Menon Sahoo

Inspirational

4.0  

Menon Sahoo

Inspirational

ଅରଣ୍ୟ ସନ୍ତାନ

ଅରଣ୍ୟ ସନ୍ତାନ

7 mins
180


ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ ହେଉଛି ଜଙ୍ଗଲ l ଏହି ଜଙ୍ଗଲରେ ଅନେକ ଜୀବଜନ୍ତୁ, ଓ ବନ୍ୟପ୍ରାଣୀମାନେ ବସବାସ କରିଥାନ୍ତି l ପୃଥିବୀ ପୃଷ୍ଠକୁ ବିଶୁଦ୍ଧ ଅମ୍ଳଜାନ ଦେବା ଆଉ ପୃଥିବୀରୁ ବିଷାକ୍ତ ଅଙ୍ଗାରକାମ୍ଳକୁ ନିଜ କୋଳକୁ କୋଳେଇ ନେବାରେ ଜଙ୍ଗଲ ଟିକେ ହେଲେ ମଧ୍ୟ କୁଣ୍ଠାବୋଧ କରେ ନାହିଁ l ଜଙ୍ଗଲରୁ ମଧ୍ୟ ମଣିଷ ସମାଜ ବଞ୍ଚିବା ପାଇଁ ଢେର୍ ସାରା ଜଙ୍ଗଲି ଦ୍ରବ୍ୟ ଆଣିଥାଏ । ସେଥିରେ ସେ ତାର କୁଟୁମ୍ବର ପୋଷଣ କରିଥାଏ l କେହି କେହି ମନର ଶାନ୍ତି ଓ ଆତ୍ମାର ତୃପ୍ତି ପାଇଁ ମଧ୍ୟ ଜଙ୍ଗଲକୁ ନିଜର ଠିକଣା ଭାବିଥାନ୍ତି l ସଂଗ୍ରାମ ଏକ ଗାଆଁ ପରିବେଶର ପିଲା l ପ୍ରତ୍ୟେକ ଦିନ ଜଙ୍ଗଲରୁ ଝୁଣା, ଶୁଖିଲାକାଠ,ପତ୍ର ଓ ଅନ୍ୟାନ୍ୟ ଜଙ୍ଗଲ ଉପଦ୍ରବ୍ୟ ସଂଗ୍ରହ କରି ନିଜର ଜୀବନ ନିର୍ବାହ କରୁଥାଏ l ବୟସ ମାତ୍ର ତିରିଶ, ସ୍ତ୍ରୀ ପୁନମ ଏବଂ ଏକମାତ୍ର ପୁଅ ପୁନିଆଁ l ସ୍ତ୍ରୀ ଘରକାମରେ ଦିନ କାଟିଥାଏ l ବେଳେବେଳେ ସଂଗ୍ରାମ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା ମୂଲ୍ୟବାନ ବସ୍ତୁକୁ ବଜାରକୁ ବିକ୍ରି ପାଇଁ ନେବା ପୂର୍ବରୁ ଘରେ ରହି ସାହାଯ୍ୟ କରେ l କିନ୍ତୁ ନିଜେ ବଜାରକୁ ଯାଏ ନାହିଁ l କେବଳ ସଂଗ୍ରାମ ପାଖ ହାଟ, ବଜାରମାନଙ୍କୁ ଜଙ୍ଗଲଦ୍ରବ୍ୟ ବିକିବାକୁ ଯାଇଥାଏ l ଏଥିରେ ତା'ର ସଂସାର ଅତି ସୁନ୍ଦର ଭାବରେ ଚଳେ l ସେଦିନ ଥିଲା ବୈଶାଖ ମାସର ପ୍ରଥମ ସୋମବାର ରାତି ପାହିଲେ ହେବ ମଙ୍ଗଳବାର ହାଟ ବାରି l ସେଥିପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ହାତରେ ଗୋଟିଏ ଟାଙ୍ଗିଆ ଓ ପିଠିରେ କିଛି ଖାଇବା ପଦାର୍ଥ ଧରି ସେ ଜଙ୍ଗଲ ଅଭିମୁଖେ ଯାତ୍ରା କରିଛି l ଜଙ୍ଗଲ ଭିତରକୁ ପ୍ରବେଶ କରିବା ମାତ୍ରକେ ମନରେ ଏକ ଅତୃପ୍ତି ଶାନ୍ତି ମିଳେ ତାକୁ l ଯାହା ସେ ମାନବ ସଭ୍ୟ ସମାଜରେ ପାଇନଥାଏ l ସେଥିପାଇଁ ସକାଳୁ ସନ୍ଧ୍ୟା ଯାଏ ଜଙ୍ଗଲୀଦ୍ରବ୍ୟ ସଂଗ୍ରହ କରିବା ସହିତ ପ୍ରକୃତିକୁ ମଧ୍ୟ ଭରପୁର ଉପଭୋଗ କରିଥାଏ l ସେଦିନ ସେ ଜଙ୍ଗଲର ଯେଉଁ ଅଞ୍ଚଳକୁ ଯାଇଛି ସେଠି ନିଆଁ ଲlଗି ଯାଇଛି l ଜଣେ ଶିକାରୀ ଆସି ଜଙ୍ଗଲରେ ନିଆଁ ଲଗାଇଥିଲେ କିଛି ଜଙ୍ଗଲୀ ମାଂସ ଲୋଭରେ l ସଂଗ୍ରାମ ଏହାକୁ ଦେଖି ମନରେ ବଡ ଦୁଃଖି ପ୍ରକାଶ କଲା l ଯେଉଁଆଡ଼େ ଦେଖିବ ଖାଲି ନିଆଁ ଓ ଟାଙ୍ଗରା ଭୂମି ଦେଖାଯାଉଛି l ଶହ ଶହ ପକ୍ଷୀ ମରି ତଳେ କଳାକାଠ ପଡି ମାଟି ଉପରେ ପଡ଼ିଛନ୍ତି l ଏବେ ଏବେ ଜନ୍ମ ହୋଇଥିବା ଗଛ ଗୁଡିକ ଝାଉଁଳି ମାଟିକୁ ମୁଣ୍ଡ ନୁଆଁଇ ଶୋଇପଡିଛନ୍ତି l ବଡ ବଡ ଗଛରୁ ମଧ୍ୟ ପତ୍ର ଗୁଡ଼ିକ ସବୁଜ ବିହୀନ ଦେଖାଯାଉଛି l ହାତୀ, ବାଘ, ଭାଲୁ, ମାଙ୍କଡ଼ମାନଙ୍କ ଚିତ୍କାରରେ ସାରା ଜଙ୍ଗଲ ଏକ ଭିନ୍ନ ଧ୍ୱନିମୟ ଲାଗୁଛି l ସେଦିନ ଉଭୟ ନିଆଁ ଓ ଧୂଆଁ ମିଶା ଏକ ଅଚିହ୍ନା ପୃଥିବୀକୁ ସଂଗ୍ରାମ ସେମିତି ଛିଡା ହୋଇ ଦେଖୁଥାଏ l ଯେଉଁ ପୃଥିବୀରେ କେବଳ ମୃତ୍ୟୁ ହିଁ ଅନାଇ ବସିଛି ନୀରିହ ନିଷ୍ପାପ ଜୀବମାନଙ୍କୁ ହରଣ କରିବ ବୋଲି । ଏହି ସମୟରେ ଏକ ମାଙ୍କଡ଼ର ବିକଳ କ୍ରନ୍ଦନ ସ୍ଵର ସେ ଶୁଣିବାକୁ ପାଇଲା l ପାଞ୍ଚବର୍ଷ ଜଙ୍ଗଲରେ ବୁଲିବା ପରେ ଆଜି ପ୍ରଥମଥର ପାଇଁ ସେ ମାଙ୍କଡ଼ର ଏମିତି ସ୍ଵର ଶୁଣିବାକୁ ପାଇଛି l ସ୍ୱରର ଅନୁସନ୍ଧାନରେ ଯାଇ ଦେଖିଛି ଏକ ଖାଲ ମଧ୍ୟରେ ଗୋଟିଏ ମାଙ୍କଡ଼ ନିଆଁରେ ପୋଡି ହୋଇ ଅଧା ଦରସିଝା ହୋଇ ନିଜ ସନ୍ତାନକୁ କୋଳରେ ଜାବୁଡି ଧରିଛି l ନିଆଁ ପେlଡ଼ାରେ ନିଜ ଶରୀର କଷ୍ଟ ପାଉଥିଲେ ମଧ୍ୟ ତା ପିଲାକୁ ସେ ସ୍ନେହ, ଆଦର କରିବାରେ ଟିକେ ବି ହେଳା କରୁନାହିଁ l ନିଆଁରେ ମାଆ ମାଙ୍କଡ଼ର ସ୍ତନ ପୋଡି ହୋଇ ଅଧା ଶରୀରରେ ଅଛି ଆଉ ଅଧା ସ୍ତନ ପାଉଁଶରେ ପରିଣତ ହୋଇଛି l କ୍ଷୀର ନ ଆସୁଥିଲେ ମଧ୍ୟ ବାରମ୍ବାର ନିଜର ପିଲାର ପାଟିକୁ ସେ ତାର ସ୍ତନ ପାଖକୁ ନେଇ ଆସୁଥାଏ l ମାଙ୍କଡ଼ ଛୁଆଟି ସ୍ତନ ପାଖକୁ ପାଟି ଲଗାଇ କେବଳ ପାଟିକୁ ଖାଲି ପାକୁପାକୁ କରୁଥାଏ କିନ୍ତୁ ସେଥିରେ କ୍ଷୀର ଯାଉନଥାଏ l ସେଥିପାଇଁ ମାଙ୍କଡ଼ ଛୁଆଟି ଜୋରରେ କାନ୍ଦେ l ହେଲେ ମାଆ ଠିକ୍ ବୁଝିପାରେ ତା ଛୁଆକୁ ଭୋକ ହେଉଛି ହେଲେ ସେ କିଛି କରିପାରୁନାହିଁ l ଏମିତି ଏକ ପରିସ୍ଥିତିରେ କେଉଁଆଡ଼େ ଯିବା ପାଇଁ ଭାବିଲେ ମଧ୍ୟ ଶରୀରରେ ସେତିକି ବଳ ନାହିଁ l ଦେହସାରା ନିଆଁ ଲଗାଇ ନିଜ ସନ୍ତାନକୁ ସୁରକ୍ଷିତରେ ରଖିଛି l ବେଳେବେଳେ ଗଛ ଉପରୁ ନିଆଁ ଗୁଲ ଗୋଟିଏ ଦେହରେ ପଡୁଥିଲେ ମଧ୍ୟ ନିଜ ଛୁଆକୁ ସେମିତି ଜାବୁଡି ଧରିଛି l ସଂଗ୍ରାମ ଏହା ଦେଖି ଦୁଃଖରେ ମର୍ମାହତ ହୋଇଛି l ସେ ଜଙ୍ଗଲର ଜୀବଜନ୍ତୁଙ୍କୁ ନିଜ ପରିବାରର ସଦସ୍ୟ ଭଲି ଦେଖେ l କାରଣ ନିଜ ପରିବାର ଅପେକ୍ଷା ସେ ଅଧିକ ସମୟ ଏହି ଜଙ୍ଗଲରେ ହିଁ କାଟିଥାଏ l ତେଣୁ ଏଠିକାର ପଶୁପକ୍ଷୀ, କୀଟପତଙ୍ଗକୁ ସେ ନିଜର ପରିବାରର ସଦସ୍ୟ ଭାବି ଭଲପାଏ l ସେଦିନ ସେ ମାଙ୍କଡ଼ର ଏଭଳି ଅବସ୍ଥା ଦେଖି ଆଖିରୁ ତାର ଲୁହର ଧାର ବୋହି ଯାଉଥାଏ l ସଙ୍ଗେ ସଙ୍ଗେ ମାଙ୍କଡ଼ ପାଖକୁ ଯାଇଛି l ସ୍ତ୍ରୀ ପୁନମ୍ ପୂର୍ବ ରାତିରୁ ସଂଗ୍ରାମର କାଶ ଦେଖି ସାଥିରେ ଏକ ହଳଦୀ ମିଶା କ୍ଷୀର ବୋତଲ ଦେଇଥିଲା, ସଂଗ୍ରାମ ତାକୁ ବାହାରକରି ମାଙ୍କଡ଼ ଛୁଆଟିର ପାଟିରେ ଦେଇଦେଲା l ମାଙ୍କଡ଼ ଛୁଆଟି ତାକୁ ତକ୍ ତକ୍ କରି ଗୋଟିଏ ନିଃଶ୍ଵାସରେ ପିଇଦେଲା l ଯେମିତି କେଉଁ କାଳରୁ ଶୋଷ l ନିଜ ଛୁଆକୁ ଏମିତି ପିଇବାର ଦେଖି ମାଆ ମାଙ୍କଡ଼ ଭୋ ଭୋ ହେଇ କାନ୍ଦି ପକାଉଥିଲା l ଛୁଆର ପେଟକୁ ଦାନା ଯିବାର ଦେଖି ମାଆ ମାଙ୍କଡ଼ ଦେହରୁ ଯେମିତି ସବୁ କଷ୍ଟ, ଯନ୍ତ୍ରଣା କେଉଁଆଡ଼େ ଉଭାନ୍ ହୋଇଯାଇଛି l ପୁଣି ମାଙ୍କଡ଼ ସଂଗ୍ରାମକୁ ଚାହିଁଛି l କଷ୍ଟରେ ହେଉ ପଛେ ନିଜ ହାତ ଦୁଇଟି ଉଠାଇ ସଂଗ୍ରାମର ହାତକୁ ଧରି ପକାଇଛି l ମାଙ୍କଡ଼ର ଦେହ ସାରା କ୍ଷତ ଦେଖି ସଂଗ୍ରାମ ପ୍ରଥମେ ତାକୁ କିଛି ପାଣି ପିଇବାକୁ ଦେଇଛି l ତାର କଷ୍ଟ ଲାଘବ ପାଇଁ ଜଙ୍ଗଲକୁ ଦୌଡିଯାଇ କିଛି ଜଙ୍ଗଲିୟ ଔଷଧିୟ ପତ୍ର ଆଣି ତା ଶରୀରରେ ଲଗାଇଛି l ଏମିତି ପ୍ରାୟ ଦଶ ଦିନ ପର୍ଯ୍ୟନ୍ତ ସଂଗ୍ରାମ ନିଜ ପରିବାର ଭୁଲି ସେଇ ଜଙ୍ଗଲରେ କେବଳ ପାଣି ପିଇ ସେଇ ମାଙ୍କଡ଼ର ସେବା କରୁଥାଏ l ଦଶଦିନ ପରେ ମାଙ୍କଡ଼ଟି ସୁସ୍ଥ ହୋଇଛି l ନିଜ ପିଲାକୁ ନିଜ ସ୍ତନରୁ କ୍ଷୀରପାନ ଦେଇ ପାରୁଛି l ଏପଟେ ସଂଗ୍ରାମ ଜଙ୍ଗଲର ନିଆଁକୁ ମଧ୍ୟ ଆୟତ୍ତ କରିଦେଇଛି l ସମସ୍ତ ସମସ୍ୟାର ସମାଧାନ କରି ସଂଗ୍ରାମ ନିଜ ଘରକୁ ଫେରି ନିଜ ସ୍ତ୍ରୀ ପୁନମକୁ ସବୁ କଥା କହିଛି l ତାର କିଛିଦିନ ପରେ ସଂଗ୍ରାମ ରହୁଥିବା ଗ୍ରାମକୁ କିଛି ଆତଙ୍କବାଦୀ ପଶି ଆସି ସମ୍ପୂର୍ଣ୍ଣ ଗ୍ରାମଲୋକଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଛନ୍ତି l ସେହି ଭୟରେ କେତେକ ଲୋକ ଗାଆଁ ଛାଡି ବାହାରକୁ ଚାଲିଯାଇଛନ୍ତି l ଆଉ କେତେକ ହତ୍ୟାର ଶିକାର ହୋଇଛନ୍ତି l କେତେକ ଲୋକ ଆହତ ହୋଇ ମାଟି ଉପରେ ଅଚେତ୍ ହୋଇ ପଡିଥିଲେ l ସେଥିମଧ୍ୟରୁ ସଂଗ୍ରାମର ସମ୍ପୂର୍ଣ୍ଣ ପରିବାର ଆହତ ହୋଇଛନ୍ତି l ନିଜ ସ୍ତ୍ରୀ ପୁନମ୍ ଓ ପୁଅ ବେଟୁ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ମାଟି ଉପରେ ପଡିଥିଲେ l ଏପଟେ ଗ୍ରାମବାସୀମାନେ ସେଇ ଆତଙ୍କବାଦୀମାନଙ୍କ ସହ ଲଢ଼ି କେତେକ ମୃତ୍ୟୁ ତ ଆଉ କେତେକ ଆହତ ହୋଇଥିଲେ l ପରେ ଆତଙ୍କବାଦୀ ଗ୍ରାମ ଛାଡି ଯିବାପରେ ଗାଆଁ ପୁରା ଶ୍ମଶାନ ପରି ଲାଗୁଥିଲା l ପିଲା, ଛୁଆରେ ଯେଉଁ ଗାଆଁ ଚହଳ ପଡୁଥିଲା ସେ ଗାଆଁ ଆଜି ଶୂନଶାନ୍ l ପଡୋଶୀ ଗାଆଁ ଏହି ଖବର ପାଇ ସେ ଗାଆଁକୁ ଧାଇଁ ଆସିଥିଲେ ଏବଂ ଆହତ ଲୋକମାନଙ୍କୁ ସେଠାରୁ ଡାକ୍ତରଖାନାକୁ ହସ୍ତାନ୍ତର କରିଥିଲେ l ସେମାନଙ୍କର ଦେଖାଶୁଣା ପାଇଁ ନିଜ ନିଜର ଆତ୍ମୀୟ ସୃଜନ ମଧ୍ୟ ସେଠାକୁ ଆସିଲେ ହେଲେ ସଂଗ୍ରାମ ପାଇଁ କେହି ଆସିଲେ ନାହିଁ l କାରଣ ସଂଗ୍ରାମର କେହି ନଥିଲେ l ପିଲାଦିନରୁ ବାପାମାଆଙ୍କୁ ହରାଇ ସେ ଅନାଥ ହୋଇଥିଲା l ପରେ ପୁନମ୍ ତା ଜୀବନରେ ଆସି ସେ ଅଭାବକୁ ଦୂର କରିଥିଲା l ଯେନତେନ ଭାବରେ ସଂଗ୍ରାମର ପରିବାରକୁ ମଧ୍ୟ ପଡେଶୀ ଗାଆଁର କିଛିଲୋକ ଡାକ୍ତରଖାନାରେ ଭର୍ତ୍ତି କରିଦେଲେ l କିନ୍ତୁ ପାଖରେ ନିଜ ଭାବରେ କେହି ରହିଲେ ନାହିଁ l ଦୁଇ ଦିନ ପରେ ପୁନମ୍ ଶୀଘ୍ର ଠିକ୍ ହୋଇଗଲା ପୁଅ ବେଟୁ ମଧ୍ୟ ଠିକ୍ ହୋଇଯିବ ଅବସ୍ଥାକୁ ଆସିଲାଣି କିନ୍ତୁ ସଂଗ୍ରାମର ଦେହ ଦିନକୁ ଦିନ ବିଗିଡିବାକୁ ଲାଗୁଥାଏ କାରଣ ସଂଗ୍ରାମ ଆତଙ୍କବାଦୀଙ୍କ ସହ ଲଢ଼ି ନିଜ ଶରୀରରେ ଅନେକ କ୍ଷତ ହୋଇଥିଲା l ପୁନମର ମୁଣ୍ଡ କିଛି କାମ କରୁନଥାଏ l ଏତେ ବଡ଼ ବିପଦ ବେଳେ ସେ କେଉଁଆଡ଼େ କାହା ପାଖକୁ ଯିବ କିଛି ବୁଦ୍ଧି ଦିଶୁ ନଥାଏ l ଏପଟ ପାଖରେ ଉନ୍ମତ ଚିକିତ୍ସାପାଇଁ ସେତେ ଭଲ ସାମର୍ଥ୍ୟ ମଧ୍ୟ ନଥାଏ l ଟଙ୍କା ଅଭାବରୁ ଡାକ୍ତରଖାନାରେ ଚିକିତ୍ସା ମଧ୍ୟ ଭଲରେ ହୋଇ ପାରୁନଥିଲା l ଘଟଣାର ପାଞ୍ଚଦିନ ପରେ ସଂଗ୍ରାମର ଶରୀରରେ କୌଣସି ପରିବର୍ତ୍ତନ ନଆସିବାରୁ ଡାକ୍ତର ତାଙ୍କୁ ଡାକ୍ତରଖାନାରୁ ଫେରାଇ ଦେଇଛନ୍ତି l ଉନ୍ନତ ଧରଣର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି l ଯାହା ପୁନମ୍ ପାଇଁ ସ୍ଵପ୍ନ l ଶେଷରେ ସ୍ଵାମୀ ଓ ପୁଅକୁ ଧରି ନିଜର ସେଇ ଗାଆଁକୁ ଫେରିଛି l ଭାଗ୍ୟ ଉପରେ ସବୁକିଛି ଛାଡିଦେଇ ପୁଣି ଫେରିଛି ଶ୍ମଶାନ ହୋଇ ପଡିଥିବା ତାଙ୍କ ନିଜ ଗାଆଁକୁ ଏବେ ଗାଆଁ ସମ୍ପୂର୍ଣ୍ଣ ଖାଲି l ପରିବାର କହିଲେ କେବଳ ସଂଗ୍ରାମ, ତାର ସ୍ତ୍ରୀ ପୁନମ୍ ଏବଂ ତାର ପୁଅ ବେଟୁ l ଗାଆଁର ଏମିତି ଲୋକଶୂନ୍ୟ ପରିବେଶ ଦେଖି ବେଳେବେଳେ ପାଖ ଜଙ୍ଗଲକୁ ବିଭିନ୍ନ ପ୍ରକାରର ଜୀବଜନ୍ତୁମାନେ ମାଡି ଆସନ୍ତି l ଦିନେ ସଂଗ୍ରାମ ବଞ୍ଚାଇଥିବା ସେଇ ମାଙ୍କଡ଼ଟି ତାର ଛୁଆକୁ ଧରି ସେଇ ଗାଆଁକୁ ପଳେଇ ଆସିଛି l ବୁଲୁବୁଲୁ ମାଙ୍କଡ଼ଟି ସଂଗ୍ରାମର ଘର ଭିତରେ ପଶିଯାଇଛି ଏବଂ ସଂଗ୍ରାମକୁ ଶୋଇଥିବା ଅବସ୍ଥାରେ ଦେଖିଛି l ମାଙ୍କଡ଼ଟି ସଂଗ୍ରାମକୁ ଠିକ୍ ଭାବରେ ଚିହ୍ନି ପାରିଛି l ଯେଉଁ ମଣିଷ ପଶୁର ଦୁଃଖ ଦେଖି ସହି ପାରେନା ଏବଂ ପଶୁର ଛୁଆଙ୍କୁ ନିଜର ଛୁଆ ଭାବି ଯତ୍ନ କରେ ଆଜି ସେହି ମଣିଷର ଏମିତି ଅବସ୍ଥାରେ ତା ପାଖରେ ମଣିଷଟିଏ ନାହିଁ l ଟଙ୍କା ଅଭାବ ହେଲେ ମଣିଷ ପାଇଁ ଚାରି ଦୁଆର ବନ୍ଦ ହୋଇଯାଏ ବୋଲି ମାଙ୍କଡ଼ ପଶୁଟିଏ ହୋଇ ମଧ୍ୟ ବୁଝିଗଲା l ସଙ୍ଗେ ସଙ୍ଗେ ମାଙ୍କଡ଼ ପାଖ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଥିବା କିଛି ଚେର ଓ କିଛି ପତ୍ର ନେଇ ଆସିଲା l ମଣିଷ ପରି ସେଥିରୁ ଔଷଧ ବାହାର କରି ସେସବୁକୁ ଗୁଲୁର ଶରୀରରେ ଲଗାଇ ଦେଉଥାଏ l ଗୁଲୁର ସ୍ତ୍ରୀ ପୁନମ୍ ଏସବୁ ଦେଖି ସହଜରେ ନିଜ ଆଖିକୁ ବିଶ୍ୱାସ କରି ପାରୁନଥାଏ l କଥାରେ ଅଛି ବୁଡି ଯାଉଥିବା ଲୋକଟି କଟାଖିଅ ଟିକୁ ମଧ୍ୟ ଭରସା କରେ l ଠିକ୍ ଏଭଳି ପରିସ୍ଥିତିରେ ପୁନମ ମଧ୍ୟ ମାଙ୍କଡ଼ ଉପରେ ଭରଷା କରିଥିଲା l ମାଙ୍କଡ଼ର ଏଭଳି ସେବାରେ ଖୁବ୍ କମ୍ ଦିନ ଭିତରେ ଗୁଲୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲା l ଯେଉଁଠି ଜଣେ ଡାକ୍ତର ମଣିଷକୁ ସେବା ନ ଦେଇ ଫେରେଇ ଦେଇଛି l ସେଇଠି ଏକ ପଶୁ ମଣିଷର ସେବା କରୁଛି l ଯାହାର ଯେଉଁ କର୍ତ୍ତବ୍ୟ ଆଜିର ମାନବ ସମାଜ ତାହା ଭୁଲି ଯାଉଛି l ଗୁଲୁ ଭଲ ହେଲାପରେ ପ୍ରଥମେ ସେଇ ମାଙ୍କଡ଼ଟିକୁ ଚିହ୍ନି ପାରି ନଥିଲା l କାରଣ ବଣରେ ଦେଖିଥିବା ମାଙ୍କଡ଼ଟିର ସମ୍ପୂର୍ଣ୍ଣ ଲୋମ ନିଆଁରେ ପୋଡି ଯାଇଥିଲା ଆଉ ଚେହେରା ମଧ୍ୟ ବିକୃତ ତଥା ଶରୀରରେ କ୍ଷତ ମଧ୍ୟ ହୋଇଥିଲା l ତେଣୁ ଏବେ ସେ ସହଜରେ ସେଇ ମାଙ୍କଡ଼ଟିକୁ ଚିହ୍ନି ପାରୁନାହିଁ l ମାଙ୍କଡ଼ ଗୋଟିଏ ପଶୁ ଯଦି ସେ ଭାଷା କହି ପାରିଥାନ୍ତା ତେବେ ଗୁଲୁଙ୍କୁ କହିପାରନ୍ତl ସେ ସେହି ଜୀବ ଯାହାକୁ କିଛିଦିନ ପୂର୍ବରୁ ସେ ନିଜ ହାତରେ ଏକ ନୂଆଁ ଜୀବନ ଦେଇଥିଲେ l ନିଜକୁ କେମିତି ଗୁଲୁଙ୍କ ଆଗରେ ପରିଚିତ କରାଇବ ଭାବି ଘର ଭିତରେ ଏପଟ ସେପଟ ହେଉଥାଏ l ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସ୍ଥିର ହୋଇ କେଉଁଠାରେ ବସି ରହୁନଥାଏ l ଗୁଲୁ ମଧ୍ୟ କିଛି ବୁଝିପାରୁ ନଥାନ୍ତି ହେଲେ ଏତିକି ଜାଣିଛନ୍ତି ଯେ, ଏହି ମାଙ୍କଡ଼ଟି ପାଇଁ ସେ ନୂଆ ଜୀବନ ପାଇଛନ୍ତି l ଠିକ୍ ଏହି ସମୟରେ ମାଙ୍କଡ଼ଛୁଆଟି ଏକ ହାତରେ ଏକ ଖାଲି ବୋତଲ ଧରି ଚାଲି ଆସିଲା ତାର ମାଆ ପାଖକୁ l ବୋତଲ ଦେଖି ଗୁଲୁଙ୍କର ବୁଝିବାକୁ ଡେରି ହୋଇନାହିଁ l ଏ ହେଉଛି ସେଇ ମାଙ୍କଡ଼ ଛୁଆ ଯାହାକୁ ସେ ନିଜ ହାତରେ କ୍ଷୀରପାନ କରାଇଥିଲେ ଏବଂ ତାର ମାଆ ହେଉଛି ସେଇ ମାଙ୍କଡ଼ ଯିଏ ଜଙ୍ଗଲରେ ଲାଗିଥିବା ନିଆଁ ଫଳରେ ପୋଡି ହୋଇଯାଇଥିଲା l ଗୁଲୁ ଦୌଡିଯାଇ ମାଙ୍କଡ଼ ଛୁଆ ଦୁଇଟିକୁ କୋଳେଇ ନେଇ ଆଖିରୁ କେଇ ଟୋପା ଲୁହ ଗଡ଼ାଇ ତୁମ୍ଭେମାନେ ହେଲ ଅରଣ୍ୟର ସନ୍ତାନ କହି ପକାଇଛି l 



Rate this content
Log in

Similar oriya story from Inspirational