STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଚଢେଇ ଓ ତାର ପର

ଚଢେଇ ଓ ତାର ପର

1 min
15.7K


ଦିନେ ଜଣେ ଶବର ଗୋଟିଏ ଚଢେଇକୁ ଆକାଶରେ ଉଡିବାର ଦେଖି ତାକୁ ତୀର ମାରିଲା । ସେ ତୀରଟି ଚଢେଇ ଦେହରେ ଗଳିଗଲା ଓ ସେ ଚଢେଇଟି ବି ସେହିକ୍ଷଣି ଆକାଶରୁ ଖସି ପଡିଲା । ପଡିଲାବେଳେ ସେ ଚଢେଇଟି ଦେଖିଲା ଯେ ଯେଉଁ ତୀରଟି ତା’ ଦେହରେ ଫୁଟିଯାଇଛି, ତା’ର ଆରପଟେ ଗୋଟିଏ ଚଢେଇ ପର ଲଗାଯାଇଛି । ତେଣୁ ସେ ଚଢେଇଟି ମଲାବେଳେ ଭାବିଲା, “ଯଦି ସେ ତୀରରେ ଚଢେଇ ପର ଲାଗି ନଥାନ୍ତା, ତେବେ ସେ ତୀରଟା ଏତେଦୂର ଆସି ମୋ ଦେହରେ ଫୁଟି ମୋତେ କେବେବି ମାରି ପାରିନଥାନ୍ତା ।”

ଅନେକ ସମୟରେ ଆମେ ଆମ ବିନାଶର ଉପାୟ ଶତ୍ରୁକୁ ଦେଇଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children