Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ranjit Sahu

Tragedy

3  

Ranjit Sahu

Tragedy

ଛଦ୍ମବେଶ

ଛଦ୍ମବେଶ

3 mins
408


ଅଧା ଗ୍ଲାସ ଫ୍ରୁଟ ଜୁସ  ସତରେ ଜୀବନର ଧାରାକୁ ବଦଳେଇ ଦେଇ ପାରେ: ଏକ ଅବାସ୍ତବ ସତ୍ୟତାକୁ ନିଜ ସାମ୍ନାରେ ଦେଖୁଥିଲା ଗୌରବ I ସକାଳର ପ୍ରଥମ କିରଣ ଝରକା ଦେଇ ପଡୁଥିଲା ତାହାର ଶରୀର ଉପରେ କିନ୍ତୁ ଅନ୍ଧାର ବଢ଼ିବାରେ  ଲାଗିଥିଲା ତାହାର ମନରେ I ନ ଚାହିଁ ମଧ୍ୟ ତଉଲିବାକୁ ଲାଗିଥିଲା ସିଏ ତାହାର ପ୍ରେମ ଓ  ବିଶ୍ଵାସକୁ I ଯେଉଁ ଦିନରୁ ଇଭ ଆପେଲଟିଏ  ଧରେଇଥିଲା ପ୍ରଥମ କରି ଆଦମ କୁ, ସେହି ଦିନରୁ ତ ଆପେଲଟି ପରିଭାଷା ହୋଇଛି ପ୍ରତାରଣାର !ଆଜି ଆପେଲ ବଦଳରେ ଅଛି ଆପେଲ ଜୁସ I ଆଉ କିଛି ଫରକ ତ  ପଡିନି ଏତେ ଯୁଗ ବିତି ଯାଇଥିଲେ ମଧ୍ୟ ପ୍ରତାରଣାରେ!

ମୁଣ୍ଡଟା କାହିଁକି ଟିକେ ହାଲୁକା ହାଲୁକା ବିନ୍ଧୁଥିଲା I ପାଖରେ ଥିବା ପାଣି ବୋତଲରୁ କିଛିଟା ପିଇଦେଇ ଟିକେ ଆରାମ ଅନୁଭବ କଲା I ରାତିରେ ମନା କରିଥିଲା ମଦ୍ୟ ପାନ କରିବା ଲାଗି ଇଭା  ସହିତ ଯାହା ଫଳରେ ଶେଷରେ ନିଷ୍ପତି ନିଆଁ ଯାଇଥିଲା ଆପେଲ ଜୁସ ଆଉ କଫି ପିଆ ଯିବ I ଡିନର ସରିଲା ବେଳକୁ ଆଉ କିଛି ଇଚ୍ଛା ନଥିଲା ଗୌରବର I ବିଦାୟ ନେଇ ଚାଲି ଯାଇଥିଲା ନିଜର ରୁମକୁ ଆଉ ରୁମ ରେ ଢଳି ପଡିଥିଲା ନିଜର ଶେଜ ଉପରେ I ନଜ଼ର କରି ନଥିଲା, କବାଟଟି ଲକ ହୋଇ ନଥିଲା ସବୁ ଦିନ ଭଳି,ବରଂ ଖୋଲା ଥିଲା ସତେ ଯେମିତି ତାହାର ଆଗମନକୁ କାହାର ପ୍ରତୀକ୍ଷା ଥିଲା !

ଇଭା ସତରେ ଥିଲା ଜଣେ ମାୟାବିନୀ Iଥରେ  କଥା ଆରମ୍ଭ କରିଦେଲେ ଯେ କୌଣସି ପୁରୁଷ ହେଉ ନା  କାହିଁକି ତାହାର କୁହୁକରେ ବଶୀଭୁତ ହୋଇ ମେଣ୍ଢା ପାଲଟି ଯାଏ I ଗୌରବ ଅବା କାହିଁକି ବାଦ ପଡିଥାଆନ୍ତା? ଦୁଇ ମାସ ଭିତରେ ନିହାତି ଅନ୍ତରଙ୍ଗ ହୋଇ ସାରିଥିଲା ଗୌରବ ଇଭା ସହିତ I 


ଭଲପାଇବାର ଅମପା ସାଗରରେ ଉବୁଟୁବୁ ହେବାକୁ ଲାଗିଥିଲା ଗୌରବ, ସହରର ରଙ୍ଗୀନ ଆଲୁଓ ମଧ୍ୟରେ, ଇଭା ସହିତ ଅଳ୍ପ କିଛି ସପ୍ତାହରେ I ନୂଆ ତ ନଥିଲା କିଛି ଏହି ପ୍ରେମରେ ! ସେହି ମୁଭି ଦେଖା, ପାର୍କରେ ବୁଲା, କେବେ ପସନ୍ଦର ହୋଟେଲରେ ଖିଆ ପିଆ ଆଉ ସେହି ମିଠା ଖଟା  କଥାବାର୍ତ୍ତା, ଆଉ କେବେ କେବେ ସମୁଦ୍ର କୂଳରେ ବିନ୍ଦାସ ବୁଲା I ସହରର ସାଧାରଣ ଲଭ ଷ୍ଟୋରିଟିଏ ତାଙ୍କର, ବୟସର ଅବଦାନଟିଏ ଯାହା ଧୀରେ ଧୀରେ ଆଣିଛି ଏକ ଭିନ୍ନ ଘନିଷ୍ଠତା I 


ହଁ କିନ୍ତୁ ଗୋଟିଏ ଫରକ ଥିଲା, ଶୋଇବା  ପୂର୍ବରୁ ପ୍ରତିଦିନ ମେସେଜଟିଏ ପଠାଏ ଇଭା କାହାକୁ ଜଣକୁ I ଥରେ  ରାତିରେ ମୁଭିରୁ ଫେରୁ ଫେରୁ ଡେରି ହୋଇଗଲା I  ମଝି ରାସ୍ତାରେ ଗୌରବ ଦେଖିଲା  ଇଭା କାହାକୁ କଲା I ସିଏ କିଛି ପଚାରିବା ପୂର୍ବରୁ ହିଁ ଇଭା ଦେଲା ," ମାଇଣ୍ଡ କରିବନି, ମୋର ବନ୍ଧୁ ଜଣେ ଯାହାକୁ ମୁଁ ସବୁ ଦିନ ରାତିରେ ଶୋଇବା ପୂର୍ବରୁ ମେସେଜ କରେ I" ଗୌରବ ଯେତେ ବେଳେ ପଚାରିଥିଲେ ଉତ୍ତର ମିଳିଥିଲା, ତାହାର ବନ୍ଧୁ  ଜଣେ ଯାହା ସହ ଆଉ ତାହାର ସମ୍ପର୍କ ନାହିଁ, କିନ୍ତୁ ଅଭ୍ୟାସ ମୁତାବକ ମେସେଜଟିଏ କରି ଦିଏ ଶୋଇବା ପୂର୍ବରୁ ସବୁ ଠିକ  ଚାଲିଛି ଜଣେଇବା ଲାଗି I ଅଧିକ କିଛି ପଚାରି ନଥିଲା ଗୌରବ I ସେହି ଘଟଣା ପରେ ଅନେକ ଥର ଦେଖିଛି ରାତି ଠିକ 11:30ରେ ଇଭା ମେସେଜ କରେ I


ଅଭ୍ୟସ୍ତ ହୋଇଯାଇଛି ଗୌରବ ଇଭାର ଆଚାର ବ୍ୟବହାର ସହିତ I କିନ୍ତୁ କିଛି ଦିନ ହେଲା ଇଭା ଟିକିଏ ଅଲଗା ବ୍ୟବହାର କରୁଛି I କେଉଁ ଦିନ  କୃତ୍ରିମ କେଶ ଗୁଚ୍ଛ ଲଗାଉଛି ତ କେଉଁ ଦିନ କୃତ୍ରିମ ଲେନ୍ସ I 

"ତୁମର ଏଣ୍ଟେରଟେଇନମେଣ୍ଟ ପାଇଁ ମ, ତୁମେ ମୋର ଗୋଟିଏ ରୂପ ରଙ୍ଗ ଦେଖି ବୋର ହେଇଯିବ କାଳେ ! ସେଥି ପାଇଁ," ଇଭା ଉତ୍ତର ଦେଇଥିଲା ଗୌରବର ପ୍ରଶ୍ନର  I 

ଗତ କାଲି ତ ସମସ୍ତ ସୀମା ଟପି ଯାଇଥିଲା ଇଭା I ସାମ୍ନାରେ ଇଭା ବସିଲା ଭଳି ହିଁ ଲାଗୁ ନଥିଲା ହୋଟେଲରେ I ହେଭି ମେକ ଅପ ଆଉ ପରିଧାନ କୃତ୍ରିମ କେଶ କୁନ୍ତଳ I 

ଘରେ ଅବଶ୍ୟ ଛଅ   ବୋତଲ ବିଅର ପିଇ ସାରିଥିଲା ଗୌରବ ଇଭା ଆସିଲା ବେଳକୁ I 

ତେଣୁ ସେତେ ମଧ୍ୟ ହୋସରେ ନଥିଲା ଇଭାର ତର୍ଜମା କରିବାକୁ I ତାହା ପରେ ଆଉ ଦୁଇ ବୋତଲ ପିଆଇଲା ସଙ୍ଗେ ସଙ୍ଗେ ଇଭା ଏବଂ ଇଭା ସହ  ବାହାରି ଗଲା ଡିନର ପାଇଁ I କେମିତି କେଜାଣି ଇଭା ତାକୁ ବିଅରର ଅଭ୍ୟାସ କରେଇ ଦେଇଥିଲା I ଗଳା ଖରାପ ଥିବା ବାହାନା କରି ଇଭା ମଗେଇଲା ନିଜ ପାଇଁ ହଟ କଫି  ଆଉ ଗୌରବ ପାଇଁ ଆପେଲ ଜୁସ I ଜୁସ  ଟି ଟିକେ ଅଲଗା ଲାଗିଲା ସ୍ଵାଦରେ କାହିଁକି କେଜାଣି !

ଡିନର ପରେ ଇଭା ଘରେ ଆଣିକି ଛାଡ଼ିଥିଲା I କୌଣସି ପ୍ରକାର ନିଜ  ରୁମରେ ଆସି ବେଡ଼ରେ ଶୋଇ ପାରିଥିଲା ଗୌରବ I କିନ୍ତୁ ରାତି ସାରା ଲାଗିଥିଲା ଯେମିତି ସିଏ କେଉଁ ଏକ ଫିଲିମ ରେ ଅଭିନୟ କରି ଚାଲିଛି ଯନ୍ତ୍ର ଚାଳିତ ଭଳି ଇଭା ସହିତ ଯେମିତି ତାକୁ ବିଗତ ରାତିରେ ଦେଖିଥିଲା ଆଉ ମାନେ ମାନେ ଇଛା କରିଥିଲା ତାହା ସହ ସହବାସ ପାଇଁ I ସକାଳେ ନିଜକୁ ବସ୍ତ୍ର ହୀନ ଦେଖିକି ପ୍ରଥମେ ଚମକି ପଡିଥିଲା I ବହୁତ କମ ଏହି ଅବସ୍ଥାରେ ଶୁଏ ସିଏ I 

କୌଣସି ମତେ ନିଜକୁ ଖଟ  ଉପରୁ ତଳକୁ ଆଣିବାକୁ ଚେଷ୍ଠା କଲା ଗୌରବ I 

ଅକସ୍ମାତ ପଡିଗଲା ତଳେ ଆଉ ଚିତ୍କାର କରିଗଲା ଖଟ ତଳେ ପଡିଥିବା ଶରୀରଟିକୁ ଦେଖି I ଅଧା ହୋସରେ ଟାଣି ଆଣିଲା ସେ ଶିଥିଳ ଶରୀରକୁ I ବିଶ୍ଵାସ କରି ପାରିଲାନି ନିଜ ଆଖିକୁ I ବିଗତ ରାତିର ପୋଷାକରେ ଇଭା I 

ଆଖିରେ ପଡିଗଲା ଆଉ ଏକ ଚିହ୍ନ ଯାହା ସହିତ ସିଏ ପରିଚିତ ଥିଲା, ସ୍ଥାନୀୟ ଗ୍ୟାଙ୍ଗର ଛାପ  ଈଭାର କାନ୍ଧରେ I ଇଭା କେବେ ମଧ୍ୟ ତାକୁ ନିଜର ଶରୀର ପ୍ରଦର୍ଶନ କରି ନଥିଲା ଗତ ରାତି ପର୍ଯ୍ୟନ୍ତ, ଏବଂ ଗତ ରାତିରେ ମଧ୍ୟ ସିଏ ଅର୍ଧ ଚେତନା ଅବସ୍ଥାରେ ଥିଲା ବେଳେ ଦେଖି ଥିଲା ଈଭାର ଶରୀର ସ୍ବପ୍ନ ଆଉ ସତ୍ୟର କୁହୁଡି ଭିତରେ ! 

ହାତ ଥରିବାକୁ ଲାଗିଲା ଫୋନ୍ ରେ ପୁଲିସ ଷ୍ଟେଟସନର ନମ୍ବର ଡାଏଲ  କଲା ବେଳେ I ବୁଝି ପାରିଲା ସବୁ କିଛି ଗୋଟିଏ କ୍ଷଣରେ ଗୌରବ, ସିଏ ପାଲଟିଛି ସ୍ଥାନୀୟ ଗ୍ୟାଙ୍ଗର ନୂତନ ଶିକାର, ହୋଇ ସାରିଛି ସେମାନଙ୍କର ବ୍ଲୁ ଫିଲ୍ମ ର ନାୟକ ଆଉ ସ୍ଵର୍ଗୀୟା ଇଭା ହୋଇ ସାରିଛି ସେହି ଗ୍ୟାଙ୍ଗର ଏକ୍ସ-ମେମ୍ବର ! 



Rate this content
Log in

More oriya story from Ranjit Sahu

Similar oriya story from Tragedy