ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବୁଧିଆ ଶିଆଳ

ବୁଧିଆ ଶିଆଳ

1 min
7.4K


ଗୋଟିଏ ସିଂହ, ଗଧ ଓ ଶିଆଳ ଏକାଠି ହୋଇ ଶିକାର କରିବାକୁ ଗଲେ । ଶିକାରରେ ସେମାନେ ବହୁତ ଜନ୍ତୁ ମାରିଲେ, ସେଠାରୁ ଫେରିଆସି ସିଂହ କହିଲା, “ଆମେ ସମସ୍ତେ ଖାଇବା, ଜନ୍ତୁ ସବୁ ବାଂଟି ଦିଅ ।”

ଶିକାରରେ ମରିଥିବା ସମସ୍ତ ଜନ୍ତୁଙ୍କୁ ଗଧ ସମାନ ତିନି ଭାଗରେ ବାଂଟିଦେଲା । ଏହା ଦେଖି ସିଂହ ହଠାତ୍ ଖୁବ୍ ରାଗିଯାଇ ଗଧକୁ ମାରିଦେଲା ଓ ଶିଆଳକୁ ଆଉ ଥରେ ଭାଗ କରିବାକୁ କହିଲା । ଶିଆଳ ନିଜ ଭାଗରେ ଅଳ୍ପ ରଖି ବାକି ସବୁ ତକ ସିଂହକୁ ଦେଇଦେଲା ।

ଏହା ଦେଖି ସିଂହ ଶିଆଳକୁ ପଚାରିଲା, “ଏମିତି ଭାଗ କରିବା ତୁ କେଉଁଠାରୁ ଶିଖିଲୁ?” ଏ ପ୍ରଶ୍ନ ଶୁଣି ଶିଆଳ ହସି କରି କହିଲା, “ବର୍ତ୍ତମାନ ଗଧର ଅବସ୍ଥା ଦେଖି ଶିଖିଲି” ।

ପରିସ୍ଥିତିକୁ ଦେଖି ପ୍ରତ୍ୟେକ ଜିନିଷ ଶିଖିବାକୁ ପଡିଥାଏ ।


Rate this content
Log in

Similar oriya story from Children