଇ ବୁଣନ୍ତି. ମାଆ ଛାତ ଉପରେ ଘରଚଟିଆ ପକ୍ଷୀ ଙ୍କ ପାଇଁ ପାଣି ଓ ଖୁଦ ରଖିଦିଅନ୍ତି. ଆଉ ବାପା ଚିଠି ପଢ଼ନ୍ତି ପୁଣି ଲେଖୁଥାନ୍ତି. ଅରୂପ କୁ ଯେବେ ସେଦିନ ସ୍କୁଲରେ ସରୋଜ ସାର ପଚାରିଲେ ତତେ କଣ ଭଲ ଲାଗେ? ସେ ପ୍ରଶ୍ନ ଟି କେବଳ ତାକୁ ନୁଁହଁ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରୁଥିଲେ ସାର ଓ କିଏ କହୁଥିଲା ଶୋଇବାକୁ କି ଖାଇବାକୁ କି ବୁଲିବାକୁ ତ କିଏ ପୁଣି କହୁଥିଲା ଜାଲ ପକେଇ ମାଛ ଧରିବାକୁ, ଚଢ଼େଇ ଧରିବାକୁ ତ କିଏ ଫ୍ଲାଇଟ ରେ ବସିବାକୁ ତ କିଏ ଗୀତ ଗାଇବାକୁ କହିଥିଲା. ସମସ୍ତଙ୍କ ଉତ୍ତର ଶୁଣି ସାର କାହିଁକି ବୋଲି ପଚାରି ମଧ୍ୟ ବୁଝୁଥିଲେ. ଏଥର ଅରୂପ ର ପାଳି ରେ ସେ ଯେବେ କହିଥିଲା ତାକୁ ଚଟେଇ ରେ ବସି ଚିଠି ଲେଖିବା ସହ ଘରଚଟିଆ ପକ୍ଷୀଙ୍କୁ ଖାଇବାକୁ ଦେବାକୁ ଭଲ ଲାଗେ. ଅରୂପ ପାଖରେ ଅଟକି ଯାଇ ସାର ପଚାରୁଥିଲେ କାହିଁକି ତ ଅରୂପ ଏକ ସାହିତ୍ୟିକ ପରି ଉତ୍ତର ରଖିଥିଲା ଯେ ଏମାନେ ସବୁ ଆମ ପାଖରୁ ଛୁଟି ନେବାକୁ ବସିସାରିଥିବାରୁ ପୁଣି କେମିତି ଏସବୁର ଉଦ୍ଧାର ହେବ ସେଇଥିପାଇଁ ମତେ ଭଲ ଲାଗେ ଏସବୁର ଯତ୍ନ. ଯତ୍ନ କଲେ ରତ୍ନ ମିଳେ ନା ସାର.ସରୋଜ ସାର ଅନୁସନ୍ଧାନ କରି ଜାଣିଥିଲେ ଯେ ଅରୂପ ଘରେ ତା ଜେଜେମାଆ ତାଳ ପତ୍ର ଚଟେଇ ବୁଣୁଥିବାରୁ ଓ ମାଆ ବାଇଚଢ଼େଇ ତଥା ଘରଚଟିଆ ପକ୍ଷୀ ଙ୍କୁ ଖାଇବାକୁ ପିଇବାକୁ ଦେଉଥିବାରୁ ତଥା ଅରୂପ ର ବାପା ତାଙ୍କ ବାପା ତାଙ୍କ ନିକଟକୁ ଲେଖିଥିବା ଚିଠି ସବୁର ବିଷୟ ବସ୍ତୁ କୁ ଉତ୍ତାରି ଗୋଟିଏ ବହି ପ୍ରକାଶନ କରିବାକୁ ଭାବୁଥିବାରୁ ଅରୂପ ର ଏଥି ପ୍ରତି ବୋଧହୁଏ ଅନୁରାଗ ତଥା ଆକର୍ଷଣ ରହିଛି. କିନ୍ତୁ ଅରୂପ ଅନ୍ୟ କଥା କହୁଥିଲା.
    ସେ ପ୍ରଥମେ ମାନିଥିଲା କି ପରିବାର ସଦସ୍ୟ ଯେଉଁ କାମ କରନ୍ତି, ସେହି ସବୁ କାମ କରିବାକୁ ପରବର୍ତ୍ତୀ ପିଢ଼ି ରୁଚି ରଖିଥାଆନ୍ତି ସତ.ସେହି କାମ ରେ ରୁଚି ରଖିବା ସହିତ ମଣିଷ ସମାଜରୁ ଆସ୍ତେ ଆସ୍ତେ ଛୁଟି ନେଇଯାଉଥିବାରୁ ମଧ୍ୟ ସେସବୁକୁ ଧରି ରଖିବା ଉଚିତ ସାର. ପୁଣି କହିଚାଲିଥିଲା ଅରୂପ. ସାର ଡାଇନିଂ ଟେବୁଲ ଉପରେ ବସି ଖାଇବା ଅପେକ୍ଷା ତଳେ ଆସନ ପାରି ଖାଇବାରେ ଆନନ୍ଦ ସହ ଭୂମି ସହିତ ନିବିଡ଼ତା ଭରା ସମ୍ପର୍କ ଓ ଯୋଗ ତଥା ବା୍ୟାମ ହୁଏ ମନ ଓ ମସ୍ତିଷ୍କ ଉଭୟଙ୍କ ମଧ୍ୟରେ ତ ମନ ଓ ହୃଦୟ ପ୍ରଫୁଲ୍ଲ ରହେ. ଦ୍ୱିତୀୟ ରେ ଖରା ଦିନେ ଅତ୍ୟଧିକ ଖରା, ଶୀତଦିନେ ଅତ୍ୟଧିକ ଶୀତ ଓ ବର୍ଷାଦିନେ ବର୍ଷାର ପ୍ରକୋପ ଯୋଗୁଁ ଆହାର ଓ ପାନୀୟ ନପାଇ ମରିଯାଇ ବିଲୋପ ହୋଇଯାଉଥିବା ମଣିଷର ପ୍ରାକୃତିକ ବନ୍ଧୁ ଘରଚଟିଆ ପରି ପ୍ରକୃତି ବନ୍ଧୁ ପକ୍ଷୀର ଡାକ, ବସା ବାନ୍ଧିବାର କୌଶଳ ଓ ଅଳ୍ପ ଖାଇ ସୁସ୍ଥ ରହିବା ସହ କଳିଗୋଳ ରୁ ବହୁତ ଦୂରରେ ରହୁଥିବା ଏ ପକ୍ଷୀ ଠାରୁ ମଣିଷର ଅନେକ କଥା ଶିଖିବାର ଅଛି. ତୃତୀୟରେ ଚିଠି ଲେଖି ଶିଖିଲେ ଅକ୍ଷର ସୁନ୍ଦର ହୁଏ, ଧାଡି ସିଧା ହୁଏ, ଭାଷା ମଧୁର ହୁଏ ତଥା ଚିଠିରେ ପ୍ରେରକ ଓ ଗ୍ରାହକ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୁଏ ସାର. ଅରୂପ ମୁଁହଁ ରୁ ଏତେସବୁ ଶୁଣି ସାର ଖୁସି ହୋଇଗଲା ବେଳେ ଅରୂପ ର ବାପା କହୁଥିଲେ ଆଗ କାଳେ ଲେଖାଯାଉଥିବା  ଚିଠିର କରଣୀ ଅକ୍ଷର, ତାଳପତ୍ର ରେ ଜାତକ ଲେଖା ସବୁ ହଜି ନଯିବା ପାଇଁ ମୋ ବାପା ଅର୍ଥାତ ଅରୂପ ଜେଜେଙ୍କ ଚିଠି ସବୁ ଏକାଠି କରି, ସେସବୁର ତାରିଖ, ସ୍ଥାନ ଓ ଦିନ ଅନୁଯାଇ ସଜେଇ ବାପାଙ୍କ ଚିଠି ବୋଲି ବହିଟିଏ ପ୍ରକାଶ କରିବାର ମୋର ଏହି କ୍ଷୁଦ୍ର ପ୍ରୟାସ ଅରୂପ ସହ ନୂତନ ପିଢିଙ୍କୁ କିଛି ଜ୍ଞାନ ଦେବ ବୋଲି ଭାବୁଛି ଆଜ୍ଞା ସାର. ସରୋଜ ସାର ତନ୍ମୟ ହୋଇ ଶୁଣୁଥିଲେ ଓ କହୁଥିଲେ ଯାହାର ପରିବାର ର ସଦସ୍ୟ ମାନେ ଏତେ ବଡ଼ ବଡ଼ ଲୁପ୍ତ ପ୍ରତିଭା କୁ ଛୁଟି ନଦେଇ ସାଉଁଟିବାର ପ୍ରୟାସ ଜାରି ରଖିଛନ୍ତି ତାଙ୍କ ପରବର୍ତ୍ତୀ ପିଢ଼ି ନିଶ୍ଚୟ ଶୃଙ୍ଖଳିତ ତଥା ଭାଷା ସାହିତ୍ୟ ସହିତ ସଭ୍ୟତାର ବିକାଶ କରିବେ. ସେଦିନ ସରୋଜ ସାର ଛାତ୍ର ଅରୂପ ଘରୁ କେତେ ଯେ ନୈତିକ ଜ୍ଞାନ ପାଇ ଫେରିଥିଲେ ତାର ଜବାବ ନଥିଲା. ଅରୂପ ସାର ଙ୍କୁ ବିଦାୟ ଦେବାକୁ ସ୍କୁଲ ଯାଏଁ ଆସିଥିଲା.


Rate this content
Log in