Menon Sahoo

Others

4.0  

Menon Sahoo

Others

ରାଜଧାନୀରେ ରାତି

ରାଜଧାନୀରେ ରାତି

12 mins
239



କଟକରୁ ଭୁବନେଶ୍ୱର ଫେରିବା ବାଟରେ ପଡୁଥିବା ପଳାଶୁଣୀ ଓଭରବ୍ରିଜ୍ ଉପରକୁ ଚଢିବା ପରେ ହଠାତ୍ ମୋ ମଟର ସାଇକେଲର ଗତି ଧିର ହୋଇ ଠିକ୍ ରସୁଲଗଡ ଛକସ୍ଥିତ ଓଭରବ୍ରିଜ ଉପରେ ଗାଡିର ଷ୍ଟାର୍ଟ ବନ୍ଦ ହୋଇଗଲା ଜାଣିପାରିଲି ନହିଁ ଏ ଅସମୟରେ ମୋ ମଟର ସାଇକେଲର କେଉଁ ଯନ୍ତ୍ରଟି ମୋତେ ଧୋକା ଦେଇଦେଲା l ଛୋଟ ମସ୍ତିଷ୍କ ଭିତରେ ମେକାନିକର ଯେତିକି କୌଶଳତା ଜମା ଥିଲା ତାକୁ ବାହାର କଲି ତଥାପି ବିଫଳ l ବହୁତ୍ ଚେଷ୍ଟା ପରେ ମଧ୍ୟ କୌଣସି ପ୍ରକାରର ସଫଳତା ପାଇଲି ନାହିଁ l ଏପଟେ ସନ୍ଧ୍ୟା ହେବାକୁ ବସିଲାଣି l ହଠାତ୍ ପିଲାଦିନରୁ ଶୁଣି ଆସୁଥିବା ଏକ ମହତ୍ ବାଣୀ ମନେପଡି ଗଲା l ଇଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ l ବିଫଳତାର ବିରକ୍ତ ମଧ୍ୟରୁ ଟିକେ ଶାନ୍ତି ପାଇଁ ସେଇ ଓଭରବ୍ରିଜ୍ ଉପରେ ଠିଆ ହୋଇ ରହିଲି l ଫଳରେ ସମଗ୍ର ରାଜଧାନୀର ରଙ୍ଗିନ୍ ସନ୍ଧ୍ୟାକୁ ଉପଭୋଗ କରିବାର ସୌଭାଗ୍ୟ ପାଇଲି l ଏମିତିରେ ମଧ୍ୟ ସବୁଦିନ ସନ୍ଧ୍ୟା ଆସେ ଆଉ ମୁଁ ତାକୁ ପ୍ରତିଦିନ ମଧ୍ଯ ଦେଖେ ହେଲେ ଆଜିର ସନ୍ଧ୍ୟା ନିଆରା l କୌଣସି ଉଚ୍ଚ ସ୍ଥାନରେ ଠିଆ ହୋଇ ରାଜଧାନୀରେ ଜଳିବାକୁ ଯାଉଥିବା ସନ୍ଧ୍ୟାର ପ୍ରଥମ ଆଲୋକକୁ ଅପେକ୍ଷାରତ ହୋଇ ଚାହିଁ ବାଟ ବୋଧ୍ ହୁଏ ମୋ ପାଇଁ ପ୍ରଥମ ଥିଲା l କିଛି ସମୟ ପରେ ଆଖି ଆଗରେ ଝଲସି ଉଠିଲା ରାଜଧାନୀର ଷ୍ଟ୍ରୀଟ୍ ଲାଇଟ୍ ଗୁଡିକ ଗୋଟିଏ ପରେ ଗୋଟିଏ । ସତେ ଯେମିତି ଦିନରେ ନିଦ୍ରା ଥିଲେ ଏବଂ ଏବେ ଉଠି ଦୌଡିବାକୁ ଆରମ୍ଭ କଲେ l ସପିଂ ମହଲ ତଥା ବିଭିନ୍ନ୍ ଦୋକାନ, ଘର, ଶିଳ୍ପାଞ୍ଚଳ, ଅନୁଷ୍ଠାନ ଇତ୍ୟାଦିରେ ଲlଗି ଥିବା ଲକ୍ଷ୍ୟ, ଲକ୍ଷ୍ୟ ଆଲୋକ ବତୀ ଏକ ମୁହୂର୍ତ୍ତରେ ସମଗ୍ର ଭୁବନେଶ୍ବରର ପରିବେଶକୁ ଆଲୋକମୟ କରିଦେଲା l ନାଲି, ନୀଳ, ସବୁଜ, ହଳଦିଆ ରଙ୍ଗରେ ଯେମିତି ରାଜଧାନୀ ରଙ୍ଗିନ୍ ହୋଇ ଉଠିଲା l ଦୂରରେ ଲାଗିଥିବା ଛୋଟ ଛୋଟ ଆଲୋକବତୀ ସତେ ଯେପରି ଆକାଶ ରେ ତାରା ଥିଲା ପରି ଦିଶୁଥାନ୍ତି l ତାର ସୌନ୍ଦର୍ଯ୍ୟରେ ମୁଁ ସମ୍ପୂର୍ଣ୍ଣ ମୁଗ୍ଧ ହୋଇ ଶାନ୍ତ ସ୍ଥିର ଭାବରେ ସେମିତି ଠିଆ ହୋଇଥିଲି l ହଜାର ହଜାର ଗାଡି ମୋ ପାର୍ଶ୍ଵ ଦେଇ ଯାଉଥିଲେ ମଧ୍ୟ ତାର ଶବ୍ଦ ମତେ ଶୁଭା ଯାଉନଥିଲା l ମୁଁ ଭ୍ରମରେ ପଡି ଯାଇଥିଲି l ଯେମିତି ସିନେମାରେ ଇନ୍ଦ୍ରପ୍ରାସାଦର ଚିତ୍ର ଦେଖାଯାଇଥାଏ ମୋତେ ଠିକ୍ ସେହି ପରି ଲାଗୁଥିଲା l ମୁହୂର୍ତ୍ତକ ପାଇଁ ବିଶ୍ୱାସ କରି ପାରିଲି ନାହିଁ କି ମୁଁ ରାଜଧାନୀ ଭୁବନେଶ୍ଵରର କୌଣସି ଏକ ଓଭରବ୍ରିଜ୍ ଉପରେ ଠିଆ ହୋଇଛି ବୋଲି l ଏହି ସମୟରେ ଉତ୍ତରା ପବନ ଆସି ମୋ ଦେହରେ ବାସ କରିବାରୁ ମନର କ୍ଲାନ୍ତ କୁଆଡେ ଉଭାନ୍ ହୋଇଗଲା l ପ୍ରାୟ ଦୁଇ ଘଣ୍ଟାର ସମୟ ଅତିବାହିତ କରିବା ପରେ ଭାବିଲି ଉକ୍ତ ସ୍ଥାନରୁ ଗାଡି କୁ ପାଖ ଗ୍ୟାରେଜକୁ ନେଇଯିବି l ସେୟା ମଧ୍ଯ କଲି l ଗାଡିକୁ ଠେଲି ଠେଲି ବାଣୀବିହାର ଉଭରବ୍ରିଜ୍ ପାଖକୁ ନେଇ ଆସିଲି l ଶରୀରରେ ଆଉ ଶକ୍ତି ନାହିଁ ଆଗକୁ ବଢିବା ପାଇଁ ସେଇଠି ସେମିତି ଠିଆ ହୋଇ ରହିଲି l ଠିକ୍ ଏହି ସମୟରେ ମୋ କାନରେ ଜଣଙ୍କର ଶବ୍ଦ ଶୁଣିବାକୁ ପାଇଲି - 'ହେଇ.....ଲୋ ବଉଳ ଶୀଘ୍ର ଆସୁନ କେତେ ଟାଇମ ହେଲାଣି l ସେତେବେଳେକୁ ସମୟ ପ୍ରାୟ ୮ଟା ହେଲାଣି l ପଛକୁ ଚାହିଁ ଦେଖେ ତ ଚାରିଜଣ କିନ୍ନର ରଙ୍ଗ ବେରଙ୍ଗର ଶାଢ଼ି, କେଶରେ ସୁଗନ୍ଧିତ ଗଜରାମାଳ, କାନରେ ଆକର୍ଷଣୀୟ ଝୁମୁକା, ହାତରେ ଚୁଡ଼ି ସହିତ ନୟନରେ କଜ୍ଜଳ ଇତ୍ୟାଦିକୁ ନିଜ ଶରୀରରେ ସଜାଇ ନିଜକୁ ଏକ ନାରୀ ରୂପରେ ସଜାଇଛନ୍ତି l ଦେଖିଲେ ଲାଗିବ ସ୍ଵର୍ଗୀୟ ଅପସରୀ ପରି l କିନ୍ନର ବୋଲି ଜାଣିବାକୁ ଇଚ୍ଛା କଲେ ମଣିଷ ଭ୍ରମରେ ପଡିଯିବ l ତେଣୁ ପାଖକୁ ଯାଇ ସେମାନଙ୍କ ବିଷୟରେ ଜାଣିବାକୁ ଇଛା ପ୍ରକାଶ କଲି l ତାଙ୍କ ମଧ୍ୟରୁ ଜଣଙ୍କୁ ଆଜ୍ଞା ବୋଲି ସମ୍ବୋଧନ କରି ଡାକିବାରୁ ସମସ୍ତେ ମୋ ପାଖକୁ ଚାଲି ଆସିଲେ l ମନରେ ମୋର କିଞ୍ଚିତ଼୍ ମାତ୍ରାରେ ଭୟ ସଞ୍ଚାରିତ ହେଉଥାଏ l ପାଖକୁ ଆସିବା ମାତ୍ରକେ ଦୁଇ ହସ୍ତ ଯୋଡି ପ୍ରଣିପାତ୍ ଜଣାଇଲି l ପ୍ରତି ନମସ୍କାର୍ ବଦଳରେ ସେମାନେ ମୋ ମୁଣ୍ଡ ଉପରେ ହାତ ଥୋଇବାରୁ ମୋର ଭୟ ଦୂର ହୋଇଗଲା l ବିନମ୍ର ସହିତ ତାଙ୍କ ପରିଚୟ ମାଗିଲି । ପରିଚୟ ଦେବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ପ୍ରତି ଉତ୍ତରରେ ମୋର ପରିଚୟ ମାଗିଲେ l ପରିଚୟ ଦେବି କି ନାହିଁ ଏହି ଦ୍ୱନ୍ଦରେ ରହି ଶେଷରେ କହିଲି - ମୁଁ ମେନନ ସାହୁ ଏଇ ପାଖ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼େ l ଏତିକି କଥା କହୁ କହୁ ସେମାନେ ମୋର ଆଉ ଟିକେ ନିକଟବର୍ତ୍ତୀ ହେଲେ l ବଡ ଉତ୍ସାହର ସହିତ କଣ ପଚାରିବ ବୋଲି କହୁଥିଲ ପରା ଏବେ ପଚାର l ପୂର୍ବରୁ ଶୁଣିଥିବା ହେଇ...ଲୋ ବଉଳ ଶୀଘ୍ର ଆସୁନ କେତେ ଟାଇମ ହେଲାଣି ବାକ୍ୟଟି ମୋର ସ୍ମରଣ ହୋଇଗଲା ଆଉ ବୁଝିବାକୁ ବିଳମ୍ବ ହେଲାନାହିଁ କି ସେମାନେ ନିଜର ଜୀବିକା ଅନ୍ୱେଷଣରେ କେଉଁଠାକୁ ଯାଉଥିଲେ ଏବଂ ଖୁବ୍ ଡେରି ମଧ୍ୟ ହୋଇ ଗଲାଣି l ଏହି ପରିସ୍ଥିତିରେ ସେମାନେ ନିଜର କର୍ମକ୍ଷେତ୍ରକୁ ନଯାଇ ମୋ ପାଖରେ ଠିଆ ହୋଇ ଉତ୍ସlରର ସହିତ ପୁଣି ପଚାରିଲେ କଣ ପଚାରିବାର ଥିଲା ପରା ପଚାରୁନ l ବୋଧହୁଏ ସେଦିନର ସେହି ବାର୍ତ୍ତାଳାପ ଭବିଷ୍ୟତରେ ମୋ କଲମ ମୁନରେ ଲେଖା ହୋଇ ବାହାରିବ ବୋଲି ଇଶ୍ୱରଙ୍କ ଇଛା ଥିଲା l ତେଣୁ ଆଉ ବିଳମ୍ବ ନକରି ରାଜଧାନୀର ଏଇ ଘନ ଅନ୍ଧାର ରାତିରେ ନିଜକୁ ଅପସରି ଭାବରେ ସଜାଇ ଥିବାର ରହସ୍ୟ ପଚାରିଲି l ନିସଙ୍କୋଚରେ ମଧ୍ୟ କହିଲେ ଆମେ ଏଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଯାଉଥିଲୁ l ଦୈନିକ ଜୀବିକା ଅନ୍ୱେଷଣରେ ମନରେ ଘୃଣା ଓ ବିତୃଷ୍ଣାର ଭାର ରଖି କହିଲେ ଭେଦଭାବ ରଖୁଥିବା ଏଇ ସମାଜରେ କେବଳ ଦୁଇଟା ଜାତି କୁ ସମ୍ମାନ ଦିଆଯାଏ l ଗୋଟିଏ ହେଲା ପୁରୁଷ ଓ ଅନ୍ୟଟି ହେଲା ନାରୀ l ଏଇ ସମାଜ ଯେଉଁଠି ଉଭୟ ପୁରୁଷ ଓ ନାରୀକୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରେ ସେଠି ଏକ କିନ୍ନର ଜାତିକୁ ହୀନ ଚକ୍ଷୁରେ ଦେଖେ l ଏମିତି କହୁଥିବା ସମୟରେ ଅନ୍ୟ ଜଣେ କେହି କହି ଉଠିଲେ ଶୁଣ ଏଇ କିଛିଦିନ ପୂର୍ବରୁ ଭୁବନେଶ୍ଵରର ଏକ ମଣ୍ଡପ ରେ ଗୋଟିଏ ବିବାହ ଉତ୍ସବ ଚାଲିଥିଲା l ସମୟ ପ୍ରାୟ ରାତି ନଅଟl କୁ ଅତିକ୍ରମ କରିଯାଇଥିଲା l ପାଞ୍ଚଦିନ ହେବ ଦେହ ଅସୁସ୍ଥ ଥିବାରୁ କୌଣସି ରୋଜଗାର ହୋଇ ନ ଥିଲା l ପଇସା ନଥିବାରୁ ଖାଇବାର ଘୋର ଅଭାବ ଥିଲା l ଏଇ ମଣିଷ ସାମାଜ ଦିନରେ କିନ୍ନର ମାନଙ୍କୁ ଉପହାସ କରେ ଭିନ୍ନ ନଜରରେ ଦେଖେ ସେଥିପାଇଁ ଦିନରେ ଚିତlବଳ ବାଘ ଥିବା ଜଙ୍ଗଲକୁ ଯିବାପାଇଁ ଇଛା ହେବ ହେଲେ ଏ ସାମାଜ ଆଗକୁ ଆସିବାକୁ ସାହାସ ହେବ ନାହିଁ l ଗୋଟିଏ ବସ୍ତ୍ରକୁ ପରିହାର ନ କରି ମାସମାସ ଧରି ରହି ହେବ ହେଲେ ଖାଲି ପେଟକୁ ଧରି ଗୋଟିଏ ଦିନ ରହିବା ଅସମ୍ଭବ l ତେଣୁ ଭୋକର ଜ୍ୱାଳାରେ ବିନା ଆମନ୍ତ୍ରଣରେ ସେହି ମଣ୍ଡପକୁ ଚାଲିଗଲି l ଫାଟକ ସମ୍ମୁଖରେ ସ୍ୱାଗତ୍ ଦାୟିତ୍ଵରେ ଥିବା ବ୍ୟକ୍ତିମାନେ ମତେ ଭିତରକୁ ପ୍ରବେଶ କରାଇ ଦେଲେ ନାହିଁ କାରଣ ମୁଁ ଥିଲି କିନ୍ନର l ହାତ ଯୋଡି ଅନୁରୋଧ କଲି । ଦୁଇଦିନ ହେବ କିଛି ଖାଇନାହିଁ ବୋଲି କହିଲି ତଥାପି କାହାର ମନରେ ଦୟା ଆସିଲାନି ବରଂ ନାଟକ କରୁଛୁ କହିକି ମୋତେ ଧକ୍କା ଦେଇ ବାହାର କରିଦେଲେ l ଏମାନେ ଏଠାକୁ ଆସିଲେ ଆମ ଷ୍ଟାଟସ୍ କ'ଣ ରହିବ ଏମିତି କହିକି ଅନେକ ପ୍ରକାରର ଗାଳି ମଧ୍ୟ ଶୁଣିବାକୁ ପଡିଥିଲା ସେଦିନ l ଯେଉଁ ବାହାଘରରେ ଅଯଥାରେ ହଜାର ହଜାର ଟଙ୍କାର ବାଣ ଫୁଟା ହୁଏ , ଲକ୍ଷ ଲକ୍ଷ ଟଙ୍କାର ମଦ ବଣ୍ଟାଯାଏ, ଶହ ଶହ ଲୋକମାନଙ୍କ ଖାଦ୍ୟ ଫୋପଡା ହୁଏ ଏବଂ ଟଙ୍କା ସାରି ଅନେକ ଅନାବଶ୍ୟକ ଆୟୋଜନ ହୁଏ, ସେଇ ବାହାଘରରେ ଗୋଟିଏ ଭୋକିଲା ପେଟକୁ ଖାଇବାକୁ ମିଳେନା l ଛାତିରେ ଦୁଃଖକୁ ବାନ୍ଧି ସେଦିନ ସେଠାରୁ ଫେରି ଆସିଲି l ସେଇ ଅବିବେକୀ ମଣିଷର ଉପରକୁ ଦେଖା ଯାଉଥିବା ମିଛ ଆଦର୍ଶ, ମାନବିକତା, ଦୟା, ପ୍ରେମର ଖାଦ୍ୟ ଖାଇ ମୋ ପେଟ ପୂରି ଯାଇଥିଲା ସେଦିନ l ଏହା ଶୁଣି ମୋ ଆଖି ଛଳ ଛଳ ହୋଇଗଲା l ନିଜକୁ ଘୃଣା ଲଗିଲା କି ଆମ୍ଭେମାନେ ଏମିତି ଏକ ସମାଜରେ ରହୁଛୁ l ପୁରୁଷ ଭିତିକ ସମାଜରେ କିନ୍ନର ମାନଙ୍କୁ ହୀନ ନଜରରେ ଦେଖିବା ସହିତ ସେମାନଙ୍କର ପ୍ରତିଭାକୁ ମଧ୍ଯ ଅଣଦେଖା କରାଯାଉଚି l କୌଣସି ବି କାର୍ଯ୍ୟରେ ସେମାନଙ୍କର ଉପସ୍ଥିତକୁ ଗୁରୁତ୍ଵ ଦିଆଯାଉନାହିଁ l ସେମାନେ ମଣିଷ ଆଉ ସେମାନଙ୍କର ବଞ୍ଚିବାର ଅଧିକାର ମଧ୍ଯ ଅଛି l ଗାନ୍ଧୀ ଦେଶରେ ରହି ଗାନ୍ଧିଜୀଙ୍କର ମହାନ୍ ବାର୍ତ୍ତାକୁ ଭୁଲି ଯାଉଛନ୍ତି ଆଜିର ଏଇ ମାନବ ସମାଜ l ଏବେକାର ଏଇ ସଭ୍ୟ ସାମାଜ କିନ୍ନରଙ୍କୁ କୌଣସିବି କାର୍ଯ୍ୟ ପାଇଁ ହେୟ ମନ କରୁନାହିଁ l ଅଫିସ ଠାରୁ ଆରମ୍ଭ କରି ସାଧାରଣ ସ୍ତରରେ ଯାଏଁ କେଉଁଠାରେ ଏମାନଙ୍କର ସ୍ଥାନ ନାହିଁ l କୌଣସି ପରିସ୍ଥିତିରେ କୌଣସିବି କାର୍ଯ୍ୟ କରିବାର ସତ୍ ଇଛା ଥିଲେ ମଧ୍ୟ ଆଜିର ଏଇ ସମାଜ ସେମାନଙ୍କୁ ଆଗକୁ ବଢିବାରେ ସୁଯୋଗ ଦେଉନାହିଁ l ଏ ପୁରୁଷ ଭିତ୍ତିକ ସମାଜରେ ଏହି ପ୍ରଥା ଚାଲି ଆସିଛି କି କିନ୍ନର ମାନେ କେବେ କାହକୁ ସାହାରା ଦେଇ ପାରିବେ ନାହିଁ ବରଂ ସର୍ବଦା ଅନ୍ୟର ସାହାରାରେ ବଞ୍ଚିବେ କିନ୍ତୁ ମଣିଷ ଥରେ ତାର ଆଖିରେ ବନ୍ଧlଥିବା କଳା ପରଦାକୁ ଉଠାଇ ଦୁନିଆର ଭିନ୍ନତା ମଧ୍ଯରେ ଏକତାର ମନ୍ତ୍ରକୁ ବୁଝିବା ଦରକାର l ରାମାୟଣ, ମହାଭାରତ, ଭାଗବତ ଗୀତା, ଆଦିରେ ଯେଉଁ ତ୍ୟାଗ, ସତ୍ୟ, ନ୍ୟାୟ, ଧର୍ମ, ଦୟା, ପ୍ରେମ, କଥା କୁହାଯାଇଛି ଆଜିର ମଣିଷ ତାକୁ କେବଳ ନିଜର କର୍ଣ୍ଣ ପରିଧି ମଧ୍ୟରେ ସୀମିତ ରଖୁଛି l ଏକ ମୁହୂର୍ତ୍ତରେ ନିଜ ଘରୁ ବାହାରକୁ ଗଲାବେଳେ ବାଟରେ ମନ୍ଦିର ପଡିଲେ ଯେଉଁ ହାତ ଯୋଡା ହୋଇ ଭଗବାନଙ୍କୁ ପ୍ରଣିପାତ୍ ଜଣlଉଛି l ଠିକ୍ ପର ମୁହୂର୍ତ୍ତରେ ସେଇ ହାତରେ ଧର୍ଷଣ, ବଳାତ୍କାର, ହତ୍ୟା, ଲୁଣ୍ଠନ, କରିବାକୁ ଧାଉଁଛି l ଭୁଲି ଯାଉଛି ସେ ଏଇ ହାତ ନିଜର ରକ୍ଷା କରିବା ସହ ଅନ୍ୟ ମାନଙ୍କର ରକ୍ଷା କରିବା ପାଇଁ ଇଶ୍ୱର ତାକୁ ଦେଇଛନ୍ତି l ଅନ୍ୟର ଖୁସି ଓ ମଙ୍ଗଳ ପାଇଁ ନିଜକୁ ସର୍ବଦା ଉତ୍ସର୍ଗ କରିବାରେ ଯେଉଁ ମହାନ୍ ପରିକଳ୍ପନା ଏ ଭାରତ ଭୂମିରେ ଦେଖା ଯାଇଥିଲା ଏବେ ଲାଗୁଚି ସେସବୁ କଳ୍ପନାରେ ରହିଯିବ l ଏତିକି ବେଳେ ତାଙ୍କ ମଧ୍ୟରୁ ବଡ ଉଦାସୀନ କଣ୍ଠରେ କେହି ଜଣେ କହିଲେ ମଣିଷର ଏହି ପ୍ରକୃତି ଦେଖି ମୁଁ କିଛିଦିନ ପୂର୍ବରୁ ଟୋଲଗେଟ, ବସଷ୍ଟାଣ୍ଡ, ଆଉ ଟ୍ରାଫିକ ଭଲି ଗହଳି ରହୁଥିବା ଜାଗାକୁ ଯାଉଥିଲି ଜୀବନ ବଞ୍ଚିବା ଆଶାରେ ଲୋକମାନଙ୍କ ଠାରୁ କିଛି ଅର୍ଥ ସଂଗ୍ରହ ପାଇଁ l ହେଲେ ସେଠି ମଧ୍ୟ ନିରାଶ ହେବାକୁ ପଡ଼ିଥିଲା l ଅବଶ୍ୟ କିଛି ଲୋକ କିଛି ପଇସା ଦିଅନ୍ତି ଆଉ କିଛି ଲୋକ ମାଗଣିଆ ଉପଦେଶ ମଧ୍ଯ ଦେଇଥାନ୍ତି l ଯାଉନୁ କଉଠି କାମ କରିବୁ, କେମିତି କୂଳରେ ଜନ୍ମ ହେଲୁ କେଜାଣି, ଇତ୍ୟାଦି ଇତ୍ୟାଦି,, । ପ୍ରଥମ ଥର ଦେଖିଥିବା ଲୋକ କହିଦିଏ ତମର କିଛି କାମଧନ୍ଦା ନାହିଁ ବୋଧେ ସବୁଦିନ କଣ ଏଠିକି ପଳେଇ ଆସୁଛ । ଏମିତି ବହୁତ୍ କିଛି ଶୁଣିବାକୁ ପଡେ। ଖରାର ତାତି, ଗଳାର ଶୋଷ, ପେଟର ଭୋକ ଆଉ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଗୋଡ ପାଦ ଯେତେ କଷ୍ଟ ଦିଏନି ତା'ଠାରୁ କେତେ ଅଧିକ କଷ୍ଟ ଦିଏ ଏ ସମାଜର ଏମିତି କଥା l ଏମିତି ମଧ୍ଯ ଜଣେ ଜଣେ ଲୋକଥାନ୍ତି ତାଙ୍କ ପାଖକୁ ଗଲେ ସେମାନେ ରହିଥିବା ସ୍ଥାନ ଠାରୁ ଅନ୍ୟ ସ୍ଥାନକୁ ପଳାଇଯାଅନ୍ତି l ଯେଉଁ ସମାଜରେ ମଣିଷର କର୍ତ୍ତବ୍ୟ ହେଉଛି ମଣିଷଟିଏ ଅନ୍ୟ ମଣିଷକୁ ପାଖକୁ ଦୌଡ଼ି ଯାଇ ସାହାଯ୍ୟ କରିବା କଥା ସେହି ସମାଜର କିନ୍ନର ଟିଏ ଯେତେବେଳେ ଯାଏ ସାହାଯ୍ୟ ପାଇଁ ସେତେବେଳ ଏ ସାମଜ ତାକୁ ଅଛୁଆଁ ଭାବି ଦୂରେଇ ଦିଏ l ସାହାର୍ଯ୍ୟ କଥା ଦୂରରେ ଥାଉ ଏମିତି ବହୁ ଜାଗାରେ ନିଜର ଯୋଗ୍ୟତା ଓ ପ୍ରତିଭା ବଳରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିବା ଆଶାରେ ବହୁତ୍ ଚେଷ୍ଟା କରିଛି ହେଲେ ସବୁଠି ବିଫଳ କାରଣ ମୁଁ କିନ୍ନର l ନୀତି, ଆଦର୍ଶ, ସ୍ୱାଭିମାନ କୁ ନେଇ ବଞ୍ଚିବାର ରାସ୍ତା ଯେତେବେଳେ ସବୁ ଦିଗରୁ ବନ୍ଦ ହୋଇଯାଏ ସେତେବେଳେ ମଣିଷକୁ ଦୁଇଟି ରାସ୍ତା ଦେଖାଯାଏ l ଗୋଟିଏ ମୃତ୍ଯ ର ରାସ୍ତା ଆଉ ଅନ୍ୟଟି କଳଙ୍କ ରାସ୍ତା l ଏଭଲି ଏକ ସମାଜ ଠାରୁ ବାରମ୍ବାର ଠୋକର ଖାଇଲା ପରେ ଜୀବନ ପ୍ରତି ଘୃଣା ଭାବ ଆସିଲା l ଆତ୍ମହତ୍ୟା ପାଇଁ ମଧ୍ୟ ପ୍ରସ୍ତୁତ ଥିଲି l ପୁଣି କେଉଁଠି ନl କେଉଁଠି ବଞ୍ଚିବାର ଆଶା ଟିକ କ ମନରେ ଉଙ୍କି ମାରିଲା l ତେଣୁ ନିଜକୁ ସାଧାସିଧା ବସନ୍ତ ରୁ ରାତିର ଝିକିମିକି ଆଲୁଅ ଅନ୍ଧାର ମିଶା ବାସନ୍ତୀ ରେ ପରିଣତ କଲି l ତାପରେ ଯେଉଁ ପୁରୁଷ ଦିନେ କିନ୍ନର କୁ ଅସହାୟ ଭାବି ନିଜଠାରୁ ଦୁରେଇ ଦେଉଥିଲା ଆଜି ସେହି ପୁରୁଷ କିନ୍ନର କୁ ନିଜର ସାହାରା ଭାବି ତା ପାଖକୁ ରାତିରେ ଆସୁଚି ନିଜର ଦେହ ଭୋକ ମେଣ୍ଟାଇବା ପାଇଁ l ପୁଣି ଏମିତି ଜାଗାକୁ ଆସିଛି ଯେଉଁଠାରେ ବାସ୍ତବତାର 'ବ' ଅକ୍ଷର ମଧ୍ଯ ନାହିଁ l ବାସନ୍ତୀ ର ସାଜସଜ୍ଜା, ରୂପ ଦେଖି ଆସିଥିବା ଲୋକ ବାସ୍ତବ ରେ ଜାଣିନାହିଁ କି ଯେଉଁ କିନ୍ନର କୁ ସେ ଦିନରେ ଅଛୁଆଁ ଭାବି ଦୁରେଇ ଦେଇଥାଏ ଇଏ ସିଏ ବୋଲି l ହାତଯୋଡି ପାଞ୍ଚଟଙ୍କା ମାଗିଲେ ଦେବେ ନାହିଁ ଆଉ ରାତିରେ ଆସିଛନ୍ତି ଶହ ଶହ ଟଙ୍କା ମରୀଚିକା ପଛରେ ଦବା ପାଇଁ l ଏହା ମଣିଷ ମନର କେଉଁ ଭାବନା, ଏହା ମଣିଷ ସମାଜର କେଉଁ ବାସ୍ତବତା l କାମନା, ବାସନା ମଣିଷ କୁ କେଉଁଠାରୁ କେଉଠାକୁ ନେଇଯାଏ ତା ବୋଲି ସକଲେ ଯାହାକୁ ହୀନ, ଘୃଣା ଆଖିରେ ଦେଖିଥିବ ଯଦି ସେ ସନ୍ଧ୍ୟାରେ ନିଜର ରୂପ ବଦଲାଇ ବସନ୍ତ ରୁ ବାସନ୍ତୀ ହୋଇଗଲା ତେବେ ତାକୁ ଯାଇ ଆଲିଙ୍ଗନ କରିବ l ଯେଉଁଠି ମଣିଷ ନିଜ କର୍ମର ଦାସ ହେବ କଥା ସେଠି ଅନ୍ୟ କାହାର ରୂପରେ ଦାସ ହେଉଛି l ଏହି ସମାଜର ଏମିତି ଚଳଣି ପାଇଁ ଆଜି କେତେ କିନ୍ନର ଦିନରେ ବସନ୍ତ ହୋଇ ରାତିରେ ବାସନ୍ତୀ ରୂପ ଧାରଣ କରୁଛନ୍ତି l ତାପରେ ମଧ୍ଯ ମୁକ୍ତି ନାହିଁ l ରାତିର ସେଇ ଘନ ଅନ୍ଧାର ଭିତରେ ନିଜକୁ ଭୋଗ୍ୟ ବସ୍ତୁ ରେ ପରିବର୍ତ୍ତନ କଲାପରେ ମଧ୍ୟ ପୁଣି ନିର୍ଯ୍ୟାତନା ଆଉ ଅତ୍ୟାଚାରର ସାମନା କରିବାକୁ ପଡିଥାଏ l କମଳା ରୁ ଚୋପା ଛଡ଼ାଇଲା ପରି କିନ୍ନର ଙ୍କ ଦେହରୁ ପ୍ରତ୍ୟେକ ଦିନ ଏ ପୁରୁଷ ସାମଜ ସେମିତି ଚମଡା ଛଡା ଇ ଥାଏ l ପେଟର ଭୋକ କୁ ମାରିବା ପାଇଁ ପ୍ରତ୍ୟେକ ଦିନ ନିଶାସକ୍ତ ବ୍ୟକ୍ତି ମାନଙ୍କ ଆଗରେ ମରି ମରି ବଞ୍ଚିବାକୁ ପଡିଥାଏ l ମଦ୍ୟପାନ, ଡ୍ରଗ୍ସ, ଭଲି ନିଶାଦ୍ରବ୍ୟ ଖାଇ ଦେଶରେ ଅନେକ ଯୁବପିଢ଼ି ନିଜର ସୁନେଲି ଭବିଷ୍ୟତ ନଷ୍ଟ କରିବା ସହିତ ନାରୀ ଧର୍ଷଣ, ହତ୍ୟା, ଡକାୟତି ମଧ୍ୟ ବଢୁଚି l ଅନେକ ପରିବାର ରାସ୍ତା କଡର ଗଛ ମୂଳକୁ କିମ୍ବା ସହର ର ଉଭରବ୍ରିଜ ତଳକୁ ନିଜର ଆଶ୍ରୟସ୍ଥଳ ମାନି ନେଇଛନ୍ତି l ଏଭଲି ପରିସ୍ଥିତି ରେ କିନ୍ନର ମାନେ ମଧ୍ୟ ଏଠାରେ ସୁରକ୍ଷିତ ନାହାନ୍ତି l ଏମିତି ଏକ ଘଟଣା ସେଦିନ ସେଠାରେ ଘଟିଥିଲା l ଗୋଟିଏ କାର୍ ରୁ ହଠାତ୍ କିଛି ମଦ୍ୟପାନ କରିଥିବା ଯୁବକମାନେ ଓଲ୍ହାଇଲେ l ସମୁଦାୟ ଚାରିଜଣ ବ୍ୟକ୍ତି ଥିଲେ ସେଥିରୁ ଏହି ଦୁଇ ଜଣ ଏହି କିନ୍ନର ମାନଙ୍କ ସହ ଜବରଦସ୍ତ କରି କାର ରେ ବସି ବା ପାଇଁ ଟଣା ଓଟରା କଲେ l ଏମିତିକି ଧରିଥିବା ଜିନିଷ, ପର୍ସ, ମୋବଇଲ୍, ଓ ଅନ୍ୟନ୍ୟ ସାମଗ୍ରୀକୁ ଛଡାଇବାକୁ ଲାଗିଲେ l ମୁଁ ପ୍ରତିବାଦ କରିଥିଲି ଫଳ ସ୍ବରୂପ ମତେ ମlଡା ଦିଆଯାଇଥିଲା l ଯାହା ଫଳରେ ମୁଁ ସେଇ ରାସ୍ତା କଡରେ ପାଟି ଚୁପ କରି ନୀରବରେ ଠିଆ ହୋଇଥିଲି ମନରେ ଇଶ୍ୱରକୁ ନିବେଦନ କରୁଥିଲି କୌଣସି ଉପାୟରେ ଏମାନଂକୁ ଏହି ମଣିଷ ରୂପୀ ରାକ୍ଷାସମାନଙ୍କ ଠାରୁ ରକ୍ଷା କରନ୍ତୁ l ଶେଷରେ ସେମାନଂକୁ ରାସ୍ତା ଉପରେ ପକାଇ ଗୋଇଠା ମରାଯାଇଥିଲା l ସେମାନଙ୍କ ର କରୁଣ ଚିତ୍କାର ହୁଏ ତ ଚାଲୁଥିବା ହଜାର ହଜାର ଗାଡିର ଚକା ତଳେ ପେଷି ହୋଇ ରାଜଧାନୀ ର ରାଜ ରାସ୍ତା ରେ ମିଶୁ ଯାଉଥିଲା l ଧାଇଁ ଧାଇଁ ସେମାନେ ସାହାର୍ଯ୍ଯ ପାଇଁ ଆକୁଳ ବିନତି କରୁଥିଲେ ମଧ୍ୟ କେହି ତାଙ୍କ ସାହାର୍ଯ୍ୟ ପାଇଁ ଆସିଲେ ନାହିଁ କାରଣ ସେମାନେ ହେଲେ କିନ୍ନର l ଏମିତି ସମୟରେ ମୁଁ ପାଖ ପୁଲିସ ଷ୍ଟେସନ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଉକ୍ତ ଚାରିଜଣ ମଧ୍ୟରୁ ଜଣେ ଆସି ଭଙ୍ଗା କାଚ ବୋତଲ ରେ ମତେ ଆକ୍ରମଣ କଲାବେଳେ ଜଣେ କିନ୍ନର ଆସି ସେହି ବ୍ୟକ୍ତି ଜଣ ଙ୍କ ଗୋଡ ତଳେ ପଡିଗଲା l କହିବାକୁ ଲାଗିଲେ ସେ ପୁଅ କୁ ଛାଡିଦିଅ ସେ ଏଠିକାର ରାତି ବିଷୟରେ କିଛି ଜାଣିନାହିଁ l ନୂଆ ହୋଇ ଭୁବନେଶ୍ବର ଆସିଛି l ପାଖ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ପଢୁଛି l ତମେ ଆମ ସହ ଯାହା କରିବାର ଅଛି କର ହେଲେ ତାକୁ ଛାଡିଦିଅ l ମନିଷ ପଣିଆର ଏକ ମହାନତା ମୁଁ ସେଦିନ ଦେଖିଲି ସେଇ କିନ୍ନର ଙ୍କ ପାଖରେ l ଯାହାକୁ ଆମ ସମାଜ ଅଧା ପୁରୁଷ ଓ ଅଧା ନାରୀ ବୋଲି ଏକ ବିକୃତ ନଜରରେ ଦେଖିଅଛି ବାସ୍ତବରେ ସେହି କିନ୍ନର ମାନଙ୍କର ମଣିଷ ପ୍ରତି କେତେ ଦୟା ଆଉ କେତେ ଅପଣାର ଭାବ ଅଛି l ଯାହା ହେଉ କିଛି ସମୟ ପରେ ରାସ୍ତାର ଅପର ପାଖରେ ପୁଲିସ ଗାଡି ଦେଖି ସେମାନେ ଭୟରେ ପଳାଇବାରେ ଲାଗିଲେ l ତାର କିଛି ସମୟ ପରେ ପୋଲିସ ଗାଡି ଆସି ସେଠି ଛିଡା ହେଲା l ମନରେ ଢେର୍ ସାରା ସାହସ ବଢ଼ିଗଲା l ସେମାନଙ୍କ ର ପାଖରେ ମତେ ଦେଖି ପୁଲିସ କିଛି ପ୍ରଶ୍ନ କରିବା ପୂର୍ବରୁ ମୁଁ ଘଟିଥିବା ସମସ୍ତ ଘଟଣା କୁ ବର୍ଣନା କରିଦେଲି l ଏହା ପରେ ପୋଲିସ ଭାଇ ମାନେ ମୋ ଠାରୁ ଟିକେ ଦୂରରେ ଯାଇ ସେମାନଙ୍କ ସହ ଏକାନ୍ତରେ କଥା ହେଲେ ଆଉ ଚାଲିଗଲେ l ନିଜ ମନକୁ ପ୍ରଶ୍ନ କଲି ରାଜଧାନୀ ର ଏକ ନୀତି ଯେଉଁଠାରେ ନିରୀହ କିନ୍ନର ମାନଙ୍କ ଉପରେ ଅତ୍ୟାଚାର ଜଣେ ଛାତ୍ର ଙ୍କୁ ମର୍ଡର କରିବାରେ ଉଦ୍ୟମ ସେଠାରେ ପୋଲିସ ସବୁ ଶୁଣିବାପରେ ଚୁପ୍ ହୋଇ ଚାଲିଯିବା କଥା ଟିକେ ହଜମ ହେଲାନାହିଁ l ତେଣୁ ସେମାନଙ୍କୁ ପଚାରିଲି ଆଉ ଉତ୍ତରରେ ଯାହା ଶୁଣିଲି ତାକୁ ବିଶ୍ବାସ କରିପାରିଲି ନାହିଁ l ସେମାନଂକ ମଧ୍ଯ ରୁ ଜଣେ କହିଲେ ପୁଲିସ ଏଠାକୁ ଆମକୁ ନ୍ୟାୟ ଦବା ପାଇଁ ଆସି ନ ଥିଲେ ବରଂ ଆସିଥିଲେ ଆମଠାରୁ ପି. ସି. ନେବା ପାଇଁ ଖାଣ୍ଟି ଭାଷାରେ କହିଲେ ଲାଞ୍ଚ l ମଣିଷ ରୂପୀ ରାକ୍ଷସ ମାନଙ୍କଠାରୁ ନିଜକୁ ବଞ୍ଚାଇ ରାତିସାରା ଅନିଦ୍ରା ରହି ନିଜ ଶରୀର କୁ କଷ୍ଟ ଦେଇ କିନ୍ନର ସାମଜ ପ୍ରତ୍ୟେକ ଦିନ ମରେ କିନ୍ତୁ ଯେଉଁମାନେ ସେମାନଙ୍କୁ ସୁରକ୍ଷା ଦେବାକଥା ସେମାନେ ତାଙ୍କୁ ଅଧିକ କଷ୍ଟ ଦେଉଛନ୍ତି ଓ ଅସୁରକ୍ଷିତ ରଖୁଛନ୍ତି l ତଥାପି ସେମାନେ ଚୁପ୍ ଯିବା ପୂର୍ବରୁ ତାଙ୍କ ମାନଙ୍କ ମଧ୍ୟରୁ ଜଣେ କହିଲେ ମୋ ପାଖରେ ଗ୍ରାଜୁଏସନ ସାର୍ଟିଫିକେଟ ଅଛି ହେଲେ ସେ ଅଦରକାରୀ ହୋଇ ପଡିଚି l ଏହି ସାର୍ଟିଫିକେଟ ଯଦି କୌଣସି ପୁଅ କିମ୍ବା ଝିଅ ପାଖରେ ଥିବ ତବେ ସେ ଜଣେ ଆଦର୍ଶ ଛାତ୍ରଛାତ୍ରୀ ହୋଇ କେଉଁଠି ନା କେଉଁଠି ସମ୍ମାନ ର ସହ ବଞ୍ଚିବେ କିନ୍ତୁ ଆମ ପରି କିନ୍ନର ମାନଙ୍କ ପାଖରେ ରହିଚି ବୋଲି ଟ୍ରେନରେ ଧୋକା ଗାଳି ସହିବାକୁ ପଡୁଛି l ସରକାରୀ ଠାରୁ ବେସରକାରୀ ପର୍ଯ୍ୟନ୍ତ ସବୁ ଅଫିସ କୁ ଚାକିରି ପାଇଁ ଧାଇଁ ଚି, ହେଲେ ସବୁଠି ନିରାଶ l ଥରେ ଗୋଟିଏ ବେସରକାରୀ ଚାକିରି ସନ୍ଧାନରେ ଯାଇଥିଲି l ମୋର ଏମିତି ଅଧା ଅଧା ପୁରୁଷ ଓ ଅଧା ନାରୀ ରୂପ ଦେଖି ସେଠାକାର ମୁଖ୍ୟ ମତେ ଗୋଟେ ସମ୍ପୂର୍ଣ୍ଣ ରୂପ ଧାରଣ କରି ଆସିବା ପାଇଁ କହିଲେ ଏବଂ ସମାଧାନ ର ସ୍ଵରୁପ ମଧ୍ୟ କହିଲେ କି ନିଜ କୁ ଅପରେଶନ ମାଧ୍ୟମରେ ଗୋଟିଏ ପୂର୍ଣ୍ଣତା ରୂପ ଦିଅ l ଯେଉଁଟି ଗୋଟିଏ ଓଳି ଖାଇବାକୁ ମଣିଷ ଦିନରାତି ସଂଘର୍ଷ କରୁଛି ସେଠି ଲକ୍ଷ ଲକ୍ଷ ଟଙ୍କା ସାରି ନିଜକୁ ଏକ ପୂର୍ଣ୍ଣ ରୂପ ଦେବା ପାଇଁ ମୋର ସ୍ଵପ୍ନ l କୌଣସି କାର୍ଯ୍ୟକୁ ପୂର୍ଣ୍ଣତା କରିବାରେ ଯୋଗ୍ୟତା ଆଉ କୌଶଳତା ର ଆବଶ୍ୟକ ପଡେ ହେଲେ ଏଠି କାର୍ଯ୍ୟ ଦେବା ପୂର୍ବରୁ ମନୁଷ୍ୟର ଉଦ୍ଗମକୁ ଦେଖା ଯାଉଚି l ସେ କେଉଁ ଜାଗାରୁ ଆସିଛି ଦେଖା ଯାଉଚି l ଆଜକୁ ଦୁଇବର୍ଷ ହେବ ମା ପାରାଲିସିସ୍ ରୋଗରେ ପଡ଼ିଚି l ଗାଁ ରେ ଜମି ବିକି ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା କରିଦେଲି ହେଲେ ଏବେ ମାସକୁ ମାସ ଔଷଧ, ଘରଭଡା, ଖାଇବା ଖର୍ଚ ପାଇଁ କିଛି ବାଟ ଦିଶୁ ନାହିଁ l ଭାବିଲା ବେଳକୁ ଚାରିଦିଗ ଅନ୍ଧାର ଦିଶୁଛି ଦୁଃଖ ଲାଗୁଚି ଯେଉଁ ମା ନିଜେ ଖାଲି ପେଟରେ ରହି ମତେ ଖାଇବାକୁ ଦେଉଥିଲା ଆଜି ତାର ଏମିତି ଅବସ୍ଥାରେ ମୁଁ କିଛି କରିପାରୁ ନାହିଁ କାରଣ ମୁଁ ଜଣେ କିନ୍ନର l ସମାଜର ଅଦରକାରୀ ମଣିଷ l ଜୀବନର ମାନେ ସଙ୍ଘର୍ଷ ବୋଲି ଜାଣିଥିଲି କିନ୍ତୁ କିନ୍ନର ମାନଙ୍କ କ୍ଷେତ୍ରରେ ଏ ସଂଘର୍ଷ ଏକ ଭିନ୍ନ ରୂପରେ ଆସେ l ଯାହା ଅନ୍ୟ ସାଧାରଣ ଙ୍କ ଠାରୁ ବହୁତ୍ ଭିନ୍ନ ଭିନ୍ନ l ସେଦିନର ସେ ଘଟଣା ପରେ ବହୁତ୍ ରାତି ବିତି ଯାଇଥିଲା ସେମାନଙ୍କୁ ଏମିତି ଅସହାୟ ଭାବରେ ଛାଡି ଯିବାପାଇଁ ଇଛା ହେଉ ନ ଥାଏ l ହେଲେ କଣ କରିବ ଏମାନଂକର ଏ ଦୁଃଖ ଯନ୍ତ୍ରଣା ଆଜି କିମ୍ବl କାଲିର ନୁହଁ ଏହା ବହୁ ପୂର୍ବରୁ ଚଳିଆସିଛି ବୋଲି ମୋର ବୁଝିବାକୁ ବିଳମ୍ବ ହେଲାନାହିଁ l ଏହାପରେ ଉକ୍ତ ସ୍ଥାନରେ ଗୋଟିଏ ମାଲ୍ ବୋଝେଇ ଟ୍ରକ କୁ ସେମାନେ ହାତ ଠାରି ରଖିବାରୁ ସେଥିରେ ଚଢ଼ି ଖଣ୍ଡଗିରି ଆଡକୁ ଚାଲିଗଲେ l ସେତେବେଳ କୁ ସମୟ ରାତି ୧୨ କୁ ଅତିକ୍ରମ କରିସାରିଲାଣି କିନ୍ତୁ ସେମାନଙ୍କ ପାଇଁ ଥିଲା ଅର୍ଥ ରୋଜଗାର କରିବାରେ ଉଦୟପର୍ବ l ତାଙ୍କ ସହ ମୋର ବାର୍ତ୍ତାଳାପ କେତେବେଳେ ପାଞ୍ଚ, ଛ ଘଣ୍ଟା ହୋଇଗଲା ଜାଣିପାରିଲି ନହି l ଏହା ପରେ ମୁଁ ମୋ ହଷ୍ଟେଲ କୁ ଫେରି ଆସିଥିଲି l ଯେଉଁ ଜଙ୍ଗଲରେ ବଡ ବଡ ମହାବଳବାଘ ରହିଥାନ୍ତି ସେହି ଜଙ୍ଗଲରେ ନିରୀହ ନିଷ୍ପାପ ହରିଣ ଛୁଆ କେତେଦିନ ବା ସୁରକ୍ଷିତ ରେ ରହିବ l ତଥାପି ହରିଣ ଛୁଆ ପ୍ରତ୍ୟେକ ଦିନ ବଞ୍ଚିବାର ଆଶା ନେଇ ସେଇ ଜଙ୍ଗଲ ମଧ୍ୟରେ ଦୌଡ଼ୁ ଥାଏ l ଗୋଟିଏ ପଟେ ବଞ୍ଚିବାର ଲୋଭ ଅନ୍ୟ ପଟେ ମରଣର ଭୟ l ଗୋଟିଏ ପଟେ ଫୁଲ, ବନ, ଲତା ପକ୍ଷୀ ଭରା ଇଶ୍ୱରଙ୍କ ର ପ୍ରକୃତି ଦେଖି ଖୁସି ହୁଏ ତ ଅନ୍ୟପଟେ ସେହି ପ୍ରକୃତିରେ ରହୁଥିବା ତାର ଭକ୍ଷକ ମାନଙ୍କୁ ଦେଖି ଦୁଃଖୀ ହୁଏ l ଠିକ୍ ସେହିପରି ଆଜିର କିନ୍ନର ସାମଜ ମଧ୍ୟ l ପ୍ରତ୍ୟେକ ଦିନ ହରିଣ ଛୁଆର ମନୋଭାବ ନେଇ ବଞ୍ଚିବାର ଆଶା ଦେଖିଥାନ୍ତି ହେଲେ ହାରି ଯାଆନ୍ତି ଏହି ସାମଜ ରେ ଥିବା ଅଗଣିତ ମହାବଳ ବାଘମାନଙ୍କ ସମ୍ମୁଖରେ l ଯଦି ଜଣେ ମଣିଷ ଅନ୍ୟ ଏକ ମଣିଷକୁ ସହଜରେ ବୁଝି ପାରୁଥାନ୍ତା ତେବେ ଆଜିର ଏ ଦୁନିଆଁ ଏମିତି ଅସଜଡା ହୋଇ ରହିନଥାନ୍ତା l

  




                             


Rate this content
Log in