STORYMIRROR

Bhagya Laxmi Mishra

Inspirational Others Children

2  

Bhagya Laxmi Mishra

Inspirational Others Children

ଚଢ଼େଇ ବସା

ଚଢ଼େଇ ବସା

2 mins
57


ଟି. ଏନ୍. ଶେଷାନଙ୍କୁ ଆମେ ଅନେକ ଜାଣନ୍ତି। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବା ସମୟରେ ନିର୍ବାଚନୀ ସଂସ୍କାର ଆଣି ସେ ଚର୍ଚ୍ଚିତ ହୋଇଥିଲେ ତାଙ୍କର ମୃତ୍ୟୁ ହୋଇ ସାରିଲାଣି, କିନ୍ତୁ ତାଙ୍କର କାର୍ଯ୍ୟ ତାଙ୍କୁ ଅମର କରି ରଖିଛି ମ୍ୟାନଜମେଣ୍ଟ ବିଭାଗର କିଛି ଛାତ୍ରଛାତ୍ରୀଙ୍କୁ ଥରେ ସେ ଉଦବୋଧନ ଦେବାବେଳେ ନିଜ ଅନୁଭୂତିରୁ କଥାଟିଏ କହିଥିଲେ। କଥାଟି ଥିଲା ଏହିପରି...


ଥରେ ସେ ପତ୍ନୀଙ୍କୁ ସାଙ୍ଗରେ ନେଇ ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଉଥିଲେ। ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବାରୁ ସୁରକ୍ଷାକର୍ମୀମାନେ ସାଙ୍ଗରେ ବି ଯାଉଥିଲେ। ବାଟରେ ବଡ଼ ଆମ୍ବ ବଗିଚାଟିଏ ପଡ଼ିଲା। ସେ ବଗିଚାର ଡାଳରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ବସା ଝୁଲୁଥିଲା। ସେପରି ଦୃଶ୍ୟ ଶେଷାନଙ୍କ ପତ୍ନୀଙ୍କୁ ମୁଗ୍ଧ କରିବାରୁ ସେ ସେହି ବଗିଚା ନିକଟକୁ ଯିବାକୁ ଚାହିଁଲେ। ଶହଶହ ଚଢ଼େଇ ବସା ମଧ୍ୟରୁ ଦୁଇଟି ସେ ନେଇ ଘରେ ସଜାଇ ରଖିବାର ଇଚ୍ଛା ଜାହିର କଲେ। ଶେଷାନ ଜଣେ ସୁରକ୍ଷାକର୍ମୀଙ୍କୁ ପାଖକୁ ଡକାଇ ସେ କଥା କହିଲେ। ସେତେ ବେଳେ ବଗିଚା ପାଖରେ ପିଲାଟିଏ ଗାଈପଲକୁ ଚରାଉ ଥିବା ଦେଖି ସୁରକ୍ଷାକର୍ମୀ ପିଲାଟିକୁ ପାଖକୁ ଡାକିଲେ ଓ ଗଛରେ ଚଢ଼ି ଦୁଇଟି ବସା ତୋଳି ଆଣିବାକୁ କହିଲେ। ପିଲାଟି ରାଜି ହେଲାନି। ପଇସା ଦେଲେ ସେ ରାଜି ହୋଇଯିବ ଭାବି ଶେଷାନ ତାକୁ ୧୦ ଟଙ୍କା ଦେବେ ବୋଲି କହିଲେ। ପିଲାଟି ସେଥିରେ ବି ରାଜି ହେଲାନି। ଶେଷାନ ୫୦ ଟଙ୍କା ଦେବା ପର୍ଯ୍ୟନ୍ତ ଗଲେ, ସେ କିନ୍ତୁ ରାଜି ହେଲାନି।


ସେଠୁ ସେହି ସୁରକ୍ଷାକର୍ମୀ ଟିକେ ଧମକପୂର୍ଣ୍ଣ ଚଢାଗଳା ରେ ଶେଷାନଙ୍କୁ ଜଣେ ବଡ଼ ଅଫିସର ବୋଲି କହି ତାଙ୍କୁ ଏମିତି ମନାକରିବା ଠିକ୍ ନୁହେଁ ବୋଲି ପିଲାଟିକୁ ବୁଝାଇବାକୁ ଚେଷ୍ଟାକଲେ ଏହା ପରେ ପିଲାଟି ସେମାନଙ୍କୁ କହିଲା ଯେ ସେମାନେ ତାକୁ ଯେତେ ଟଙ୍କାର ଲୋଭ ଦେଖାଇଲେ ବା ଧମକାଇଲେ ବି ସେ ଗଛରୁ ବସା ଦେଇପାରିବ ନାହିଁ। "ଯେଉଁ ବସା ଦୁଇଟି ଆପଣଙ୍କୁ ଦେବି ହୁଏତ ସେଥିରେ ପକ୍ଷୀ ଶାବକ ଥାଇପାରନ୍ତି। ବସା ବାହାରକରିବା ବେଳେ ସେମାନେ ଖସି ପଡ଼ିବେ ବା ମତେ ସେମାନଙ୍କୁ ବାହାର କରି ବସା ଆଣିବାକୁ ହେବ ସେମାନେ ମରିଯିବେ ସଂଧ୍ୟାରେ ତା'ର ମା' ଥଣ୍ଟରେ ଖାଇବା ଧରି ବସାରେ ପହଞ୍ଚିବା ବେଳକୁ ନା ବସା ଥିବ ନା ତା' ପିଲା ଥିବେ! ସେ ବହୁତ କାନ୍ଦିବ। ସେପରି କାନ୍ଦ ମୁଁ ସହିପାରିବି ନାହିଁ, ମୋର ହୃଦୟ ସେତେ ଟାଣ ନୁହେଁ।"- ପିଲାଟି କହିଲା।


ପିଲାଟିର କଥାଶୁଣି ଶେଷାନ ଦମ୍ପତି ହତବମ୍ବ ହୋଇଗଲେ। ଶେଷାନ କଥାଟି କହିସାରି ମ୍ୟାନେଜମେଣ୍ଟ୍ ପିଲାଙ୍କୁ କହିଲେ - "ମୋର ପଦ, ମର୍ଯ୍ୟାଦା, କ୍ଷମତା ସବୁ ସେହି ପିଲାଟି ପାଖରେ ଅସହାୟ ହୋଇସାରି ଥିଲେ। ତା ସମ୍ମୁଖରେ ମୁଁ ଯେମିତି ସୋରିଷ ଦାନାଟିଏ ମାତ୍ର। ବସା ଆଣିବାର ଇଚ୍ଛା ତ ଉଭେଇ ଯାଇଥିଲା, କିନ୍ତୁ ସେହି ଅନୁଭୂତି ମୋ ବିବେକକୁ ବହୁଦିନ ଯାଏଁ ବଡ଼ବଡ଼ ପାହାର ଦେଇ ଚାଲିଥିଲା। ପିଲାଟିର ବିବେକ, ବିଚାରରେ ମୁଁ କେବଳ ଦୋଷୀଟିଏ ହୋଇ ରହିଯାଇଥିଲି।"


"ଶିକ୍ଷା, ଆଧିପତ୍ୟ ଏବଂ ସାମାଜିକ ପଦପଦବୀ କେବେ ମାନବିକତାର ମାପକାଠି ହୋଇପାରେନା। ଗୁଡ଼ାଏ ଜ୍ଞାନ ଆହରଣ କରି , ପାଠପଢ଼ି ଆମେ ସବୁକିଛି ଜାଣିଗଲେ ବୋଲି ଭାବିବା ହିଁ ମୂର୍ଖତା। ଜୀବନ ସେତେବେଳେ ମଧୁମୟ ହେବ ଯେତେବେଳେ ଆମର ଜ୍ଞାନ , ଶିକ୍ଷା ଆମକୁ ସମ୍ବେଦନଶୀଳ ଓ ପ୍ରଜ୍ଞାବାନ୍ କରିବ।"- ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏପରି ସେଦିନ ପରାମର୍ଶ ଦେଇଥିଲେ ସେତେବେଳର ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ୱର୍ଗୀୟ ଟି.ଏନ୍.ଶେଷାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational