Menon Sahoo

Inspirational

4.7  

Menon Sahoo

Inspirational

ଚଢେଇ

ଚଢେଇ

5 mins
378



     କେଉଁ ଏକ ପର୍ବାଣୀର ସମୟ ଗୋପାଳର ମା ପ୍ରମିଳା ତାକୁ ପାଖ ବଜାରକୁ ପଠାଇଥିଲେ କିଛି ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ ସମାଗ୍ରୀ ପାଇଁ । ଗୋପାଳ କହିଲେ ଏକଦମ୍ ସାଧା ସିଧା ଯୁବକ ଟିଏ ଯାହାର ବୟସ ଏଇ ଯୋଡା କୋଡ଼ିଏକୁ ପଚିଶି । ଶାନ୍ତ ସରଳ ସ୍ଵଭାବ ସହିତ ମୁହଁରେ ସବୁବେଳେ ହସ ଥାଏ ତାର ଆଖପାଖ ପ୍ରାୟ ଗାଆଁରେ ସେ ପରିଚିତ। ତାକୁ କେହି କେହି ଗୁଗଲ ବୟ ମଧ୍ୟ କୁହନ୍ତି l ଏହାର କାରଣ ତା ପାଖରେ ଆମେ ଆମ ଅଞ୍ଚଳର ବହୁ ଜଣାଅଜଣା ତଥ୍ୟ ପାଇଥାଉ ଖାଲି ଆମ ସମ୍ପର୍କୀତ ନୂହେଁ ଦେଶ ବିଦେଶର ବହୁ ତଥ୍ଯ ମଧ୍ୟ ତାର ମସ୍ତିଷ୍କରେ ଥାଏ l କାହାର କ'ଣ ସମସ୍ୟା ହୋଇଥିଲେ ଗୋପାଳ ହିଁ ତାକୁ ଅତି ସହଜରେ ସମାଧାନ କରିଦେଇଥାଏ l ତେଣୁ ତାକୁ ସମସ୍ତେ ଗୁଗଲ ବୟ ବୋଲି ଡାକନ୍ତି। ଇତିହାସ ବିଷୟରେ ପି. ଜି କରି ଏବେ ସମାଜସେବାରେ ମନ ଦେଇଛି । ମନରେ ତାର ଅନେକ ଆଶା ଏକ ସୁସ୍ଥ ସାମାଜ ପାଇଁ। ତେଣୁ ବସଷ୍ଟାଣ୍ଡ ଠାରୁ ରେଲୱେ ଷ୍ଟେସନ ଯେଉଁଠାକୁ ଗଲେ କିଛି ନା କିଛି ସାମାଜିକ ମଙ୍ଗଳ ତଥା ପରିବର୍ତ୍ତନ ପାଇଁ ବାର୍ତ୍ତା ଦେଇଥାଏ । କେହି କେହି ଗ୍ରହଣ କରନ୍ତି ତ କେହି କେହି ହସରେ ଉଡେଇ ଦିଅନ୍ତି ତାର କଥା ଶୁଣି l ତେବେ ଏଥିପାଇଁ ସେ କେବେ ମନ ଦୁଃଖ କରେନି ବରଂ ନିଜର ଏହି ସଂକଳ୍ପକୁ ମନରେ ରଖି ଆଗକୁ ବଢେ। ବଜାରରୁ ବିରି, ସୁଜି, ମଟର, ପନିପରିବା, ତେଲ ଆଦି କେତେ କ'ଣ ଧରି ଘର ବାହୁଡ଼ା ହେଉଥାଏ ଗୋପାଳ। ବାଟରେ ଅନେକ କଥା ଭାବୁଚି ସେ। ଉପରକୁ ଚାହୁଞ୍ଚି ଦେଖୁଚି ଏଇ ଧଳା ନୀଳ ମିଶା ଆକାଶକୁ ତାର କିଛି ପରିବର୍ତ୍ତନ ନାହିଁ। ପିଲାଦିନରୁ ସେ ଆକାଶ କୁ ଯେମିତି ଦେଖିଛି ତାହା ଆଜି ମଧ୍ୟ ଠିକ୍ ସେମିତି ଆକାଶ କିଛି ପରିବର୍ତ୍ତନ ନାହିଁ । ହେଲେ ତା ତଳେ ଆଶ୍ରୟ ନେଇଥିବା ମଣିଷମାନଙ୍କ ମଧ୍ୟରେ ଏତେ ପରିବର୍ତ୍ତନ କଣ ପାଇଁ। ପରିବର୍ତ୍ତନ ହୁଅ ହେଲେ ଯେଉଁ ପରିବର୍ତ୍ତନରେ ସମାଜର ମଙ୍ଗଳ, ପରିବାରର ମଙ୍ଗଳ, ଦେଶର ମଙ୍ଗଳ ହେବ ସେହି ପ୍ରକାର ପରିବର୍ତ୍ତନ ହୁଅ ତା ନ ହୋଉ ଗର୍ବ, ଅହଙ୍କାରରେ ବୁଡି ଆଦର୍ଶ ଠାରୁ ଦୂରରେ ରହିଲେ ଲାଭ କଣ? ଏମିତି ଅନେକ କଥା ଭାବି ଭାବି ରାସ୍ତା କଡରେ ଚାଲୁଛି ଗୋପାଳ। ହଠାତ କେଉଁଠୁ ଗୋଟେ ସୁନ୍ଦର ଚଢେଇ ଆସି ତାକୁ ଥଣ୍ଟରେ ଆଘାତ କରିବାକୁ ଲଗିଲା। ଆଘାତ କରୁଥିବା ସମୟରେ ଗୋପାଳ ଚଢେଇଟିକୁ ହାତରେ ଠେଲି ଦେଇ ଉକ୍ତ ଚାଲୁଥିବା ସ୍ଥାନରୁ ଆଉ ଏକ ସ୍ଥାନକୁ ଚାଲିଗଲା। ଠିକ୍ ଏହି ସମୟରେ ଏକ ମାଲବାହୀ ଗାଡି ଆସି ସେଇ ଚଡେଇ ଟିକୁ ଧକ୍କା ଦେଲା ଏବଂ ଚଡେଇଟିର ମୃତ୍ୟୁ ହେଲା। କିନ୍ତୁ ପରିସ୍ଥିତି ଯେମିତି ସେମିତି କିଛି ହlଲାଗୋଲା କିମ୍ବା କୌଣସି ପ୍ରକାରର ଷ୍ଟ୍ରlଇକ୍ ନାହିଁ । ହଁ ଅବଶ୍ୟ ଏଇଟା ଏକ ମଣିଷର ମୃତ୍ୟୁ ହୋଇଥିଲେ ଏସବୁର ଆବଶ୍ୟକ ପଡିଥାନ୍ତା କିନ୍ତୁ ଚଡେଇଟି ତା'ର କିଏ ଅଛି ଯେ ଏସବୁ କରିବ। ଏ ସମୟରେ ଗୋପାଳ ଭାବିଛି ଯଦି ସେଇ ଚଢେଇ ଆସି ତାକୁ ଆଘାତ ଦେଇନଥାନ୍ତା ତେବେ ଆଜି ସେ ଚଢେଇ ଜାଗାରେ ଗୋପାଳ ମରଣର ପଲଙ୍କ ଉପରେ ଶୋଇଥାନ୍ତା । ହୃଦୟ ତା'ର ଯେମିତି କ'ଣ ହୋଇ ଉଠିଲା। ପକ୍ଷୀଟି ଭଙ୍ଗା ଡେଣା ସହିତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡିଥିବାର ସେଇ ଦୃଶ୍ୟକୁ ଦେଖି ଗୋପାଳ ଆଖିରୁ ଲୁହ ଧାର ବୋହିଗଲା। ସାମାନ୍ୟ ଜୀବନ ଥିଲା ସେଇ ଚଢେଇ ପ୍ରାଣରେ । ଭୂମିରେ ଛଟପଟ ହୋଇ ବାଡ଼େଇ ହେଉଥାଏ ଯେମିତି କାହାକୁ ଆକୁଳ ବିନତୀ ହେଇଛି ମୋତେ ପାଣି ଟିକେ ଦିଅ ମୋତେ ଡାକ୍ତରଖାନାକୁ ନେଇଯାଅ । ଏ ସୁନ୍ଦର ପୃଥିବୀରେ ମୋତେ ଆଉ କିଛି ଦିନ ବଞ୍ଚିବାର ଅଛି । କେହି ତ ଟିକେ ମୋତେ ଏଇ ଯନ୍ତ୍ରଣାରୁ ରକ୍ଷା କର। ଏତିକି ବେଳେ ଗୋପାଳ ଦୌଡ଼ି ଯାଇ ସେଇ ଚଢେଇ ଛୁଆଟିକୁ ନିଜ ହାତରେ ଧରି ଭୂମିରୁ ଉଠାଇ ଆଣିଲା ନିଜ ଦୁଇ ହାତ ପାପୁଲିରେ ଚଢେଇ ଟିକୁ ଧରିଥାଏ । ଗୋପାଳ ଆଖିରୁ ଦୁଇ ଟୋପା ଲୁହ ସେଇ ଚଢେଇ ଥଣ୍ଟ ଟିରେ ଲାଗିଲା। ଲବଣ ଯୁକ୍ତ ପାଣି ପାଇ ସତେ ଯେମିତି ସେ ମୁକ୍ତି ପାଇଗଲା । ତା'ର ସେ ଯନ୍ତ୍ରଣାରୁ ସବୁଦିନ ପାଇଁ ସେ ମୁକ୍ତ ହେଇଗଲା। ଦେଖିଲେ ଲାଗୁଥିଲା ସତେ ଯେମିତି ନୀଳ ଆକାଶକୁ ଚାହିଁ ରହିଥିଲା ତା'ର ସେଇ ଅଶ୍ରୁଭରା ଦୁଇ ଆଖି । ଅକାଶରେ ଅନେକ ଚଢେଇ ଉଡୁଥାନ୍ତି ସେମାନଙ୍କ ମଧ୍ୟରେ ତା'ର ବାପା, ମା , ଭାଇ , ଭଉଣୀ ମାନେ ଅଛନ୍ତି। ଚଢେଇ ଶେଷ ନିଶ୍ୱାସ ନେଉଥିବା ସମୟରେ ମଧ୍ଯ କାହାକୁ ନାଁ ଧରି ଡାକି ପାରିଲାନି। ସେମିତି ସେମାନଂକୁ ଚାହିଁ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିଛି ସେ । ତା' ପରେ ଚଡେଇଟିକୁ ଧରି ଗୋପାଳ ସିଧା ନିଜ ଗାଁର ଶେଷରେ ଥିବା ଏକ ଆମ୍ବ ବଗିଚାକୁ ନେଇଛି । ସେଠି ସେଇ ମୃତ୍ୟୁ ଚଢେଇକୁ ହାତରେ ଧରି କେତେକଥା ଭାବିଛି । ଏ ସଂସାରରେ ଏମିତି ଅନେକ ପକ୍ଷୀ ଅଛନ୍ତି ଯେଉଁମାନେ ଏମିତି ଅସହାୟ ଅବସ୍ଥାରେ ନିଜର ଜୀବନ ହାରୁଛନ୍ତି । କିଏ ଶିକାର ମାଧ୍ୟମରେ ତ ଆଉ କିଏ ଗାଡି ଧକ୍କାରେ, କିଏ ବିଦ୍ୟୁତ ତାର ଖୁଣ୍ଟିରେ ତ ଆଉ କିଏ ବଡ ବଡ ଟାୱାର ଯୋଗୁ ହଉଥିବା ବିକିରଣ (Radiation) ମାଧ୍ୟମରେ ।ଏହିପରି ପ୍ରତ୍ୟେକ ଦିନ କେତେ ଯେ ପକ୍ଷୀ ନିଜର ଜୀବନ ହାରୁଛନ୍ତି ତl' ର ହିସାବ ନାହିଁ ସମୟ ଥିଲା ଯେତେବେଳେ ଘଣ୍ଟାର ପ୍ରଚଳନ ଲୋକମାନେ ଜାଣିନଥିଲେ ସେହି ସମୟରେ ଏହି ପକ୍ଷୀମାନେ ହିଁ ମଣିଷ ସଭ୍ୟତାକୁ ସକାଳର ପରିଚୟ ଦେଉଥିଲା । ଯିଏ ଦିନେ ମଣିଷ ସମାଜର ଦିନ ଆରମ୍ଭ କରାଉଥିଲା ଆଜି ସେହି ମନୁଷ୍ୟମାନଙ୍କ ଦ୍ଵାରା ପକ୍ଷୀମାନଙ୍କର ଏମିତି ଅବସ୍ଥା । ଯେଉଁ ପକ୍ଷୀମାନଙ୍କର କୁହୁକୁହୁ, ଚିରିମିରି,ଚିଁ ଚିଁ,ଶବ୍ଦରେ ସାରା ସଂସାର ଝୁମି ଉଠୁଥିଲା ଆଜି ତା'ର କ୍ରନ୍ଦନ ଶବ୍ଦରେ ଏ ସଂସାର ଉତ୍ସବ ପାଳୁଛି । ଯେଉଁ ମଣିଷ ସମାଜକୁ ନିଜର ପରମ ବନ୍ଧୁ ଭାବି ଚଢେଇ ଦିନେ ତା ଘର ଅଗଣାରେ ବସୁଥିଲା ସେଇ ମନୁଷ୍ୟ ଆଜି ତା'ର ଶତ୍ରୁ ସାରିଛି । ସେଇଠୁ ଗୋପାଳ ଫେରିଛି ଏଥିପାଇଁ ସେ ଆନ୍ଦୋଳନ କରିଚି ଚଢେଇମାନଙ୍କର ସୁରକ୍ଷିତ ଓ ନିରାପଦ ବ୍ୟବସ୍ଥା ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ବନ ବିଭାଗ ପାଖକୁ ଯାଇଛି ସେଠି ଏହି ଚଢେଇମାନଙ୍କର ସୁରକ୍ଷା ପାଇଁ ଦାବି କରିଛି ବନ ବିଭାଗ ପ୍ରତିଶ୍ରୁତି ଦେଇ ମଧ୍ୟ କୌଣସି କାର୍ଯ୍ୟ କଲେ ନାହିଁ । ଆଧୁନିକ ଯନ୍ତ୍ର ଉଦ୍ଭାବନ ଫଳରେ ଯେଉଁ ରେଡିଏସନ ବିସ୍ତାର ହେଉଛି ସେଥିପାଇଁ ବହୁ ଟେଲିକମ କମ୍ପାନୀମାନଙ୍କୁ ଯାଇଛି ସେମାନଂକୁ ବୁଝାଇଛି ଆପଣଙ୍କ ବ୍ୟବସାୟ ବଢିବା ଉଦ୍ଦେଶ୍ୟରେ ଯେଉଁ ବଡ ବଡ ଟାୱାର ମାନ ବସାଇଛନ୍ତି ସେଥିରେ ଜୀବଜଗତରେ କେତେ କ୍ଷତି ହେଉଛି ବିଶେଷ ଭାବରେ ପକ୍ଷୀ ମାନଙ୍କର। ହେଲେ ସେଠି ମଧ୍ୟ ନିରାଶ। ରାଗରେ କେତୋଟି ଟାୱାରକୁ ଭାଙ୍ଗି ଥିଲେ ମଧ୍ୟ ଏଥିପାଇଁ ଗୋପାଳକୁ କେତେ ମାସ ଜେଲ ଆଉ କେତେ ଟଙ୍କା ଜୋରିମାନା ମଧ୍ଯ ହୋଇଛି । ଜେଲ ରୁ ଫେରି ସେ ନିରବ ରହିନାହିଁ ପୁଣି ଏହି ପକ୍ଷୀ ମାନଙ୍କୁ ନ୍ୟାୟ ଦବା ପାଇଁ ସେ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ପାଖକୁ ଯାଇଚି ବିଦ୍ୟୁତ୍ ତା 'ର ଗୋଡିକୁ ଏମିତି ଖୋଲା ଭାବରେ ନ ଛାଡ଼ି ତାକୁ କଭର ମାଧ୍ୟମରେ ପରିଚାଳିତ ପାଇଁ ଅନୁରୋଧ କରିଛି ସେଠି ମଧ୍ୟ କହି କିଛି ଲାଭ ହେଲା ନାହିଁ ଆଗରୁ ବିଦ୍ୟୁତ ତାର ରେ ଯେମିତି ପକ୍ଷୀ ମରୁଥିଲେ ଏବେ ମଧ୍ୟ ସେମିତି ମରୁଛନ୍ତି। କିଛି ଦିନ ବିତି ଯାଇଛି କିନ୍ତୁ ଗୋପାଳର ଏହି ଆନ୍ଦୋଳନ ଥମି ନାହିଁ ପୂର୍ବ ପରି ଏବେ ମଧ୍ୟ ସେମିତି ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ସବୁଆଡ଼େ ସଚେତନ କରାଉଛି। ଆବଶ୍ୟକ ସ୍ଥଳେ ସେ ଘର ଘର ଯାଇ ମଧ୍ୟ ଏ ସମ୍ପର୍କରେ ଅବଗତ କରାଉଛି । ଦୀର୍ଘ ପାଞ୍ଚ ବର୍ଷର ଆନ୍ଦୋଳନ ପରେ ହଠାତ୍ ଦିନେ ଶୁଣିବାକୁ ପାଇଛି ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ଭାରତର ମାନ୍ୟବର ରାଷ୍ଟ୍ରପତି ଆସୁଛନ୍ତି ଏବଂ ଏହି ସମୟରେ ବିଦ୍ୟୁତ ତାର ରେ ଜଳି ଗୋଟିଏ ପକ୍ଷୀ ରାସ୍ତା କଡରେ ମରି ପଡିଛି ଗୋପାଳ ତାକୁ ରାସ୍ତାରୁ ଉଠାଇଛି ଦୁଇ ହାତ ଯୋଡା ପାପୁଲିରେ ତାକୁ ଧରି ରାଷ୍ଟ୍ରପତି ଆସିଥିବା ସ୍ଥାନକୁ ଯାତ୍ରା କରିଛି। ମଲା ପକ୍ଷୀଟିକୁ ହାତ ଧରି ଯାଉଥିବାରୁ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। କିଏ କେତେ ଜଣ ପ୍ରଶ୍ନ ମଧ୍ୟ କରିଛନ୍ତି ହେଲେ ଗୋପାଳ କାହାକୁ କିଛି ଉତ୍ତର ନ ଦେଇ ସେମିତି ଚାଲିଛି। କାରଣ ପୂର୍ବରୁ ଏହି ପକ୍ଷୀ ମାନଙ୍କ୍ ପାଇଁ ଏ ସମାଜକୁ କହି କହି ତାର ଆଉ ଧୈର୍ଯ୍ୟ ନାହିଁ କାହାକୁ କିଛି କହିବା ପାଇଁ। ସିଧା ପହଁଞ୍ଚିଛି ରାଷ୍ଟ୍ରପତି ଉପସ୍ଥିତ ଥିବା ସେଇ ସଭାରେ। ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ସମୟରେ ସେ ସଭାମଞ୍ଚକୁ ଅଗ୍ରସର ହୋଇଛି । ଏଥିପାଇଁ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କ ଠାରୁ ମାଡ ମଧ୍ୟ ଖାଇଛି । ଅବଶ୍ୟ ଶେଷରେ ମଞ୍ଚକୁ ଯାଇ ସେହି ମଲା ପକ୍ଷୀଟିକୁ ରାଷ୍ଟ୍ରପତି ମହୋଦୟଙ୍କ ହାତରେ ଦେଇ କାନ୍ଦି କାନ୍ଦି କହିଛି ଏହା ମୋ ରାଜ୍ୟ ତରଫରୁ ଆପଣଙ୍କୁ ଭେଟି । ଆଉ କହିଛି ଏଇ ପକ୍ଷୀଟିର ବୁଢ଼ା ବାପା ମା ଦୁଃଖୀ ପତ୍ନୀ ଆଉ ଛୋଟ ଛୋଟ ପିଲା ଦୁଇଟି ଅଛନ୍ତି କିନ୍ତୁ ସେମାନେ ଜାଣି ନାହାଁନ୍ତି ଏହି ପକ୍ଷୀ ମାତ୍ର କିଛି ଘଣ୍ଟା ପୂର୍ବରୁ ମୃତ୍ୟୁକୁ ବରଣ କରି ସାରିଛି । ଆପଣ ହେଉଛନ୍ତି ଏଇ ଅଖଣ୍ଡ ଭାରତର ଏକ ବିଶାଳ ବୃକ୍ଷ ଯାହାର ଡାଳରେ ଏ ସାର। ଭାରତବାସୀ ଆଶ୍ରୟ ନେଇଛନ୍ତି ତେଣୁ ଆପଣଙ୍କୁ ଲୋକମାନେ ସମ୍ମାନ କରନ୍ତି ଆପଣଙ୍କ ଆଦେଶରେ ସାର ଦେଶ ଚାଲେ। ତେଣୁ ଏଇ ବିରାଟ ସଭାରେ ଥରେ ଆପଣ କାହାକୁ ଦାୟିତ୍ୱ ଦିଅନ୍ତୁ କି ଏଇ ପକ୍ଷୀଟିର ଘରକୁ ଯାଇ ଏହି ଖବରଟି ତା ପରିବାର ଆଗରେ ଦେବେ। ଆଉ କହିଦେବେ ପରିବାରର ସୁଖ ପାଇଁ ଏ ସମାଜକୁ ସ୍ନେହ,ପ୍ରେମ ସାଉଁଣ୍ଟିବାକୁ ଯାଇ ଏ ନିଷ୍ଠୁର ମାନବ ସମାଜ ନିଜ ସୁଖ ପାଇଁ ତାକୁ ବଳି ଚଢାଇ ଦେଇଛି । ଏତିକିବେଳେ ସମସ୍ତେ ପୁରା ନିରବରେ ସବୁ ଶୁଣିଥାନ୍ତି ସମସ୍ତଙ୍କ ମୁଣ୍ଡ ତଳକୁ ହେଇ ଯାଇଥାଏ ଠିକ୍ ଏହି ସମୟରେ ଅନନ୍ତ ଗଗନ ରେ ଅସଂଖ୍ୟ ପକ୍ଷୀ ମାନଙ୍କର ସମାବେଶ ଦେଖିବାକୁ ମିଳିଥିଲା ଯାହା ଆଗରୁ କେବେ ଦେଖାଯାଇ ନ ଥିଲା । ଲାଗୁଥିଲା ସତେ ଯେପରି ଆଜି ପକ୍ଷୀମାନଙ୍କର ସଭା ହେଉଛି ଏବଂ ମଣିଷ ସମାଜକୁ ଦୋଷ ଆରୋପିତ କରି ଡକା ଯାଇଛି । 


                                   

                             



Rate this content
Log in

Similar oriya story from Inspirational