ପରିବାର
ପରିବାର
ସେଦିନ ଥାଏ ଶ୍ରlବଣ ମାସ ସୋମବାର ଦ୍ୱିତୀୟ ପାଳି ବୋଲବମ୍ ର। ମୁଁ ଦଶମ ଶ୍ରେଣୀ ପଢୁଥିଲି ,ଆମର joint ଫ୍ୟାମିଲି ଆମ ପରିବାର ସଦସ୍ୟ ହେଉଛନ୍ତି 10 ଜଣ ବହୁତ ହସ ଖୁସିର ପରିବାର ଭାଇ 3 ଜଣ, 3 ଜଣ ଭଉଣୀ ଜେଜେବାପା, ଜେଜେମା, ବଡବାପା , ଦେଠେଇ, ଖୁଡୀ, କୋକେଇ, ନନା , ବୋଉ ଏମିତ ଆମ ପରିବାର । ଆମ ଘରେ ମୁଁ ସମସ୍ତଙ୍କୁ ସାନ ମୋତେ ସମସ୍ତେ ଭଲପlନ୍ତି , ସମସ୍ତଙ୍କୁ ଠୁ ମୋ ଜେଜେ ବାପା ବହୁତ ଭଲ ପାଆନ୍ତି ମୋତେ, ଅମିତ କି ଯଦି ମୋ ନନା କିଛି କୁହନ୍ତି ସେ ତାଙ୍କୁ ଗାଳି କରନ୍ତି ହl ହl ।
ସେ ବହୁତ ଜ୍ଞାନୀ ଥିଲେ ଆମ ଗାଁ ଅlଖ ପାଖ ଲୋକ ତାଙ୍କୁ ମାନନ୍ତି । ତାଙ୍କୁ ଶାସ୍ତ୍ର ଜ୍ଞାନ ସବୁ ଜାଣ। ସେ ସବୁବେଳ ରାମ ନାମ ଜପ କରନ୍ତି ଗାଁ ପଞ୍ଚାୟତ ରେ ତାଙ୍କ କଥା ଙ୍କୁ କେହି ଅବମାନନା କରନ୍ତି। ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। ଆମେ ବି ବହୁତ୍ ଧନ୍ୟ ମନେ କରୁ କାରଣ ଆମେ ତାଙ୍କ କୂଳ ରେ ଜନ୍ମ ହେଉଛୁ । ହେଲେ କ'ଣ କରାଯିବ ବିଧିର ବିଧାନ ବୋଧେ କିଛି ଅଲଗା ଥିଲା , ଭାଗ୍ୟ ରେ ଯାହା ଥିବା ମଣିଷ ଅର୍ଜିବ ସେଥିରେ ରୁ କେହି ବି ଓହୋରି ପାରିବେନି । ଆମ ସୃଷ୍ଟି କର୍ତ୍ତା ଭାଗବାନ ଯିଏ ତାଙ୍କ ଜୀବନ କଷ୍ଟ ଥିଲା ଆମେ ତ ତାଙ୍କୁ ଠୁ ସୃଷ୍ଟି ଆମେ ବା କୋଉଠୁ ଭଲ ରେ ରହିବ। ସେ ଯାହା ହଉ ଯେତିକି ଦେଇଛନ୍ତି ସେତିକି ରେ ବି ଖୁସି ହବl ବି ଠିକ୍।ଆଉ ହଁ ଭାଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ମୁଁ ଠିକ୍ ଜିନିଷ କୁ ଭଲରେ ଜାଣିଛି।
ହଁ ଗୋଟେ କଥା ମଣିଷ ଜୀବନ ରେ କିଛି ନl କିଛି ଶିଖିବା ନିହାତି ଆବଶ୍ୟକ ନ ହେଲେ ମଣିଷ ବୁଝିବନାହିଁ ଜିନିଷ ର ମୂଲ୍ୟ।
ଆମ ଜେଜେବାପା ଆମ ଘରର ମୁରବି ଥିଲେ ତାଙ୍କ ସାମ୍ନାରେ କେହି ଆସନ୍ତି ନାହିଁ ହେଲେ ମୁଁ ତାଙ୍କ ସହ ସବୁବେଳ ଥଟ୍ଟା କରେ ସେ ମୋତେ କିଛି କୁହନ୍ତି ମୁଁ ସବୁଦିନ ସ୍କୁଲ ଗଲା ବେଳେ ମୋତେ ଏକ ଟଙ୍କା ଦିଅନ୍ତି ଆମ ସମୟ ରେ ଏକଟଙ୍କା ଏବେ କlର ଦଶଟଙ୍କା ସହ ସମାନ।
ସବୁଦିନ ପରି ସେଦିନ ବି ଜେଜେ ସନ୍ଧ୍ୟା ବେଳ ଚା ପି , ଆଗ କାଳେ ପାନ କୁଟା ଥାଏ କlରଣ ତାଙ୍କର ଦାନ୍ତ ନlହିଁ ତ ସେ ତାଙ୍କ ପାନ କୁଟା ରେ ପାନ ଛେଚି କି ଖାନ୍ତି ପାନ ଖାଇ. News , ଭଜନ ଦେଖନ୍ତି . ଶ୍ରlବଣ ମାସ dhu dhu ବର୍ଷl ହଉଥାଏ ସବୁଦିନ ପରି ସେଦିନ ବି ଉଠିକି ବାହାର କୁ ଯାଇଥିଲେ କଣ ହେଲା କେଜାଣି ସେଇଠି ପଡ଼ିଗଲେ ଆଉ ଉଠିପାରିଲେନି
.ତାଙ୍କୁ ଆମେ ସଙ୍ଗେ ସଙ୍ଗେ ଡାକ୍ତରଖାନ ନେଇଗଲେ. ମୁଁ ସଙ୍ଗେ ସଙ୍ଗେ ଟ୍ୟୁସନ ଫେରୁଥାଏ ମୁଁ କିଛି ସମୟ ପାଇଁ କିଛି ବୁଝିପାରିଲିନି କଣ ସବୁ ହଉଚି. ମୋତେ ବି କେହି କିଛି କହିଲେନି.. ତା ପରେ ଯେତେବେଳେ ଜେଜେ ଆମର ଡାକ୍ତରଖାନ ରୁ ଆସିଲେ ସେ ଆଉ କଥା କହୁନଥିଲେ ଘରେ ସମସ୍ତେ ପଚାରିଲେ କଣ ହେଇଚି କଣ ହେଇଚି .କେହି କିଛି କହୁନଥାନ୍ତି ସେମାଙ୍କ ମଧ୍ୟରୁ ଜାଣେ କହିଲେ କି ସେ ଆଉ ନାହାନ୍ତି ସେ ଯେଉ ଭଗବାନ୍ ଙ୍କୁ ସବୁବେଳେ ସ୍ମରଣ କରୁଥିଲେ ସେ ତାଙ୍କୁ ନେଇଗଲେ . ଆମେ କେହି କିଛି କଥାକୁ ଗ୍ରହଣ କରିପାରିଲେନି ସମସ୍ତେ କାନ୍ଦିଲେ. ମୋ ଜୀବନ ବହୁତ ବଡ଼ ଦୁଃଖ ଥିଲା . ଭଗବାନ କଣ ଏତେ ନିଷ୍ଠୁର ମୋ ଜେଜେ ଙ୍କୁ ନଗଲେ ମୋ ଜୀବନ ରେ ଯାହା କୁ ଏତେ ଭଲ ପାଉଥିଲି.ଜୀବନ ରେ ମୃତ୍ୟୁ ଏମିତି ବି ଆସିଥାଏ
ସେ ବହୁତ ଲୋକ ଙ୍କ ମାର୍ଗ ଦର୍ଶକ ଥିଲେ. ସେ ଏକ ବହି ଲେଖଥିଲେ "ବୃହତ୍ କର୍ମକାଣ୍ଡ ".
ହଁ ତାଙ୍କର ଗୋଟେ ଭଲ ଅଭ୍ୟାସ ମୋତେ ବହୁତ ଭଲ ଲାଗେ.. ତାଙ୍କ ଜୀବନ ରେ ଯେଉଁ ସବୁ ଘଟଣା ଘଟେ ସେ ସବୁ କୁ ଲେଖିକି ରଖନ୍ତି..
ମୁଁ ଯେବେ ବି ତାଙ୍କ diary ଖୋଲିଦିଅ ଆଖିରୁ ଲୁହ ଆସିଯାଏ..କାରଣ ସେ ଜୀବନ ପ୍ରତି ମୁହୂର୍ତ୍ତରେ କଥା କୁ ଗୋଟେ ଗୋଟେ ନୂଆ ଶବ୍ଦ ରେ ଲିପିବଦ୍ଧ କରିଥାନ୍ତି.ମଣିଷ ଅସୁବିଧାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନ ହେଲେ କୃତକାର୍ଯ୍ୟ ହୋଇପାରିବନି ନାହିଁ. ଏହା ହିଁ ଜୀବନ ଶିକ୍ଷା ।
