Menon Sahoo

Abstract

4.7  

Menon Sahoo

Abstract

ଅନ୍ଧ ପ୍ରେମିକା

ଅନ୍ଧ ପ୍ରେମିକା

1 min
259



 ମୋନିକା ସିଭିଲ୍ ଇଞ୍ଜିନିୟରିଙ୍ଗ ୨ୟ ବର୍ଷର ଛାତ୍ରୀ । କଲେଜରେ ସେ ତା'ର ସହପାଠୀ ଶୁଭମକୁ ପ୍ରେମ କରେ । ଶୁଭମକୁ ସେ ଏତେ ମାତ୍ରାରେ ପ୍ରେମ କରେ ଯେ ପ୍ରତ୍ୟେକ ମୁହୂର୍ତ୍ତରେ ସେ ତା କଥା ହିଁ ଭାବୁଥାଏ । ଏମିତିକି ସେ ଶୁଭମକୁ ଭାବୁଥିବା ସମୟରେ ଯଦି କେହି ତା ସାମ୍ନାକୁ ଚାଲିଆସେ ତେବେ ସେ ତାକୁ ଶୁଭମ ଭାବି କେତେ କଣ କଥା ସବୁ କହି ପକାଏ । ଦିନେ ମୋନିକା ଘରେ ଏକୁଟିଆ ଥିବା ସମୟରେ ବେଡ୍ ଉପରେ ବସି ଶୁଭମ କଥା ଭାବୁଥାଏ । ହଠାତ୍ ଘରର କଲିଙ୍ଗ୍ ବେଲ୍ ବାଜିଲା ଏବଂ ମୋନିକା ଯାଇ କବାଟ ଖୋଲିଲା ଦେଖିଲା କବାଟ ଆଗରେ ଶୁଭମ ଆସି ଛିଡା ହୋଇଛି । ଶୁଭମକୁ ଦେଖି ମୋନିକା କିଛି କହିବା ପୂର୍ବରୁ ପ୍ରଥମେ ତାକୁ କୋଳେଇ ଧରିଛି । ଛାତିକୁ ଛାତି ଲାଗିବା ଫଳରେ ଉଭୟଙ୍କ ଶରୀରର ତାପମାତ୍ରା ବଢିବାକୁ ଲାଗିଲା । ଧୀରେ ଧୀରେ ଉଭୟଙ୍କ କାମୁକ ଇଚ୍ଛା ବଢିବାକୁ ଲାଗିଲା ଫଳରେ ମୋନିକା କେତେବେଳ ତା ନିଜ ଜଅଜାଣତରେ ଶୁଭମକୁ ନିଜ ବେଡ୍ ଉପରକୁ ନେଇ ଯାଇଛି ସେଥି ପ୍ରତି ତା'ର ଧ୍ୟାନ ନାହିଁ । ନିଜର ସର୍ବସ୍ବ ଦେଇ ସାରିବା ପରେ ଯେତେବେଳେ ମୋନିକା ତା'ର ବାସ୍ତବତାକୁ ଦେଖିଛି ସେତେବେଳ ତା ପାଦ ତଳୁ ମାଟି ଖସି ପଡିଛି । ପ୍ରକୃତରେ ସେ ଯାହାକୁ ଶୁଭମ ଭାବି ନିଜର ସର୍ବସ୍ବ ଦେଇ ଦେଇଛି ବାସ୍ତବରେ ସେ ଶୁଭମ ନୁହେଁ ସେ ହେଉଛି ତାଙ୍କ ଘରକୁ ପ୍ରତ୍ୟେକ ଦିନ ପରିବା ଆଣି ଦେଉଥିବା ଏକ ଯୁବକ । ତା'ପରେ ଖବର କାଗଜରେ ମୋନିକାର ନିଖୋଜ ହେବା କଥା ପ୍ରଚାରିତ ହୁଏ । ଏହାର କିଛିଦିନ ପରେ ଏକ ଆପାର୍ଟମେଣ୍ଟ ରୁମ୍ ଭିତରୁ ମୋନିକାର ଶବ ଉଦ୍ଧାର ହୁଏ ।

  

          


Rate this content
Log in

Similar oriya story from Abstract